ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହେଲା ଆଦର୍ଶ ବିଦ୍ୟାଳୟ : ଶୈକ୍ଷିକ ବାତାବରଣ ଅଭାବ ଅଭିଯୋଗ

ଖଣ୍ଡପଡ଼ା,୨୮ା୬(ସ୍ବ.ପ୍ର.)-ଖଣ୍ଡପଡ଼ାରେ ନୂତନ ଭାବେ ଆରମ୍ଭ ହୋଇଛି ଆଦର୍ଶ ବିଦ୍ୟାଳୟ। ତେବେ ଏଠାରେ ଶୈକ୍ଷିକ ବାତାବରଣର ଅଭାବ ରହିଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ବିଦ୍ୟାଳୟଟିରେ ପାନୀୟ ଜଳର ବ୍ୟବସ୍ଥା ନ ଥିବା ଓ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ନିମନ୍ତେ ଫ୍ୟାନ୍‌ଟିଏ ମଧ୍ୟ ନ ଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ା ବିଦ୍ୟାଳୟ ସଭାଗୃହରେ ଗୋଟିଏ କ୍ଲାସ ଚାଲୁଥିବା ଏବଂ ଅଧିକାଂଶ ପିଲା ଡ୍ରେସ୍‌ କୋଡ୍‌ରେ ଆସୁ ନ ଥିବା ଦୃଷ୍ଟିଗୋଚର ହେଉଛି । ଏଠାରେ ଉପଯୁକ୍ତ ଶୈକ୍ଷିକ ବାତାବରଣର ଅଭାବ ରହିଥିବାରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା ସୂଚନାଯୋଗ୍ୟ, ଖଣ୍ଡପଡ଼ା ସହରର ବହୁ ପୁରାତନ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରସ୍ଥ ୨ଟି ପ୍ରକୋଷ୍ଠରେ ଅସ୍ଥାୟୀ ଭାବେ ଉକ୍ତ ଆଦର୍ଶ ବିଦ୍ୟାଳୟ ଚଳିତ ଶିକ୍ଷାବର୍ଷଠାରୁ କାର୍ଯ୍ୟାରମ୍ଭ କରିଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି ା ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଥମ କରି ଖଣ୍ଡପଡ଼ା ଓ ଭାପୁର ବ୍ଲକ ଅଞ୍ଚଳର ୮୦ ଜଣ ଛାତ୍ରୀଛାତ୍ର ଷଷ୍ଠ ଶ୍ରେଣୀରେ ନାମ ଲେଖାଇଛନ୍ତି ା ତେବେ ଏହି ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୪ ଜଣ ନବୋଦୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚାଲିଯିବା ପରେ ଏବେ ୭୬ ଜଣ ପଢୁଥିବା ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀ ଚନ୍ଦନ କୁମାର ରଥଙ୍କଠାରୁ ପ୍ରକାଶ ା ବିଦ୍ୟାଳୟଟିର ବିଭିନ୍ନ ସମସ୍ୟା ସମ୍ପର୍କରେ ଶିକ୍ଷା ଅଧିକାରୀ ରଥଙ୍କୁ ପଚାରିବାରୁ ସେ କହିଥିଲେ, ବୁଧବାର ଏହି ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀଛାତ୍ରମାନଙ୍କୁ ଅନ୍ୟ ୨ ପ୍ରକୋଷ୍ଠରେ ଅଧ୍ୟୟନ ପାଇଁ ବ୍ୟବସ୍ଥା କରାଯାଇଛି। ଆସନ୍ତା ଦିନେ ୨ ଦିନ ମଧ୍ୟରେ ଅନ୍ୟ ଆବଶ୍ୟକତାଗୁଡ଼ିକ ପୂରଣ ହୋଇଯିବା ନେଇ ସେ ସୂଚନା ଦେଇଛନ୍ତି ା ତେବେ ସିବିଏସ୍‌ଇ ଶିକ୍ଷା ଢାଞ୍ଚାରେ ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ପାଠ ପଢାଇବା ନିମନ୍ତେ ଖଣ୍ଡପଡ଼ା ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟରୁ ୬ଜଣ ଦକ୍ଷ ଓ ଅଭିଜ୍ଞ ଶିକ୍ଷକଙ୍କୁ ଡେପୁଟେଶନରେ ଏଠାକୁ ଅଣାଯାଇଥିବା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ା ପ୍ରକାଶଯୋଗ୍ୟ କି, ସହରର ବାଇପାସ୍‌ ରାସ୍ତା ପାର୍ଶ୍ୱରେ ଆଦର୍ଶ ବିଦ୍ୟାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ ବର୍ଷକ ପୂର୍ବରୁ ଆରମ୍ଭ ହୋଇଛି ା ଯୁଦ୍ଧକାଳୀନ ଭିତ୍ତିରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri