Posted inଜାତୀୟ

ମହାମାରୀ ବର୍ଷକୁ ନେଉଛି ୭.୨୦ ଲକ୍ଷ ଜୀବନ: ବିଶ୍ୱକୁ କ୍ଷତି ୩୭ ଲକ୍ଷ କୋଟି

ନୂଆଦିଲ୍ଲୀ,୧୭।୩: ଚିକିତ୍ସା ବିଜ୍ଞାନର ଦ୍ରୁତ ଅଗ୍ରଗତି ସତ୍ତ୍ୱେ କରୋନା ଭଳି ରୋଗ ମହାମାରୀ ରୂପ ନେଇଥିବା ଦେଖାଯାଇଛି। ଏଭଳି ବିଭିନ୍ନ ମହାମାରୀ ଯୋଗୁ ବିଶ୍ୱ ଅର୍ଥବ୍ୟବସ୍ଥା ବୃହତ୍‌ କ୍ଷତି ସହୁଛି। ୟୁରୋପୀୟ ପାର୍ଲାମେଣ୍ଟର ଏକ ରିପୋର୍ଟ ମୁତାବକ ଏଭଳି ସମସ୍ୟା ଯୋଗୁ ବୌଦ୍ଧିକ ସ୍ତରରେ ସାରା ବିଶ୍ୱକୁ ବାର୍ଷିକ ୫୦୦ ବିଲିୟନ ଡଲାର ବା ପ୍ରାୟ ୩୬,୯୭,୯୫୦ କୋଟି ଟଙ୍କା କ୍ଷତି ସହିବାକୁ ପଡୁଛି। ବାର୍ଷିକ ମହାମାରୀରେ ୭.୨୦ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ପ୍ରକାଶ କରିଛି।
ରିପୋର୍ଟ ମୁତାବକ, ଇବୋଲା ଭାଇରସ ଯୋଗୁ ୨୦୧୩-୧୬ ମଧ୍ୟରେ ଲାଇବେରିଆ ଭଳି ଦେଶରେ ଜିଡିପି ୮% ଖସିଯାଇଥିଲା। ଗରିବ ଏବଂ ନିମ୍ନ ମଧ୍ୟମ ଆୟକାରୀ ଦେଶଗୁଡିକ ଏହି ମହାମାରୀ ଯୋଗୁ ଗଭୀର ଭାବେ କ୍ଷତିଗ୍ରସ୍ତ ହେଲେ। ଏଥିଯୋଗୁ ଗରିବ ଏବଂ ମଧ୍ୟମ ଆୟବର୍ଗର ଦେଶଗୁଡିକର ଅର୍ଥବ୍ୟବସ୍ଥା ୧.୬% ପ୍ରଭାବିତ ହେଉଥିବା ବେଳେ ବିକଶିତ ଦେଶଗୁଡିକ ଉପରେ ୦.୩% ପ୍ରଭାବ ପରିଲକ୍ଷିତ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ବିଶ୍ୱ ବ୍ୟାଙ୍କର ୨୦୧୯ ରିପୋର୍ଟ ମୁତାବକ ମହାମାରୀ ଯୋଗୁ ବିଶ୍ୱ ସ୍ତରରେ ଜିଡିପି ୨.୨%ରୁ ୪.୮% କ୍ଷତିଗ୍ରସ୍ତ ହେଉଛି। ଏଭଳି ସମସ୍ୟା ଯୋଗୁ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ମୋଟ୍‌ ୩ ଟ୍ରିଲିୟନ ଡଲାରର କ୍ଷତି ସହିବାକୁ ପଡୁଛି ବୋଲି ଏକ ଆକଳନରେ କୁହାଯାଇଛି। ଉକ୍ତ ସମସ୍ୟା ଫଳରେ ସାହାରା ଏବଂ ଆଫ୍ରିକୀୟ ଦେଶଗୁଡିକର ଜିଡିପି ୧.୭% କ୍ଷତିଗ୍ରସ୍ତ ହୋଇଛି। ଏହି ଦେଶଗୁଡିକୁ ୨୮ ବିଲିୟନ ଡଲାର କ୍ଷତି ସହିବାକୁ ପଡିଛି। ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁସାରେ ଇବୋଲା ପୂର୍ବରୁ ଗୁଆନା, ଲାଇବେରିଆ ଭଳି ଦେଶର ଅଭିବୃଦ୍ଧି ସବୁଠାରୁ ଦ୍ରୁତ ରହିଥିଲା। ଏହି ଦେଶଗୁଡିକରେ ଇବୋଲା ଆସିବା ଯୋଗୁ ସ୍ଥିତି ବିଗାଡି ଦେଲା। ମହାମାରୀ ଯୋଗୁ ହସ୍ପିଟାଲଗୁଡିକରେ ରୋଗୀଙ୍କ ସଂଖ୍ୟା ବଢିଯାଏ। ଏଥିଲାଗି ପ୍ରଶାସନିକ ଏବଂ ପରିଚାଳନା ଖର୍ଚ୍ଚ ବଢାଇବାକୁ ପଡେ। ୨୦୧୭ରେ ଜିକା ଭାଇରସ ଯୋଗୁ ଲାଟିନ ଆମେରିକା ଏବଂ କାରିବିଆନ ଦେଶଗୁଡିକର ମେଡିକାଲ ଖର୍ଚ୍ଚ ୭ରୁ ୧୮ ବିଲିୟନ ଡଲାରକୁ ବଢିଯାଇଥିଲା। ମହାମାରୀ ଯୋଗୁ ପର୍ଯ୍ୟଟନ କ୍ଷେତ୍ର ଉପରେ ଅଧିକ ପ୍ରଭାବ ପରିଲକ୍ଷିତ ହେଉଛି। ଏହି ସମୟରେ ସପିଙ୍ଗ ମଲଗୁଡିକୁ ବନ୍ଦ କରି ଦିଆଯାଏ। କମ୍ପାନୀଗୁଡିକ ସେମାନଙ୍କ ଉତ୍ପାଦନ କମାଇଦିଅନ୍ତି। ଏହାଦ୍ୱାରା ରପ୍ତାନି ଏବଂ ଶ୍ରମଶକ୍ତି ଉପରେ ପ୍ରଭାବ ପରିଲକ୍ଷିତ ହୁଏ। ଗ୍ରାହକଙ୍କ ଖର୍ଚ୍ଚ ଉପରେ ଏହାର ପ୍ରଭାବ ମଧ୍ୟ ପଡିଥାଏ। ୨୦୦୩ର ସାର୍ସ ଭାଇରସ ଯୋଗୁ ହଂକଂ ଏବଂ ସିଙ୍ଗାପୁରରେ ଗ୍ରାହକଙ୍କ ଖର୍ଚ୍ଚ ଅତିମାତ୍ରାରେ ବଢିଯାଇଥିଲା। କରୋନା ଯୋଗୁ ଚାଇନାରେ ଏବେ ବାଣିଜ୍ୟ କାରବାର ହ୍ରାସ ପାଇଛି। ୧୯୯୭ରେ ରିଫ୍ଟ ବେଲି ଫିଭର ଯୋଗୁ ସୋମାଲିୟାର ଉତ୍ପାଦନ ଏବଂ ବାଣିଜ୍ୟ ୬୦ରୁ ୬୫% କ୍ଷତିଗ୍ରସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?