ଯଖପୁରା ରେଲୱେ ଷ୍ଟେଶନ: ଜନଶତାବ୍ଦୀ ଏକ୍ସପ୍ରେସ ରହଣୀ ଆଶା ଉଜ୍ଜୀବିତ

ଯାଜପୁର ଅଫିସ,୬।୧୨ – ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଯଖପୁରା ରେଲୱେ ଷ୍ଟେଶନରେ ଜନ ଶତାବ୍ଦୀ ଏକ୍ସପ୍ରେସ ରହଣୀ ଆଶା ଉଜ୍ଜୀବିତ ହୋଇଛି। ରେଳ ମନ୍ତ୍ରଣାଳୟର ରେଲୱେ ବୋର୍ଡ ସଚିବଙ୍କୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଏହି ମର୍ମରେ ପତ୍ର ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଯଖପୁରା ରେଲ୍‌ୱେ ଷ୍ଟେଶନରେ ଜନଶତାବ୍ଦୀ ଏକ୍ସପ୍ରେସ ରହଣୀ ହେଲେ କଳିଙ୍ଗନଗରଠାରୁ ଭୁବନେଶ୍ୱର ଓ କଟକକୁ ଯୋଗାଯୋଗ ସହଜ ହୋଇପାରିବ ବୋଲି ଆଶା କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୮ା୧୧ା୨୦୧୯ରେ ରାଜ୍ୟ ଶିଳ୍ପ ବିଭାଗର ସଚିବ ହେମନ୍ତ ଶର୍ମା ଯଖପୁରା ରେଲୱେ ଷ୍ଟେଶନରେ ଜନଶତାବ୍ଦୀ ଏକ୍ସପ୍ରେସ ରହଣୀ କରିବାକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ରେଳ-କୋର୍ଡିନେଶନର ସଚିବ ମନୋଜ କୁମାର ମିଶ୍ର ଅନୁରୋଧ କରିଥିଲେ। ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ, କଳଙ୍ଗନଗର ଶିଳ୍ପାଞ୍ଚଳରେ ଏକାଧିକ ବୃହତ ଓ ମଧ୍ୟମଧରଣ ଶିଳ୍ପ କାରଖାନା ଚାଲିଛି। ଏପରିକି କଳିଙ୍ଗନଗରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରରେ ଅଗ୍ରଗତି ଲାଭ କରୁଛି। ଏହିସବୁ କାରଖାନାରେ ଭୁବନେଶ୍ୱର ଓ କଟକ ଅଞ୍ଚଳର ଶତାଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହି କର୍ମଚାରୀମାନେ କଳିଙ୍ଗନଗରଠାରୁ ପ୍ରତ୍ୟହ ଭୁବନେଶ୍ୱର ଓ କଟକକୁ ଯାତ୍ରୀବାହୀ ବସ୍‌ କିମ୍ବା ନିଡ଼ ଗାଡ଼ିରେ ଯିବାଆସିବା କରୁଛନ୍ତି ା ତେଣୁ କଳିଙ୍ଗନଗର ନିକଟରେ ରହିଥିବା ଯଖପୁରା ରେଳୱେ ଷ୍ଟେଶନରେ ଜନଶତାବ୍ଦୀ ଏକ୍ସପ୍ରେସ ରହଣୀ ପାଇଁ ଏହି ଶିଳ୍ପ କାରଖାନା ପକ୍ଷରୁ ଦାବି ହୋଇଆସୁଛି। ଏହା କାରଖାନା କର୍ମଚାରୀଙ୍କ ପାଇଁ ସୁରକ୍ଷିତ ଗମନାଗମନ ହୋଇ ପାରିବ। ଏହାବାଦ ରାସ୍ତାରେ ଟ୍ରାଫିକ ସମସ୍ୟା ହ୍ରାସ ହେବା ସହ ସ୍ଥାନୀୟ ଅଞ୍ଚଳର ପ୍ରଦୂଷଣ ମାତ୍ରା କମିବାର ସମ୍ଭାବନା ରହିଛି ା ତେଣୁ ଏହାକୁ ପ୍ରାଧାନ୍ୟ ଦେଇ ଜନଶତାବ୍ଦୀ ଏକ୍ସପ୍ରେସ (ଟ୍ରେନ ନମ୍ବର ୧୨୦୭୪ ଓ ୧୨୦୭୩) ରହଣୀ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ରେଳ-କୋର୍ଡିନେଶନର ସଚିବ ମିଶ୍ର ଅନୁରୋଧ କରିଛନ୍ତି। ଏହି ପତ୍ରକୁ ଭିତ୍ତି କରି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ପ୍ରେମାନନ୍ଦ ଖୁଣ୍ଟିଆ ତାଙ୍କ ପତ୍ରସଂଖ୍ୟା ୮୩୩୮/୨୮ା୧୧ା୨୦୧୯ରେ ରେଳ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି ା ଏଠାରେ ସୂଚନାଯୋଗ୍ୟ ଯେ, ଯଖପୁରା ଷ୍ଟେଶନ ଦେଇ କେନ୍ଦୁଝର ଓ ହାୱାଡାକୁ ରେଳଲାଇନ ରହିଛି ା ତେଣୁ ଏହା ଏକ ଜଂକ୍ସନରେ କେବଳ ସୀମିତ ରହିଛି। ଫ୍ଲାଟଫର୍ମରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପୂର୍ବରୁ ସେଠାରେ ଥିବା ଏକ ସାଇଡିଂକୁ ବନ୍ଦ କରାଯାଇଛି। ସମାଜସେବୀ ତଥା ପରିବେଶବିତ ଅଶ୍ୱିନୀ କୁମାର ଧଳ ଏ ବାବଦରେ ରାଜ୍ୟ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିବା ସହିତ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। କାରଣ କୋଇଲା ଓ ଲୁହାପଥର ଗୁଣ୍ଡ ତଥା କଳା ଧୂଆଁ ପାଉଁଶରେ ସଚରାଚରକୁ ଦୂଷିତ ପ୍ରଦୂଷିତ କରୁଥିବା ଯଖପୁରା ରେଲୱେ ଷ୍ଟେସନ ଯାତ୍ରୀଙ୍କ ପାଇଁ କାଳ ହେଉଥିଲା। କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥାପନ ସମୟରେ ସରକାର ଯଖପୁରା ରେଲ୍‌ୱେ ଷ୍ଟେଶନର ଯାତ୍ରୀମାନଙ୍କୁ ଉନ୍ନତ ମାନର ସୁବିଧା ସୁଯୋଗ ଦେବାପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଫସର ଫାଟିଛି ା ଏହି ରେଲୱେ ଷ୍ଟେଶନ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଏକମାତ୍ର ଯାତ୍ରୀ ରେଲ୍‌ୱେ ଷ୍ଟେଶନ ହୋଇଥିବାରୁ, ଯାତ୍ରୀମାନେ ଏହା ଉପରେ ନିର୍ଭରଶୀଳ ା ଦ୍ୱିତୀୟ ଇସ୍ପାତ କାରଖାନା ଶୁଭ ଦେବାପାଇଁ ୧୯୯୨ ମେ ୧୩ ତାରିଖରେ ମିଡଇଷ୍ଟ କମ୍ପାନୀର ଚେୟାରମ୍ୟାନ ସ୍ବରାଜ ପାଲ, ବ୍ରିଟିଶର ହାଇ କମିଶନର ଭାରତର ନିକୋଲାଶ ପଲ ଓ ବିଜୁବାବୁ ଯଖପୁରା ଆସିଥିଲେ। ସେହିଦିନ କଳିଙ୍ଗନଗର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା ଓ ସେତେବେଳେ ସ୍ଥାନୀୟ ଜନସାଧାରଣ ଦାବି କରିଥିଲେ ଯଖପୁରା ଷ୍ଟେଶନର ଯାତ୍ରୀ ମାନଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବାକୁ ଓ ଯଖପୁରା ଷ୍ଟେଶନକୁ କଳିଙ୍ଗନଗରରେ ନାମିତ କରିବାକୁ। କିନ୍ତୁ ଏହି ଦାବି ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏପରିକି ଏହି ଷ୍ଟେଶନରେ କୌଣସି ଦ୍ରୁତଗାମୀ ଟ୍ରେନ ଚଳାଚଳ କରୁ ନ ଥିବାରୁ କାରଖାନାର ଶତାଧିକ କର୍ମଚାରୀ ଓ ଅଧିକାରୀ ସୁରକ୍ଷିତ ଗମନାଗମନାରୁ ବଞ୍ଚତ୍ତ ହେଉଛନ୍ତି। ତେବେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ଏହି ପଦକ୍ଷେପ କାର୍ଯ୍ୟକାରୀ ହେଲେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri