ମହାନାଳ ସଫେଇ କାର୍ଯ୍ୟ ତଦାରଖ

ବାଲେଶ୍ୱର ଅଫିସ, ୨୪।୬-ବାଲେଶ୍ୱର ସହରରେ ମହାନାଳ ସମେତ ବିଭିନ୍ନ ନାଳଗୁଡିକ ପୋତି ହୋଇଯାଇଥିବାରୁ ବର୍ଷା ହେବାମାତ୍ରେ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥାଏ। ଏହାକୁ ନେଇ ଲୋକମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏହାର ସମାଧାନ ପାଇଁ ସହରବାସୀ ବାରମ୍ବାର ପୌରଞ୍ଚଳ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଆସୁଥିଲେ। ଏପରିକି ନବନିର୍ବାଚିତ ବିଧାୟକ ମଦନମୋହନ ଦତ୍ତଙ୍କୁ ମଧ୍ୟ ଅବଗତ କରାଇଥିଲେ ା ବର୍ଷା ଋତୁ ଆଗକୁ ଆସୁଥିବାରୁ ବିଧାୟକ ଦତ୍ତ ମହାନାଳଗୁଡିକ ସଫା ହେବା ନିହାତି ଆବଶ୍ୟକ ଥିବା ଉପଲବ୍ଧି କରି ପୌରପାଳିକା ନିର୍ବାହୀଯନ୍ତ୍ରୀଙ୍କୁ ଭେଟି ଖୁବ୍‌ଶୀଘ୍ର ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ ା
ଏହି ପରିପ୍ରେକ୍ଷୀରେ ବିଧାୟକ ସୋମବାର ସହରର ମହାନାଳ ସଫେଇ କାର୍ଯ୍ୟକୁ ତଦାରଖ କରିଛନ୍ତି। ସମ୍ପୃକ୍ତ କାର୍ଯ୍ୟ ମୌସୁମୀ ଆସିବା ପୂର୍ବରୁ ଶେଷ କରିବା ପାଇଁ ପୌରପାଳିକା ନିର୍ବାହୀଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ପୂର୍ବରୁ ସହର ରାସ୍ତା ଓ କଲଭର୍ଟଗୁଡିକର ସ୍ଥିତିକୁ ନିଜେ ବୁଲି ସମୀକ୍ଷା କରିବା ସହ ଏହାର ଏକ ରିପୋର୍ଟ ଜିଲାପାଳ ଓ ପୌରପାଳିକାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ା ଆଗାମୀ ଦିନରେ ବର୍ଷାଦିନରେ ସହରରେ କୃତ୍ରିମ ବର୍ଷା ନ ହେବା ପାଇଁ ମିଳିତ ଉଦ୍ୟମ ଆବଶ୍ୟକତା ରହିଛି। ସହରରେ ସମ୍ପୂର୍ଣ୍ଣ ୩୫ କି.ମି. ମହାନାଳ ସଫେଇ କରାଯିବାର ବ୍ୟବସ୍ଥା ହୋଇଛି ବୋଲି ପୌରପାଳିକାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ନାୟକ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୀତାକାନ୍ତ ସ୍ବାଇଁ, ଚିତ୍ତରଞ୍ଜନ ପଣ୍ଡା, ସୁଜିତ ଦେବ, ଯୋଗେନ ରଣା, ରାଧାକାନ୍ତ ଦାସ, ଗଙ୍ଗାଧର ରାଉତ, ସର୍ବେଶ୍ୱର ପାତ୍ର, ପିଙ୍କି ପ୍ରଧାନ, ଶ୍ରୀୟା ଦାସ, ରଣଜିତ୍‌ ପୃଷ୍ଟି, ବିକାଶ ପାଢୀ, ବିବେକ ମହାନ୍ତି, ଧିରଜ ମହାନ୍ତି, ଅରୂପ ଜେନା, ସେକ୍‌ ଅଫଜଲ ଓ ଗୈାରାଙ୍ଗ ଦାସ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଭୟରେ ଝାରମୁଣ୍ଡାବାସୀ; ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼…

ରିଷିଡା,୭।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

ଅନ୍ତେବାସୀଙ୍କ ହଷ୍ଟେଲ ଛାଡିବା ଘଟଣାକୁ ମାସେ, ଆଜି ବି ଶ୍ରେଣୀ ଗୃହରେ ଚାଲିଛି ଛାତ୍ରାବାସ

ଝରିଗାଁ,୭।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନ୍ତେବାସୀଙ୍କ ହଷ୍ଟେଲ ଛାଡିବା ଘଟଣାକୁ ଏହାରି ମଧ୍ୟରେ ମାସେ…

ଉପନିର୍ବାଚନ ଘୋଷଣା: ଏହି ସିଟ୍‌ରୁ ନିର୍ବାଚନ ଲଢିବେ ମମତା ବାନାର୍ଜୀ! ରାଜନୀତିରେ ଚହଳ

କୋଲକାତା,୭।୯: ୪ଟି ରାଜ୍ୟର ୬ଟି ଆସନରେ ଉପନିର୍ବାଚନନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ଆସନଗୁଡ଼ିକରେ ଅକ୍ଟୋବର ୬ ତାରିଖରେ ଭୋଟଗ୍ରହଣ ହେବ ଏବଂ ଅକ୍ଟୋବର…

ଶିକ୍ଷାଦାନକୁ ବ୍ରତ କରିଥିବା ନିଆରା ମଣିଷ ମହେଶ୍ୱର

ଖଡ଼ିଆଳ,୭ା୯(ସୁଜିତ କୁମାର ପ୍ରଧାନ): ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଜଣେ ନିଆରା ମଣିଷ ହେଉଛନ୍ତି ମହେଶ୍ୱର ରାଉତରାଏ। ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ମହେଶ୍ୱର…

elections

ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ୬ ଆସନରେ ହେବ ଉପନିର୍ବାଚନ; ଜାଣନ୍ତୁ କେବେ, କେଉଁଠି…

ନୂଆଦିଲ୍ଲୀ,୭।୯: ଦେଶର ୬ଟି ଆସନରେ ଉପନିର୍ବାଚନନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫ଟି ବିଧାନସଭା ଆସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri