ମୋଗଲ ଆକ୍ରମଣଠୁ ବଳିଗଲା କରୋନା ସଂକ୍ରମଣ

ବ୍ରହ୍ମଗିରି, ୨୪ା ୪(ଡି.ଏନ.ଏ.):  ଶ୍ରୀକ୍ଷେତ୍ରର ମହାପ୍ରଭୁ ଜଗନ୍ନାଥ କରୋନା ଯୋଗୁ ଭକ୍ତଙ୍କୁ ଦେଉନାହାନ୍ତି ଦର୍ଶନ। ସେହିପରି ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା ବ୍ରହ୍ମକ୍ଷେତ୍ର ବ୍ରହ୍ମଗିରିର ଅଲାରନାଥ ପୀଠ କରୋନା ସଂକ୍ରମଣ ପ୍ରଭାବରୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି। ବର୍ଷକ ମଧ୍ୟରେ ଜଗନ୍ନାଥ ମହାପ୍ରଭୁ ୧୪ ଦିନ ଅଣସର ପିଣ୍ଡିରେ ରହି ଭକ୍ତଙ୍କୁ ଦର୍ଶନ ନ ଦେବା ପରମ୍ପରା ରହିଛି ା ଏଭଳି ପରିସ୍ଥିତିରେ ଅଲାରନାଥ ପୀଠରେ ବର୍ଷକର କୌଣସି ଗୋଟିଏ ଦିନ ଦର୍ଶନ ବନ୍ଦ ହୋଇ ନ ଥାଏ। ଅତୀତରେ ମୋଗଲ ଆକ୍ରମଣରେ ସେବାୟତମାନେ ନିଜକୁ ସୁରକ୍ଷା ଦେବା ପାଇଁ ଆତ୍ମଗୋପନ କରିଥିବା ସମୟରେ ମନ୍ଦିରର ନୀତିକାନ୍ତି ସହ ମନ୍ଦିର ବନ୍ଦ ରହିଥିଲା। ଐତିହ୍ୟ ବିଶାରଦ ସୁରେନ୍ଦ୍ର ମିଶ୍ରଙ୍କ କହିବା ଅନୁଯାୟୀ, ୧୬୨୧ରେ ମିର୍ଜା ଅହମ୍ମଦ ବେଗ୍‌ଙ୍କ ଅନ୍ଧାରୀଗଡ଼ ଆକ୍ରମଣ ସମୟରେ ବ୍ରହ୍ମଗିରି ଅଞ୍ଚଳରେ ଥିବା ଅନେକ ହିନ୍ଦୁ ମନ୍ଦିର ପ୍ରତି ବିପଦ ଦେଖା ଦେଇଥିଲା ା ଏହି ସମୟରେ ମନ୍ଦିରର ସେବାୟତମାନେ ନିଜକୁ ବଞ୍ଚାଇବା ଲାଗି ଛତ୍ରଭଙ୍ଗ ଦେଇଥିଲେ। ଫଳରେ ମହାପ୍ରଭୁ ଅଲାରନାଥଙ୍କ ମନ୍ଦିର ବନ୍ଦ ରହିଥିଲା। ପରେ ପରିସ୍ଥିତ ସ୍ବାଭାବିକ ହେବାରୁ ମନ୍ଦିର ପୁନର୍ବାର ଖୋଲିଥିଲା। କିନ୍ତୁ ଏବେ କୌଣସି ମୋଗଲ ଓ ବାହ୍ୟ ଶତ୍ରୁଙ୍କ ଆକ୍ରମଣ ନାହିଁ। ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ନିମନ୍ତେ ସରକାରଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ଫଳରେ ମହାପ୍ରଭୁ ଅଲାରନାଥ ମନ୍ଦିରର ରତ୍ନ ସିଂହାସନରେ ଭକ୍ତଙ୍କ ଆଢୁଆଳରେ ରହିଛନ୍ତି। ପ୍ରତ୍ୟେକଦିନ ଚଳଚଞ୍ଚଳ ଉଠୁଥିବା ପୀଠରେ ଏବେ ନୀରବତା ରାଜୁତି କରୁଛି। ମନ୍ଦିରରେ ଦର୍ଶନ ବନ୍ଦ ହେବା ଇତିହାସରେ ଏକ ନୂଆ ପୃଷ୍ଠା ଯୋଡ଼ି ହେବ ବୋଲି ଶ୍ରଦ୍ଧାଳୁଙ୍କଠାରୁ ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ପାଇଁ ନୂଆ କର୍ମକର୍ତ୍ତା ଚୟନ: ସଭାପତି ହେଲେ…

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ନିମନ୍ତେ ଚଳିତବର୍ଷର ସଭ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ରବିବାର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି।…

୪୪ ଡିଗ୍ରୀ ଖରାରେ ଚାଷୀଙ୍କୁ ରାସ୍ତାରେ ଆଣ୍ଠେଇବା ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚନ୍ଦାହାଣ୍ଡି ଥାନା ଘେରାଉ

ନବରଙ୍ଗପୁର,୨୪।୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରେ ନିଜ ବଳଦକୁ ନେଇ ଚନ୍ଦାହାଣ୍ଡିରୁ ରାଇଘରକୁ ନେବା ସମୟରେ ବଜରଙ୍ଗ ଦଳ ସଦସ୍ୟ କହୁଥିବା କିଛି ବ୍ୟକ୍ତି…

ନନ୍ଦିପଦା ଥାନାକୁ ନ ଥିଲା ରାସ୍ତା, ଆଜି ଶିଳାନ୍ୟାସ କଲେ ଥାନାଧିକାରୀ

ହାଟଡିହୀ/ଛେନାପଦୀ,୨୪ା୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନାକୁ ଯାତାୟାତ କରିବା ପାଇଁ ରାସ୍ତା ନିର୍ମାଣ ନିମନ୍ତେ ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ଶିଳାନ୍ୟାସ କରିଛନ୍ତି। ପ୍ରଥମେ ଥାନାଧିକାରୀ…

ଶୁଦ୍ଧିକ୍ରିୟା ଭୋଜି ଖାଇ ​ସୁନାଖାଏନ ଗାଁରେ ଝାଡ଼ାବାନ୍ତି ଆତଙ୍କ, ଚାଲିଗଲା ୨ଜଣଙ୍କ ଜୀବନ

​ଝାରସୁଗୁଡ଼ା/ଲଖନପୁର,୨୪ା୫(ଆଶିଷ ରଞ୍ଜନ ଦାଶ/ଗୌତମ ସାହୁ ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅତାବିରା ଗ୍ରାମ ପଞ୍ଚାୟତ ସୁନାଖାଏନ ଗ୍ରାମରେ ଝାଡ଼ାବାନ୍ତିର ଆତଙ୍କ ଦେଖାଦେଇଛି । ଏହି ରୋଗରେ…

ଚଳନ୍ତାଗାଡ଼ିରୁ ବାହାରିଗଲା ଚକା, ରାସ୍ତାକଡ଼ ଦୋକାନ ଭିତରେ ପଶିଯିବାରୁ…

ମୋହନା,୨୪ା୫(ମନ୍ମଥ ମିଶ୍ର): ହରିହର ନାମକ ଯାତ୍ରୀବାହୀ ଘରୋଇ ବସ୍‌ ( ଓଡି ୦୭ ଜେଡ୍‌ ୦୫୯୯ ) ବ୍ରହ୍ମପୁରଠାରୁ କାଟିଙ୍ଗା ୩୦ ଜଣ ଯାତ୍ରୀଙ୍କୁ ନେଇ ଯିବା…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି: ୨ ମୃତ, ୩୦ ରୁ ଅଧିକ ଅସୁସ୍ଥ

ହେମଗିର, ୨୪।୫ (ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକ ଅନ୍ତର୍ଗତ ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି ପ୍ରକୋପ ଦେଖାଦେଇଛି। ଗାଁର ୩୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri