ରାସଗୋବିନ୍ଦପୁରରେ ଥମୁନି ହାତୀ ଉପଦ୍ରବ

ରାସଗୋବିନ୍ଦପୁର,୧୪।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଅଞ୍ଚଳରେ ଏବେ ଧାନ ଅମଳ ଚାଲିଥିବା ବେଳେ ଝାଡଖଣ୍ଡରୁ ଆସିଥିବା ଶତାଧିକ ହାତୀ ଉପଦ୍ରବ ଚଳାଇଛନ୍ତି। ଏହି ହାତୀପଲ ସାରୁମଳା, ନାକିଚୁଆ, ଅମରଦା, ନଳଗଜା, ଭୋଦୁଆଶୋଳ ପ୍ରଭୃତି ପଞ୍ଚାୟତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ହାତୀପଲରେ ଅଧିକାଂଶ ଛୋଟଛୋଟ ହାତୀ ଥିବାରୁ ସେମାନଙ୍କୁ ଘଉଡାଇବାରେ ବନବିଭାଗ କର୍ତ୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡୁଛି। ସ୍ଥାନୀୟ ଜଙ୍ଗଲରେ ଦିନତମାମ ହାତୀ ପଲ ରହୁଥିବା ବେଳେ ଅପରାହ୍ନରେ ଚାଷଜମି ଏବଂ ଗ୍ରାମଭିମୁଖୀ ହେଉଥିବା ଦେଖିବାକୁ ମିଳିଛି। ଗୁରୁବାର ରାତିରେ ୨୫ରୁ ଊର୍ଦ୍ଧ୍ୱ ହାତୀ ସାରୁମଳା ଗ୍ରାମରେ ପ୍ରବେଶ କରି ଦୁଲିମୁର୍ମୁ ଓ କ୍ଷେତ୍ରମୋହନ ମୁୁର୍ମୁଙ୍କ ଘର ଭାଙ୍ଗିବା ସହିତ ଖଳାରେ ଥିବା ଧାନ ଖାଇ ନଷ୍ଟ କରିଦେଇଛନ୍ତି। ସେହିପରି ବେତନଟୀ ଥାନା ଅନ୍ତର୍ଗତ ଭାଲିଆ ଗ୍ରାମର ସୁବୋଧ ମହାନ୍ତ ଅପରାହ୍ନରେ ବସ୍ତା-ଖୁଣ୍ଟା ମୁଖ୍ୟ ରାସ୍ତାରେ ଆସୁଥିବା ବେଳେ ବେତନାସିଆ ମୁଖ୍ୟରାସ୍ତା ଉପରେ ହାତୀ ହାବୁଡରେ ପଡ଼ିଯାଇଥିଲେ। ଜୀବନ ବିକଳରେ ବାଇକ୍‌ ଛାଡି ସେଠାରୁ ସେ ଦୌଡି ପଳାଇଥିଲେ। ହାତୀପଲରେ ଥିବା ଏକ ଦନ୍ତା ତାଙ୍କ ବାଇକ୍‌କୁ କଚାଡି ଭାଙ୍ଗିରୁଜି ଦେଇଥିଲା। ଫଳରେ ସନ୍ଧ୍ୟା ସମୟରେ ଉକ୍ତ ରାସ୍ତାରେ ଯାତାୟତ କରିବାକୁ ଲୋକେ ଭୟ କରୁଛନ୍ତି। ସେହିପରି ହାତୀପଲ ବିଲରେ ପଶି ଧାନନଷ୍ଟ କରୁଥିବା ବେଳେ ଭୋଦୁଆଶୋଳ ଗ୍ରାମବାସୀ ହାତୀ ଘଉଡାଇବାକୁ ବନବିଭାଗକୁ ନିବେଦନ କରିଥିଲେ। ବନବିଭାଗ କର୍ତ୍ତୃପକ୍ଷ ମଶାଲ ଜାଳି ହାତୀ ଘଉଡାଇବାକୁ ଯାଉଥିବା ବେଳେ ନିଆଁ ଲାଗି ଧାନକ୍ଷେତ ଜଳିଯିବାରୁ ବନବିଭାଗ ଓ ସାଧାରଣ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ଦୀର୍ଘବର୍ଷ ଧରି ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ସ୍ଥାୟୀ ପ୍ରତିକାର ଦିଗରେ ସରକାର ଗୁରୁତ୍ୱ ଦେଉ ନ ଥିବାରୁ ହାତୀ ସମସ୍ୟା ଏବେ ମୁଖ୍ୟସମସ୍ୟା ଭାବେ ମୁଣ୍ଡ ଟେକିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?