ଯଖପୁରା ରେଲୱେ ଷ୍ଟେଶନ: ଜନଶତାବ୍ଦୀ ଏକ୍ସପ୍ରେସ ରହଣୀ ଆଶା ଉଜ୍ଜୀବିତ

ଯାଜପୁର ଅଫିସ,୬।୧୨ – ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଯଖପୁରା ରେଲୱେ ଷ୍ଟେଶନରେ ଜନ ଶତାବ୍ଦୀ ଏକ୍ସପ୍ରେସ ରହଣୀ ଆଶା ଉଜ୍ଜୀବିତ ହୋଇଛି। ରେଳ ମନ୍ତ୍ରଣାଳୟର ରେଲୱେ ବୋର୍ଡ ସଚିବଙ୍କୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଏହି ମର୍ମରେ ପତ୍ର ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଯଖପୁରା ରେଲ୍‌ୱେ ଷ୍ଟେଶନରେ ଜନଶତାବ୍ଦୀ ଏକ୍ସପ୍ରେସ ରହଣୀ ହେଲେ କଳିଙ୍ଗନଗରଠାରୁ ଭୁବନେଶ୍ୱର ଓ କଟକକୁ ଯୋଗାଯୋଗ ସହଜ ହୋଇପାରିବ ବୋଲି ଆଶା କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୮ା୧୧ା୨୦୧୯ରେ ରାଜ୍ୟ ଶିଳ୍ପ ବିଭାଗର ସଚିବ ହେମନ୍ତ ଶର୍ମା ଯଖପୁରା ରେଲୱେ ଷ୍ଟେଶନରେ ଜନଶତାବ୍ଦୀ ଏକ୍ସପ୍ରେସ ରହଣୀ କରିବାକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ରେଳ-କୋର୍ଡିନେଶନର ସଚିବ ମନୋଜ କୁମାର ମିଶ୍ର ଅନୁରୋଧ କରିଥିଲେ। ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ, କଳଙ୍ଗନଗର ଶିଳ୍ପାଞ୍ଚଳରେ ଏକାଧିକ ବୃହତ ଓ ମଧ୍ୟମଧରଣ ଶିଳ୍ପ କାରଖାନା ଚାଲିଛି। ଏପରିକି କଳିଙ୍ଗନଗରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରରେ ଅଗ୍ରଗତି ଲାଭ କରୁଛି। ଏହିସବୁ କାରଖାନାରେ ଭୁବନେଶ୍ୱର ଓ କଟକ ଅଞ୍ଚଳର ଶତାଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହି କର୍ମଚାରୀମାନେ କଳିଙ୍ଗନଗରଠାରୁ ପ୍ରତ୍ୟହ ଭୁବନେଶ୍ୱର ଓ କଟକକୁ ଯାତ୍ରୀବାହୀ ବସ୍‌ କିମ୍ବା ନିଡ଼ ଗାଡ଼ିରେ ଯିବାଆସିବା କରୁଛନ୍ତି ା ତେଣୁ କଳିଙ୍ଗନଗର ନିକଟରେ ରହିଥିବା ଯଖପୁରା ରେଳୱେ ଷ୍ଟେଶନରେ ଜନଶତାବ୍ଦୀ ଏକ୍ସପ୍ରେସ ରହଣୀ ପାଇଁ ଏହି ଶିଳ୍ପ କାରଖାନା ପକ୍ଷରୁ ଦାବି ହୋଇଆସୁଛି। ଏହା କାରଖାନା କର୍ମଚାରୀଙ୍କ ପାଇଁ ସୁରକ୍ଷିତ ଗମନାଗମନ ହୋଇ ପାରିବ। ଏହାବାଦ ରାସ୍ତାରେ ଟ୍ରାଫିକ ସମସ୍ୟା ହ୍ରାସ ହେବା ସହ ସ୍ଥାନୀୟ ଅଞ୍ଚଳର ପ୍ରଦୂଷଣ ମାତ୍ରା କମିବାର ସମ୍ଭାବନା ରହିଛି ା ତେଣୁ ଏହାକୁ ପ୍ରାଧାନ୍ୟ ଦେଇ ଜନଶତାବ୍ଦୀ ଏକ୍ସପ୍ରେସ (ଟ୍ରେନ ନମ୍ବର ୧୨୦୭୪ ଓ ୧୨୦୭୩) ରହଣୀ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ରେଳ-କୋର୍ଡିନେଶନର ସଚିବ ମିଶ୍ର ଅନୁରୋଧ କରିଛନ୍ତି। ଏହି ପତ୍ରକୁ ଭିତ୍ତି କରି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ପ୍ରେମାନନ୍ଦ ଖୁଣ୍ଟିଆ ତାଙ୍କ ପତ୍ରସଂଖ୍ୟା ୮୩୩୮/୨୮ା୧୧ା୨୦୧୯ରେ ରେଳ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି ା ଏଠାରେ ସୂଚନାଯୋଗ୍ୟ ଯେ, ଯଖପୁରା ଷ୍ଟେଶନ ଦେଇ କେନ୍ଦୁଝର ଓ ହାୱାଡାକୁ ରେଳଲାଇନ ରହିଛି ା ତେଣୁ ଏହା ଏକ ଜଂକ୍ସନରେ କେବଳ ସୀମିତ ରହିଛି। ଫ୍ଲାଟଫର୍ମରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପୂର୍ବରୁ ସେଠାରେ ଥିବା ଏକ ସାଇଡିଂକୁ ବନ୍ଦ କରାଯାଇଛି। ସମାଜସେବୀ ତଥା ପରିବେଶବିତ ଅଶ୍ୱିନୀ କୁମାର ଧଳ ଏ ବାବଦରେ ରାଜ୍ୟ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିବା ସହିତ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। କାରଣ କୋଇଲା ଓ ଲୁହାପଥର ଗୁଣ୍ଡ ତଥା କଳା ଧୂଆଁ ପାଉଁଶରେ ସଚରାଚରକୁ ଦୂଷିତ ପ୍ରଦୂଷିତ କରୁଥିବା ଯଖପୁରା ରେଲୱେ ଷ୍ଟେସନ ଯାତ୍ରୀଙ୍କ ପାଇଁ କାଳ ହେଉଥିଲା। କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥାପନ ସମୟରେ ସରକାର ଯଖପୁରା ରେଲ୍‌ୱେ ଷ୍ଟେଶନର ଯାତ୍ରୀମାନଙ୍କୁ ଉନ୍ନତ ମାନର ସୁବିଧା ସୁଯୋଗ ଦେବାପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଫସର ଫାଟିଛି ା ଏହି ରେଲୱେ ଷ୍ଟେଶନ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଏକମାତ୍ର ଯାତ୍ରୀ ରେଲ୍‌ୱେ ଷ୍ଟେଶନ ହୋଇଥିବାରୁ, ଯାତ୍ରୀମାନେ ଏହା ଉପରେ ନିର୍ଭରଶୀଳ ା ଦ୍ୱିତୀୟ ଇସ୍ପାତ କାରଖାନା ଶୁଭ ଦେବାପାଇଁ ୧୯୯୨ ମେ ୧୩ ତାରିଖରେ ମିଡଇଷ୍ଟ କମ୍ପାନୀର ଚେୟାରମ୍ୟାନ ସ୍ବରାଜ ପାଲ, ବ୍ରିଟିଶର ହାଇ କମିଶନର ଭାରତର ନିକୋଲାଶ ପଲ ଓ ବିଜୁବାବୁ ଯଖପୁରା ଆସିଥିଲେ। ସେହିଦିନ କଳିଙ୍ଗନଗର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା ଓ ସେତେବେଳେ ସ୍ଥାନୀୟ ଜନସାଧାରଣ ଦାବି କରିଥିଲେ ଯଖପୁରା ଷ୍ଟେଶନର ଯାତ୍ରୀ ମାନଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବାକୁ ଓ ଯଖପୁରା ଷ୍ଟେଶନକୁ କଳିଙ୍ଗନଗରରେ ନାମିତ କରିବାକୁ। କିନ୍ତୁ ଏହି ଦାବି ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏପରିକି ଏହି ଷ୍ଟେଶନରେ କୌଣସି ଦ୍ରୁତଗାମୀ ଟ୍ରେନ ଚଳାଚଳ କରୁ ନ ଥିବାରୁ କାରଖାନାର ଶତାଧିକ କର୍ମଚାରୀ ଓ ଅଧିକାରୀ ସୁରକ୍ଷିତ ଗମନାଗମନାରୁ ବଞ୍ଚତ୍ତ ହେଉଛନ୍ତି। ତେବେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ଏହି ପଦକ୍ଷେପ କାର୍ଯ୍ୟକାରୀ ହେଲେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ: ‘ପିଲାଟିଏ ଗଛଟିଏ’ ଅଭିଯାନରେ …

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ୭୬ ତମ ବନ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri