ମେଟାଲ ଜୁଏଲେରି

ଆଜିକାଲି ଅନେକ ଯୁବତୀଙ୍କ ପସନ୍ଦ ମେଟାଲ ଜୁଏଲେରି। ଏହା ଖୁବ୍‌ କମ୍‌ ଦାମ୍‌ରେ ମାର୍କେଟରେ ମିଳିବା ସହ ଆକର୍ଷଣୀୟ ବି ହୋଇଥାଏ। ବ୍ଲାକ୍‌ ମେଟାଲ ଏବଂ ସିଲ୍‌ଭର ମେଟାଲର ବି ଭେରାଇଟି ବାଛିପାରିବେ। ଏଥିମଧ୍ୟରେ ରହିଛି ଆର୍ମଲେଟ୍‌, ରିଷ୍ଟ୍‌ଲେଟ୍‌, ପାୟଲ ଇତ୍ୟାଦି। ଆପଣ ଚାହିଁଲେ ଏହାକୁ କୁର୍ତ୍ତି, ଶାଢ଼ି କିମ୍ବା ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ପିନ୍ଧିପାରିବେ।
ଇୟର ରିଙ୍ଗ୍ସ-ଫ୍ୟାଶନ ଦୁନିଆରେ ପରିବର୍ତ୍ତନ ଚାଲିଛି। ଏବେ ଲଟ୍‌କନ୍‌ର ବଡ଼ ଇୟର ରିଙ୍ଗ୍ସ ଟ୍ରେଣ୍ଡରେ ରହିଛି। ଏଥିରେ ମିରର ଓ୍ବାର୍କ ପେଷ୍ଟ୍‌ କରାଯାଇଥାଏ। ଏହାର ତଳ ସାଇଡ୍‌ରେ ଘୁଙ୍ଗୁର ଲଗାଯାଇଥାଏ। ଏହା ଆପଣଙ୍କ କାନକୁ ଅଲଗା ଲୁକ୍‌ ଦେଇଥାଏ। ଟପ୍ସରୁ ଆରମ୍ଭକରି ଛୋଟ ବଡ଼ ବିଭିନ୍ନ ପ୍ରକାର ଇୟର ରିଙ୍ଗ୍ସ ଆପଣ ପାଇପାରିବେ। ମୁହଁର ସାଇଜ ହିସାବରେ ଆପଣ ଏହାକୁ ବାଛିପାରିବେ।
ସେଟ୍‌ – କେବଳ ଇୟର ରିଙ୍ଗ୍ସ ନୁହେଁ, ବେକରେ ମଧ୍ୟ ନେକ୍‌ଲେସ୍‌ ଲଗାଇବା ପାଇଁ ସମ୍ପୂର୍ଣ୍ଣ ସେଟ୍‌ ମାର୍କେଟରେ ମିଳୁଛି। ଲମ୍ବା ନେକ୍‌ଲେସ୍‌ରେ ବଡ଼ ପେଣ୍ଡେଣ୍ଟ ପିନ୍ଧିପାରିବେ। ଏହା ସହ ଡିଫରେଣ୍ଟ ଡିଜାଇନ ଆପଣଙ୍କୁ ବେଶ୍‌ ମାନିବ।
ଫିଙ୍ଗର ରିଙ୍ଗ୍‌ – ଫ୍ୟାଶନ ଟ୍ରେଣ୍ଡ ଅନୁସାରେ ଫିଙ୍ଗର ରିଙ୍ଗ୍‌ ମଧ୍ୟ ବିଭିନ୍ନ ଡିଜାଇନରେ ମାର୍କେଟରେ ଉପଲବ୍ଧ। ମିରର କାମ ଥିବା ଛୋଟ ଛୋଟ ରିଙ୍ଗ୍‌ ଏବଂ ସମ୍ପୂର୍ଣ୍ଣ ଫିଙ୍ଗରକୁ କଭର କଲା ଭଳି ରିଙ୍ଗ୍‌ ମଧ୍ୟ ମିଳୁଛି।
ଚୁଡ଼ି – ଏଥିରେ ସ୍ଲିମ୍‌ ଚୁଡ଼ିରୁ ଆରମ୍ଭକରି ବଡ଼ ବଡ଼ ଚୁଡ଼ି ସାମିଲ କରିପାରିବେ। ବ୍ରେସ୍‌ଲେଟ୍‌ ଭଳି କଡ଼ା ମଧ୍ୟ ଯୁବତୀମାନଙ୍କର ପସନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri