Posted inଜାତୀୟ

ରାଜସ୍ଥାନରେ ପକ୍ଷୀମଡ଼କ : ସମ୍ଭର ହ୍ରଦରେ ମଲେଣି ୧୦ ହଜାର

ଜୟପୁର,୧୮ା୧୧: ରାଜସ୍ଥାନରେ ପକ୍ଷୀମଡ଼କ ଦେଖାଦେଇଛି। ରାଜଧାନୀ ଜୟପୁର ନିକଟରେ ଥିତ୍ବା ସମ୍ଭର ହ୍ରଦ ପାଖରେ ସପ୍ତାହକ ମଧ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ପ୍ରାଣ ହରାଇଲେଣି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶାଗତ ପକ୍ଷୀ ବୋଲି ଜଣାପଡିଛି। ସେମାନେ ଆଭିଆନ୍‌ ବୋଟୁଲିଜମ୍‌ରେ ମରିଥିବା ଜଙ୍ଗଲ ବିଭାଗ ବିଶ୍ୱାସ କରୁଛି। ବିଷାକ୍ତ ପଦାର୍ଥ ଖାଇବା ଦ୍ୱାରା ଏଭଳି ହୋଇଥାଏ। ଶୀତଦିନେ ଉକ୍ତ ଲୁଣାହ୍ରଦକୁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଆସିଥାନ୍ତି। ଏହି ରୋଗ ଯେପରି ଅନ୍ୟ ପକ୍ଷୀଙ୍କୁ ନ ବ୍ୟାପିବ, ସେଥିପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ୭୦ ଜଣିଆ ଟିମ୍‌ ସେଠାରେ ପହଞ୍ଚତ୍ ମୃତ ପକ୍ଷୀମାନଙ୍କୁ ପୋତି ଦେଉଛି। ପ୍ରାଣୀ ଚିକିତ୍ସା ବିଭାଗର କେତେକ ଟିମ୍‌ ମଧ୍ୟ ପକ୍ଷୀ ମୃତ୍ୟୁର କାରଣ ଅନୁଧ୍ୟାନ କରୁଛନ୍ତି। ବାର୍ଡ ଫ୍ଲୁରେ ପକ୍ଷୀ ମରୁଥିତ୍ବା ପ୍ରଥମେ ସନ୍ଦେହ କରାଯାଉଥିଲା, ତେବେ ଭୋପାଳ ଲାବରେଟୋରୀ ରିପୋର୍ଟରେ ଏହାକୁ ଅସ୍ବୀକାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ବିଚିତ୍ର ଲୀଳା, ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଦେଲେ ନୂଆ ଜୀବନ: ରିଷ୍ଟ ଖଣ୍ଡନ ହୋଇଗଲା କହି….

ନୟାଗଡ,୧୯।୮(ଲୋକନାଥ ମିଶ୍ର):ନୟାଗଡ ପୁରୁଣା ସହର ଜଗନ୍ନାଥ ମନ୍ଦିର ଦକ୍ଷିଣ ଦ୍ୱାରରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ଏକ ବ୍ୟାଟେରୀ ସ୍କୁଟି ଜଳିଗଲା। ସ୍କୁଟି ଚାଳକ…

‘ଥଲାପତି ବିଜୟ କ’ଣ କେବଳ ଖ୍ରୀଷ୍ଟିଆନଙ୍କ ମୁଖ୍ୟମନ୍ତ୍ରୀ?’ କର୍ନାଟକ ଭାଜପା ଅଧ୍ୟକ୍ଷଙ୍କ ପ୍ରଶ୍ନରେ ବଢ଼ିଲା ରାଜନୈତିକ ବିବାଦ

ନୂଆଦିଲ୍ଲୀ, ୧୯।୮: କର୍ନାଟକ ଭାଜପା ଅଧ୍ୟକ୍ଷ ତଥା ବିଧାୟକ ବି.ୱାଇ. ବିଜୟେନ୍ଦ୍ର ଚାମରାଜନଗରରେ ହୋଇଥିବା ଏକ ଉତ୍ତେଜନାରେ ୩ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ…

କ୍ୟାମେରା ବୁଲିବା ମାତ୍ରେ ଖୋଲିଗଲା ଗମ୍ଭୀରଙ୍କ ‘ମାଷ୍ଟରପ୍ଲାନ’ର ରହସ୍ୟ! ଭାଇରାଲ ଭିଡିଓରେ ଦେଖାଗଲା…

ନୂଆଦିଲ୍ଲୀ, ୧୯।୮: ଗଲରେ ଲ୍ର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି…

ହୋଟେଲରେ ବଡ଼ଧରଣର ଅଗ୍ନିକାଣ୍ଡ: ୯ ମୃତ

କୋଲକାତା, ୧୯।୯: କୋଲକାତାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ନ୍ୟୁ ମାର୍କେଟ ଅଞ୍ଚଳର ଫ୍ରି ସ୍କୁଲ ଷ୍ଟ୍ରିଟ୍‌ରେ ଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ…

ମେଣ୍ଢା ପାଳନ କରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ସରକାର ଦେଉଛନ୍ତି ୯୦% ପର୍ଯ୍ୟନ୍ତ ସବସିଡି!

ନୂଆଦିଲ୍ଲୀ, ୧୯।୮: ଗାଁ ଓ ଗ୍ରାମାଞ୍ଚଳରେ ଚାଷ ସହ ପଶୁପାଳନ ଚାଷୀଙ୍କ ଆୟ ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ। ବିଶେଷକରି ମେଣ୍ଢା ପାଳନକୁ କମ ସ୍ଥାନ ଓ…

ପ୍ରଶାସନିକ ଉଦାସୀନତା: ୨ ଶିକ୍ଷକଙ୍କ କାନ୍ଧରେ ହାଇସ୍କୁଲ, ୧୦୦ ପିଲାଙ୍କ ହଷ୍ଟେଲ ଭାର

ଜମନକିରା,୧୯।୮(ରବିନ୍ଦ୍ର ପ୍ରସାଦ ଦାନୀ):ଗୋଟିଏ ପଟେ ସରକାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଓ ରୂପାନ୍ତରଣର ଦିଗଦର୍ଶନ ଦେଉଛନ୍ତି। ଅନ୍ୟପଟେ ଗ୍ରାଉଣ୍ଡ ଜିରୋରେ ସରକାରୀ ହାଇସ୍କୁଲଗୁଡ଼ିକ କର୍ମଚାରୀ ଓ…

ନିଖୋଜ ମା’ଙ୍କୁ ଖୋଜୁଛି ବିଜୟ: ବଜାରରୁ ଗଳିକନ୍ଦି ବୁଲି ମାରୁଛନ୍ତି ପୋଷ୍ଟର

ଭୁବନେଶ୍ୱର, ୧୯ା୮(ପ୍ରସନଜିତ୍‌ ସାହୁ):ରାଜଧାନୀ ଭୁବନେଶ୍ବରରେ ନିଖୋଜଙ୍କ ସଂଖ୍ୟା ବଢି ଚାଲୁଥିବା ବେଳେ ଉଦ୍ଧାର କରିବାରେ ବିଫଳ ହେଉଛି କମିଶନରେଟ୍‌ ପୋଲିସ। ସିସିଟିଭି ଫୁଟେଜ୍‌ ଯାଞ୍ଚ ଆଳରେ ପୋଲିସ…

ଆଜି ଶୁଭ ଗ୍ରହଯୋଗ ସୃଷ୍ଟି: ମେଷ ସମେତ ୫ ରାଶିଙ୍କୁ ମିଳିପାରେ ବଡ଼ ଧନଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଦୃଷ୍ଟିରୁ ୧୯ ଅଗଷ୍ଟ ୨୦୨୬ ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ସପ୍ତମୀ ତିଥି ରହିବ ଏବଂ ବୁଧବାର ହେବ। ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri