ରକ୍ତତୀର୍ଥ ଇରମ

ସ୍ବାଧୀନତା ସଂଗ୍ରାମ ଇତିହାସରେ ମହାତ୍ମା ଗାନ୍ଧୀଙ୍କ ଭାରତଛାଡ ଆନ୍ଦୋଳନ ସର୍ବଶେଷ ଏବଂ ସର୍ବଶ୍ରେଷ୍ଠ ଆନ୍ଦୋଳନ ଭାବେ ଖ୍ୟାତି ଲାଭ କରିଥିଲା, ବିଶ୍ୱ ଇତିହାସରେ ଯେଉଁ ବିପ୍ଳବର ପଟାନ୍ତର ନ ଥିଲା। ଗାନ୍ଧିଜୀଙ୍କ ଡାକରାରେ ସେତେବେଳେ ତେଜି ଉଠିଥାଏ ସାରା ଭାରତ। ଗାଁରୁ ସହର, ପଲ୍ଲୀରୁ ଜଙ୍ଗଲ ଓ ସମୁଦ୍ରରୁ ପାହାଡ଼ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ବିପ୍ଳବର ସ୍ବର ଉତ୍ତୋଳନ କରି ବ୍ରିଟିଶ ବିରୋଧରେ ଚଳାଇଥାନ୍ତି ରୀତିମତ ସଂଗ୍ରାମ। ସବୁଆଡ଼େ ସେହି ଗୋଟିଏ କଥା- ‘କର ବା ମର’। କିଏ ଜାଣିଥିଲା, ଏ ପ୍ରତିଜ୍ଞା ଓଡ଼ିଶା ମାଟିର ଏକ ବଣଜଙ୍ଗଲ, ନଦୀନାଳଘେରା ଅଖ୍ୟାତପଲ୍ଲୀ ଇରମର ଅନାମଧେୟ ନିରୀହ ଜନସାଧାରଣଙ୍କ ମନରେ ଶତସିଂହର ସାହସ ଭରିଦେଇ ଏକ ନୂଆ ଇତିହାସ ସୃଷ୍ଟି କରିବ ବୋଲି? ବ୍ରିଟିଶ ଶାସନରେ ଇରମ କହିଲେ ଅବିଭକ୍ତ ବାଲେଶ୍ୱର ଜିଲାର ବାସୁଦେବପୁର ସହରଠୁ ବହୁ ଦୂରରେ ଥିବା ଏକ ନଈପଠା, ବଣଗୋହିରୀ ପରିବେଷ୍ଟିତ ଶାନ୍ତ, ଅଜ୍ଞାତ, ନଗଣ୍ୟ ପଲ୍ଲୀ ଅଞ୍ଚଳ, ଯେଉଁଠାରୁ ସ୍ବତଃସ୍ଫୂର୍ତ୍ତ ଭାବେ ପ୍ରତିଧ୍ୱନିତ୍ୱ ହେଉଥିଲା- ଆମେ ଚାହୁଁ ପୂର୍ଣ୍ଣ ସ୍ବାଧୀନତା। ଇରମର ମାଟି, ପାଣି, ପବନରେ ଆମେ ଗଢ଼ା ସତ୍ୟାଗ୍ରହୀ ସନ୍ତାନ। ମରନେ ତକ୍‌-ଲଢ଼େଙ୍ଗେ ହମ୍‌।
ଜାତୀୟ କଂଗ୍ରେସର ଅସହଯୋଗ ଆନ୍ଦୋଳନଠାରୁ ଆରମ୍ଭକରି ଐତିହାସିକ ଲାହୋର ଅଧିବେଶନରେ ଆଇନ ଅମାନ୍ୟ ଆନ୍ଦୋଳନର ସିଦ୍ଧାନ୍ତ ପ୍ରତିଧ୍ୱନିତ ହୋଇଥିଲା ଏହି ଇରମ ମାଟିରେ। ସ୍ବାଧୀନତା ଆନ୍ଦୋଳନରେ ଇରମ ଥିଲା ଅନ୍ୟତମ ପ୍ରାଣକେନ୍ଦ୍ର। ବିପ୍ଳବର ଲେଲିହାନ ଶିଖା ଆସ୍ତେ ଆସ୍ତେ ତେଜି ଉଠୁଥାଏ ଇରମରେ ଏବଂ ସେଥିପାଇଁ ୧୯୪୨ ମସିହା ସେପ୍ଟେମ୍ବର ୨୮ରେ ଇଂରେଜ ସରକାରଙ୍କ ବିରୋଧରେ ବିରାଟ ସଭା ଆହୂତ ହେଲା। ନିରୀହ, ଶାନ୍ତ, ସରଳ, ଶୃଙ୍ଖଳିତ ସତ୍ୟାଗ୍ରହୀମାନେ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ମେଳନ ପଡ଼ିଆରେ ସମବେତ ହେଲେ। ଚାଲିଲା ବ୍ରିଟିଶ ବିରୋଧୀ ସ୍ଲୋଗାନ୍‌। ସଂଗ୍ରାମୀମାନଙ୍କର ଓଜସ୍ବିନୀ ଏବଂ ଲୋମହର୍ଷଣକାରୀ ବକ୍ତୃତାରେ ମେଳନ ପଡ଼ିଆର ବାୟୁମଣ୍ଡଳ ସରଗରମ ହେଉଥାଏ। ସମସ୍ତେ ଅତିଷ୍ଠ, ଅଶାନ୍ତ। ସମସ୍ତେ ଅନ୍ୟାୟ ବିରୋଧରେ ସଂଗ୍ରାମ ଭୂଇଁରେ ଅବତୀର୍ଣ୍ଣ। ସ୍ବାଧୀନତାର ସ୍ବାଦ ପାଇଁ ସମସ୍ତେ ପାଗଳ- କି ବୁଢ଼ା କି ପିଲା, କି ନେତା କି ଜନତା।
ହଠାତ୍‌ ଗୋଧୂଳି ଲଗ୍ନର ଲାଲିମା ମଳିନ ପଡ଼ିଗଲା। ଗୁଡୁମ୍‌ ଗୁଡୁମ୍‌ ଆଓ୍ବାଜ ଓ ତା’ପରେ ଇରମ ଭୂଇଁ ମୁହୂର୍ତ୍ତକ ମଧ୍ୟରେ ରକ୍ତାକ୍ତ ହୋଇଗଲା। ଆକାଶରେ ମେଘମାଳାର ବିଜୁଳି ଚମକ ସାଙ୍ଗକୁ ଗୁଳିର ଝଲକ ଲୋକମାନଙ୍କୁ କିଂକର୍ତ୍ତବ୍ୟବିମୂଢ଼ କରିଦେଲା। ଗୁଳିକାଣ୍ଡରେ ୨୯ଜଣ ସଂଗ୍ରାମୀ ଟଳିପଡ଼ିଲେ, ୫୬ଜଣ କ୍ଷତବିକ୍ଷତ ହେଲେ। ରକ୍ତସ୍ନାତ ଶବ ଓ ଆହତଙ୍କର କରୁଣ କ୍ରନ୍ଦନ ବାୟୁମଣ୍ଡଳକୁ ଭାରାକ୍ରାନ୍ତ କରିଦେଲା। ପତିହରା ପତ୍ନୀ, ପୁତ୍ରହରା ମାତାଙ୍କର ସେହି କାଳରାତ୍ରିର ବୁକୁଫଟା କ୍ରନ୍ଦନ ଏବଂ ଆକୁଳ ଆର୍ତ୍ତନାଦ ଅତୀବ ମର୍ମସ୍ପର୍ଶୀ ଏବଂ ହୃଦୟବିଦାରକ। ବର୍ବରୋଚିତ ଗୁଳିକାଣ୍ଡରେ ସ୍ତ୍ରୀ ତା’ର ସ୍ବାମୀକୁ ହରାଇ ସୀମନ୍ତରୁ ସିନ୍ଦୂର ପୋଛି, ମା’ବାପା ପୁତ୍ରକୁ ହରାଇ ପାଗଳ ହୋଇଛନ୍ତି, ଭାଇ ତା’ର ଭଉଣୀକୁ ହରାଇ ତୀବ୍ର ଆଘାତରେ ମ୍ରିୟମାଣ ହୋଇଛି, କିନ୍ତୁ ସେମାନଙ୍କର ଦାୟାଦ ଆଜି ପାଇଛନ୍ତି କ’ଣ? ନିଜକୁ ନିଜେ ପଚାରିବା ପାଇଁ ବର୍ତ୍ତମାନ ସମୟ ଉପନୀତ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନକୁ ତୀବ୍ର ବିରୋଧ: ହଜାରରୁ ଅଧିକ ଲୋକଙ୍କ ଜନଆନ୍ଦୋଳନ

ତିହିଡ଼ି,୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀ ହରିହଂସ କୀର୍ତ୍ତନ ମଣ୍ଡପ ପରିସରରେ ଆଜି ହଜାରରୁ ଅଧିକ ମହିଳା ଓ ପୁରୁଷ ଏକତ୍ରିତ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟି ନେଲେ ଟଙ୍କା ସହ ଲକ୍ଷାଧିକ ସୁନା ଅଳଙ୍କାର

ନୀଳଗିରି, ୧୫/୦୬,(ପ୍ରଶାନ୍ତ କୁମାର ବିଶ୍ବାଳ):କଳାକନା ବୁଲାଇଲେ ଦୁର୍ବୃତ୍ତ। ରବିବାର ରାତି ପ୍ରାୟ ୮ଟା ୩୦ ରୁ ୯ ଟା ୩୦ ମିନିଟ ସମୟରେ ଚୋରି ହୋଇଥିବାର ଅନୁମାନ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧିନ ପୋଲ ତଳକୁ ଖସି ୨ ମୃତ

ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର…

ଆଦାୟ ହେଉଛି ରାଜସ୍ବ, ହେଉନି ପଙ୍କୋଦ୍ଧାର, ଶୁଖିଲା ପଡ଼ିଛି ପୋଖରୀ

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଅମରପାଲି ଗ୍ରାମରେ ଥିବା ପୋଖରୀଗୁଡ଼ିକର ଦୁରବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗ୍ରାମରେ ମୋଟ୍‌ ୭ଟି…

ଦୁଇ ଓସିଏସ୍‌ଙ୍କୁ ସମ୍ମାନିତ କଲେ ଜିଲାପାଳ, କହିଲେ ସମସ୍ତ ପ୍ରକାରର ଲୋକଙ୍କୁ କିପରି…

କେସିଙ୍ଗା,୧୫ା୬(ତୁମେଶ୍ୱର ସାହୁ): ଓଡ଼ିଶା ପ୍ରଶାସନିକ ସେବାର ଫଳାଫଳ ପ୍ରକାଶିତ ପରେ ଉତ୍ତୀର୍ଣ୍ଣ ହୋଇଥିବା କଳାହାଣ୍ଡି ଜିଲାର କେସିଙ୍ଗା ସହରର ଚତୁର୍ଥ ସ୍ଥାନରେ ଥିବା କନକ ଜୈନ ଏବଂ…

ମୋଦିଙ୍କ ସହ ସେଲ୍‌ଫି ନେଲେ ଫ୍ରାନ୍ସ ରାଷ୍ଟ୍ରପତି: ଫଟୋ ଶେୟାର କରି ଲେଖିଲେ…

ନାଇସ୍‌,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଇସ୍‌ ଗସ୍ତ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରଁଙ୍କୁ ଭେଟି ଆନନ୍ଦ ପ୍ରକାଶ କରିଥିଲେ। ଦୁଇ ନେତା ‘ଇଣ୍ଡିଆ ଇନୋଭେଟ୍ସ ୨୦୨୬’…

ଘରକୁ ଧକ୍କାଦେଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ପାଟଣା,୧୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ୨୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ନିକଟର ସୋମବାର ଭୋର୍‌ରୁ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଏକ ଘରକୁ…

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri