ମ୍ୟାଲେରିଆ : କାରଣ, ପ୍ରତିକାର

ମ୍ୟାଲେରିଆ ଜ୍ୱର ‘ମାଈଏନ୍‌ଫିଲିସ ମଶା’ କାମୁଡ଼ିବା ଦ୍ୱାରା ହୋଇଥାଏ। ସର୍ବପ୍ରଥମେ ୧୯୩୪ରେ ରୋନାଲ୍‌ଡ ରସ୍‌ ନାମକ ଜଣେ ବୈଜ୍ଞାନିକ ମ୍ୟାଲେରିଆ ପାରାସାଇଟର ବ୍ୟତୀତ ଆଣ୍ଟି ମ୍ୟାଲେରିଆ ଔଷଧ ‘କ୍ଲୋରୋକୁଇନ୍‌’ ମଧ୍ୟ ଆବିଷ୍କାର କରିଥିଲେ। ସମଗ୍ର ବିଶ୍ୱରେ ମ୍ୟାଲେରିଆ ପାରାସାଇଟ ୪ ପ୍ରକାର (ପ୍ଲାଜମୋଡିୟମ ଫଲସିଫରମ, ପ୍ଲାଜମୋଡିୟମ ଭାଇବେକ୍ସ, ପି.ଓଭେଲା ଏବଂ ପି.ମେଲେରିଆ)ର ଦେଖାଯାଏ। ଏଗୁଡ଼ିକ ମଧ୍ୟରୁ ‘ପ୍ଲାଜମୋୟମ ଫଲସିଫରମ’ ମ୍ୟାଲେରିଆ ଜୀବାଣୁ ଅତି ମାରାତ୍ମକ। ଏଥିରେ ବିଶ୍ୱରେ ଅଧିକ ଲୋକ ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡ଼ିଥା’ନ୍ତି।
ତେଣୁ ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରକ୍ତନମୁନା ପରୀକ୍ଷା କରାଇ ଔଷଧ ସେବନ କରିବା ଦରକାର।
ମ୍ୟାଲେରିଆ କ’ଣ : ମ୍ୟାଲେରିଆ ଏକ ଜ୍ୱର ଅଟେ। ଏହି ଜ୍ୱର ମ୍ୟାଲେରିଆ ପାରାସାଇଟ (ମ୍ୟାଲେରିଆ ପରଜୀବୀ)ର ସଂକ୍ରମଣରୁ ଶରୀରରେ ଦେଖାଯାଏ।
ସୁସ୍ଥ ମନୁଷ୍ୟ ସାଧାରଣତଃ ମଶା ଦ୍ୱାରା ହିଁ ମ୍ୟାଲେରିଆରେ ସଂକ୍ରମିତ ହୋଇଥା’ନ୍ତି।
ମାଈଏନ୍‌ଫିଲିସ ନାମକ ଏକ ମଶାର ଲାଳ ଗ୍ରନ୍ଥିରେ ମ୍ୟାଲେରିଆ ଜୀବାଣୁ ରଖିଥାଏ।
ଏହି ମ୍ୟାଲେରିଆ ଜୀବାଣୁଯୁକ୍ତ ମଶା କାମୁଡ଼ିଲେ ହିଁ ଜଣେ ସୁସ୍ଥ ବ୍ୟକ୍ତି ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଥା’ନ୍ତି। ଏହି ପରଜୀବୀ ନିଜ ଜୀବନ ଚକ୍ରରେ କିଛି ଅଂଶ ମଣିଷ ଦେହରେ ଏବଂ ବାକି ମଶା ଦେହରେ ବିତାଇଥାଏ। ମାଈ ଏନ୍‌ଫିଲିସ ମଶା ମ୍ୟାଲେରିଆରେ ଆକ୍ରାନ୍ତ ରୋଗୀକୁ କାମୁଡ଼ିବା ଦ୍ୱାରା ମଶାଦେହକୁ ମ୍ୟାଲେରିଆ ପରଜୀବୀ ପ୍ରବେଶ କରିଥାଏ। ତା’ପରେ ପରଜୀବୀ ମଶାର ଖାଦ୍ୟନଳୀରେ ପହଞ୍ଚତ୍ ମଶାକୁ ସଂକ୍ରମିତ କରାଏ। ଏହି ସଂକ୍ରମିତ ମଶା ଯେତେବେଳେ ସୁସ୍ଥ ମନୁଷ୍ୟକୁ କାମୁଡ଼େ, ସେତେବେଳେ ମ୍ୟାଲେରିଆ ପରଜୀବୀ ମନୁଷ୍ୟର ରକ୍ତ ଭିତରକୁ ପ୍ରବେଶ କରେ ।
ସୁସ୍ଥ ବ୍ୟକ୍ତିଙ୍କୁ ମଶା କାମୁଡ଼ିବାର ୧୪ ରୁ୨୧ ଦିନ ଭିତରେ ଜ୍ୱର ହୁଏ। ଜଣେ ମ୍ୟାଲେରିଆ ସଂକ୍ରମିତ ରୋଗୀଙ୍କଠାରୁ ମଶା ଦ୍ୱାରା ଅନେକ ବ୍ୟକ୍ତିଙ୍କୁ ଏହି ରୋଗ ବ୍ୟାପୀଥାଏ।
ଲକ୍ଷଣ : ମ୍ୟାଲେରିଆ ଜ୍ୱର ଆରମ୍ଭ ହେଲେ ଶରୀରରେ ଥଣ୍ଡା ଅନୁଭୂତ ହେବା ସହ କମ୍ପ ଲାଗେ। ମୁଣ୍ଡ ବ୍ୟଥା, ପ୍ରବଳ ଶୀତ ହେତୁ ରୋଗୀ ରେଜେଇ କିମ୍ବା କମ୍ବଳ ରେ ଘୋଡ଼ାଇ ହୋଇଥାଏ। ହାତର ଆଙ୍ଗୁଠି, ଟିପ, ଓଠ ଆଦି ନୀଳବର୍ଣ୍ଣ ଦିଶେ। ଚର୍ମ ଶୁଷ୍କ ଲାଗିବା ସହ ଲୋମ ଠିଆ ହୋଇଯିବା ଆଦି ଲକ୍ଷଣ ଦେଖାଯାଏ।
ମ୍ୟାଲେରିଆ ହେଲେ ରୋଗୀ ଶରୀରରେ ତାପମାତ୍ରା ପ୍ରବଳ ବୃଦ୍ଧି ପାଇ ଜ୍ୱର ଖୁବ ବଢ଼ିଥାଏ। ରୋଗୀର ଭୀଷଣ ମୁଣ୍ଡବ୍ୟଥା ସାଙ୍ଗକୁ ବାନ୍ତି ଲାଗିବା, ଶୋଷ ଲାଗିବା, ଅରୁଚି ଆଦି ସହ ଦେହ ଜଳିଗଲା ପରି ଲକ୍ଷଣ ଅନୁଭୂତ ହୋଇଥାଏ।
ପ୍ରତିକାର : ମ୍ୟାଲେରିଆ ଜ୍ୱର ଓ ଡେଙ୍ଗୁ ଜ୍ୱର ମୁଖ୍ୟତଃ ବର୍ଷାଋତୁରେ ବହୁଳ ଭାବେ ଦେଖାଦେଇଥାଏ। ମ୍ୟାଲେରିଆ ଜ୍ୱରର ବାହକ ମାଈଏନ୍‌ଫିଲିସ ମଶା ହୋଇଥିବା ବେଳେ ଏହି ମଶା ମନୁଷ୍ୟକୁ ରାତିରେ କାମୁଡ଼ିଥାଏ। ଏହି ମଶା ସ୍ଥିର, ସ୍ବଚ୍ଛ ଓ ମାଟି ଉପରେ ଜମିଥିବା ପାଣିରେ ବଂଶ ବିସ୍ତାର କରିଥାଏ। ସମ୍ପୃକ୍ତ ମଶା ୧ ରୁ ୨ କିଲୋମିଟର ପରିସୀମା ଭିତରେ ଉଡ଼ି ସୁସ୍ଥ ବ୍ୟକ୍ତିଙ୍କୁ କାମୁଡ଼ିଥାଏ। ଉକ୍ତ ମଶା କାମୁଡ଼ାରୁ ରକ୍ଷା ପାଇବା ନିମନ୍ତେ ଘରେ ଝୁଣାଧୂପ ଦେବା ସହ ଶୋଇବା ବେଳେ ମଶାରି ଟାଙ୍ଗି ଶୋଇବା ଉଚିତ।
ଆୟୁର୍ବେଦୀୟ ଚିକିତ୍ସା ପଦ୍ଧତି : ଆୟୁର୍ବେଦୀୟ ଚିକିତ୍ସା ପଦ୍ଧତି ଅନୁଯାୟୀ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ରୋଗୀକୁ ସୁଦର୍ଶନ ଘନବଟିକା ଗୋଟିଏ ଲେଖାଏଁ ଦିନରେ ଦୁଇ ବେଳା କିଛି ଖାଦ୍ୟ ପରେ ଜଳ ସହ (ଗରମ ପାଣି ଥଣ୍ଡା କରି) ଖାଇବା ଉଚିତ।
ଅମୃତାରିଷ୍ଟ ୧୦-୧୫ ଏମ୍‌.ଏଲ୍‌. ଦିନରେ ଦୁଇ ବେଳା ଖାଦ୍ୟ ପରେ ଗରମ ପାଣି ଥଣ୍ଡା କରି ମିଶାଇ ଖାଇବା ଉଚିତ। ଗଙ୍ଗଶିଉଳି ଗଛର ପତ୍ରର ରସ ଦୁଇ ଚାମଚ ଲେଖାଏଁ ଖାଲିପେଟରେ ଦୁଇବେଳା ସେବନ କରିବା ଉଚିତ। ଏହି ଔଷଧଗୁଡ଼ିକ ମ୍ୟାଲେରିଆ ଜ୍ୱର ଉପଶମ ନିମନ୍ତେ ଅମୃତ ତୁଲ୍ୟ କାମ କରିଥାଏ ।
ଦିନେ ବିଭିନ୍ନ ପ୍ରକାର ମଶା ଉପଦ୍ରବରୁ ରକ୍ଷା ପାଇବା ନିମନ୍ତେ ବାସଗୃହର ଚାରି ପାଖ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ପାଣି ଜମିବାକୁ ଦିଅନ୍ତୁ ନାହିଁ ।
ବାରମ୍ବାର ବ୍ଲିଚିଂ ପାଉଡର ସିଞ୍ଚନ କରିବା ଏବଂ ଡି.ଡି.ଟି. ସିଞ୍ଚନ କରିବା ଆବଶ୍ୟକ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!

ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?