Posted inଜାତୀୟ

ରାମ ରହିମଙ୍କୁ ଝଟ୍‌କା

ପଞ୍ଚକୁଲା,୧୦।୧୨: ପଞ୍ଚକୁଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ମଙ୍ଗଳବାର ସିବିଆଇ କୋର୍ଟରୁ ଝଟ୍‌କା ମିଳିଛି। ସିବିଆଇ ବିଚାରପତିଙ୍କୁ ପରିବର୍ତ୍ତନ ପାଇଁ କରାଯାଇଥିବା ଆବେଦନକୁ ଖାରଜ କରାଯାଇଛି। ଏହି ମାମଲାର ଆଗାମୀ ଶୁଣାଣି ଡିସେମ୍ବର ୧୪ରେ କରାଯିବ। ସୂଚନାଯୋଗ୍ୟ, ମଙ୍ଗଳବାର ହରିୟାଣାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ରଞ୍ଜିତ ସିଂହ ହତ୍ୟା ମାମଲାର ଶୁଣାଣି ହୋଇଥିଲା। ଏହି ମାମଲାରେ ରାମ ରହିମ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ପ୍ରତ୍ୟକ୍ଷ ଭାବେ ହାଜର ହୋଇଥିଲେ। ଗତ ଶୁଣାଣି ସମୟରେ ରାମ ରହିମଙ୍କ ଓକିଲ ରଞ୍ଜିତ ହତ୍ୟା ମାମଲାର ଶୁଣାଣି ପାଇଁ ବିଚାରପତିଙ୍କ ପରିବର୍ତ୍ତନ ନେଇ ଏକ ଆବେଦନ କରିଥିଲେ। କାରଣ ପୂର୍ବରୁ ୨ଟି ମାମଲାରେ ଉକ୍ତ ବିଚାରପତି ରାମ ରହିମଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଥିବାରୁ ତାଙ୍କ ଉପରେ ବିଶ୍ୱାସ ନାହିଁ ବୋଲି ଓକିଲ ଏହି ଆବେଦନରେ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ…

ଏହିଦିନ ଖୋଲିବ ହର୍ମୁଜ୍, ଇରାନ ସହିତ ପରମାଣୁ ଚୁକ୍ତି ସମ୍ପର୍କରେ ବଡ଼ ଗୁମର ଖୋଲିଲେ ଟ୍ରମ୍ପ

ଓ୍ବାଶିଂଟନ,୩।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚୁକ୍ତି ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ଟ୍ରମ୍ପ…

ଥାଲାପତି ବିଜୟଙ୍କ ନୂଆ ରେକର୍ଡ: ଦେଶର ୫ ପ୍ରମୁଖ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଏଣ୍ଟ୍ରି, ଜାଣନ୍ତୁ ନେଟ୍‌ୱର୍ଥ!

ନୂଆଦିଲ୍ଲୀ,୩।୬: ତାମିଲ ସିନେମାର ସୁପରଷ୍ଟାର ଥଲାପାତି ବିଜୟ (Thalapathy Vijay) ଏବେ ଚଳଚ୍ଚିତ୍ର ଦୁନିଆ ପରେ ରାଜନୀତି ମୈଦାନରେ ମଧ୍ୟ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri