ମୋଗଲ ଆକ୍ରମଣଠୁ ବଳିଗଲା କରୋନା ସଂକ୍ରମଣ

ବ୍ରହ୍ମଗିରି, ୨୪ା ୪(ଡି.ଏନ.ଏ.):  ଶ୍ରୀକ୍ଷେତ୍ରର ମହାପ୍ରଭୁ ଜଗନ୍ନାଥ କରୋନା ଯୋଗୁ ଭକ୍ତଙ୍କୁ ଦେଉନାହାନ୍ତି ଦର୍ଶନ। ସେହିପରି ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା ବ୍ରହ୍ମକ୍ଷେତ୍ର ବ୍ରହ୍ମଗିରିର ଅଲାରନାଥ ପୀଠ କରୋନା ସଂକ୍ରମଣ ପ୍ରଭାବରୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି। ବର୍ଷକ ମଧ୍ୟରେ ଜଗନ୍ନାଥ ମହାପ୍ରଭୁ ୧୪ ଦିନ ଅଣସର ପିଣ୍ଡିରେ ରହି ଭକ୍ତଙ୍କୁ ଦର୍ଶନ ନ ଦେବା ପରମ୍ପରା ରହିଛି ା ଏଭଳି ପରିସ୍ଥିତିରେ ଅଲାରନାଥ ପୀଠରେ ବର୍ଷକର କୌଣସି ଗୋଟିଏ ଦିନ ଦର୍ଶନ ବନ୍ଦ ହୋଇ ନ ଥାଏ। ଅତୀତରେ ମୋଗଲ ଆକ୍ରମଣରେ ସେବାୟତମାନେ ନିଜକୁ ସୁରକ୍ଷା ଦେବା ପାଇଁ ଆତ୍ମଗୋପନ କରିଥିବା ସମୟରେ ମନ୍ଦିରର ନୀତିକାନ୍ତି ସହ ମନ୍ଦିର ବନ୍ଦ ରହିଥିଲା। ଐତିହ୍ୟ ବିଶାରଦ ସୁରେନ୍ଦ୍ର ମିଶ୍ରଙ୍କ କହିବା ଅନୁଯାୟୀ, ୧୬୨୧ରେ ମିର୍ଜା ଅହମ୍ମଦ ବେଗ୍‌ଙ୍କ ଅନ୍ଧାରୀଗଡ଼ ଆକ୍ରମଣ ସମୟରେ ବ୍ରହ୍ମଗିରି ଅଞ୍ଚଳରେ ଥିବା ଅନେକ ହିନ୍ଦୁ ମନ୍ଦିର ପ୍ରତି ବିପଦ ଦେଖା ଦେଇଥିଲା ା ଏହି ସମୟରେ ମନ୍ଦିରର ସେବାୟତମାନେ ନିଜକୁ ବଞ୍ଚାଇବା ଲାଗି ଛତ୍ରଭଙ୍ଗ ଦେଇଥିଲେ। ଫଳରେ ମହାପ୍ରଭୁ ଅଲାରନାଥଙ୍କ ମନ୍ଦିର ବନ୍ଦ ରହିଥିଲା। ପରେ ପରିସ୍ଥିତ ସ୍ବାଭାବିକ ହେବାରୁ ମନ୍ଦିର ପୁନର୍ବାର ଖୋଲିଥିଲା। କିନ୍ତୁ ଏବେ କୌଣସି ମୋଗଲ ଓ ବାହ୍ୟ ଶତ୍ରୁଙ୍କ ଆକ୍ରମଣ ନାହିଁ। ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ନିମନ୍ତେ ସରକାରଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ଫଳରେ ମହାପ୍ରଭୁ ଅଲାରନାଥ ମନ୍ଦିରର ରତ୍ନ ସିଂହାସନରେ ଭକ୍ତଙ୍କ ଆଢୁଆଳରେ ରହିଛନ୍ତି। ପ୍ରତ୍ୟେକଦିନ ଚଳଚଞ୍ଚଳ ଉଠୁଥିବା ପୀଠରେ ଏବେ ନୀରବତା ରାଜୁତି କରୁଛି। ମନ୍ଦିରରେ ଦର୍ଶନ ବନ୍ଦ ହେବା ଇତିହାସରେ ଏକ ନୂଆ ପୃଷ୍ଠା ଯୋଡ଼ି ହେବ ବୋଲି ଶ୍ରଦ୍ଧାଳୁଙ୍କଠାରୁ ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri