ରକ୍ତତୀର୍ଥ ଇରମ

ସ୍ବାଧୀନତା ସଂଗ୍ରାମ ଇତିହାସରେ ମହାତ୍ମା ଗାନ୍ଧୀଙ୍କ ଭାରତଛାଡ ଆନ୍ଦୋଳନ ସର୍ବଶେଷ ଏବଂ ସର୍ବଶ୍ରେଷ୍ଠ ଆନ୍ଦୋଳନ ଭାବେ ଖ୍ୟାତି ଲାଭ କରିଥିଲା, ବିଶ୍ୱ ଇତିହାସରେ ଯେଉଁ ବିପ୍ଳବର ପଟାନ୍ତର ନ ଥିଲା। ଗାନ୍ଧିଜୀଙ୍କ ଡାକରାରେ ସେତେବେଳେ ତେଜି ଉଠିଥାଏ ସାରା ଭାରତ। ଗାଁରୁ ସହର, ପଲ୍ଲୀରୁ ଜଙ୍ଗଲ ଓ ସମୁଦ୍ରରୁ ପାହାଡ଼ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ବିପ୍ଳବର ସ୍ବର ଉତ୍ତୋଳନ କରି ବ୍ରିଟିଶ ବିରୋଧରେ ଚଳାଇଥାନ୍ତି ରୀତିମତ ସଂଗ୍ରାମ। ସବୁଆଡ଼େ ସେହି ଗୋଟିଏ କଥା- ‘କର ବା ମର’। କିଏ ଜାଣିଥିଲା, ଏ ପ୍ରତିଜ୍ଞା ଓଡ଼ିଶା ମାଟିର ଏକ ବଣଜଙ୍ଗଲ, ନଦୀନାଳଘେରା ଅଖ୍ୟାତପଲ୍ଲୀ ଇରମର ଅନାମଧେୟ ନିରୀହ ଜନସାଧାରଣଙ୍କ ମନରେ ଶତସିଂହର ସାହସ ଭରିଦେଇ ଏକ ନୂଆ ଇତିହାସ ସୃଷ୍ଟି କରିବ ବୋଲି? ବ୍ରିଟିଶ ଶାସନରେ ଇରମ କହିଲେ ଅବିଭକ୍ତ ବାଲେଶ୍ୱର ଜିଲାର ବାସୁଦେବପୁର ସହରଠୁ ବହୁ ଦୂରରେ ଥିବା ଏକ ନଈପଠା, ବଣଗୋହିରୀ ପରିବେଷ୍ଟିତ ଶାନ୍ତ, ଅଜ୍ଞାତ, ନଗଣ୍ୟ ପଲ୍ଲୀ ଅଞ୍ଚଳ, ଯେଉଁଠାରୁ ସ୍ବତଃସ୍ଫୂର୍ତ୍ତ ଭାବେ ପ୍ରତିଧ୍ୱନିତ୍ୱ ହେଉଥିଲା- ଆମେ ଚାହୁଁ ପୂର୍ଣ୍ଣ ସ୍ବାଧୀନତା। ଇରମର ମାଟି, ପାଣି, ପବନରେ ଆମେ ଗଢ଼ା ସତ୍ୟାଗ୍ରହୀ ସନ୍ତାନ। ମରନେ ତକ୍‌-ଲଢ଼େଙ୍ଗେ ହମ୍‌।
ଜାତୀୟ କଂଗ୍ରେସର ଅସହଯୋଗ ଆନ୍ଦୋଳନଠାରୁ ଆରମ୍ଭକରି ଐତିହାସିକ ଲାହୋର ଅଧିବେଶନରେ ଆଇନ ଅମାନ୍ୟ ଆନ୍ଦୋଳନର ସିଦ୍ଧାନ୍ତ ପ୍ରତିଧ୍ୱନିତ ହୋଇଥିଲା ଏହି ଇରମ ମାଟିରେ। ସ୍ବାଧୀନତା ଆନ୍ଦୋଳନରେ ଇରମ ଥିଲା ଅନ୍ୟତମ ପ୍ରାଣକେନ୍ଦ୍ର। ବିପ୍ଳବର ଲେଲିହାନ ଶିଖା ଆସ୍ତେ ଆସ୍ତେ ତେଜି ଉଠୁଥାଏ ଇରମରେ ଏବଂ ସେଥିପାଇଁ ୧୯୪୨ ମସିହା ସେପ୍ଟେମ୍ବର ୨୮ରେ ଇଂରେଜ ସରକାରଙ୍କ ବିରୋଧରେ ବିରାଟ ସଭା ଆହୂତ ହେଲା। ନିରୀହ, ଶାନ୍ତ, ସରଳ, ଶୃଙ୍ଖଳିତ ସତ୍ୟାଗ୍ରହୀମାନେ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ମେଳନ ପଡ଼ିଆରେ ସମବେତ ହେଲେ। ଚାଲିଲା ବ୍ରିଟିଶ ବିରୋଧୀ ସ୍ଲୋଗାନ୍‌। ସଂଗ୍ରାମୀମାନଙ୍କର ଓଜସ୍ବିନୀ ଏବଂ ଲୋମହର୍ଷଣକାରୀ ବକ୍ତୃତାରେ ମେଳନ ପଡ଼ିଆର ବାୟୁମଣ୍ଡଳ ସରଗରମ ହେଉଥାଏ। ସମସ୍ତେ ଅତିଷ୍ଠ, ଅଶାନ୍ତ। ସମସ୍ତେ ଅନ୍ୟାୟ ବିରୋଧରେ ସଂଗ୍ରାମ ଭୂଇଁରେ ଅବତୀର୍ଣ୍ଣ। ସ୍ବାଧୀନତାର ସ୍ବାଦ ପାଇଁ ସମସ୍ତେ ପାଗଳ- କି ବୁଢ଼ା କି ପିଲା, କି ନେତା କି ଜନତା।
ହଠାତ୍‌ ଗୋଧୂଳି ଲଗ୍ନର ଲାଲିମା ମଳିନ ପଡ଼ିଗଲା। ଗୁଡୁମ୍‌ ଗୁଡୁମ୍‌ ଆଓ୍ବାଜ ଓ ତା’ପରେ ଇରମ ଭୂଇଁ ମୁହୂର୍ତ୍ତକ ମଧ୍ୟରେ ରକ୍ତାକ୍ତ ହୋଇଗଲା। ଆକାଶରେ ମେଘମାଳାର ବିଜୁଳି ଚମକ ସାଙ୍ଗକୁ ଗୁଳିର ଝଲକ ଲୋକମାନଙ୍କୁ କିଂକର୍ତ୍ତବ୍ୟବିମୂଢ଼ କରିଦେଲା। ଗୁଳିକାଣ୍ଡରେ ୨୯ଜଣ ସଂଗ୍ରାମୀ ଟଳିପଡ଼ିଲେ, ୫୬ଜଣ କ୍ଷତବିକ୍ଷତ ହେଲେ। ରକ୍ତସ୍ନାତ ଶବ ଓ ଆହତଙ୍କର କରୁଣ କ୍ରନ୍ଦନ ବାୟୁମଣ୍ଡଳକୁ ଭାରାକ୍ରାନ୍ତ କରିଦେଲା। ପତିହରା ପତ୍ନୀ, ପୁତ୍ରହରା ମାତାଙ୍କର ସେହି କାଳରାତ୍ରିର ବୁକୁଫଟା କ୍ରନ୍ଦନ ଏବଂ ଆକୁଳ ଆର୍ତ୍ତନାଦ ଅତୀବ ମର୍ମସ୍ପର୍ଶୀ ଏବଂ ହୃଦୟବିଦାରକ। ବର୍ବରୋଚିତ ଗୁଳିକାଣ୍ଡରେ ସ୍ତ୍ରୀ ତା’ର ସ୍ବାମୀକୁ ହରାଇ ସୀମନ୍ତରୁ ସିନ୍ଦୂର ପୋଛି, ମା’ବାପା ପୁତ୍ରକୁ ହରାଇ ପାଗଳ ହୋଇଛନ୍ତି, ଭାଇ ତା’ର ଭଉଣୀକୁ ହରାଇ ତୀବ୍ର ଆଘାତରେ ମ୍ରିୟମାଣ ହୋଇଛି, କିନ୍ତୁ ସେମାନଙ୍କର ଦାୟାଦ ଆଜି ପାଇଛନ୍ତି କ’ଣ? ନିଜକୁ ନିଜେ ପଚାରିବା ପାଇଁ ବର୍ତ୍ତମାନ ସମୟ ଉପନୀତ।


Enter your email to get our daily news in your inbox.

All Right Reserved By Dharitri.Com

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ଆରଜି କର ମାମଲାରେ ବଡ଼ ଆକ୍ସନ, TMCର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

କୋଲକାତା,୧୩।୮: ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri