Posted inଖେଳ

ଯୋଜନାବଦ୍ଧ ଉଦ୍ୟମ ଜରୁରୀ

ଆମ ଦେଶ ଲୋକ ସଂଖ୍ୟା ଦୃଷ୍ଟିରୁ ଯେତିକି ଅଗ୍ରଗତି କରିଛି କ୍ରୀଡା କ୍ଷେତ୍ରରେ ଗୋଟିଏ ଅଲିମ୍ପିକ ପଦକ ପାଇଁ ସେତିକି ସଂଘର୍ଷର ସାମ୍ନା କରୁୂଛି । ବିଶ୍ୱସ୍ତରୀୟ କ୍ରୀଡା ପ୍ରତିଯୋଗିତା ଗୁଡିକରେ ପଦକଟିଏ ପାଇଁ ଆମକୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଛି।

ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ୧୧୫ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଦେଶସାରା ଅନେକ କାର୍ଯ୍ୟକ୍ରମ, ଆଲୋଚନାଚକ୍ର ଅନୁଷ୍ଠିିତ ହୋଇଛି। କଳାତ୍ମକ ହକିର ଯାଦୁକର ରୂପେ ସୁନାମ ଅର୍ଜନ କରିଥିବା ଏହି ଅସାଧାରଣ ପ୍ରତିଭା ଭାରତୀୟ ହକିକୁ ବିଶ୍ୱ ଦରବାରରେ ସ୍ବତନ୍ତ୍ର ପରିଚୟ ଦେଇଥିଲେ। ସେପରି ଏକ ମହାନ ବ୍ୟକ୍ତିତ୍ୱ ବିଶ୍ୱ କ୍ରୀଡା ଜଗତରେ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ।
ଆଧୁନିକ ହକିରେ ନୂତନ ନିୟମ, ରଣକୌଶଳ, ସମୟ ପରିବର୍ତ୍ତନ ଏବଂ କୃତ୍ରିମ ଟର୍ଫର ବ୍ୟବହାର ଫଳରେ ଆମର ପାରମ୍ପରିକ କଳାତ୍ମକ ହକି ଯଦିଓ କ୍ଷତିଗ୍ରସ୍ତ ହୋଇଛି ତଥାପି ଆମକୁ ୟୁରୋପିଆନ ହକି ସହ ତାଳଦେଇ ଆଗକୁ ଯିବାକୁ ହେବ। ମାଲେସିଆ, ଜାପାନ, ବେଲଜିୟମ୍‌, ଆର୍ଜେଣ୍ଟିନା, କାନାଡା, କୋରିଆ ଏବଂ ନ୍ୟୁଜିଲାଣ୍ଡ ପରି ଦେଶଗୁଡିକର ପ୍ରଦର୍ଶନରେ ଉନ୍ନତି ଆସିଥିବାବେଳେ ଆମ ଜାତୀୟ ଦଳର ଖେଳରେ ସ୍ଥିରତା ରହି ପାରିନାହିଁ। ୧୯୮୦ ମସ୍କୋ ଅଲିମ୍ପିକ୍ସ ପରେ ହକିରେ ସ୍ବର୍ଣ୍ଣପଦକ ଆମ ପାଇଁ ସ୍ବପ୍ନ ହୋଇ ଯାଇଛି। ୧୨୧ବର୍ଷର ଅଲମ୍ପିକ ଇତିହାସରେ ୮ଥର ସ୍ବର୍ଣ୍ଣପଦକ ଜିତିଥିବା ଭାରତୀୟ ହକି ଦଳକୁ ଏବେ ପଦକଟିଏ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ସମସ୍ତ ସୁବିଧା ଥିବା ସତ୍ତ୍ୱେ ଆଶାନୁରୂପ ସଫଳତା ନ ମିଳିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଭଲ ପ୍ରଦର୍ଶନ କରିଥିଲେ ହେଁ ଅଳ୍ପକେ ପଦକ ପାଇବାରୁ ବଞ୍ଚତ୍ତ ହୋଇଥିଲା। ୧୨୧ବର୍ଷର ଅଲିମ୍ପିକ୍‌ ଇତିହାସରେ ୧ହଜାର ସ୍ବର୍ଣ୍ଣ ପଦକ ଜିତି ଆମେରିକା ଇତିହାସ ସୃଷ୍ଟି କରିଛି। ଭାରତ ଅଲମ୍ପିକ୍ସରେ ଆଜି ପର୍ଯ୍ୟନ୍ତ ହାସଲ କରିଥିବା ପଦକ ସଂଖ୍ୟାଠାରୁ ଆମେରିକା ସନ୍ତରଣକାରୀ ମାଇକେଲ୍‌ ଫେଲ୍‌ପ୍ସ ବ୍ୟକ୍ତିଗତ ଅଧିକ ପଦକ ହାସଲ କରିଛନ୍ତି।
ଆମେ ଏପର୍ଯ୍ୟନ୍ତ କ୍ରୀଡା କ୍ଷେତ୍ରରେ ଆଖିଦୃଶିଆ ସଫଳତା ପାଇନାହୁଁ। କେତେଗୁଡିଏ ହାତ ଗଣତି ଖେଳକୁ ଛାଡିଦେଲେ ଅନ୍ୟ ସମସ୍ତ କ୍ରୀଡାରେ ଆମେ ସମଗ୍ର ବିଶ୍ୱକୁ ଦେଖାଇବା ଭଳି ସଫଳତା ହାସଲ କରିନାହୁଁ। ଆମ ବିଶାଳ ଦେଶ ଲୋକ ସଂଖ୍ୟା ଦୃଷ୍ଟିରୁ ଯେତିକି ଅଗ୍ରଗତି କରିଛି କ୍ରୀଡା କ୍ଷେତ୍ରରେ ଗୋଟିଏ ଅଲିମ୍ପିକ ପାଇଁ ସେତିକି ସଂଘର୍ଷ କରିବାକୁ ପଡୁଛି। ବିଶ୍ୱସ୍ତରୀୟ କ୍ରୀଡା ପ୍ରତିଯୋଗିତା ଗୁଡିକରେ ପଦକଟିଏ ପାଇଁ ଆମକୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଛି। ଆମର କ୍ରୀଡା ସଂସ୍କୃତି ସତେଯେପରି କ୍ରିକେଟ୍‌ ଖେଳରେ ସୀମିତ ହୋଇ ରହିଛି। ଏକଦା ହକି ଏବଂ ଫୁଟବଲ ପରି ରୋମାଞ୍ଚକର ଏବଂ ଲୋକପ୍ରିୟ ଖେଳରୁ ଆମେ ଭରପୂର ଆନନ୍ଦ ପାଉଥିବା ବେଳେ ଏବେ ସେହି ଖେଳଗୁଡିକ ଆମ ମାନସପଟରୁ ଦୂରେଇଯିବାକୁ ଆରମ୍ଭ କରିଛି। ଯଦିଓ ଏଥି ମଧ୍ୟରେ ଆମେ କେତେକ ବିଶ୍ୱସ୍ତରୀୟ ଖେଳାଳି ସୃଷ୍ଟି କରିପାରିଛୁ ମାତ୍ର ସେମାନଙ୍କର ସଂଖ୍ୟା ସିମିତ ରହିବା ଫଳରେ ପରବର୍ତ୍ତୀ ଅବସ୍ଥାରେ ସୃଷ୍ଟି ହେଉଥିବା ଶୂନ୍ୟସ୍ଥାନ ଆମ ପାଇଁ ଚିନ୍ତାର କାରଣ ପାଲଟିଛି। ଏହା ସ୍ବୀକାର୍ଯ୍ୟ ଯେ ଆମ ଦେଶର କ୍ରୀଡା ଭିତ୍ତିଭୂମିରେ ଅନେକ ଉନ୍ନତି ଘଟିଛି। ମାତ୍ର ସରକାର ଓ କ୍ରୀଡା ସଙ୍ଗଠନ ଗୁଡିକ ମଧ୍ୟରେ ଉପଯୁକ୍ତ ସମନ୍ବୟ ଆସିପାରିନାହିଁ, ଯାହାକି କ୍ରୀଡାର ପ୍ରଗତିରେ ଅନ୍ତରାୟ ସୃଷ୍ଟି କରିଛି। କ୍ରୀଡାର ବ୍ୟବସାୟୀକରଣ ପରିବର୍ତ୍ତେ ଚାମ୍ପିୟନ୍‌ଟିଏ ତିଆରି କରିବା ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡ଼ିକର ଲକ୍ଷ୍ୟ ହେଲେ ଏହାର ସୁଫଳ ଦେଶକୁ ମିଳିପାରନ୍ତା।
ବର୍ତ୍ତମାନ ପ୍ରଧାନ ସମସ୍ୟା ହେଉଛି ଗୋଟିଏ ପିଢିରୁ ପରବର୍ତ୍ତୀ ପିଢି ପାଇଁ ଶ୍ରେଷ୍ଠ ଖେଳାଳି ସୃଷ୍ଟି କରିବା ଆମ ପାଇଁ ସମ୍ଭବ ହେଉନାହିଁ। କ୍ରିକେଟ୍‌ ଆମ ଦେଶ ପାଇଁ ଐତିହାସିକ ମୁହୂର୍ତ୍ତ ଏବଂ ଗୌରବ ଆଣିଦେଇଛି ଏବଂ ବିଶ୍ୱସ୍ତରୀୟ ଖେଳାଳି ସୃଷ୍ଟି କରିଛି। ସେହି ଅନୁପାତରେ ଫୁଟବଲ୍‌, ହକି, ବ୍ୟାଡମିଣ୍ଟନ୍‌, ଟେନିସ୍‌, ଗଲ୍‌ଫ, ଜିମ୍ନାଷ୍ଟିକ୍‌, ତୀରନ୍ଦାଜୀ, ବକ୍ସିଂ, ଶୁଟିଂ, ସ୍ନୁକର, କବାଡି ପରି ବିଶ୍ୱସ୍ତରୀୟ ଖେଳରେ ସୀମିତ ସଂଖ୍ୟକ ଖେଳାଳି ସୃଷ୍ଟି ହେବା ଫଳରେ ଆମ ଦେଶ ବାରମ୍ବାର ଅଲିମ୍ପିକ୍ସରେ ବିଫଳ ହେଉଛି। ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ୍‌, ଭାରତୀୟ କ୍ରୀଡା ପ୍ରାଧିକରଣ ଏବଂ ଭାରତୀୟ କ୍ରୀଡା ପରିଷଦ ପରି ସର୍ବୋଚ୍ଚ ସଂସ୍ଥାଗୁଡିକ ସେମାନଙ୍କ କାର୍ଯ୍ୟକୁ ଅଧିକ ଶୃଙ୍ଖଳିତ ଏବଂ ବାସ୍ତବଧର୍ମୀ କରିବାକୁ ସକ୍ଷମ ହୋଇପାରି ନାହାନ୍ତି। ସ୍ବାଧୀନତା ପରବର୍ତ୍ତୀ ୩୫ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକି ତାର ଚମକ ହରାଇ ନ ଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଲକ୍ଷ୍ୟଚ୍ୟୁତ ହେବା ଆମ ପାଇଁ ସବୁଠାରୁ ଦୁଃଖର ବିଷୟ। ମୋଟାମୋଟି ଭାବେ ଆମ ଦେଶ ଆଥଲେଟିକ୍ସରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିବା ଫଳରେ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ୍‌ର ଦୁର୍ବଳତା ପଦାରେ ପଡିଛି। ବିଭିନ୍ନ ଖେଳରେ ବ୍ୟକ୍ତିଗତ ଉଦ୍ୟମରେ ସଫଳହୋଇ ଅନେକ କ୍ରୀଡାବିତ୍‌ ଆମ ଦେଶ ପାଇଁ ଗୌରବ ଆଣିଛନ୍ତି। ଦିଲୀପ୍‌ ତିର୍କୀ, ଲାଜରୁସ୍‌ ବାର୍ଲା, ଇଗ୍ନେସ ତିର୍କୀ, ସାନିଆ ମିର୍ଜା, ବାଇଚୁଙ୍ଗ ଭୂତିଆ, ଲିଆଣ୍ଡର ପେସ୍‌, ସଚିନ୍‌ ତେନ୍ଦୁଲକର, ବିଶ୍ୱନାଥନ୍‌ ଆନନ୍ଦ, ମିଥାଲି ରାଜ୍‌, ପିଟି ଉଷା, ମେରି କମ୍‌, ସାଇନା ନେହ୍ବାଲ, ପି.ଭି. ସିନ୍ଧୁ, ଏମ୍‌. କାର୍ତ୍ତିକେୟନ୍‌, ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦଙ୍କ ପରି ଖେଳାଳିମାନଙ୍କୁ ନେଇ ଆମେ ନିଶ୍ଚିତ ରୂପେ ଗର୍ବିତ ଏବଂ ଆନନ୍ଦିତ। ମାତ୍ର ୧୩୦କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଦେଶ ପାଇଁ ଏପରି ହାତଗଣତି ସଫଳତା ଆଦୌ ଯଥେଷ୍ଟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍‌ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ

ଝରିଗାଁ, ୧୨/୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଶନିବାର ସକାଳୁ ଏକମ୍ବା ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର…

ବିଶ୍ଵବାସୀଙ୍କୁ ସୁସ୍ଥ ଓ ନିରୋଗ ମାର୍ଗ ଦେଖାଉଛି ଯୋଗ: ଶାରୀରିକ ମାନସିକ ସୁସ୍ଥତା ପାଇଁ ଯୋଗ ନିହାତି ଆବଶ୍ୟକ

ଦିଗପହଣ୍ଡି,୧୨|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର କଲେଜ ପରିସରରେ ଯୋଗ ଓ ପ୍ରାଣାୟମ…

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?