Posted inଭଦ୍ରକ

ଯାତାୟାତରେ ବାଧକ ଖୋଳାନାଳ

ଭଣ୍ଡାରିପୋଖରୀ,୧୫।୩(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଲୋକେ ସୁବିଧାରେ ଯାତାୟାତ କରିବା ଲାଗି ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି। କିନ୍ତୁ କେତେକ ସ୍ଥାନରେ ବ୍ୟବସ୍ଥାଗତ ତ୍ରୁଟି ଯୋଗୁ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ତାହା ଜନସାଧାରଣଙ୍କ କାମରେ ଆସୁ ନ ଥିବା ଅଭିଯୋଗ ହେଉଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ବାହାଣିଆ ନିକଟ ପୂର୍ତ୍ତ ବିଭାଗ ରାସ୍ତାଠାରୁ ଟି୨ ନାମରେ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ବରାହ ନୂଆପଡ଼ା ଗ୍ରାମକୁ ନିର୍ମାଣ ହୋଇଛି। ମାତ୍ର ଏହି ଗ୍ରାମ ନିକଟରେ ଥିବା ଖୋଳାନାଳ ଏବେ ଲୋକଙ୍କ ଯାତାୟାତରେ ବାଧକ ସାଜିଛି। ନାଳରେ ପୋଲ ହୋଇ ନ ଥିବାରୁ ଲୋକେ ଉକ୍ତ ରାସ୍ତା ଦେଇ ଯିବାଆସିବା କରିପାରୁନାହାନ୍ତି।
ପ୍ରକାଶ ଯେ, ଏହି ରାସ୍ତା ପାଇଁ ୨୦୧୬ରେ ତତ୍କାଳୀନ ଏମ୍‌ପି ଓ ବର୍ତ୍ତମାନର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୩ କି.ମି. ରାସ୍ତା ପାଇଁ ୧ କୋଟି ୯୩ ଲକ୍ଷ ୯୩ ହଜାର ୮୮୪ ଟଙ୍କା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ଜରିଆରେ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ନୂଆପଡ଼ା ଗ୍ରାମ ଭିତରେ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ପୂର୍ତ୍ତବିଭାଗ ରାସ୍ତାଠାରୁ ପ୍ରାୟ ୩୦୦ ମିଟର ରାସ୍ତା ନିର୍ମାଣ ବାକି ରହିଛି। ରାସ୍ତା ସମ୍ପୂର୍ଣ୍ଣ ପାଇଁ ବାଧକ ସାଜିଥିଲା ଖୋଳାନାଳ। ବିଭାଗର ଦୂରଦୃଷ୍ଟି ଅଭାବରୁ କେବଳ ରାସ୍ତା ନିର୍ମାଣ ସକାଶେ ଏଷ୍ଟିମେଟ କରାଯାଇ ଟେଣ୍ଡର ଡକାଯାଇଥିବାବେଳେ ନାଳ ଉପରେ ପୋଲ ଲାଗି କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ଫଳରେ ଠିକାଦାର ପୂର୍ତ୍ତ ରାସ୍ତାଠାରୁ ୧୦୦ ମିଟର କାମ କରି ୨୦୦ ମିଟର ନାଳପଠା ପର୍ଯ୍ୟନ୍ତ ଛାଡ଼ି ଦେଇଛନ୍ତି। ସେହିପରି ଗାଁ ପାଖରୁ ରାସ୍ତାକାମ ହୋଇ ନାଳକୂଳ ପର୍ଯ୍ୟନ୍ତ ପ୍ରାୟ ୨୦୦ ମିଟର ଛଡ଼ାଯାଇଛି। ୩ କି.ମି. ରାସ୍ତା କାମ ଦୁଇବର୍ଷ ତଳେ ସରିଥିଲେ ମଧ୍ୟ ଖୋଳାନାଳ ଉପରେ ପୋଲ ନ ଥିବାରୁ ଗ୍ରାମବାସୀ ପୂର୍ବପରି ହଇରାଣ ହେଉଛନ୍ତି। ଗ୍ରାମର ସ୍କୁଲ, କଲେଜ ଛାତ୍ରୀଛାତ୍ର ଅସୁବିଧା ଭୋଗୁଛନ୍ତି। ରାସ୍ତା ବୁଲି ଯାତାୟାତ କରୁଛନ୍ତି। ଏପରିକି ଜରୁରୀ ସମୟରେ ଦମକଳ କିମ୍ବା ଆମ୍ବୁଲାନ୍ସ ଗଁା ଭିତରକୁ ଆସିବା କଷ୍ଟକର ହୋଇପଡୁଛି। ଏ ନେଇ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ରାଜନେତାଙ୍କ ନିକଟରେ ଅଭିଯୋଗ କରୁଥିଲେ ହେଁ କେହି ଦୃଷ୍ଟି ଦେଉ ନ ଥିବା କୁହାଯାଇଛି। ପୋଲ ନିର୍ମାଣ ସମ୍ପର୍କରେ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଉପନିର୍ବାହୀ ଯନ୍ତ୍ରୀ ସୁଧାକର ନାୟକଙ୍କୁ ପଚାରିବାରୁ କହିଛନ୍ତି, ଉକ୍ତ ସ୍ଥାନରେ ଏକ ବ୍ରିଜ୍‌ ପାଇଁ ପ୍ରସ୍ତାବ ଯାଇଛି। ଅର୍ଥବରାଦ ହେଲେ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri