ମାଲକାନଗିରିରେ ୧୦ ଦିନରେ ତିନିଥର ବନ୍ୟା ପରିସ୍ଥିତି ଗମ୍ଭୀର

ମାଲକାନଗିରି/ଏମ୍‌.ଭି. ୭୯/ପଦ୍ମଗିରି/ଶିଖପାଲ୍ଲି/ପଡିଆ/କୋରୁକୋଣ୍ଡା, ୭ା୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ପୁଣି ଲଘୁଚାପଜନିତ ଲଗାଣ ବର୍ଷା ଜିଲାକୁ ବେହାଲ କରିଦେଇଛି। ମଙ୍ଗଳବାର ରାତିରୁ ବର୍ଷା ଲାଗିରହିଥିବାରୁ ଜିଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଅଧିକାଂଶ ନଦୀର ଜଳପତ୍ତନ ବୃଦ୍ଧି ପାଇଛି। ପ୍ରବଳ ବର୍ଷା ଯୋଗୁ ଜିଲାରେ ଜନଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୧୨୬.୨୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ୧୭୫ ମିଲିମିଟର ବର୍ଷା କୋରୁକୋଣ୍ଡା ବ୍ଲକରେ ହୋଇଛି। ସେହିପରି ଖଇରପୁଟରେ ୧୩୦ ମିଲିମିଟର, କୁଡୁମୁଲଗୁମାରେ ୧୩୮ ମିମି, କାଲିମେଳାରେ ୧୨୯ ମିମି, ପଡିଆରେ ୧୦୨ ମିମି ହୋଇଥିବା ରେକର୍ଡ ହୋଇଛି ା ଗତ ଦଶଦିନ ଧରି ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁ ତିନି ଥର ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି। ଅନ୍ୟ ପକ୍ଷରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସରାକରୀ ଓ ବେସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିଲାପାଳ ମନୀଷ ଅଗ୍ରଓ୍ବାଲ ନିଜେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରୁଛନ୍ତି। ଜିଲାପାଳ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୨୧୭୨ ଲୋକଙ୍କୁ ୨୪ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ସମସ୍ତଙ୍କୁ ମାଗଣା ଖାଦ୍ୟ ଓ ପଲିଥିନ ପ୍ରଦାନ କରାଯାଇଛି। ଜିଲା ସଦର ମହକୁମାରେ ମଙ୍ଗଳବାର ରାତିରୁ ହୋଇଥିବା ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି ସହର ମୁଖ୍ୟ ରାସ୍ତା ଉପରେ ପୁରୁଣା ଆର୍‌ଟିଓ କାର୍ଯ୍ୟାଳୟ, ପାତ୍ରଗୁଡା, ସାମ୍ବାୟାଗୁଡା ନିକଟରେ ଜଳ ପ୍ରବାହିତ ହେଉଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଅନେକ ଘରେ ପାଣି ପଶିଛି। ସେହିପରି ବୁଟିଗୁଡା, ୧୧୯ କଲୋନୀ, ଶିଶୁ ମନ୍ଦିର, ବଣ୍ଡାବାକୁଲିଗୁଡାରେ ବର୍ଷାଜଳ ପ୍ରବେଶ କରି ଅନେକ କ୍ଷୟକ୍ଷତି ଘଟାଇଛି। ପ୍ରଶାସନ ପକ୍ଷରୁ ଜଳମଗ୍ନ ଅଞ୍ଚଳର ଲୋକମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ରଖାଯାଇ ସେମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ଖଇରପୁଟ ବ୍ଲକର ମୁଦୁଲିପଡା, ଅଣ୍ଡ୍ରାହାଲ, ମାଥିଲି ବ୍ଲକର କର୍ତନପାଲ୍ଲି, ପଡିଆ ବ୍ଲକର ପୁସୁଗୁଡା ଅଞ୍ଚଳରେ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। …କୋରୁକୋଣ୍ଡା ଓ ପଡିଆ ବ୍ଲକରେ ୩୦ ଘର ଭାଙ୍ଗିଥିବା ବେଳେ କାଲିମେଳା ଓ ପଡିଆ ବ୍ଲକର ୧୭ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଥିବା ସୂଚନା ମିଳଛି। ଅନ୍ୟ ପକ୍ଷରେ ସାବେରୀ ନଦୀରେ ବନ୍ୟା ଜଳ ଆସିବା ଫଳରେ ପଡିଆ ବ୍ଲକର କନ୍ୟାଶ୍ରମ ପୋଲ ଉପରେ ୫ ଫୁଟ ଜଳ ପ୍ରବାହିତ ହୋଇ ପଡିଆ ବ୍ଲକକୁ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ କରିଛି। ଜାଫ୍ରା ନିକଟରେ ଥିବା ସାବେରୀ ପୋଲ ଉପରେ ୫ଫୁଟର ବନ୍ୟାଜଳ ପ୍ରବାହିତ ହୋଇ ମାଲକାନଗିରିଠାରୁ ଛତିଶଗଡ ଓ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ା ଓଡ୍ରାଫର ଏକ ୧୭ ଜଣିଆ ଟିମ୍‌ ଏୟାର ବୋଟ ଜରିଆରେ ଜଳବନ୍ଦୀ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ସେହିପରି ଅଗ୍ନିଶମ ବିଭାଗ ଓ ସମସ୍ତ ବ୍ଲକର ବିଡିଓ ତହସିଲଦାର ଙ୍କୁ ନେଇ ସ୍ବତନ୍ତ୍ର ରାପିଡ୍‌ ଆକ୍ସନ ଫୋର୍ସ ଗଠନ କରାଯାଇଛି। ଜରୁରୀକାଳିନ ବିଭାଗରେ ୨୪ ଘଣ୍ଟିଆ ହେଲ୍ପଡେସ୍କ ଖୋଲାଯିବା ସହ ସ୍ବତନ୍ତ୍ର ହ୍ବାଟସପ୍‌ ଗ୍ରୁପ୍‌ ଜରିଆରେ ବନ୍ୟା ଓ ବର୍ଷା ସ୍ଥିତିର ସୂଚନା ଆଦାନ ପ୍ରଦାନ କରାଯାଇ ଏହାର ପ୍ରତିକାର ବ୍ୟବସ୍ଥା କରାଯାଉଥିବା ଜିଲା ଜରୁରୀକାଳିନ ଅଧିକାରୀ ପ୍ରମୋଦ କୁମାର ବେହେରା କହିଛନ୍ତି। ସେହିପରି ମାଲାକନଗିରିରୁ କାଲିମେଳା ରାସ୍ତା ଏମ୍‌.ଭି.- ୭ ଗ୍ରାମସ୍ଥିତ ତମସା ନଦୀ ପୋଲ ଉପରେ ପାଣି ପ୍ରବାହ ଯୋଗୁ ଯାତାୟାତ ବନ୍ଦ ରହିଛି। ମାଲକାନଗିରି-ଜୟପୁର ରାସ୍ତାର ପଦଦ୍ମଗିରିକୁ ଯିବାକୁ ଝରାପାଲି ନାଳରେ ପୋଲ ଉପରେ ୩ଫୁଟ ପାଣି ଚାଲୁଛି। ଏଥିଯୋଗୁ ମାଲକାନଗିରିରୁ ପଦ୍ମଗିରି ଅଞ୍ଚଳର ୫ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ମାଲକାନଗିରି ସୀମାନ୍ତ ଛତିଶଗଡ-ସୁକୁମା ରାସ୍ତା ମଝିରେ ସାବେରୀ ନଦୀ ପୋଲ ଉପରେ ୨ଫୁଟ ଉଚ୍ଚରେ ବର୍ଷା ପାଣି ପ୍ରବାହିତ ହୋଇ ସୁକୁମା, ଜଗଦଲପୁର, ରାୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବୁଧବାର ପାଙ୍ଗାମ ନଦୀ ପୋଲ ଉପରେ ଜଳ ପ୍ରବାହିତ ହେବାରୁ ସେହି ରାସ୍ତା ଦେଇ ଆସୁଥିବା ଭୁବନେଶ୍ୱର, କଟକ, ସମ୍ବଲପୁର, ବିଶାଖାପଟଣା, ବିଜୟନଗରମକୁ ବସ୍‌ ଚଳାଚଳ ବନ୍ଦ ହୋଇଯାଇଛି। ଫଳରେ ଦୂର ଦୂରାନ୍ତର ସ୍ଥାନକୁ ଯିବାକୁ ଥିବା ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଇଛନ୍ତି। ସେହିପରି ମାଲାକନଗିରିରୁ କାଲିମେଳା ଯିବା ରାସ୍ତା ଶିଖପାଲି ଛକରୁ ଦୀର୍ଘ ୩୦ କିଲୋମିଟର ପଡିଆ ଯିବା ରାସ୍ତା ଅନେକ ନାଳ ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଫଳରେ ମାଟାପାକା, ନାମଗୋଣ୍ଡା, ନିଲିଗୁଡା, ମାଟେରୁ, ପଡିଆକୁ ଯାତାୟାତ ବନ୍ଦ ହୋଇଯାଇଛି।
ପଡିଆ ବ୍ଲକ ୨ଦିନ ହେଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ମାଲକାନଗିରି, କାଲିମେଳା ଓ ମୋଟୁକୁ ଯୋଗାଯୋଗ ସମ୍ଭବ ହେଉନାହିଁ। ଜାତୀୟ ରାଜପଥ ଉପରେ ୫ଫୁଟ୍‌ର ପାଣି ପ୍ରବାହିତ ହେଉଛି। ଫଳରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।
କୋରୁକୋଣ୍ଡା ଅଞ୍ଚଳରେ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଅନେକ ନଦୀ ଓ ନାଳରେ ବନ୍ୟାଜଳ ପ୍ରବାହିତ ହେଉଛି। ଚାଲାଣଗୁଡ଼ା ନିକଟସ୍ଥ ତମସା ନଦୀର ପୋଲ ଉପରେ ଏବଂ ଏମଭି-୩୭ ପୋଲ ଉପରେ ୪ରୁ୫ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ମାଲକାନଗିରିରୁ ଛତିଶଗଡ଼ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ରହିଛି। କରୁକୋଣ୍ଡା ପୋଲ ଓ ଏମଭି-୩୭ ପୋଲ ଉପରେ ବନ୍ୟାଜଳ ଯୋଗୁ ବାଲିମେଳା ଓ ମାଲକାନଗିରି ମୁଖ୍ୟ ରାସ୍ତା ଦେଇ ଗମନାଗମନ ବନ୍ଦ ରହଛି। ଆନ୍ଧ୍ର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଭାବିତ ଲୋକଙ୍କୁ ସ୍କୁଲ ଘରକୁ ସ୍ଥାନାନ୍ତରିତ କରି ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ସମସ୍ତ ପଞ୍ଚାୟତରେ ୨ ମାସର ରାଶନ ସାମଗ୍ରୀ ମହଜୁଦ ରଖାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡ଼ରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ଟଳିଲେ ୬ ନକ୍ସଲ 

ବିଜାପୁର ,୨୭।୩: ଏନ୍‌କାଉଣ୍ଟରେ ଟଳିପଡ଼ିଲେ ନକ୍ସଲ। ଛତିଶଗଡ଼ ବିଜାପୁର ଜିଲାରେ ବୁଧବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ନକ୍ସଲ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ...

୫ ଦିନ ହେବ ଅନ୍ଧାରରେ ୫୦ରୁ ଊର୍ଦ୍ଧ୍ୱ ପରିବାର

କୋରୁକୋଣ୍ଡା,୨୩ା୩(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦାଶିବପୁର ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ପରିବାର ଆଜକୁ ୫ ଦିନ ହେବ ଅନ୍ଧାରରେ ରାତ୍ରିଯାପନ କରୁଛନ୍ତି। ଗ୍ରାମବାସୀଙ୍କ...

ନବୀକରଣ ହେଉନି ବଟକରା

ବାଲିମେଳା,୧୪ା୩(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଆମିଷ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବେପାରୀମାନେ ମନ ଇଚ୍ଛା...

ଜଳକଷ୍ଟ ଭୋଗୁଛନ୍ତି ବନ୍ଧାମାମୁଡ଼ି ଗ୍ରାମବାସୀ

ବାଲିମେଳା,୧୫ା୩(ଶିବଦତ୍ତ ସାହୁ): ଆରମ୍ଭ ହେଲାଣି ଗ୍ରୀଷ୍ମଋତୁ । ମାଲକାନଗିରି ଜିଲାର ବିଭିନ୍ନ ବ୍ଲକରେ ଜଳ ସଙ୍କଟ ଦେଖାଦେଇଛି। ମୁଖ୍ୟତଃ ପାନୀୟଜଳ ଭଳି ସର୍ବନିମ୍ନ ମୌଳିକ ସୁବିଧା...

ଫୋବର୍‌ସରେ ସ୍ଥାନ ପାଇଲେ ମାଲକାନଗିରିର ଜୟନ୍ତୀ

ମାଲକାନଗିରି, ୧୫ା୩ (ଦୁର୍ଯ୍ୟୋଧନ ପାତ୍ର):ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମାଗାଜିନ୍‌ ଫୋବର୍‌ସ ପକ୍ଷରୁ ଦେଶର ୨୩ ଶକ୍ତିଶାଳୀ ମହିଳାଙ୍କୁ ଚୟନ କରାଯାଇଥିବାବେଳେ ଓଡ଼ିଶାରୁ ମାଲକାନଗିରିର ଆଦିବାସୀ ଝିଅ ଜୟନ୍ତୀ...

ମୁଖ୍ୟମନ୍ତ୍ରୀଙ୍କଠାରୁ ଉପହାର ପାଇଁ ଖୁସି ପ୍ରକଟ କଲେ ସ୍ବାଭିମାନ ଅଞ୍ଚଳବାସୀ

ଚିତ୍ରକୋଣ୍ଡା,୧୪।୩(କ୍ଷୀରୋଦ ବେହେରା): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ବଡ଼ପଡ଼ାଠାରେ ଉତ୍କର୍ଷ ଶିକ୍ଷାକେନ୍ଦ୍ରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡ଼ ମାଧ୍ୟମରେ ମୁଖ୍ୟମନ୍ତ୍ରୀ...

ମହୁଲ ପାଇଁ ନିଆଁରେ ନଷ୍ଟ ହେଉଛି ଜଙ୍ଗଲ

ମାଲକାନଗିରି,୧୨ା୩(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲାରେ ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରୀଷ୍ମ ପ୍ରଭାବରୁ ଜଙ୍ଗଲରେ ଥିବା ଗଛଗୁଡିକ ପତ୍ରଝଡା ଦେଇଥାଏ। ଶୁଖିଲା ପତ୍ରରେ ଜଙ୍ଗଲ ଆଚ୍ଛାଦିତ ହୋଇଯାଏ। ଏହି...

ମାଓବାଦୀଙ୍କ ସ୍ତୁପ ଧ୍ୱଂସ କଲେ ମହିଳା କମାଣ୍ଡୋ

ମାଲକାନଗିରି, ୧୦ା୩(ଦୁର୍ଯୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାରେ ଏକ ମାଓବାଦୀ ସ୍ତୂପକୁ ମହିଳା ଯବାନମାନେ ଧ୍ୱଂସ କରି ଦେଇଛନ୍ତି। ଛତିଶଗଡ଼ ଦନ୍ତେୱାଡାରେ ବସ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri