ମାର୍କେଟ ନ ଖୋଲିଲେ ୫୦ଲକ୍ଷର ମାଛ ନଷ୍ଟହେବ

ଭୁବନେଶ୍ୱର, ୧୦।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଗତ ରବିବାର ୟୁନିଟ-୪ ମାଛ ମାର୍କେଟକୁ ସିଲ କରଯାଇଥିଲା। ଉକ୍ତ ଘଟଣାକୁ ନେଇ ଜୟ ଯବାନ ମତ୍ସ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ସୋମବାର ଏକ ବୈଠକ ବସିଥିଲା। ଏଥିରେ ମାର୍କେଟର ସମସ୍ତ ପାଇକାରୀ ଓ ଖୁଚୁରା ବ୍ୟବସାୟୀ ଯୋଗଦେଇଥିଲେ। ଆଗାମୀ ଦିନରେ ସରକାରଙ୍କ ସମସ୍ତ କୋଭିଡ୍‌ କଟକଣାକୁ ମାନିବା ସହ ଏଭଳି ଘଟଣା ଯେପରି ଆଗକୁ ନ ହେବ ସେଥିପ୍ରତି ଧ୍ୟାନଦେବାକୁ ସଂଘ ପକ୍ଷରୁ ସମସ୍ତଙ୍କୁ ଅବଗତ କରାଯାଇଛି। ଏହାପରେ ସଂଘ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଭେଟି ହାଟ ବନ୍ଦ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ ସହ ଏହାର ଆଗାମୀ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲା। ସେହିଭଳି ହାଟ ଖୋଲିବା ଓ ବିଏମ୍‌ସିର ସମସ୍ତ କୋଭିଡ୍‌ କଟକଣାକୁ ପାଳନ କରିବା ସହ ଶଟ୍‌ଡାଉନରେ କୌଣସି ଦୋକାନ ନ ଖୋଲିବାର ଦାୟିତ୍ୱ ସଂଘ ନିଜ ହାତକୁ ନେବ ବୋଲି ବିଏମ୍‌ସି କମିଶନରଙ୍କୁ ଭେଟି ସଂଘ ଜଣାଇଛି। ଏଥିସହ ଏକ ଅନୁରୋଧ ପତ୍ର ମଧ୍ୟ ପ୍ରଦାନ କରିଛି।
ସଂଘର ସାଧାରଣ ସମ୍ପାଦକ ଜମ୍ବେଶ୍ୱର ମଲ୍ଲିକ କହିଛନ୍ତି, ବିଏମ୍‌ସି ପକ୍ଷରୁ ଶୀଘ୍ର ମାଛ ହାଟ ଖୋଲା ନ ଗଲେ ପ୍ରାୟ ୫୦ ଲକ୍ଷ ଟଙ୍କାର ମାଛ ନଷ୍ଟ ହୋଇଯିବ ଓ ୩୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ବ୍ୟାପକ କ୍ଷତି ସହିବେ। ସେ କହିଛନ୍ତି, ଶଟ୍‌ଡାଉନରେ ସମସ୍ତ ୩୯ ମାଛ ପାଇକାରୀ ଦୋକାନ ବା ଗଦି ବନ୍ଦ ରହିଥିଲା। ଗଦିରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କ ପରିବାର ସେଠାରେ ରହୁଥିବାରୁ ଶଟ୍‌ଡାଉନରେ ମାଛର ଯତ୍ନ ପାଇଁ ଟ୍ରେ ଖୋଲି ସେଥିରେ ବରଫ ଦେଉଥିବା ସମୟରେ ବିଏମ୍‌ସି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଅଧିକାରୀମାନେ ମାଛ ଗଦି ଖୋଲା ଥିବା ନେଇ କମିଶନରଙ୍କୁ ଜଣାଇ ମାର୍କେଟକୁ ସିଲ୍‌ କରିଥିଲେ। ମାତ୍ର ୩ଟି ଗଦି ପାଇଁ ୩୯ଟି ଗଦି ମାଲିକ ଓ ୩୦୦ରୁ ଊର୍ଦ୍ଧ୍ୱ ଖୁଚୁରା ବ୍ୟବସାୟୀ ସମସ୍ୟାରେ ପଡିଛନ୍ତି। ସେହିପରି ୩୯ଟି ଗଦିରେ ପ୍ରାୟ ୫୦୦କର୍ମଚାରୀଙ୍କ ସହିତ ୮୦୦ରୁ ଊର୍ଦ୍ଧ୍ୱ ଛୋଟ ମାଛ (ଉଠା ଦୋକାନୀ) ବ୍ୟବସାୟୀ ବର୍ତ୍ତମାନ ସମୟରେ ବିପଦରେ ପଡ଼ିଛନ୍ତି। କମିଶନରଙ୍କ ଉପସ୍ଥିତିରେ ଗଦି ନଂ ୨୪, ୩୨ ଓ ୩୬ ସିଲ୍‌ ହେବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ବିଏମ୍‌ସି ଅଧିକାରୀ ୩୯ଟି ଗଦି ସହ ସମ୍ପୂର୍ଣ୍ଣ ମାଛ ମାର୍କେଟକୁ ସିଲ୍‌ କରିଦେଲେ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ସଂଘ ସଭାପତି ଏସ୍‌.କେ. ମୁସ୍ତାଫାଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍‌ ବିଧାୟକଙ୍କୁ ଭେଟି ସଂଘର ଦାବିପତ୍ର ପ୍ରଦାନ ପୂର୍ବକ ସମସ୍ତ ବ୍ୟବସାୟୀଙ୍କ ଦୁଃଖ ଜଣାଇବା ସହ ଏହାର ବିଚାର କରି ହାଟ ଖୋଲିବାର ବ୍ୟବସ୍ଥା କଲେ ବ୍ୟବସାୟୀମାନେ ଉପକୃତ ହେବେ ବୋଲି ଜଣାଇଥିଲେ। ତେବେ ଏ ସମ୍ପର୍କରେ ସେ ବିଏମ୍‌ସି କମିଶନରଙ୍କ ସହ କଥା ହୋଇ ଆଇନ ଅନୁସାରେ ଯାହା କରିହେବ କରିବେ ଏବଂ ଏଭଳି ସମୟରେ ନିୟମ ଭାଙ୍ଗିବା ଅନୁଚିତ ବୋଲି ବିଧାୟକ ଜେନା ସଂଘର କର୍ମକର୍ତ୍ତାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

ମାଜିଷ୍ଟ୍ରେଟଙ୍କ ଆଦେଶ ପରେ ହାଜର ହୋଇନଥିଲେ ଦୁଇ ଭାଇ, ଗଲେ ଜେଲ୍

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମର ଟୁକୁନା ବିଶ୍ଵାଳ ଓ ମଙ୍ଗୁଳୁ ବିଶ୍ଵାଳ ଦୁଇ ଭାଇଙ୍କୁ ବୁଧବାର ପାଟପୁର ପୋଲିସ ୱାରେଣ୍ଟ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଫିଲିପ୍‌, ବାପାଙ୍କୁ ଆସିଲା ଏମିତି କଲ୍‌…

ଗୁଡ଼ାରି,୧୫ା୭(ପ୍ରମୋଦ ପତି): ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି ଗୁଡ଼ାରି ବ୍ଲକର ଏମ୍‌କେ ରାଇ ପଞ୍ଚାୟତ ଅନ୍ତର୍ଗତ ମକାଗୁଡ଼ା ଗ୍ରାମର ଅବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri