ମାଲକାନଗିରିରେ ୧୦ ଦିନରେ ତିନିଥର ବନ୍ୟା ପରିସ୍ଥିତି ଗମ୍ଭୀର

ମାଲକାନଗିରି/ଏମ୍‌.ଭି. ୭୯/ପଦ୍ମଗିରି/ଶିଖପାଲ୍ଲି/ପଡିଆ/କୋରୁକୋଣ୍ଡା, ୭ା୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ପୁଣି ଲଘୁଚାପଜନିତ ଲଗାଣ ବର୍ଷା ଜିଲାକୁ ବେହାଲ କରିଦେଇଛି। ମଙ୍ଗଳବାର ରାତିରୁ ବର୍ଷା ଲାଗିରହିଥିବାରୁ ଜିଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଅଧିକାଂଶ ନଦୀର ଜଳପତ୍ତନ ବୃଦ୍ଧି ପାଇଛି। ପ୍ରବଳ ବର୍ଷା ଯୋଗୁ ଜିଲାରେ ଜନଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୧୨୬.୨୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ୧୭୫ ମିଲିମିଟର ବର୍ଷା କୋରୁକୋଣ୍ଡା ବ୍ଲକରେ ହୋଇଛି। ସେହିପରି ଖଇରପୁଟରେ ୧୩୦ ମିଲିମିଟର, କୁଡୁମୁଲଗୁମାରେ ୧୩୮ ମିମି, କାଲିମେଳାରେ ୧୨୯ ମିମି, ପଡିଆରେ ୧୦୨ ମିମି ହୋଇଥିବା ରେକର୍ଡ ହୋଇଛି ା ଗତ ଦଶଦିନ ଧରି ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁ ତିନି ଥର ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି। ଅନ୍ୟ ପକ୍ଷରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସରାକରୀ ଓ ବେସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିଲାପାଳ ମନୀଷ ଅଗ୍ରଓ୍ବାଲ ନିଜେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରୁଛନ୍ତି। ଜିଲାପାଳ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୨୧୭୨ ଲୋକଙ୍କୁ ୨୪ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ସମସ୍ତଙ୍କୁ ମାଗଣା ଖାଦ୍ୟ ଓ ପଲିଥିନ ପ୍ରଦାନ କରାଯାଇଛି। ଜିଲା ସଦର ମହକୁମାରେ ମଙ୍ଗଳବାର ରାତିରୁ ହୋଇଥିବା ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି ସହର ମୁଖ୍ୟ ରାସ୍ତା ଉପରେ ପୁରୁଣା ଆର୍‌ଟିଓ କାର୍ଯ୍ୟାଳୟ, ପାତ୍ରଗୁଡା, ସାମ୍ବାୟାଗୁଡା ନିକଟରେ ଜଳ ପ୍ରବାହିତ ହେଉଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଅନେକ ଘରେ ପାଣି ପଶିଛି। ସେହିପରି ବୁଟିଗୁଡା, ୧୧୯ କଲୋନୀ, ଶିଶୁ ମନ୍ଦିର, ବଣ୍ଡାବାକୁଲିଗୁଡାରେ ବର୍ଷାଜଳ ପ୍ରବେଶ କରି ଅନେକ କ୍ଷୟକ୍ଷତି ଘଟାଇଛି। ପ୍ରଶାସନ ପକ୍ଷରୁ ଜଳମଗ୍ନ ଅଞ୍ଚଳର ଲୋକମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ରଖାଯାଇ ସେମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ଖଇରପୁଟ ବ୍ଲକର ମୁଦୁଲିପଡା, ଅଣ୍ଡ୍ରାହାଲ, ମାଥିଲି ବ୍ଲକର କର୍ତନପାଲ୍ଲି, ପଡିଆ ବ୍ଲକର ପୁସୁଗୁଡା ଅଞ୍ଚଳରେ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। …କୋରୁକୋଣ୍ଡା ଓ ପଡିଆ ବ୍ଲକରେ ୩୦ ଘର ଭାଙ୍ଗିଥିବା ବେଳେ କାଲିମେଳା ଓ ପଡିଆ ବ୍ଲକର ୧୭ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଥିବା ସୂଚନା ମିଳଛି। ଅନ୍ୟ ପକ୍ଷରେ ସାବେରୀ ନଦୀରେ ବନ୍ୟା ଜଳ ଆସିବା ଫଳରେ ପଡିଆ ବ୍ଲକର କନ୍ୟାଶ୍ରମ ପୋଲ ଉପରେ ୫ ଫୁଟ ଜଳ ପ୍ରବାହିତ ହୋଇ ପଡିଆ ବ୍ଲକକୁ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ କରିଛି। ଜାଫ୍ରା ନିକଟରେ ଥିବା ସାବେରୀ ପୋଲ ଉପରେ ୫ଫୁଟର ବନ୍ୟାଜଳ ପ୍ରବାହିତ ହୋଇ ମାଲକାନଗିରିଠାରୁ ଛତିଶଗଡ ଓ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ା ଓଡ୍ରାଫର ଏକ ୧୭ ଜଣିଆ ଟିମ୍‌ ଏୟାର ବୋଟ ଜରିଆରେ ଜଳବନ୍ଦୀ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ସେହିପରି ଅଗ୍ନିଶମ ବିଭାଗ ଓ ସମସ୍ତ ବ୍ଲକର ବିଡିଓ ତହସିଲଦାର ଙ୍କୁ ନେଇ ସ୍ବତନ୍ତ୍ର ରାପିଡ୍‌ ଆକ୍ସନ ଫୋର୍ସ ଗଠନ କରାଯାଇଛି। ଜରୁରୀକାଳିନ ବିଭାଗରେ ୨୪ ଘଣ୍ଟିଆ ହେଲ୍ପଡେସ୍କ ଖୋଲାଯିବା ସହ ସ୍ବତନ୍ତ୍ର ହ୍ବାଟସପ୍‌ ଗ୍ରୁପ୍‌ ଜରିଆରେ ବନ୍ୟା ଓ ବର୍ଷା ସ୍ଥିତିର ସୂଚନା ଆଦାନ ପ୍ରଦାନ କରାଯାଇ ଏହାର ପ୍ରତିକାର ବ୍ୟବସ୍ଥା କରାଯାଉଥିବା ଜିଲା ଜରୁରୀକାଳିନ ଅଧିକାରୀ ପ୍ରମୋଦ କୁମାର ବେହେରା କହିଛନ୍ତି। ସେହିପରି ମାଲାକନଗିରିରୁ କାଲିମେଳା ରାସ୍ତା ଏମ୍‌.ଭି.- ୭ ଗ୍ରାମସ୍ଥିତ ତମସା ନଦୀ ପୋଲ ଉପରେ ପାଣି ପ୍ରବାହ ଯୋଗୁ ଯାତାୟାତ ବନ୍ଦ ରହିଛି। ମାଲକାନଗିରି-ଜୟପୁର ରାସ୍ତାର ପଦଦ୍ମଗିରିକୁ ଯିବାକୁ ଝରାପାଲି ନାଳରେ ପୋଲ ଉପରେ ୩ଫୁଟ ପାଣି ଚାଲୁଛି। ଏଥିଯୋଗୁ ମାଲକାନଗିରିରୁ ପଦ୍ମଗିରି ଅଞ୍ଚଳର ୫ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ମାଲକାନଗିରି ସୀମାନ୍ତ ଛତିଶଗଡ-ସୁକୁମା ରାସ୍ତା ମଝିରେ ସାବେରୀ ନଦୀ ପୋଲ ଉପରେ ୨ଫୁଟ ଉଚ୍ଚରେ ବର୍ଷା ପାଣି ପ୍ରବାହିତ ହୋଇ ସୁକୁମା, ଜଗଦଲପୁର, ରାୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବୁଧବାର ପାଙ୍ଗାମ ନଦୀ ପୋଲ ଉପରେ ଜଳ ପ୍ରବାହିତ ହେବାରୁ ସେହି ରାସ୍ତା ଦେଇ ଆସୁଥିବା ଭୁବନେଶ୍ୱର, କଟକ, ସମ୍ବଲପୁର, ବିଶାଖାପଟଣା, ବିଜୟନଗରମକୁ ବସ୍‌ ଚଳାଚଳ ବନ୍ଦ ହୋଇଯାଇଛି। ଫଳରେ ଦୂର ଦୂରାନ୍ତର ସ୍ଥାନକୁ ଯିବାକୁ ଥିବା ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଇଛନ୍ତି। ସେହିପରି ମାଲାକନଗିରିରୁ କାଲିମେଳା ଯିବା ରାସ୍ତା ଶିଖପାଲି ଛକରୁ ଦୀର୍ଘ ୩୦ କିଲୋମିଟର ପଡିଆ ଯିବା ରାସ୍ତା ଅନେକ ନାଳ ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଫଳରେ ମାଟାପାକା, ନାମଗୋଣ୍ଡା, ନିଲିଗୁଡା, ମାଟେରୁ, ପଡିଆକୁ ଯାତାୟାତ ବନ୍ଦ ହୋଇଯାଇଛି।
ପଡିଆ ବ୍ଲକ ୨ଦିନ ହେଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ମାଲକାନଗିରି, କାଲିମେଳା ଓ ମୋଟୁକୁ ଯୋଗାଯୋଗ ସମ୍ଭବ ହେଉନାହିଁ। ଜାତୀୟ ରାଜପଥ ଉପରେ ୫ଫୁଟ୍‌ର ପାଣି ପ୍ରବାହିତ ହେଉଛି। ଫଳରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।
କୋରୁକୋଣ୍ଡା ଅଞ୍ଚଳରେ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଅନେକ ନଦୀ ଓ ନାଳରେ ବନ୍ୟାଜଳ ପ୍ରବାହିତ ହେଉଛି। ଚାଲାଣଗୁଡ଼ା ନିକଟସ୍ଥ ତମସା ନଦୀର ପୋଲ ଉପରେ ଏବଂ ଏମଭି-୩୭ ପୋଲ ଉପରେ ୪ରୁ୫ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ମାଲକାନଗିରିରୁ ଛତିଶଗଡ଼ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ରହିଛି। କରୁକୋଣ୍ଡା ପୋଲ ଓ ଏମଭି-୩୭ ପୋଲ ଉପରେ ବନ୍ୟାଜଳ ଯୋଗୁ ବାଲିମେଳା ଓ ମାଲକାନଗିରି ମୁଖ୍ୟ ରାସ୍ତା ଦେଇ ଗମନାଗମନ ବନ୍ଦ ରହଛି। ଆନ୍ଧ୍ର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଭାବିତ ଲୋକଙ୍କୁ ସ୍କୁଲ ଘରକୁ ସ୍ଥାନାନ୍ତରିତ କରି ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ସମସ୍ତ ପଞ୍ଚାୟତରେ ୨ ମାସର ରାଶନ ସାମଗ୍ରୀ ମହଜୁଦ ରଖାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?