ମୁକୁଳା ପଡ଼ିଛି ତ୍ରିବେଣୀନଗର ଡ୍ରେନ୍‌

ବ୍ରହ୍ମପୁର ଅଫିସ,୯ା୬-ବ୍ରହ୍ମପୁରକୁ ସ୍ବଚ୍ଛ ଓ ସୁନ୍ଦର ସହରରେ ପରିଣତ କରିବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ବହୁ ପଦକ୍ଷେପ ନେଉଛି। ଫାଉଣ୍ଟେନଠାରୁ ଆରମ୍ଭ କରି ସହରର କାନ୍ଥଗୁଡିକରେ ୱାଲ ପେଣ୍ଟିଂ, ଆବର୍ଜନାରୁ ପ୍ରସ୍ତୁତ ବିଭିନ୍ନ ମଡେଲକୁ ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ କରିବା ଲାଗି ନିଗମ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ସହରର ମୂଳ ସମସ୍ୟା ଡ୍ରେନ୍‌ ଓ ରାସ୍ତା ମରାମତି କାର୍ଯ୍ୟ ପ୍ରତି ଅଣଦେଖା କରୁଛି ା କିଛିମାସ ପୂର୍ବେ ଓଡିଆରପି ଓ ଉନ୍ନତି ଯୋଜନାରେ ସହରର ପ୍ରତି ୱାର୍ଡରେ ଡ୍ରେନ୍‌ର ପୁନରୁଦ୍ଧାର ଓ ରାସ୍ତା ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲେ ମଧ୍ୟ ଏଯାଏ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ ା ଆଗକୁ ବର୍ଷାଦିନ ା କିନ୍ତୁ ଏବେ ଅନେକ ଅଞ୍ଚଳ ଡ୍ରେନ୍‌ର ପୁନରୁଦ୍ଧାର କାର୍ଯ୍ୟ ସରି ନାହିଁ ା ପୁଣି ସହରରେ ବର୍ଷାଦିନେ କୃତ୍ରିମ ବନ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ା
ମହାନଗର ନିଗମ ଅନ୍ତର୍ଗତ ସମସ୍ତ ୱାର୍ଡ ଡ୍ରେନ୍‌ଗୁଡିକର ପୁନରୁଦ୍ଧାର, ମରାମତି ସହ କଭର ସ୍ଲାବ୍‌ ପକାଇବାକୁ ନେଇ ୨୦୧୮ରେ ନିଗମ ପକ୍ଷରୁ ଯୋଜନା ହୋଇଥିଲା ା
ଓଡିଆରପି, ନିଗମର ନିଜସ୍ବ ପାଣ୍ଠି ଓ ଉନ୍ନତି ଯୋଜନାରେ ଆସିଥିବା ଟଙ୍କାରେ ସହରର ସମସ୍ତ ରାସ୍ତା ଓ ଡ୍ରେନ୍‌ ମରାମତି କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ା
ଇତି ମଧ୍ୟରେ କେତେକ ଅଞ୍ଚଳରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି ା କିନ୍ତୁ ୧୮ ନଂ. ୱାର୍ଡ ଅନ୍ତର୍ଗତ ଆସ୍କାରୋଡ ନିକଟସ୍ଥ ତ୍ରିବେଣୀ ନଗର ଦେଇ ଯାଇଥିବା ମୁଖ୍ୟ ଡ୍ରେନ୍‌ ମୁକୁଳା ପଡିଛି ା ଏଯାଏ ଡେନ୍‌ର ମରାମତି ତଥା ପୁନରୁଦ୍ଧାର କାର୍ଯ୍ୟ ହୋଇ ନ ଥିବା ଅଭିଯୋଗ ହୋଇଛି ା
ଅଭିଯୋଗ ପ୍ରକାରେ, ଡ୍ରେନ୍‌ଟି ମୁଖ୍ୟରାସ୍ତାଠାରୁ ମାତ୍ର ୩୦ ମିଟର ଦୂରରେ ରହିଛି ା ଦୀର୍ଘ ବର୍ଷ ଧରି ଡ୍ରେନ୍‌ର ମରାମତି ତଥା ପୁନରୁଦ୍ଧାର ହୋଇ ନାହିଁ ା
ଅନ୍ୟପକ୍ଷରେ ନିୟମିତ ଡ୍ରେନ୍‌ ସଫେଇ ହେଉ ନ ଥିବାରୁ ଅଳ୍ପ ବର୍ଷାରେ ପାଣି ରାସ୍ତା ଉପରେ ଜମି ରହୁଛି ା ଏହି ଡ୍ରେନ୍‌ ଆଖପାଖରେ ପ୍ରାୟ ୧୦୦ ପରିବାର ବାସ କରୁଥିବା ବେଳେ ଏହାର ଦୁର୍ଗନ୍ଧ ଯୋଗୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ା ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ଯୋଗୁ ରାତିରେ ରହିବା କଷ୍ଟକର ହେଉଛି ା
ବର୍ଷା ଦିନ ପୂର୍ବରୁ ଡ୍ରେନ୍‌ର ପୁନରୁଦ୍ଧାର ତଥା ମରାମତି ଲାଗି ପଦକ୍ଷେପ ଗ୍ରହଣ କରାଯିବାକୁ ଅଞ୍ଚଳାବାସୀ ଦାବି କରିଛନ୍ତି ା
ବର୍ତ୍ତମାନ ଓଡିଆରପିରେ ଉକ୍ତ ଅଞ୍ଚଳ ସମେତ ସହରର ଅନେକ ଅଞ୍ଚଳର ଡ୍ରେନ୍‌ ଓ ରାସ୍ତା ମରାମତି ପାଇଁ ଟେଣ୍ଡର ସରିଛି ା ଖୁବଶୀଘ୍ର ତ୍ରିବେଣୀ ନଗର ସମେତ ସହରର ଅନ୍ୟାନ୍ୟ ଅଞ୍ଚଳର ମଧ୍ୟ ଡ୍ରେନେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନେଇ ନିଗମ କମିଶନ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?