କେନ୍ଦୁଝରର ଗଣପର୍ବ ରଜ: ରଜବତୀଙ୍କ ପୂଜା ମୁଖ୍ୟ ଆକର୍ଷଣ

କେନ୍ଦୁଝର: ‘ବନସ୍ତେ ଡାକିଲା ଗଜ। ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ।’ ହଁ ଆଜି ପହିଲି ରଜ। କୃଷିଭିତ୍ତିକ ଏହି ପର୍ବକୁ ଗାଁଠୁ ସହର ପ୍ରତିଟି ଓଡ଼ିଆ ପରିବାର ପାଳିଥାନ୍ତି। ବିଶେଷ କରି କେନ୍ଦୁଝର ଜିଲାରେ ରଜପର୍ବ ନିଆରା ଢଙ୍ଗରେ ପାଳିତ ହୋଇଥାଏ। ଆଦିବାସୀ ଅଧ୍ୟୁଷିତ କେନ୍ଦୁଝରରେ ରଜକୁ ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ନାଚଗୀତ, ପିଠାପଣା ସହ ଦୋଳି ଖେଳର ମଜା ସମସ୍ତେ ଉଠାନ୍ତି। ତେବେ ଏଠାକାର ଆଉ ଏକ ଆକର୍ଷଣ ହେଉଛି ରଜବତୀ ପୂଜା, ଯାହା ଏଠାକାର ରଜପର୍ବକୁ କରେ ନିଆରା। ଚଳିତବର୍ଷ ଜିଲାପାଳ କରୋନା ସଂକ୍ରମଣ ପାଇଁ କଟକଣା ଲଗାଇଛନ୍ତି। କିନ୍ତୁ ଗାଁ ଗଣ୍ଡାରେ ଲୋକେ ଏହାକୁ ସାମାଜିକ ଦୂରତ୍ୱ ବଜାୟ ରଖି ପାଳନ କରିବେ ବୋଲି କୁହାଯାଉଛି।

ରଜ ତିନିଦିନରେ ନ ଥାଏ କୌଣସି ଉଚ୍ଚନୀଚର ଭେଦଭାବ। ସେ ଆଦିବାସୀ ହୁଅନ୍ତୁ ଅବା ଅଣଆଦିବାସୀ ସମସ୍ତେ ମିଳିମିଶି ରଜର ମଜା ଉଠାଇଥାଆନ୍ତି। ନୃତ୍ୟ ଗୀତରେ ଦୁଲୁକି ଉଠେ ପରିବେଶ। ଏଠାରେ ଦେଖିବାକୁ ମିଳେ ବିଭିନ୍ନ ପ୍ରକାରର ଦୋଳି ଯେମିତିକି ଚକ୍ରି ଦୋଳି, ଖାଇ ଦୋଳି, ରାମ ଦୋଳି। ତେବେ ରାମ ଦୋଳି ହେଉଛି ଏଠାକାର ବିଶେଷ ଆକର୍ଷଣ। ଯେଉଁଥିରେ ଏକାଥରେ ୧୬ ଜଣ ବସି ଦୋଳି ଖେଳି ପାରନ୍ତି। ତେବେ ଏଠାକାର ରଜକୁ ସ୍ବତନ୍ତ୍ର କରିଥାଏ ‘ରଜବତୀ ପୂଜା’। ଖାସ୍‌କରି ଷଡ଼ଙ୍ଗୀ, ଭଣ୍ଡା, ହର୍ଷପୁର ଆଦିଗ୍ରାମରେ ରଜବତୀ ବିଭାଘର ବା ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଥାଏ ବୋଲି ଅଧ୍ୟାପକ ବିପିନ ସାହୁ କୁହନ୍ତି। ରଜ ପୂର୍ବ ଦିନ ପାଣି ବୁହା ଅର୍ଥାତ୍‌ ଘର ସଫାସୁତରା କରିବା ସହ ପିଠାପଣା ପ୍ରସ୍ତୁତ ହୋଇଥାଏ। ଯେମିତିକି ରଜ ତିନିଦିନ ଆଉ କାମ କରିବାକୁ ପଡିବ ନାହିଁ। କେବଳ ଖିଆପିଆ, ନାଚଗୀତରେ ସମୟ ବିତିବ। ପ୍ରଥମ ରଜରେ ମା’ ରଜବତୀଙ୍କର ଏକ ପ୍ରତିମା ମାଟିରେ ତିଆରି କରାଯାଏ। ସେହିଭଳି ଏକ ପୁରୁଷ ପ୍ରତିମା ବି ଗଢାଯାଏ। ତା’ପରେ ବିରାଟ ପଟୁଆରରେ ବରପକ୍ଷ ଶୋଭାଯାତ୍ରା କରି ଆସନ୍ତି। ମହିଳାପୁରୁଷ ସମସ୍ତେ ଯୋଗ ଦିଅନ୍ତି। ଶେଷରେ ଗାଁମୁଣ୍ଡ ଯାତ୍ରା ପଡିଆରେ ଏକ ମଣ୍ଡପ ତିଆରି ହୋଇଥାଏ। ସେଠାରେ ମା’ ରଜବତୀ ଓ ସେହି ପୁରୁଷ ପ୍ରତିମାଙ୍କର ପୂଜା ସହ ବାହାଘର କରାଯାଏ। ସମସ୍ତେ ଖୁସିରେ ହାତ ଧରାଧରି ହୋଇ ନାଚ କରିଥାନ୍ତି ବୋଲି ସଂସ୍କୃତି ଗବେଷକ ଡ.କୃଷ୍ଣଚନ୍ଦ୍ର ନାଏକ କହିଛନ୍ତି। ସ୍ବତଃପ୍ରବୃତ ଭାବରେ ମହିଳାମାନେ ଉଚ୍ଚନୀଚ ଭେଦଭାବ ଭୁଲି ନୃତ୍ୟଗୀତ କରିଥାନ୍ତି। ମୁଣ୍ଡା, ମାଝି, ସାନ୍ତାଳ, ଜୁଆଙ୍ଗ, ଭୂୟାଁ ସମସ୍ତେ ଦଳ ଦଳ ହୋଇ ନାଚନ୍ତି। ଏହି ଦିନରେ କୌଣସି ଜାତିଭେଦ ନ ଥାଏ ଓ ସମସ୍ତଙ୍କ ମଧ୍ୟରେ ଆତ୍ମୀୟତା ଥାଏ ବୋଲି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା କହନ୍ତି। ଏମିତିଭାବେ ପ୍ରଥମ ଓ ଦ୍ୱିତୀୟ ରଜରେ ଦୁଇଦିନ ରଜବତୀ ପୂଜା ହୁଏ। ଆଉ ତୃତୀୟଦିନରେ ମା’ ରଜବତୀ ଦେବୀଙ୍କୁ ବିସର୍ଜନ କରାଯାଏ। ମହିଳାମାନେ ଏକ ଶୋଭାଯାତ୍ରାରେ ଉତ୍‌ଫୁଲ୍ଲିତ ହୋଇ ମନର ଭାବକୁ ଗୀତ ଆକାରରେ ପରିପ୍ରକାଶ କରି ପାଖ ପୋଖରୀ ବା ଅନ୍ୟ ଜଳାଶୟରେ ବିସର୍ଜନ କରିଥାନ୍ତି। ଆଉ ସେଠାକୁ ପୁରୁଷଙ୍କୁ ମନା ଥାଏ। ତେବେ ଯେଉଁଠି ଏହି ପୂଜା କରାଯାଇ ନ ଥାଏ, ସେଠାରେ ସନ୍ଧ୍ୟା ସମୟରେ ମହିଳାମାନେ ଗୀତ ଗାଇ ଗାଁ ଜଳାଶୟରେ ସ୍ନାନ କରି ଫେରିଥାନ୍ତି। ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସଂସ୍କୃତି ଗବେଷକ ଡ.କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି ଯେ, ଓଡ଼ିଶାରେ ରଜ କହିଲେ କେନ୍ଦୁଝର ଜିଲାର ରଜକୁ ବୁଝାଏ। ସବୁ ବର୍ଗର ଓ ସମ୍ପ୍ରଦାୟର ମହିଳାମାନେ ଏହାକୁ ପାଳନ କରିଥାନ୍ତି। ନାରୀ ଓ ଧରିତ୍ରୀ ମାତା ସମାନ। ଉଭୟେ ସୃଷ୍ଟିକାରିଣୀ। ଏଣୁ ମହିଳାମାନେ ରଜଦେବୀଙ୍କୁ ସ୍ବତଃପ୍ରବୃତ ଗୀତ ମାଧ୍ୟମରେ ଆବାହନ କରିଥାନ୍ତି। ଚଳିତ ବର୍ଷ କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଣୁ ଏହି ଦୋଳି ମହୋତ୍ସବ ପାଳନ ଉପରେ କଟକଣା କରାଯାଇଛି ବୋଲି ବରିଷ୍ଠ ସାହିତି୍ୟକ ପ୍ରଦୀପ ରାଉତ କହିଛନ୍ତି।

– ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri