Posted inଖେଳ

ରଗ୍‌ବୀ ବିଶ୍ୱକପ୍‌: କରୋନା ଭାଇରସ୍‌ ସେବାକାରୀ ଲାଗି ୨୦୨୧ମାଗଣା ଟିକେଟ

ଲଣ୍ଡନ, ୨୭ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ବିପକ୍ଷରେ ଚାଲିଥିବା ଲଢେଇରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା କର୍ମଚାରୀଙ୍କ ପାଇଁ ୨୦୨୧ ରଗ୍‌ବୀ ବିଶ୍ୱକପ୍‌ ଦେଖିବା ଲାଗି ମାଗଣା ଟିକେଟର ବ୍ୟବସ୍ଥା କରାଯାଇଛି। ଟୁର୍ନାମେଣ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଜନ୍‌ ଡଟନ ଗୁରୁବାର ଏକ ଅନ୍‌ଲାଇନ୍‌ ଖବରଦାତା ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। କରୋନା ଭାଇରସ୍‌ ବିରୋଧରେ ଚାଲିଥିବା ମୁକାବିଲାରେ ବ୍ରିଟେନର ନ୍ୟାଶନାଲ ହେଲ୍‌ଥ ସର୍ଭିସର ଭୂମିକାକୁ ଦେଶ ବ୍ୟାପୀ ପ୍ରଶଂସା କରାଯାଉଛି। ଏହି ପରିପ୍ରେକ୍ଷୀରେ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)ର ପ୍ରମୁଖ ସ୍ବାର୍ଥକର୍ମିମାନଙ୍କ ଲାଗି ୨୦,୦୨୧ ମାଗଣା ଟିକେଟ ବ୍ୟବସ୍ଥା କରାଯିବା ସମ୍ପର୍କରେ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଥିବା ଡଟନ କହିଛନ୍ତି। ରଗ୍‌ବୀ ଲିଗ୍‌ ବିଶ୍ୱକପ୍‌ ଆସନ୍ତାବର୍ଷ ଅକ୍ଟୋବର ଓ ନଭେମ୍ବରରେ ହେବାର କାର୍ଯ୍ୟକ୍ରମ ରହିଛି। କୋଭିଡ୍‌-୧୯ ପାଇଁ ବର୍ତ୍ତମାନ ସମଗ୍ର ବିଶ୍ୱରେ କ୍ରୀଡ଼ା କାର୍ଯ୍ୟକଳାପ ନିସ୍ତେଜ ହୋଇଯାଇଛି। ତେବେ ସେତେବେଳେକୁ ପରିସ୍ଥିତିରେ ସୁଧାର ଆସିଯାଇଥିବ ବୋଲି ଡଟନ ଆଶା ପ୍ରକାଶ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

ବନ୍ଦ ହେବ ରାସାୟନିକ ପ୍ରକ୍ର୍ରିୟାକୃତ ପନିର ବିକ୍ରି

ନୂଆଦିଲ୍ଲୀ,୨୫।୯: ଖାଦ୍ୟ ଅପମିଶ୍ରଣ ଏବଂ ଖାଦ୍ୟ ପ୍ୟାକେଟ୍‌ରେ ବିଭ୍ରାନ୍ତିକର ଦାବି କରୁଥିବା କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ…

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?