Posted inଭଦ୍ରକ

ରଟନ୍ତି କାଳୀପୂଜାରେ ଝଲସୁଛି ଅସୁରାଳି

ଧାମନଗର, ୨୮।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିରେ ଶନିବାର ରାତିରୁ ଆରମ୍ଭ ହୋଇଛି ମା’ ରଟନ୍ତି କାଳୀପୂଜା। ଏଥିପାଇଁ ଅସୁରାଳି ଉତ୍ସବମୁଖର ହୋଇଥିବାବେଳେ ବିଭିନ୍ନ ସାଜସଜ୍ଜା ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି। ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଆସି ମା’ଙ୍କୁ ଦର୍ଶନ କରୁଛନ୍ତି। ଅସୁରାଳି, ଫତେପୁର, ଗୋବିନ୍ଦପୁର, କଲ୍ୟାଣୀ ଓ କୋଠାର ଆଦି ପଞ୍ଚାୟତବାସୀଙ୍କ ସହଯୋଗରେ ଏହି ସାର୍ବଜନୀନ ପୂଜା ପାଳିତ ହୋଇଆସୁଛି। ଅସୁରାଳି ବଜାର ବଣିକ ସଂଘ ଏବଂ ପୂଜା କମିଟି ଆନୁକୂଲ୍ୟରେ ଚଳିତବର୍ଷ ମା’ଙ୍କ ପୂଜା ଧୁମ୍‌ଧାମ୍‌ରେ ପାଳନ ହେଉଛି। ପ୍ରତିଦିନ ଚଣ୍ଡୀପାଠ, ଦେବୀ ବଗଳାମୁଖୀଙ୍କ ଆବିର୍ଭାବ, ଦିନବେଳା ଖିଚୁଡ଼ି ପ୍ରସାଦ ବଣ୍ଟନ ସହିତ ପ୍ରତ୍ୟହ ସନ୍ଧ୍ୟା ଆଳତି ମୁଖ୍ୟ ଆକର୍ଷଣ ସାଜିଛି। ଏହି ସମୟରେ ଆଳତି ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି। ସେହିପରି ସନ୍ଧ୍ୟାରେ ପ୍ରବଚନ, ଭଜନସନ୍ଧ୍ୟା, ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା, ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ସହିତ ଅପେରା ପ୍ରଦର୍ଶନ ବ୍ୟବସ୍ଥା ହୋଇଥିବା କମିଟି ସଭାପତି ଡା. ସଦାନନ୍ଦ ଦାସ, ଉପସଭାପତି ହରିହର ବେହେରା, ସମ୍ପାଦକ ଅଜୟ ସ୍ବାଇଁ ଓ ସହସମ୍ପାଦକ ଅମୂଲ୍ୟ ବେହେରା ସୂଚନା ଦେଇଛନ୍ତି। ଆସନ୍ତା ୪ ତାରିଖରେ ଭସାଣି ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।
ଉଲ୍ଲେଖନୀୟ ଯେ, ଅସୁରାଳିର ପ୍ରସିଦ୍ଧ ଦେବୀ ଆଶ୍ରମର ପ୍ରତିଷ୍ଠାତା ସ୍ବର୍ଗତ ବାବା ବୈରାଗୀ ପିଲାଦିନରୁ ମା’ ବିରଜାଙ୍କ ବଡ଼ ଭକ୍ତ ଥିଲେ। ମା’ ବିରଜାଙ୍କ ପୀଠରେ ଦିନେ ସ୍ବପ୍ନରେ ବାବା ଭୈରବାନନ୍ଦଙ୍କୁ ଦର୍ଶନ କରି ମା’ ରଟନ୍ତି କାଳୀଙ୍କୁ ପୂଜା ପାଇଁ ନିର୍ଦ୍ଦେଶ ପାଇଥିଲେ। ହିମାଳୟର ନନ୍ଦନ ଯାଇ ବାବା ଭୈରବାନନ୍ଦଙ୍କୁ ଦର୍ଶନ କରି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ତାଙ୍କଠାରୁ ରଟନ୍ତି କାଳୀଙ୍କ ବିଷୟରେ ଅବଗତ ହୋଇ ସେଠାରୁ ଫେରି ଅସୁରାଳିରେ ମା’ଙ୍କ ପୂଜା ଆରମ୍ଭ କରିଥିଲେ। ପୌରାଣିକ ମତରେ ପାତାଳପୁରର ମହିରାବଣ ଏବଂ ଅହିରାବଣ ଦେବୀ ନିକୁମ୍ଭିଲାଙ୍କୁ ପୂଜାର୍ଚ୍ଚନା କରି ବଳି ପ୍ରଥା ପ୍ରଚଳନ କରିଥିଲେ। ରାବଣଙ୍କ ନିର୍ଦ୍ଦେଶରେ ରାମ ଏବଂ ଲକ୍ଷ୍ମଣଙ୍କୁ ହତ୍ୟା ପାଇଁ ଉଦ୍ୟମ ସମୟରେ ହନୁମାନଙ୍କ ଦ୍ୱାରା ଦୁଇଭାଇ ବଧ ହୋଇଥିଲେ। ଏହାପରେ ପ୍ରଭୁ ରାମଚନ୍ଦ୍ର ଦେବୀ ନିକୁମ୍ଭିଲାଙ୍କୁ ପାତାଳପୁରରୁ ଉଦ୍ଧାର କରି ଉତ୍ତର ଓ ଦକ୍ଷିଣ ଭାରତରେ ମା’ ରଟନ୍ତି କାଳୀ ରୂପରେ ପୂଜା ଆରମ୍ଭ କରାଇଥିଲେ। ସାଧାରଣତଃ ମା’ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ଶିବଙ୍କ ଛାତି ଉପରେ ବାମପାଦ ରଖିଥିବାବେଳେ ରଟନ୍ତି କାଳୀଙ୍କ କ୍ଷେତ୍ରରେ ଶିବଙ୍କ ଉପରେ ମା’ଙ୍କର ଦକ୍ଷିଣ ପାଦ ସ୍ଥାପନର ବିଶେଷତ୍ୱ ରହିଆସିଛି। ବାବା ବୈରାଗୀ ୧୯୫୨ରେ ମାଘ ଚତୁର୍ଦ୍ଦଶୀରେ ଅସୁରାଳିର ଗାନ୍ଧୀ କୁଟିରରେ ମା’ଙ୍କ ପୂଜା ଆରମ୍ଭ କରି ଏହାକୁ ସାର୍ବଜନୀନ କରିଥିଲେ। ପ୍ରଥମେ କାଠ ଘେରା ମଣ୍ଡପରେ ପୂଜା ଆରମ୍ଭ ହୋଇଥିଲା। ଏବେ ବିଶାଳ ପୂଜା ମଣ୍ଡପ, ସ୍ଥାୟୀ ଯାତ୍ରା ମଣ୍ଡପ ଓ ମନ୍ଦିର ପରିସର ସମ୍ପୂର୍ଣ୍ଣ ଢଳେଇ ଦାଣ୍ଡ ପର୍ଯ୍ୟନ୍ତ ଶୋଭା ପାଉଛି। ପୂଜା ପାଇଁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

କାଦବରାଙ୍ଗରେ ରାଜନୈତିକ ହିଂସା

ଆଗରପଡ଼ା,୨୮ା୪(ସୁଶାନ୍ତ ଦାଶ)ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ରାତିରେ ଆଗରପଡ଼ା ଥାନା ଅଧୀନ କାଦବରାଙ୍ଗ ବଜାରରେ ରାଜନୈତିକ ହିଂସା ଘଟିଛି। ଏହି ବିବାଦରୁ ଦୋକାନ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri