Posted inଜାତୀୟ

ମହାମାରୀ ବର୍ଷକୁ ନେଉଛି ୭.୨୦ ଲକ୍ଷ ଜୀବନ: ବିଶ୍ୱକୁ କ୍ଷତି ୩୭ ଲକ୍ଷ କୋଟି

ନୂଆଦିଲ୍ଲୀ,୧୭।୩: ଚିକିତ୍ସା ବିଜ୍ଞାନର ଦ୍ରୁତ ଅଗ୍ରଗତି ସତ୍ତ୍ୱେ କରୋନା ଭଳି ରୋଗ ମହାମାରୀ ରୂପ ନେଇଥିବା ଦେଖାଯାଇଛି। ଏଭଳି ବିଭିନ୍ନ ମହାମାରୀ ଯୋଗୁ ବିଶ୍ୱ ଅର୍ଥବ୍ୟବସ୍ଥା ବୃହତ୍‌ କ୍ଷତି ସହୁଛି। ୟୁରୋପୀୟ ପାର୍ଲାମେଣ୍ଟର ଏକ ରିପୋର୍ଟ ମୁତାବକ ଏଭଳି ସମସ୍ୟା ଯୋଗୁ ବୌଦ୍ଧିକ ସ୍ତରରେ ସାରା ବିଶ୍ୱକୁ ବାର୍ଷିକ ୫୦୦ ବିଲିୟନ ଡଲାର ବା ପ୍ରାୟ ୩୬,୯୭,୯୫୦ କୋଟି ଟଙ୍କା କ୍ଷତି ସହିବାକୁ ପଡୁଛି। ବାର୍ଷିକ ମହାମାରୀରେ ୭.୨୦ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ପ୍ରକାଶ କରିଛି।
ରିପୋର୍ଟ ମୁତାବକ, ଇବୋଲା ଭାଇରସ ଯୋଗୁ ୨୦୧୩-୧୬ ମଧ୍ୟରେ ଲାଇବେରିଆ ଭଳି ଦେଶରେ ଜିଡିପି ୮% ଖସିଯାଇଥିଲା। ଗରିବ ଏବଂ ନିମ୍ନ ମଧ୍ୟମ ଆୟକାରୀ ଦେଶଗୁଡିକ ଏହି ମହାମାରୀ ଯୋଗୁ ଗଭୀର ଭାବେ କ୍ଷତିଗ୍ରସ୍ତ ହେଲେ। ଏଥିଯୋଗୁ ଗରିବ ଏବଂ ମଧ୍ୟମ ଆୟବର୍ଗର ଦେଶଗୁଡିକର ଅର୍ଥବ୍ୟବସ୍ଥା ୧.୬% ପ୍ରଭାବିତ ହେଉଥିବା ବେଳେ ବିକଶିତ ଦେଶଗୁଡିକ ଉପରେ ୦.୩% ପ୍ରଭାବ ପରିଲକ୍ଷିତ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ବିଶ୍ୱ ବ୍ୟାଙ୍କର ୨୦୧୯ ରିପୋର୍ଟ ମୁତାବକ ମହାମାରୀ ଯୋଗୁ ବିଶ୍ୱ ସ୍ତରରେ ଜିଡିପି ୨.୨%ରୁ ୪.୮% କ୍ଷତିଗ୍ରସ୍ତ ହେଉଛି। ଏଭଳି ସମସ୍ୟା ଯୋଗୁ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ମୋଟ୍‌ ୩ ଟ୍ରିଲିୟନ ଡଲାରର କ୍ଷତି ସହିବାକୁ ପଡୁଛି ବୋଲି ଏକ ଆକଳନରେ କୁହାଯାଇଛି। ଉକ୍ତ ସମସ୍ୟା ଫଳରେ ସାହାରା ଏବଂ ଆଫ୍ରିକୀୟ ଦେଶଗୁଡିକର ଜିଡିପି ୧.୭% କ୍ଷତିଗ୍ରସ୍ତ ହୋଇଛି। ଏହି ଦେଶଗୁଡିକୁ ୨୮ ବିଲିୟନ ଡଲାର କ୍ଷତି ସହିବାକୁ ପଡିଛି। ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁସାରେ ଇବୋଲା ପୂର୍ବରୁ ଗୁଆନା, ଲାଇବେରିଆ ଭଳି ଦେଶର ଅଭିବୃଦ୍ଧି ସବୁଠାରୁ ଦ୍ରୁତ ରହିଥିଲା। ଏହି ଦେଶଗୁଡିକରେ ଇବୋଲା ଆସିବା ଯୋଗୁ ସ୍ଥିତି ବିଗାଡି ଦେଲା। ମହାମାରୀ ଯୋଗୁ ହସ୍ପିଟାଲଗୁଡିକରେ ରୋଗୀଙ୍କ ସଂଖ୍ୟା ବଢିଯାଏ। ଏଥିଲାଗି ପ୍ରଶାସନିକ ଏବଂ ପରିଚାଳନା ଖର୍ଚ୍ଚ ବଢାଇବାକୁ ପଡେ। ୨୦୧୭ରେ ଜିକା ଭାଇରସ ଯୋଗୁ ଲାଟିନ ଆମେରିକା ଏବଂ କାରିବିଆନ ଦେଶଗୁଡିକର ମେଡିକାଲ ଖର୍ଚ୍ଚ ୭ରୁ ୧୮ ବିଲିୟନ ଡଲାରକୁ ବଢିଯାଇଥିଲା। ମହାମାରୀ ଯୋଗୁ ପର୍ଯ୍ୟଟନ କ୍ଷେତ୍ର ଉପରେ ଅଧିକ ପ୍ରଭାବ ପରିଲକ୍ଷିତ ହେଉଛି। ଏହି ସମୟରେ ସପିଙ୍ଗ ମଲଗୁଡିକୁ ବନ୍ଦ କରି ଦିଆଯାଏ। କମ୍ପାନୀଗୁଡିକ ସେମାନଙ୍କ ଉତ୍ପାଦନ କମାଇଦିଅନ୍ତି। ଏହାଦ୍ୱାରା ରପ୍ତାନି ଏବଂ ଶ୍ରମଶକ୍ତି ଉପରେ ପ୍ରଭାବ ପରିଲକ୍ଷିତ ହୁଏ। ଗ୍ରାହକଙ୍କ ଖର୍ଚ୍ଚ ଉପରେ ଏହାର ପ୍ରଭାବ ମଧ୍ୟ ପଡିଥାଏ। ୨୦୦୩ର ସାର୍ସ ଭାଇରସ ଯୋଗୁ ହଂକଂ ଏବଂ ସିଙ୍ଗାପୁରରେ ଗ୍ରାହକଙ୍କ ଖର୍ଚ୍ଚ ଅତିମାତ୍ରାରେ ବଢିଯାଇଥିଲା। କରୋନା ଯୋଗୁ ଚାଇନାରେ ଏବେ ବାଣିଜ୍ୟ କାରବାର ହ୍ରାସ ପାଇଛି। ୧୯୯୭ରେ ରିଫ୍ଟ ବେଲି ଫିଭର ଯୋଗୁ ସୋମାଲିୟାର ଉତ୍ପାଦନ ଏବଂ ବାଣିଜ୍ୟ ୬୦ରୁ ୬୫% କ୍ଷତିଗ୍ରସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-ଶ୍ରୀନଗର ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ୧୦ ମୃତ

ଶ୍ରୀନଗର,୨୯।୩: ଶୁକ୍ରବାର ଜମ୍ମୁ-କଶ୍ମୀରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାମବନ ନିକଟ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ କ୍ୟାବ ଖାଲରେ ଖସିପଡିଛି। ଯେଉଁଥିରେ ୧୦ଜଣଙ୍କର...

ମୋଦି-ବିଲ୍‌ ଗେଟ୍ସ ଆଲୋଚନା: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍‌ ସେବା

ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି,...

ବୁଥ୍‌ରେ ଭୋଟ ଦେବାକୁ ଅଫିସର ଭୋଟରଙ୍କୁ ବାଧ୍ୟ କରିପାରିବେ ନାହିଁ

କୋଲକାତା,୨୯।୩: ପ୍ରତ୍ୟେକ ଯୋଗ୍ୟ ଭୋଟର ଯେପରି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ, ସେଥିପାଇଁ ନିର୍ବାଚନ କମିଶନ ଏଥର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି। ଭୋଟରମାନଙ୍କୁ...

ଭାରତରେ ନିଯୁକ୍ତିର ଉତ୍କଟ ସ୍ଥିତି, ବେରୋଜଗାରିର ୮୩% ଯୁବବର୍ଗ

ନୂଆଦିଲ୍ଲୀ,୨୯।୩: ଭାରତରେ ନିଯୁକ୍ତି ସ୍ଥିତି ଅତ୍ୟନ୍ତ ଉତ୍କଟ ବୋଲି ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ) ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହ୍ୟୁମାନ୍‌ ଡେଭେଲପ୍‌ମେଣ୍ଟ (ଆଇଏଚ୍‌ଡି)ର ଏକ ରିପୋର୍ଟରୁ...

୯୬% ଭାରତୀୟ କମ୍ପାନୀ ସାଇବର ଆକ୍ରମଣ ମୁକାବିଲା ପାଇଁ ଅକ୍ଷମ

ନୂଆଦିଲ୍ଲୀ, ୨୯।୩:ଭାରତରେ ସାଇବର ଆକ୍ରମଣଜନିତ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି। ଏଭଳି ଆକ୍ରମଣର ମୁକାବିଲା ପାଇଁ ମାତ୍ର ୪ ପ୍ରତିଶତ ଭାରତୀୟ କମ୍ପାନୀ ସକ୍ଷମ। ଅର୍ଥାତ୍‌...

ମନରେଗା ମଜୁରି ବୃଦ୍ଧି: ଓଡ଼ିଶା ଶ୍ରମିକଙ୍କ ଏତିକି ଟଙ୍କା ମଜୁରି ବଢିଲା

ନୂଆଦିଲ୍ଲୀ,୨୯ା୩(ପି.ଟି.):ବିଭିନ୍ନ ରାଜ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ମଜୁରିକୁ ୪ରୁ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ଓଡ଼ିଶାରେ...

ବିପଦରେ ନ୍ୟାୟପାଳିକା

ନୂଆଦିଲ୍ଲୀ,୨୯ା୩(ପି.ଟି.):ଏକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ତୁଚ୍ଛ ବିତର୍କ ଏବଂ ମନ୍ଦ ରାଜନୈତିକ କାର୍ଯ୍ୟସୂଚୀ ଆଧାରରେ ନ୍ୟାୟପାଳିକା ଉପରେ ଚାପ ପକାଇବା ସହ ଅଦାଲତକୁ ବଦନାମ କରିବାକୁ ଉଦ୍ୟମ...

ମୁଖତାରଙ୍କ ୧୨ଶହ କୋଟି ଟଙ୍କାର ସମ୍ପତ୍ତି

ଲକ୍ଷ୍ନୌ,୨୮।୩: ମୁଖତାର ଅନସାରୀଙ୍କ ନାମ କିଏ ବା ନ ଶୁଣିଛି। ଯଦି ଆମେ ପୂର୍ବାଞ୍ଚଳ ବିଷୟରେ କଥା ହେବା, ସେଠାରେ ଥିବା ସମସ୍ତେ ନିଶ୍ଚୟ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri