Odisha Elections 2024
Posted inଖେଳ

ଯୁବିଙ୍କ ଦମ୍‌ରେ ଜିତିଲା ଟରୋଣ୍ଟୋ

ନୂଆଦିଲ୍ଲୀ,୨୮।୭(ପିଟି)- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ (ଯୁବି) ବିସ୍ଫୋରକ ବ୍ୟାଟିଂ ଯୋଗୁ ଟରୋଣ୍ଟୋ ନ୍ୟାଶନାଲ୍ସ ଚଳିତ ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ରେ ପ୍ରଥମ ବିଜୟ ହାସଲ କରିଛି। ବ୍ରମ୍ପଟନଠାରେ ଶନିବାର ଏଡ୍‌ମଣ୍ଟନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଯୁବି ୨୧ ବଲରୁ ୩୫ ରନ୍‌ ବିସ୍ଫୋରକ ଇନିଂସ ଖେଳିଛନ୍ତି। ତାଙ୍କର ଏହି ଇନିଂସରେ ୩ ଛକା ଓ ସମାନ ସଂଖ୍ୟକ ଚୌକା ସାମିଲ ଥିଲା। ଯୁବିଙ୍କ ଇନିଂସ ଯୋଗୁ ଟରୋଣ୍ଟୋ ୧୯୨ ରନ୍‌ର ବିଜୟ ଲକ୍ଷ୍ୟକୁ ୧୩ ବଲ ପୂର୍ବରୁ ହାସଲ କରି ନେଇଥିଲା। ଯୁବିଙ୍କ ବ୍ୟତୀତ ହେନରିଚ କ୍ଲାସେନ ୪୫, ମନପ୍ରୀତ ଗୋନି ୧୨ ବଲରୁ ୩୩ ଓ ରବିନ୍ଦରପାଲ ସିଂ ୫ ବଲରୁ ୧୭ ରନ୍‌ କରିଥିଲେ। ଫଳରେ ଟରୋଣ୍ଟୋ ୧୭.୫ ଓଭରରେ ୮ ଉଇକେଟ ହରାଇ ୧୯୨ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ପୂର୍ବରୁ କେନ ଓ୍ବିଲିୟମସନଙ୍କ ଅନୁପସ୍ଥିତିରେ ଫାଫ ଡୁ’ପ୍ଲେସଙ୍କ ନେତୃତ୍ୱରେ ଏଡ୍‌ମଣ୍ଟନ ଧାର୍ଯ୍ୟ ୨୦ ଓଭରରେ ୬ ଉଇକେଟ ହରାଇ ୧୯୧ ରନ୍‌ କରିଥିଲା। ଦଳ ପାଇଁ ବେନ କଟିଂ ୪୩, ଶାଦାବ ଖାନ ୩୬, ଅଧିନାୟକ ଡୁପ୍ଲେସି ୨୮ ଓ ଜେମ୍ସ ନିଶାମ ୨୦ ରନ୍‌ କରିଥିଲେ। ଉଲ୍ଲେଖଥାଉ କି ଭାଙ୍କୋଭର ବିପକ୍ଷ ଗତ ମ୍ୟାଚ୍‌ରେ ଯୁବିଙ୍କୁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା। ସେ ୨୪ ବଲ ଖେଳି ୧୭ ରନ୍‌ କରିଥିଲେ। ଏଥିନେଇ ତାଙ୍କ ବ୍ୟାଟିଂ ଦକ୍ଷତା ଉପରେ ପ୍ରଶ୍ନ ଉଠିଥିଲା। ଅନ୍ୟ ଏକ ମ୍ୟାଚ୍‌ରେ ବ୍ରାମ୍ପଟନ ଓ୍ବଲଭ୍ସ ୧୦ ଉଇକେଟରେ ମଣ୍ଟ୍ରିଲ ଟାଇଗର୍ସକୁ ହରାଇ ଦେଇଛି। ବିଜୟୀ ଦଳ ପାଇଁ ଈଶ ସୋଧି ୫ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବର୍ଣ୍ଣ ଜିତିବାରେ ଦୀପା ପ୍ରଥମ ଭାରତୀୟ

ତାସକେଣ୍ଟ,୨୬ା୫: ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ପ୍ରଥମ ଭାରତୀୟ ଭାବେ ଏସିଆନ ସିନିୟର ଚାମ୍ପିୟନଶିପ୍‌ର ମହିଳା ଭଲ୍ଟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୩୦...

ଆଇପିଏଲ୍‌ ଗ୍ରାଣ୍ଡ ଫିନାଲେ: ଟସ୍‌ ଜିତିଲା ହାଇଦ୍ରାବାଦ୍‌

ଚେନ୍ନାଇ,୨୬।୫: ଆଇପିଏଲର ୧୭ତମ ସିଜନର ଫାଇନାଲ୍‌ ମ୍ୟାଚ ଚେନ୍ନାଇର ଚେପାକ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ହାଇଦ୍ରାବାଦ ଟସ...

ଆଇପିଏଲ୍‌ ଚାମ୍ପିଅନ୍‌ ଟିମ୍‌ ଉପରେ ହେବ କୋଟି କୋଟି ଟଙ୍କା ବର୍ଷା: ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା

ଚେନ୍ନାଇ,୨୬।୫: ଆଇପିଏଲ ୨୦୨୪ର ଫାଇନାଲ୍‌ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଉଭୟଙ୍କ ମଧ୍ୟରେ...

ହାର୍ଦ୍ଦିକ ପାଣ୍ଡ୍ୟା-ନତାଶାଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଏଣ୍ଟ୍ରି ମାରିଲେ କ୍ରୁନାଲ: ଫଟୋ ଶେୟାର କରି କହିଲେ…

ନୂଆଦିଲ୍ଲୀ,୨୬।୫:ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ ଛାଡପତ୍ର ଖବର ମଧ୍ୟରେ କ୍ରୁନାଲ ପାଣ୍ଡ୍ୟା ଏଣ୍ଟ୍ର କରିଛନ୍ତି। ସୋସିଆଲ ମିଡିଆରେ କ୍ରୁନାଲ କିଛି ଫଟୋ ଶେୟାର...

ଜୋତା ଲୁଚାରେ ହାର୍ଦ୍ଦିକ ପାଣ୍ଡ୍ୟା ଦେଇଥିଲେ ଏତିକି ଟଙ୍କା: ଜାଣିଲେ ଉଡିଯିବ ହୋଶ୍‌…

ନୂଆଦିଲ୍ଲୀ,୨୬।୫: ଟିମ ଇଣ୍ଡିଆର ତାରକା ଖେଳାଳି ତଥା ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି...

ଭାରତୀୟ ଦଳର କୋଚ୍‌ ହେବାକୁ ଆଗ୍ରହୀ ଗୌତମ ଗମ୍ଭୀର, କିନ୍ତୁ ରହିଛି ଗୋଟିଏ ସର୍ତ୍ତ

ମୁମ୍ବାଇ,୨୬।୫: ଭାରତୀୟ ପୁରୁଷ କ୍ରିକେଟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକଙ୍କ ପାଇଁ ବହୁ ନାମୀଦାମୀ ପୂର୍ବତନ କ୍ରିକେଟରଙ୍କ ନାମ ସାମ୍ନାକୁ ଆସିଛି। ରାହୁଲ ଦ୍ରାବିଡଙ୍କ ସ୍ଥାନରେ...

ଆଇପିଏଲ୍‌ ୨୦୨୪: ଆଜି କୋଲକାତା-ସନରାଇଜର୍ସ ଫାଇନାଲ

ଚେନ୍ନାଇ,୨୫ା୫(ପି.ଟି): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ ତମ ସଂସ୍କରଣର ଫାଇନାଲ ରବିବାର ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ...

ଟି-୨୦ ବିଶ୍ୱକପ ପାଇଁ ଯାତ୍ରା କଲେ ଟିମ୍ ଇଣ୍ଡିଆର ପ୍ରଥମ ବ୍ୟାଚ୍, ଯାଇନାହାନ୍ତି ବିରାଟ

ମୁମ୍ବାଇ,୨୩ା୫: ଟିମ୍ ଇଣ୍ଡିଆର ପ୍ରଥମ ବ୍ୟାଚ୍ ଟି -୨୦ ବିଶ୍ୱକପ୍ ୨୦୨୪ ପାଇଁ ଯାତ୍ରା କରିଛନ୍ତି। ଆଇପିଏଲ୍ ୨୦୨୪ ମଧ୍ୟରେ ଟିମ୍ ଇଣ୍ଡିଆ ଟି -୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri