ରାସ୍ତା, ପୋଖରୀ କାମରେ ଅନିୟମିତତା ଅଭିଯୋଗ

ହିଞ୍ଜିଳିକାଟୁ,୭ା୭(ଡ଼ି.ଏନ୍‌.ଏ.) -ହିଞ୍ଜିଳିକାଟୁ ବ୍ଲକ ଗଣ୍ଡଳା ପଞ୍ଚାୟତ ପଳାସି ଗ୍ରାମର ଏକ ରାସ୍ତା କାମ ଓ ଆଦର୍ଶ ପୋଖରୀ ଖୋଳାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଗ୍ରାମରେ ୬ଲକ୍ଷ ଟଙ୍କାରେ ରାସ୍ତା କାମ ଓ ୧୫ଲକ୍ଷ ଟଙ୍କାର ଆଦର୍ଶ ପୋଖରୀ ଖନନ କରାଯାଉଛି। ବ୍ଲକର ପୂର୍ବତନ କଂଗ୍ରେସ ସଭାପତି ପଦ୍ମ ଚରଣ ସାହୁ ଏହି ୨ଟି କାମରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ବିଡିଓ, ଛତ୍ରପୁର ଉପ ଜିଲାପାଳ ଓ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏନେଇ ସେ ଅଭିଯୋଗ କରିବାରୁ ଧମକ ଦିଆଯାଉଥିବା ମଧ୍ୟ କହିଛନ୍ତି।
ପ୍ରକାଶ ଯେ, ପଳାସି ଗ୍ରାମର ଶୁଣ୍ଢିସାହି ଠାରୁ ପୂର୍ତ୍ତ ବିଭାଗ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ୬ଲକ୍ଷ ଅଟକଳ ମୂଲ୍ୟରେ ଗତ ମାର୍ଚ୍ଚରେ କାର୍ଯ୍ୟ ଶେଷ ହୋଇଥିଲା। ନିର୍ମାଣର ୩ ମାସ ମଧ୍ୟରେ ରାସ୍ତାର ବହୁଅଂଶ ଖରାପ ହୋଇଗଲାଣି। ସିମେଣ୍ଟ ଛାଡି ଗୋଡି ଦେଖା ଯାଉଥିବାବେଳେ ବର୍ଷାପାଣି ଜମୁଛି। ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥାଇ ଅନିୟମିତତା ହୋଇଥିବା ସାହୁ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ପଳାସୀ ଗ୍ରାମର ପାଣିଗ୍ରାହୀ ପୋଖରୀକୁ ୮ମାସ ତଳେ ଆଦର୍ଶ ପୋଖରୀ ଯୋଜନାରେ ୫ଲକ୍ଷ ଟଙ୍କା ମଞ୍ଜୁର କରାଯାଇ କାମ ହୋଇଛି। କାମ ନ’ସରୁଣୁ ସେହି ପୋଖରୀକୁ ଏମଜିଏନ୍‌ଆରଇଜିଏସ ଯୋଜନାରେ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯାଇ ହରିଲୁଟ ପାଇଁ ଯୋଜନା କରାଯାଇଛି ବୋଲି ସାହୁ ଅଭିଯୋଗ କରିଛନ୍ତି। ପୋଖରୀ କାମ ହେତୁ ଦୀର୍ଘ ୮ମାସ ଧରି ଗ୍ରାମର ଲୋକେ ପାଣି ନ’ ପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବ୍ଲକ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତାଙ୍କ ସହ ଯୋଗାଯୋଗ ପରେ ଶୁଣ୍ଢିସାହି ଠାରୁ ପୂର୍ତ୍ତ ବିଭାଗ ରୋଡ଼ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ରାସ୍ତାକୁ ଗ୍ରାମରେ ପଲ୍ଲୀସଭା କରାଯାଇ ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି। ଅଭିଯୋଗ ପରେ ତଦନ୍ତ କରାଯାଇଛି। ଉକ୍ତ ଗ୍ରାମ୍ୟ ରାସ୍ତା ଦେଇ ହାଇୱାରେ ବାଲି ଓ ପଥର ଯାଉଥିବାରୁ ରାସ୍ତାର କିଛି ଅଂଶ ଖରାପ ହୋଇଛି। କାମ କରିଥିବା ବ୍ୟକ୍ତିଙ୍କୁ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଯନ୍ତ୍ରୀ ହୋତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନରେ ଠକେଇ ହେବାମାତ୍ରେ ଶୀଘ୍ର କରନ୍ତୁ ଏପରି: ପାଟପୁର ପୋଲିସ ପକ୍ଷରୁ…

ଦିଗପହଣ୍ଡି,୨୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

ପାର୍ବଣକୁ ନେଇ ପୁରୁଷୋତ୍ତମପୁର ପୋଲିସର କଡ଼ା ପଦକ୍ଷେପ: ମନଇଚ୍ଛା ହୋଇପାରିବନି ପୂଜା କି ଭସାଣି

ପୁରୁଷୋତ୍ତମପୁର,୨୮ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ପୂଜା, ପାର୍ବଣକୁ ଗୁରୁତ୍ୱ ଦେଇ ପୁରୁଷୋତ୍ତମପୁର ପୋଲିସ କଡ଼ା ପଦକ୍ଷେପ ନେଇଛି। ଯେପରି…

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

ବଡ଼ଖେମୁଣ୍ଡି ହାଇସ୍କୁଲରେ ଶିକ୍ଷକ ଅଭାବ; ସ୍ମାରକପତ୍ର ଦେଲେ ଛାତ୍ର

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲରେ ଦୀର୍ଘଦିନ ହେଲା ଆବଶ୍ୟକ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଯାହାଫଳରେ ଛାତ୍ରଙ୍କ ପାଠପଢା…

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri