Posted inଫୁରସତ

ରଜକୁ ଫିକା କରିବ କରୋନା: ବୁଡ଼ାଇଲା ରଜପାନ ବେପାର

ଜ୍ୟେଷ୍ଠର ରୌଦ୍ରତା ସହ ଆଷାଢ଼ର ଶୀତଳତା ଓ ମାଟି ମା’ ସହ ଶୀତଳ ବାରିଧାରାର ମିଳନ ରଜପର୍ବର ଅନ୍ୟତମ ଆକର୍ଷଣ। ବନ୍ଧୁ ସହ ବନ୍ଧୁର ମିଳନ ଆଉ କ୍ଷେତ ସହ କୃଷକର ମିଳନ ଆଣିଦିଏ ଅପୂର୍ବ ମାଦକତା। ତେବେ ପରିବର୍ତ୍ତିତ ପରିସ୍ଥିତିରେ ଏହାର ମହତ୍ତ୍ୱ କ୍ରମଶଃ କମିଆସୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଲୋପ ପାଇପାରି ନାହିଁ। ନୟାଗଡ଼ ଜିଲାର ବିଭିନ୍ନ ଅନୁଷ୍ଠାନ ଏହାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଚଳିତବର୍ଷ କରୋନା ଯୋଗୁ ଗାଁ ଗଣ୍ଡା ଓ ସହରରେ ଏହା ଫିକା ପଡିଛି।

ଗାଁରୁ ସହରଯାଏ ସବୁଠି ଅନୁଭୂତ ହେଉଥିଲା ରଜର ମିଠା ଅନୁଭୂତି। ବୁଢ଼ୀମା’ର ପାନ ବଟୁଆ ଭିତରେ ଲୁଚି ରହିଛି ନିୟୁତ ଯୁଗର ସ୍ନେହ, ଶ୍ରଦ୍ଧା, ପ୍ରେମ ଓ ଭଲ ପାଇବା। ମା’ର ହାତ ତିଆରି ଆରିସା ପିଠା ମଧ୍ୟରେ ଭରି ରହିଛି ଆଞ୍ଜୁଳା ଆଞ୍ଜୁଳା ସ୍ନେହ। ମିଳନ,ମାଦକତା, ଆନନ୍ଦ, ଉଲ୍ଲାସର ଏହି ପର୍ବରେ ଯିଏ ଯେଉଁଠି ଥାଉନା କାହିଁକି ଗାଁକୁ ଫେରିଥାନ୍ତି। ପ୍ରତ୍ୟେକ ପରିବାର ଏଥିପାଇଁ ଆଗଭର। ୩ଦିନ ପୂର୍ବରୁ ପ୍ରସ୍ତୁତି ସାରି ସଜବାଜ ହୋଇ ଏମାନେ ରଜ ପାଳିଥାନ୍ତି। ସମସ୍ତଙ୍କର ନୂଆ ବସ୍ତ୍ର। ପିଲା ମାନଙ୍କର ରଙ୍ଗବେରଙ୍ଗ ପୋଷାକ। ସମସ୍ତଙ୍କ ଘରେ ପୋଡପିଠା ସାଙ୍ଗକୁ ଆରିସା, କାକରା, ମଣ୍ଡା, ଚକୁଳିର ମହକ। ପିଲାଠାରୁ ବୟସ୍କ ସମସ୍ତେ ପାନର ମଧ୍ୟ ମଜା ନେଇଥାନ୍ତି। ଅନ୍ୟ ଓଷା ପରି ଏଥିରେ ଉପାସ ବ୍ରତ କରିବାକୁ ପଡେ ନାହଁି କି ଖାଇବାରେ ନ ଥାଏ ପ୍ରତିବନ୍ଧକ। ଖାଇବା, ଖୁଆଇବା ଏବଂ ସାହି ପଡିଶାରେ ବାଣ୍ଟିବା ନୟାଗଡ଼ ଜିଲାର ଗ୍ରାମାଞ୍ଚଳରେ କେଉଁ କାଳରୁ ପରମ୍ପରା ରହିଛି। ରଜ ସମୟରେ ଏଠାକାର ଗାଁ ଗହଳିରୁ ଶୁଭେ ପ୍ରେମ ଓ ସ୍ନେହର ଭାଷା। ଭଉଣୀ ତା’ର ଗେହ୍ଲା ଭାଇ ପାଇଁ ଗାଇଥାଏ ପ୍ରେମର ସଙ୍ଗୀତ। ଅନ୍ୟ ଝିଅପୁଅମାନେ ମଧ୍ୟ ଗାଇଥାନ୍ତି ଭଳିକି ଭଳି ଗୀତ। ଦୋଳିରେ ବସି ରଜ ଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଆଦି ଗୀତ ଗାଇଥାନ୍ତି। ଗଁାର ଝିଅ ବୋହୂମାନେ ଦେହରେ ବଟା ହଳଦୀ ଓ ଚନ୍ଦନର ପ୍ରଲେପ ମାଖି ମୁହଁରେ ଚନ୍ଦନ ଟିପା, କୁଙ୍କୁମ, ଆଖିରେ କଜ୍ଜଳ ଓ ପାଦରେ ଅଳତା ଲଗାଇ ନୂଆ ଲୁଗା ପିନ୍ଧି ଦଳ ଦଳ ହୋଇ ବୁଲିଥାନ୍ତି। ଯୁବକମାନେ ଲୁଡୁ, ତାସ୍‌, ପଶାପାଲିରେ ବିଭୋର ଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ। ନୟାଗଡ଼ ଅନତି ଦୂର ଇଟାମାଟିର ତନ୍ତି ସାହି, ସାଲୁଣୀ ଗ୍ରାମ ଭଳି ଜିଲାର ବିଭିନ୍ନ ଗ୍ରାମରେ କୁଆଁରୀ ଝିଅମାନେ ପ୍ରତିବର୍ଷ ରଜ ମହୋତ୍ସବ ପାଳନ କରି ଦୋଳି ଖେଳକୁ ବେଶ୍‌ ଉପଭୋଗ କରିଥାନ୍ତି। ସହରରେ ଥିବା ନାରାୟଣ ପାର୍କରେ ରଜ ଦୋଳି ଖେଳିବା ପାଇଁ ଭିଡ଼ ଜମେ। ନୟାଗଡ଼ ବ୍ଲକ ଇକିରି ପଞ୍ଚୟତ ନଛିପୁର ଗାଁରେ ଛୋଟ ଝିଅଙ୍କଠାରୁ ଆରମ୍ଭ କରି କୁଆଁରୀ ଝିଅମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି। ଏଠାରେ ପୁଚି ଖେଳଠାରୁ ଆରମ୍ଭ କରି ବେଲୁନ୍‌ ଫୁଙ୍କା, ଝୋଟି ମୁରୁଜ ଆଦି ପ୍ରତିଯୋଗିତା ହୋଇଥାଏ। ରଜ ପାନ ଖାଇବା ପାଇଁ ବିଭିନ୍ନ ପାନ ଦୋକାନରେ ଭିଡ଼ ଜମିଥାଏ। ରଜକୁ ଦୃଷ୍ଟିରେ ରଖି କିଛି ପାନ ଦୋକାନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ହେଲେ କରୋନା ପାଇଁ ସବୁକିଛି ଯେମିତି ମଉଳିଯାଇଛି।

– ଲୋକନାଥ ମିଶ୍ର, ନୟାଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri