ରଜ ମହୋତ୍ସବରେ ପ୍ରତିଯୋଗିତା

ବନ୍ତ, ୧୬।୬ (ଡି.ଏନ.ଏ.) – ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବାବାମଣି ମିଶନ କ୍ଲବ ପକ୍ଷରୁ ରଜ ମହୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଝୋଟି, ପୁଚି, କବାଡ଼ି, ତାସ, ଲୁଡୁ ଓ ମୁରୁଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଠାରେ ଦୀର୍ଘ ୨୦ ବର୍ଷ ଧରି ଏହି ମହୋତ୍ସବ ପାଳନ କରାଯାଇଆସୁଛି। ରାଧାକୃଷ୍ଣ ମୂର୍ତ୍ତି ସାଙ୍ଗକୁ ଠାକୁରାଣୀ ପଡ଼ିଆକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ବିଭିନ୍ନ ପ୍ରକାର ଦୋଳି, ମୀନାବଜାର ଏଠାରେ ଶୋଭା ପାଉଛି। ମିଶନ କ୍ଲବର ମୁଖ୍ୟ ଆୟୋଜକ ରାଜେଶ ବେହେରା, ସଭାପତି ଅଜୟ ବେହେରା, ସମ୍ପାଦକ ପଦ୍ମଲୋଚନ ବେହେରା, ଗଙ୍ଗାଧର ବେହେରା, ରଶ୍ମିରଞ୍ଜନ ବେହେରା, ମହିମା ବେହେରା, ସୁନିତା ବେହେରା, ସସ୍ମିତା ବେହେରା ପ୍ରମୁଖ ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri