ରାଶନ ସାମଗ୍ରୀ ପାଇଁ ୪୦ କି.ମି.

ବଇଣ୍ଡା,୨୧।୧୧(ଡି.ଏନ.ଏ.)  ରହୁଛନ୍ତି ଗୋଟିଏ ପଞ୍ଚାୟତରେ। ଭୋଟର ପରିଚୟପତ୍ର ଅଛି ଅନ୍ୟ ପଞ୍ଚାୟତରେ। ଏହି କାରଣରୁ ୧୫ ପରିବାର ହେଉଛନ୍ତି ହଇରାଣ। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନେ ସାମିଲ ଥିଲେ ମଧ୍ୟ ଟଙ୍କିକିଆ ଚାଉଳ ଆଣିବାକୁ ସେମାନଙ୍କୁ ୪୦ କିଲୋମିଟର ଦୂର ଯିବାକୁ ପଡ଼ୁଛି। ଏଥିପାଇଁ ୨ଟି ଅଟୋକୁ ଅଧିକ ଟଙ୍କା ଦେବାକୁ ହେଉଛି। ତେଣୁ ରହୁଥିବା ପଞ୍ଚାୟତରେ ସେମାନଙ୍କୁ ମିଶ୍ରଣ କରିବାକୁ ସମ୍ପୃକ୍ତ ପରିବାର ସଦସ୍ୟମାନେ ଶୁକ୍ରବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗପତ୍ରରେ ଦର୍ଶାଯାଇଛି, ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତ ଲକ୍ଷ୍ମୀପୁର ଅନୁଗୁଳିଆ ସାହିରେ ୧୫ ପରିବାର ବସବାସ କରୁଛନ୍ତି। ହେଲେ ୪୦ କିଲୋମିଟର ଦୂର ଛେଣ୍ଡିପଦା ବ୍ଲକ କତଡା ପଞ୍ଚାୟତର ଭୋଟର ଲିଷ୍ଟରେ ସେମାନଙ୍କ ନାମ ରହିଛି। ତେଣୁ ସମସ୍ତ ସରକାରୀ ଯୋଜନା କତଡା ପଞ୍ଚାୟତରୁ ମିଳୁଛି। ବିଶେଷକରି ଜଙ୍ଗଲାଞ୍ଚଳରେ ରହୁଥିବାରୁ ସରକାରୀ ଯୋଜନା ସେମାନଙ୍କ ନିକଟରେ ଠିକ୍‌ ଭାବେ ପହଞ୍ଚିପାରୁନାହିଁ। ପ୍ରତ୍ୟେକ ମାସରେ ୧୫ ପରିବାର ରାଶନ ସାମଗ୍ରୀ ପାଇଁ ୪୦ କିଲୋମିଟର ଦୂର କତଡା ପଞ୍ଚାୟତକୁ ଯାଉଛନ୍ତି। ଏଥିପାଇଁ ମାସକୁ ଥରେ ୨ଟି ଅଟୋ ଭଡା କରିବାକୁ ପଡୁଥିବା ଗ୍ରାମବାସୀ କହିଛିନ୍ତି। ତେଣୁ ସେମାନକୁ ସାପଘରା ପଞ୍ଚାୟତରେ ମିଶ୍ରଣ କରିବା ପାଇଁ ସାହିବାସୀ ବହୁବାର ଜିଲାପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ସୁଫଳ ମିଳୁନାହଁି। ତୁରନ୍ତ ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ନିରଞ୍ଜନ ବେହେରା, ସୁଭଦ୍ରା ନାୟକ, ପ୍ରଫୁଲ୍ଲ ସାହୁ, ପ୍ରମୋଦ ବେହେରା, ବିପିନ ବେହେରା ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କହିଛନ୍ତି, ସାହିବାସୀଙ୍କ ସମସ୍ୟା ସମାଧାନ ସହ ସାପଘରା ପଞ୍ଚାୟତରେ କିଭଳି ମିଶିବେ ସେ ନେଇ ଜିଲାପ୍ରଶାସନକୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ଦୀପକେଙ୍କ ମାଆ, ସିଧା କହିଲେ ଦେଖିନେବି…

ନୂଆଦିଲ୍ଲୀ,୧୦।୧୦: କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ଘଟଣାକୁ ନେଇ ତାଙ୍କ ପିତାମାତା ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

CJPକୁ ନେଇ ବଡ଼ ବୟାନ ଦେଲେ ଚିରାଗ ପାସୱାନ, କହିଲେ କେହି ଅଟକାଇ ପାରିବେ ନାହିଁ…

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?