ମାଧୁରୀଙ୍କ ପାଇଁ କଶ୍ମୀର ଛାଡି ଦେବାକୁ ପ୍ରସ୍ତୁତ ଥିଲା ପାକିସ୍ତାନ !

ମୁମ୍ବାଇ: ବଳିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଶୁକ୍ରବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ଏବେ ସେ ବଡ ପରଦାରେ ଏତେଟା ନଜର ଆସୁ ନ ଥିଲେ ମଧ୍ୟ ଆଜିବି ତାଙ୍କ ଅଭିନୟକୁ ଦର୍ଶକେ ଅଭୁଲା କରି ରଖିଛନ୍ତି। ୯୦ ଦଶକର ଏହି ହିଟ୍‌ ନାୟିକା ଏକମାତ୍ର ନାୟିକା ଯାହାଙ୍କ ପାଇଁ ସେ ସମୟରେ ପଣ୍ଡିତ ବିରଜୁ ମହାରାଜ କୋରିଓଗ୍ରାଫ କରିଥିଲେ ବୋଲି କୁହାଯାଏ। ସଞ୍ଜୟ ଲିଲା ଭଂସାଲିଙ୍କ ଫିଲ୍ମ ‘ଦେବଦାସ’ର ଗୀତ ‘କାହେ ଛେଡ ମୋହେ..’ ପାଇଁ ପଣ୍ଡିତ ବିରଜୁ ମହାରାଜ କୋରିଓଗ୍ରାଫ କରିଥିଲେ। ଆଉ ଏଥିରେ ମାଧୁରୀ ଯେଉଁ ଲେହେଙ୍ଗା ପିନ୍ଧି ଡ୍ୟାନ୍ସ କରିଥିଲେ ତାହାର ଦାମ୍‌ ୧୫-୨୦ ଲକ୍ଷ ମଧ୍ୟରେ ଥିଲା ବୋଲି କୁହାଯାଏ। ମାଧୁରୀ ଏମିତି ଜଣେ ନାୟିକା ଯାହାଙ୍କ ପ୍ରେମ କାହାଣୀ ଏତେଟା ଚର୍ଚ୍ଚିତ ନ ହୋଇଥିଲେ ମଧ୍ୟ ନାୟକ ଅନିଲ କପୁରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଉଭୟ ଅଭିନୟ କରିଥିବା ଫିଲ୍ମ ‘ରାମ ଲଖନ’, ‘କିଶନ କହ୍ନେୟା’, ‘ବେଟା’ ଆଦି ବକ୍ସ ଅଫିସରେ ହିଟ୍‌ ହେବା ପରେ ଏମାନଙ୍କ ଯୋଡିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। ହେଲେ ଉଭୟ ଏକଥାକୁ କେବେବି ସ୍ବୀକାର କରି ନ ଥିଲେ। ଆଉଏକ ସମୟରେ ମାଧୁରୀଙ୍କ ନାଁ ସହ ଯୋଡି ହୋଇଯାଇଥିଲା ବଲିଉଡ୍‌ର ମୁନ୍ନାଭାଇ ଅର୍ଥାତ ସଞ୍ଜୟ ଦତ୍ତଙ୍କ ନାଁ। ହେଲେ ଏହାବି କେବଳ ଚର୍ଚ୍ଚାରେ ରହିଯାଇଥିଲା। ମାଧୁରୀ କିନ୍ତୁ ଶେଷରେ ବିବାହ କରିଥିଲେ ଡାକ୍ତର ଶ୍ରୀରାମ ନେନେଙ୍କୁ। ତେବେ କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ମାଧୁରୀଙ୍କର ଅନେକ ପ୍ରଶଂସକ ଥିଲେ। କୁହାଯାଏ ଯେତେବେଳେ ଭାରତ ପାକିସ୍ତାନ ସୀମାରେ କଳହ ସୃଷ୍ଟି ହୁଏ ସେତେବେଳେ ପାକିସ୍ତାନ କୁଆଡେ କହେ ଆମକୁ ମାଧୁରୀ ଦିକ୍ଷିତଙ୍କୁ ଦେଇ ଦିଅ ଆମେ ତୁମକୁ କଶ୍ମୀର ଛାଡିଦେବୁ। ଆଜିବି ଏହା ଚର୍ଚ୍ଚାରେ ରହୁଥିବା ବେଳେ ବେଳେ ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କିତ ଅବସ୍ଥାରେ ରାତି କାଟିଲେ କୁମିଆପାଲି ଗାଁ ଲୋକେ: ସାଂଘାତିକ ପରିସ୍ଥିିିତି ସୃଷ୍ଟି

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରୁ ବିସ୍ଥାପିତ ହୋଇନଥିବା କୁମିଆପାଲି ଗାଁର ପ୍ରାୟ ୧୦୦ ପରିବାର ଏବେ ବି ଗାଁରେ ରହିଛନ୍ତି। ବୁଧବାର ରାତିରେ…

ବନ୍ୟା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କଲେ ଧମେନ୍ଦ୍ର ପ୍ରଧାନ, ସମ୍ବଲପୁରବାସୀଙ୍କୁ…

ଭୁବନେଶ୍ୱର,୩୧।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଓଡ଼ିଶାର ୬ ଜିଲାରେ ବନ୍ୟା ସଙ୍କଟ ସୃଷ୍ଟି କରିଥିବାବେଳେ ୯ ଜିଲାରେ ବିଶେଷ ପ୍ରଭାବ ପକାଇଛି।…

ମୋଦି-ଶାହାଙ୍କୁ ରାହୁଲଙ୍କ କଡ଼ା ବାର୍ତ୍ତା, Gen Zଙ୍କୁ ନେଇ କହିଦେଲେ ଏମିତି

ନୂଆଦିଲ୍ଲୀ,୩୧।୭: ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଶୁକ୍ରବାର ସେ…

ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ସାହାରା ଖୋଜୁଛନ୍ତି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ସନ୍ତୋଷ

ନୂଆପଡା,୩୧ା୭ (ମକାରୁ ବେମାଲ): କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗଁାର ସନ୍ତୋଷ ପ୍ରଧାନୀ (୬୮) ବର୍ଷ ବର୍ଷ ଧରି ଏକ ଝାଟିମାଟି ବାଉଁଶ ଓ ପଲିଥିନରେ ତିଆରି…

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

ଅଭିଜିତ ଦୀପକେଙ୍କୁ ଭାଜପାରୁ ମିଳୁଛି ଧମକ, ଦଳରେ ଯୋଗ ନଦେଲେ….

ନୂଆଦିଲ୍ଲୀ,୩୧।୭: ସିଜେପି ନେତା ଅଭିଜିତ୍‌ ଦୀପକେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri