ଜୟପୁର,୨୯।୧(ନି.ପ୍ର./ଡି.ଏନ୍.ଏ.) – ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁର ମୁଖ୍ୟରାସ୍ତାରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛି ଟାଉନଥାନା ପୋଲିସ। ରଜାନହର ଛକରୁ ତହସିଲ ଅଫିସ ଯାଏ ନୋ ପାର୍କିଂ ଜୋନ୍ କରାଯାଇଛି। ଏହି ରାସ୍ତାରେ ୨ ଚକିଆ ଯାନ ପାର୍କିଂ କରିହେବ। କିନ୍ତୁ ଚାରି ଓ ତିନି ଚକିଆ ଗାଡ଼ି ସବୁ ତହସିଲ ଅଫିସରୁ ଜଗତ ଜନନୀ ଛକ ଭିତରେ ପାର୍କିଂ କରାଯିବ। କୌଣସି ଗାଡ଼ିକୁ ଅଧିକ ସମୟ ପାର୍କିଂ କରିବାକୁ ଦିଆଯିବ ନାହିଁ। ସକାଳ ୮ରୁ ଅପରାହ୍ନ ୨ଟା ଓ ଦିନ ୪ରୁ ରାତି ୧୦ଟା ଭିତରେ କମର୍ସିଆଲ ଗାଡ଼ି ମୁଖ୍ୟରାସ୍ତାରେ ପଶିପାରିବେ ନାହିଁ। ପ୍ରତ୍ୟେକ ଦିନ ପୋଲିସ ପାଟ୍ରୋଲିଂ ଗାଡ଼ି ଏହାର ଯାଞ୍ଚ କରିବ ଓ ନିୟମ ଉଲ୍ଲଂଘନ ହେଲେ ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯିବ। ସେହିପରି ଏମ୍ଜି ରୋଡରେ ମଧ୍ୟ ନୋ ଓ୍ବେ ଘୋଷଣା କରାଯାଇଛି। ସେଠାକୁ ୩ ଓ ୪ ଚକିଆ ଯାନ ପଶିପାରିବ ନାହିଁ। କେବଳ ବାଇକ୍ ହିଁ ଚଳପ୍ରଚଳ କରିବ। ସ୍କୁଲ ଛୁଟି ସମୟରେ ରାସ୍ତା ଜାମ ହେବା ସହ ଟ୍ରାଫିକ ସମସ୍ୟା ଦେଖାଯାଉଛି। ଏହା ସହ ଅଟୋବାଲା ଅନାବଶ୍ୟକ ବ୍ଲକେଜ କରୁଛନ୍ତି, ତାହାକୁ ମଧ୍ୟ ରୋକିବ ପୋଲିସ। ଏସବୁ ସମ୍ପର୍କରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଛି ବୋଲି ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଧି ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, କୋରାପୁଟ View All
ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…
ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…
ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…
ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…
ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ
ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍ଷ୍ଟାଣ୍ଡଠାରେ ଏକ…
ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ
କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…
ଗଞ୍ଜେଇ ଲିଙ୍କ: ଫାଣ୍ଡି ଅଧିକାରୀ ସସ୍ପେଣ୍ଡ, ବିଦା ହେଲେ ହୋମଗାର୍ଡ
ବୌଦ୍ଧ,୨୮।୭: ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍ରେ ବୌଦ୍ଧ ଜିଲା ବଘିଆପଡ଼ା ଫାଣ୍ଡି ଅଧିକାରୀ ତଥା SI ପ୍ରାଣବନ୍ଧୁ ସାହୁଙ୍କୁ ଚାକିରିରୁ ସସ୍ପେଣ୍ଡ କରାଯାଯାଇଛି। ଏପରିକି ହୋମଗାର୍ଡ ମାନଭଞ୍ଜନ…
ପାର୍ଟିଶନ ପାଇଁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ, ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ
ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଟ ବିଏଚ୍ ଉମାଶଙ୍କର ମ୍ୟୁଟେଶନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…
ପାର୍ବଣକୁ ନେଇ ପୁରୁଷୋତ୍ତମପୁର ପୋଲିସର କଡ଼ା ପଦକ୍ଷେପ: ମନଇଚ୍ଛା ହୋଇପାରିବନି ପୂଜା କି ଭସାଣି
ପୁରୁଷୋତ୍ତମପୁର,୨୮ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ପୂଜା, ପାର୍ବଣକୁ ଗୁରୁତ୍ୱ ଦେଇ ପୁରୁଷୋତ୍ତମପୁର ପୋଲିସ କଡ଼ା ପଦକ୍ଷେପ ନେଇଛି। ଯେପରି…
ଜିଲାପାଳ, ସିଡିଓ, ପୌରାଧ୍ୟକ୍ଷା, ଇଓଙ୍କୁ ରାଖି ବାନ୍ଧିଲେ ସଫେଇ କର୍ମଚାରୀ
ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ପବିତ୍ର ରକ୍ଷା ବନ୍ଧନ ଅବସରରେ ଶୁକ୍ରବାର ବଲାଙ୍ଗୀର ମ୍ୟୁନିସିପାଲିଟି ପକ୍ଷରୁ ସ୍ବତନ୍ତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ‘ସୁରକ୍ଷାର ସାକ୍ଷୀ ରାଖି’ ପାଳନ କରାଯାଇଛି।…
Archives

