ରାଣୀ ପଣ୍ଡାଙ୍କ ସହ ସେଲ୍ଫି ପାଇଁ ଗୋଷ୍ଠୀସଂଘର୍ଷ

ଭଞ୍ଜନଗର,୯।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଭେଜିପୁଟରେ ପଞ୍ଚୁଦଣ୍ଡ ଯାତ୍ରା ହେଉଥିବା ବେଳେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ସହ ସେଲ୍ଫି ପାଇଁ ଶୁକ୍ରବାର ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି। ପ୍ରକାଶ ଯେ, ଭେଜିପୁଟରେ ଶୁକ୍ରବାର ପଞ୍ଚୁଦଣ୍ଡ ଯାତ୍ରା ହେଉଥିଲା। ଉକ୍ତ ଯାତ୍ରାକୁ ଅଭିନେତ୍ରୀ ରାଣୀ ପଣ୍ଡା ଆସିଥିଲେ। ତାଙ୍କୁ ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଜମିଥିଲା। ବିଳମ୍ବିତ ରାତିରେ ନାଚ ଚାଲିଥିଲା। ରାଣୀ ପଣ୍ଡା ମଞ୍ଚ ଉପରକୁ ନୃତ୍ୟ କରିବାକୁ ଆସିଥିଲେ। ଯଦିଓ ତାଙ୍କ ନୃତ୍ୟରେ ଅଶ୍ଳୀଳତା ନ ଥିଲା, ତଥାପି ତାଙ୍କ ସହିତ ଫଟୋ ଏବଂ ସେଲ୍ଫି ଉଠାଇବାକୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏହି ସମୟରେ ଠେଲାପେଲା ହୋଇ ଗୋଷ୍ଠୀସଂଘର୍ଷ ଘଟିଥିଲା। ଏଥିରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ପୋଲିସ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସେହିପରି ଗତ ୨ ତାରିଖରେ ନୂଅଁା ମହୁଲିଆରେ ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ତୁରୁମୁରେ ମଧ୍ୟ ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁମ୍ବାଇ କ୍ୟାପଟେନ୍ ହେବେ ରୋହିତ ଶର୍ମା! ହାର୍ଦ୍ଦିକଙ୍କୁ ହଟାଇ ପୁଣିଥରେ ଅଧିନାୟକ କରିବାକୁ…

ମୁମ୍ବାଇ,୧୩|୧୦: ଆଇପିଏଲ୍‌ (IPL) ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (MI) କ୍ୟାମ୍ପରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫ୍ରାଞ୍ଚାଇଜ୍‌ ପୁଣି ଥରେ…

ବିହାରରେ ମର୍ମନ୍ତୁଦ ନୌକା ଦୁର୍ଘଟଣା: ଗଙ୍ଗା ନଦୀରେ ଡଙ୍ଗା ଓଲଟି ୧୧ ଜଣଙ୍କ ମୃତ୍ୟୁ, ୪ ଲକ୍ଷ କ୍ଷତିପୂରଣ ଘୋଷଣା

ବୈଶାଳୀ,୧୩।୧୦: ବିହାରର ବୈଶାଳୀ ଜିଲା ରାଘୋପୁର ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଏକ ଅତ୍ୟନ୍ତ ଦୁଃଖଦ ନୌକା ଦୁର୍ଘଟଣା ଘଟିଛି। ଗଙ୍ଗା ନଦୀରେ ପ୍ରାୟ ୧୫ରୁ…

ବଜାପଲ୍ଲୀରେ ଶିଶୁ ମହୋତ୍ସବ ‘ସୁରଭି’: କୋମଳମତି ଶିଶୁଙ୍କ ନୃତ୍ୟ କଳାରେ ମନ୍ତ୍ରମୁଗ୍ଧ ହେଲେ ଦର୍ଶକ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଅଧୀନ ବଜାପଲ୍ଲୀ ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଗୋକର୍ଣ୍ଣପୁର…

ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା; ପୋଲିସର ଅତର୍କିତ ଚଢ଼ାଉରେ ୬ ଜଣ ଗିରଫ; ଟଙ୍କା-ମୋବାଇଲ ସହ…

ପାରଳାଖେମୁଣ୍ଡି,୧୩।୧୦(ଗିରିଧାରୀ ପରିଛା): ଗଜପତି ଜିଲାରେ ଜୁଆ ଆଡ୍ଡା ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ଆଦର୍ଶ…

ପାଟଣା କଲେଜ ନିର୍ବାଚନ: ସରିଲା ପ୍ରଚାର, ବିରିୟାନି-ଗୁପ୍‌ଚୁପ୍‌ରେ କମ୍ପିଲା କଲେଜ କ୍ୟାମ୍ପସ୍…

ପାଟଣା, ୧୩।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନୀ ପ୍ରଚାରର ଶେଷ ଦିନରେ କଲେଜ ପରିସର ଚଳଚଞ୍ଚଳ…

ବୈତରଣୀ ନଦୀରୁ ନାବାଳକଙ୍କ ଗଳିତ ମୃତଦେହ ଜବତ, ପରିଚୟ ଖୋଜୁଛି ତୁରୁମୁଙ୍ଗା ପୋଲିସ

ପାଟଣା, ୧୩।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଜୁମେଇଁ ଗ୍ରାମ ନିକଟ ବୈତରଣୀ ନଦୀର ସିନ୍ଦୁରିଗୌରୀ ଘାଟରୁ ମଙ୍ଗଳବାର ଦିନ ଜଣେ…

ଦାରିଙ୍ଗବାଡିରେ ପୋଲିସ ପାଟ୍ରୋଲିଂ ବେଳେ ଧରାପଡ଼ିଲେ ଗଞ୍ଜେଇ ବେପାରୀ; ୨୩ କେଜିରୁ ଅଧିକ ଗଞ୍ଜେଇ ଜବତ

ଦାରିଙ୍ଗବାଡି, ୧୩।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଏକ ବଡ଼ଧରଣର ଗଞ୍ଜେଇ ଜବତ କରାଯାଇଛି। ପାଟ୍ରୋଲିଂ ବେଳେ ପୋଲିସ ୨୩…

କୋଲ୍‌କାତାରେ ହେବ ବାର୍ସେଲୋନା, ରିୟଲ ମାଡ୍ରିଡ୍‌ ଲିଜେଣ୍ଡ୍ସ ମ୍ୟାଚ୍‌

କୋଲ୍‌କାତା,୧୩ା୧୦: ବିଶ୍ୱ ଫୁଟ୍‌ବଲର ଅନ୍ୟତମ ସଫଳ କ୍ଲବ ବାର୍ସେଲୋନା ଓ ରିୟଲ ମାଡ୍ରିଡ୍‌ର ଲିଜେଣ୍ଡ୍ସ ଦଳ ଆସନ୍ତା ନଭେମ୍ବର ୨୫ରେ କୋଲ୍‌କାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?