ରାଜ୍ୟ କ୍ରିକେଟ ଦଳ ଚୟନ ଶିବିରରେ ଗଞ୍ଜାମରୁ ୬ ଖେଳାଳି

ବ୍ରହ୍ମପୁର ଅଫିସ,୮।୮: କଟକଠାରେ ଶୁକ୍ରବାରଠାରୁ ଓଡ଼ିଶା ୧୬ ବର୍ଷରୁ କମ୍‌ କ୍ରିକେଟ ଦଳ ଚୟନ ପାଇଁ ଶିବିର ଆୟୋଜିତ ହେଉଛି। ଏହି ଶିବିରରେ ଭାଗ ନେବା ପାଇଁ ଗଞ୍ଜାମ ଦଳରୁ ୬ ଜଣ ଖେଳାଳି ମନୋନୀତ ହୋଇଛନ୍ତି। ସେମାନେ ହେଲେ ଆହ୍ବାନ ପଟ୍ଟନାୟକ, ଦୀପକ ଦାସ, ଅମିତ କୁମାର ସାହୁ, ଅଭିଷେକ ପଟ୍ଟନାୟକ, ବିଭୂପ୍ରସାଦ ନାୟକ ଏବଂ ଅମିତ ପଟ୍ଟନାୟକ। ଗଞ୍ଜାମ ଜିଲା କ୍ରିକେଟ ସଂଘ ପକ୍ଷରୁ ଏହି ଖେଳାଳିଙ୍କୁ ଚୟନ କରାଯାଇଛି । ପୂର୍ବରୁ ଆନ୍ତଃଜିଲା ପ୍ରତିଯୋଗିତାରୁ ରାଜ୍ୟ ଦଳ ପାଇଁ ଖେଳାଳିଙ୍କୁ ଚୟନ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଜିଲାଗୁଡ଼ିକରୁ ବଛାବଛା ଖେଳାଳିଙ୍କୁ ନେଇ ରାଜ୍ୟସ୍ତରୀୟ ଚୟନ ଶିବିର ଅନୁଷ୍ଠିତ ହେଉଛି। ସେଠାରେ ରାଜ୍ୟ ଦଳ ପାଇଁ ଖେଳାଳିଙ୍କୁ ଚୟନ କରାଯାଉଛି। ଫଳରେ ପୂର୍ବରୁ ଜିଲାସ୍ତରୀୟ ପ୍ରତିଯୋଗିତାରେ ପ୍ରତିଭା ଦେଖାଇବାକୁ ସୁଯୋଗ ପାଉଥିବା ଖେଳାଳିମାନେ ଏଥିରୁ ବଞ୍ଚିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଭୋଟ ଦେଲେ ୧୦୩ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା

କୋରାପୁଟ,୬।୫(ଅମିତାଭ ବେହେରା): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ (ଘରେ ମତଦାନ)। ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ମତଦାନ କେନ୍ଦ୍ରକୁ ନ...

କେକେଆର୍‌ର ଐତିହାସିକ ବିଜୟ ପରେ ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କେଉଁଠି ଅଛନ୍ତି କେଉଁ ଦଳ

ଲକ୍ଷ୍ନୌ,୬।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ୫୪ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୯୮ ରନ୍‌ରେ ପରାସ୍ତ କରିଛି। ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ...

ବିନା କାଗଜପତ୍ରରେ ଚାଲିଛି ଏକାଧିକ ଖାଦାନ

କୋରେଇ,୬।୫( ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବିଭିନ୍ନ ବାଲି ଖାଦାନରୁ ଦୀର୍ଘ ଦିନ ହେବ ବ୍ୟବସାୟୀମାନେ ବିପୁଳ ମାତ୍ରାରେ...

ଜହର ପାଲଟିଛି ଜିଲାର ୭ ନଦୀ, ନାଳର ଜଳ

କେନ୍ଦ୍ରାପଡ଼ା, ୬।୫ (ଜଗନ୍ନାଥ ଧଳ); ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବାବେଳେ ଅନ୍ୟ ୩ ପାର୍ଶ୍ୱ ଜିଲାରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତ୍‌ସିଂହପୁର,...

ଅସହ୍ୟ ଗୁୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ

କାଏମା,୫ା୫(ଶିବପ୍ରସାଦ ମହାନ୍ତି): ଦିନକୁ ଦିନ ଅଘୋଷିତ ବିଦ୍ୟୁତ୍‌ କାଟ ଗ୍ରୀଷ୍ମ ପ୍ରବାହ ବେଳେ କଷ୍ଟଦାୟକ ହୋଇଛି ା ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଏପରି ସମସ୍ୟା...

ଯାଜପୁର ରୋଡ୍‌ରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁରରୋଡ଼,୬।୫(ପବିତ୍ର ରଞ୍ଜନ ମହାନ୍ତି): କ୍ରମବର୍ଦ୍ଧିଷ୍ଣୁ ଯାଜପୁରରୋଡ଼ ସହରର ଅଭିବୃଦ୍ଧି ଦିନକୁ ଦିନ ଘଟୁଛି। ଏଥିଯୋଗୁ ସହରର ଟ୍ରାଫିକ ବ୍ୟବସ୍ଥା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି।...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଲ୍ଲୀ,୬।୫: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ଟି-୨୦ ବିଶ୍ୱକପ ୨୦୨୪ ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ ଆରମ୍ଭରୁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।...

ନିର୍ବାଚନ ପୂର୍ବରୁ ଜୋରଧରିଲା ଜଳସେଚନ ସମସ୍ୟା

ପଟ୍ଟାମୁଣ୍ଡାଇ, ୬।୫(କଳ୍ପତରୁ ନାୟକ): ମୁଣ୍ଡ ଉପରେ ୨୦୨୪ ଲୋକ ସଭା ଓ ବିଧାନସଭା ନିର୍ବାଚନ। ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ଭରପୂର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri