ଖୁସି ଖବର, ବୁଷ୍ଟର ଡୋଜ୍‌ ଯୋଗୁ ପ୍ରତିରୋଧକ ଶକ୍ତି ବଢୁଛି ୪ ଗୁଣା…

ତେଲଅଭିବ୍‌,୨୩।୮: କରୋନା ମହାମାରୀ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ନିକଟରେ ହୋଇଥିବା ଏକ ଗବେଷଣାରୁ ସୁଫଳ ମିଳିଛି। ଭାକ୍ସିନ୍‌ର ଦୁଇ ଡୋଜ ପରେ, ବୁଷ୍ଟର ଡୋଜ ନେବା ଦ୍ୱାରା ଶରୀର ରୋଗପ୍ରତିରୋଧକ ଶକ୍ତି ୪ ଗୁଣା ବୃଦ୍ଧି ପାଉଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଇସ୍ରାଏଲର ହୋଇଥିବା ଏକ ନୂତନ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଫାଇଜର ଭାକ୍ସିନ୍‌ର ବୁଷ୍ଟର୍‌ ଡୋଜ ପ୍ରତିରୋଧକ ପ୍ରଣାଳୀକୁ ସୁଦୃଢ଼ କରିଥାଏ। ଏହା ସହିତ ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମଣରୁ ଦୂରେଇ ରଖିବାକୁ ମଧ୍ୟ ସକ୍ଷମ ହୋଇଥାଏ।
କରୋନା ମହାମାରୀର ଡେଲ୍ଟା ଭାରିଆଣ୍ଟ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବାବେଳେ ଏହି ଗବେଷଣା ରିପୋର୍ଟ ଯୋଗୁ ଚିକିତ୍ସା ବିଜ୍ଞାନୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି। ଡେଲ୍ଟା ଭାରିଆଣ୍ଟର ଭୟଙ୍କର ଲକ୍ଷଣକୁ ଦୃଷ୍ଟିରେ ରଖି ଆମେରିକା, କାନାଡା, ଫ୍ରାନ୍ସ ଏବଂ ଜର୍ମାନୀ ନିଜ ନାଗରିକମାନଙ୍କୁ ବୁଷ୍ଟର୍‌ ସଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରବିବାର ଦିନ ଇସ୍ରାଏଲ ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନର ରିପୋର୍ଟ ପ୍ରକାଶ ପାଇଛି। ବୁଷ୍ଟର୍‌ ଡୋଜ ନେବା ଦ୍ୱାରା ୮୬ ପ୍ରତିଶତ ଲୋକେ କରୋନା ସଂକ୍ରମଣରୁ ଦୂରେଇ ରହି ପାରିବେ। ସେହିପରି ଗୁରୁତର ସଂକ୍ରମଣ କ୍ଷେତ୍ରରେ ବୁଷ୍ଟର ସଟ ୯୨ ପ୍ରତିଶତ ପ୍ରଭାବଶାଳୀ ହେବ ବୋଲି ଜଣାପଡିଛି। ଇସ୍ରାଏଲରେ, ଡେଲଟା ଭାରିଆଣ୍ଟର ସଂକ୍ରମଣକୁ ରୋକିବା ପାଇଁ ମ୍ୟାକାବି ହେଲଥ୍‌ ସର୍ଭିସେସ୍‌ ପକ୍ଷରୁ ବୁଷ୍ଟର୍‌ ଡୋଜ ଯୋଗାଇ ଦିଆଯାଉଛି। ଏହାପୂର୍ବରୁ, ଫାଇଜର ଏବଂ ମଡର୍ନା ସେମାନଙ୍କ ଅଧ୍ୟୟନରେ ବୁଷ୍ଟର୍‌ ସଟ ନେବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଉଥିବା ଦାବି କରିଥିଲେ। ସଂକ୍ରମଣ ବୃଦ୍ଧି ଘଟୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲରେ ଜୁଲାଇ ୩୦ରୁ ଲୋକଙ୍କୁ ତୃତୀୟ ଡୋଜ ଦେବା ଆରମ୍ଭ ହୋଇଛି। ସମ୍ପ୍ରତି ଇସ୍ରାଏଲ୍‌ରେ ପାଞ୍ଚ ମାସ ପୂର୍ବରୁ ଦ୍ୱିତୀୟ ଡୋଜ ନେଇଥିବା ଲୋକଙ୍କ ବୁଷ୍ଟର ଡୋଜ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri