Posted inଜାତୀୟ

ମୁଜାଫର୍‌ପୁର ଶେଲ୍ଟର ହୋମ୍‌ ମାମଲା: ୩ ମାସରେ ତଦନ୍ତ ଶେଷ କରିବା ଲାଗି ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୬: ମୁଜାଫର୍‌ପୁର ସେଲ୍ଟର ହୋମ୍‌ ମାମଲାରେ ତଦନ୍ତ ଶେଷ କରିବା ଲାଗି ସୁପ୍ରିମକୋର୍ଟ ସୋମବାର ସିବିଆଇକୁ ୩ ମାସର ମହଲତ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତର ଅବକାଶକାଳୀନ ଖଣ୍ଡପୀଠର ବିଚାରପତି ଇନ୍ଦୁ ମାଲ୍‌ହୋତ୍ରା ଓ ବିଚାରପତି ଏମ୍‌.ଆର୍‌. ଶାହ ସେଲ୍ଟର ହୋମ୍‌ରେ ଚାଲିଥିବା ଅପ୍ରାକୃତିକ ଯୌନ ନିର୍ଯାତନା ଓ ନାରୀ ନିର୍ଯାତନା ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଏନ୍‌ଜିଓ ଦ୍ୱାରା ପରିଚାଳିତ ଏହି ସେଲ୍ଟର ହୋମ୍‌ରେ ଅନେକ ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏଗୁଡ଼ିକର ଭିଡିଓ ରେକର୍ଡିଂର ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଅନ୍ତେବାସୀଙ୍କୁ ନିଶା ଦ୍ରବ୍ୟ ଯୋଗାଇବା ଓ ବିଭିନ୍ନ ଯୌନ କେଳେଙ୍କାରୀରେ ସମ୍ପୃକ୍ତ ଥିବା ବାହାର ଲୋକଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତ ଶେଷ କରି ୩ ମାସ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ନିଆଯାଇଛି। ପ୍ରକାଶ ଯେ, ପୂର୍ବରୁ ଜୁନ୍‌ ୩ ସୁଦ୍ଧା ତଦନ୍ତ ଶେଷ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେଲ୍ଟର ହୋମ୍‌ରେ ୧୧ ଯୁବତୀଙ୍କୁ ହତ୍ୟା କରାଯିବା ଘଟଣାର ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସତ୍ୟପାଠରେ ତଦନ୍ତକାରୀ ଦଳ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ଓ ସହଯୋଗୀଙ୍କ ନାମ ଦର୍ଶାଇବା ସହ କେତେକ ହାଡ଼ ଠାବ କରିଥିବା କହିଥିଲା। ପରେ ସିବିଆଇ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରଜେଶଙ୍କ ସହ ମୋଟ୍‌ ୨୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିିଟ୍‌ ଦାଖଲ କରିଥିଲା। ତେବେ ଦୁଇ ସପ୍ତାହରେ ତଦନ୍ତ ଶେଷ କରିବା ସମ୍ଭବ ନୁହେଁ ବୋଲି ସିବିଆଇ ଦର୍ଶାଇବା ପରେ ସୁପ୍ରିମକୋର୍ଟ ଅଧିକ ସମୟ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବକୁମାରଙ୍କୁ ନେଇ ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ, ଯେଉଁମାନେ କଷ୍ଟକର ସମୟରେ…

ବେଙ୍ଗାଲୁରୁ,୨୮ା୫: କର୍ନାଟକର କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏବେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସହିତ ଏକ…

ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ୧୬ ଛାତ୍ରୀ

ନାଇରୋବି,୨୮।୫: କେନିଆର ନାକୁରୁ କାଉଣ୍ଟିର ଗିଲଗିଲ୍ସ୍ଥିତ ଉତୁମିଶି ବାଳିକା ଏକାଡେମୀର ଏକ ଛାତ୍ରାବାସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ଦେଶକୁ ଥରାଇ ଦେଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ,…

ଜୁନ୍ ୧ରୁ ବଦଳୁଛି Indane, Bharat ଏବଂ HP ଗ୍ୟାସର ୬ଟି ନିୟମ; ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ,୨୮।୫: ଯଦି ଆପଣଙ୍କ ପରିବାର Indane, Bharat ଗ୍ୟାସ, କିମ୍ୱା HP ଗ୍ୟାସର ଏକ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଆଗାମୀ ମାସଟି ଆପଣଙ୍କ ପାଇଁ…

ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଯୁବତୀଙ୍କୁ ଟେକିନେଲେ ଦୁର୍ବୃତ୍ତ, ଗଣବଳାତ୍କାର କରିବା ପରେ କଲେ…..

ଜୟପୁର,୨୮।୫: ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ଯୁବତୀଙ୍କ ସହ ଗଣବଳାତ୍କାରର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ସହରର ଭିକେଆଇ ପୋଲିସ ଷ୍ଟେସନ ଅଧୀନରେ ଘଟିଥିବା…

ସରକାରଙ୍କ ବଡ଼ ପ୍ଲାନ! ଖୁବଶୀଘ୍ର ବଦଳିବାକୁ ଯାଉଛି ପେଟ୍ରୋଲ ପକାଇବାର ନିୟମ…

ନୂଆଦିଲ୍ଲୀ,୨୮।୫: ଭାରତରେ ପେଟ୍ରୋଲ ପମ୍ପର ଗ୍ରାହକମାନେ ଖୁବ ଶୀଘ୍ର ବିଭିନ୍ନ ପ୍ରକାରର ଇଥାନଲ-ମିଶ୍ରିତ ପେଟ୍ରୋଲ ବାଛିବାର ବିକଳ୍ପ ପାଇପାରିବେ, ଯାହା ସେମାନଙ୍କର ର୍ନିଦ୍ଦିଷ୍ଟ ଯାନ ପାଇଁ ଉପଯୁକ୍ତ।…

NEET Leak; ରାଜନାଥଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ, ଘୋଷଣା କରି କହିଲେ….

ନୂଆଦିଲ୍ଲୀ, ୨୮।୫: NEET ପେପର୍ ଲିକ୍ ବିବାଦ ପରେ, କେନ୍ଦ୍ର ସରକାର ପରୀକ୍ଷା ବ୍ୟବସ୍ଥାକୁ ଆହୁରି ସୁରକ୍ଷିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ବିଚାର…

ଇସ୍ତଫା ଦେବା ପରେ କେତେ ପେନସନ ପାଇବେ ସିଦ୍ଦାରାମାୟା, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କେଉଁ ସବୁ ସୁବିଧା ମିଳେ ଜାଣନ୍ତୁ…

ବେଙ୍ଗାଲୁରୁ, ୨୮।୫: କର୍ନାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ରାଜନୈତିକ ସସ୍‌ପେନ୍ସ ଏବେ ଶେଷ ହୋଇଛି। ସୂତ୍ର ଅନୁସାରେ ସିଦ୍ଦାରାମାୟା ଆଜି ଇସ୍ତଫା ଦେଇପାରନ୍ତି। ଏହି ସମୟରେ, ସିଦ୍ଦାରାମାୟା…

କ୍ଷମତା ହସ୍ତାନ୍ତର ଘୋଷଣା କଲେ ସିଦ୍ଦାରାମାୟା , କହିଲେ-ରାହୁଲ ଗାନ୍ଧୀ ଯାହା କହିବେ ମୁଁ ତାହା କରିବି…

ବେଙ୍ଗାଲୁରୁ, ୨୮।୫: କର୍ନାଟକ କଂଗ୍ରେସ ସରକାର ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା କ୍ଷମତା ହସ୍ତାନ୍ତର ଏବେ ପଥ ପରିଷ୍କାର କରିଛି। ସୂତ୍ର ଅନୁଯାୟୀ, ଦିଲ୍ଲୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri