ମହମ୍ମଦ ଅନିଶ

ଓଡ଼ିଶାର ମାଓବାଦୀପ୍ରବଣ ମାଲକାନଗିରି ଜିଲାରେ ମହମ୍ମଦ ଅନିଶ ନାମକ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନ କାର୍ଯ୍ୟରତ ଅଛନ୍ତି। ଜୀବନକୁ ପାଣି ଛଡ଼ାଇ ଓଡ଼ିଶାବାସୀଙ୍କୁ ଶାନ୍ତିରେ ଶୋଇବାର ସୁଯୋଗ ଦେଉଥିବା ଅନେକ ଯବାନଙ୍କ ମଧ୍ୟରୁ ଅନିଶ ଅନ୍ୟତମ। ଦିଲ୍ଲୀର ବାସିନ୍ଦା ଅନିଶ ଆମ ସମସ୍ତଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିବା ବେଳେ ନିଜ ପରିବାରର ସୁରକ୍ଷା କରିବାକୁ ସୁଯୋଗ ପାଇନାହାନ୍ତି। ମିଳିଥିବା ଖବର ଅନୁଯାୟୀ, ଦିଲ୍ଲୀରେ ଚାଲିଥିବା ହିନ୍ଦୁ-ମୁସଲମାନ ଦଙ୍ଗାରେ ଅନିଶଙ୍କ ଘରକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପରିଚାଳିତ ବିଏସ୍‌ଏଫ୍‌ ଯବାନ ଅନିଶଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି। ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ।
ଦିଲ୍ଲୀ ଦଙ୍ଗାକୁ ଦେଖି ବହୁତ ଲୋକ ଧର୍ମ ଉପରେ ଯାଇ ଅନିଶ ଭଳି ନାଗରିକଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ ପଛାଇ ନ ପାରନ୍ତି। କେତେକେ ଏଭଳି ସ୍ଥିତିରେ ଆହୁରି ଆଗକୁ ଯାଇ ଏମାନଙ୍କୁ ‘ଗୋଲି ମାରୋ’ କିମ୍ବା ପାକିସ୍ତାନ ଯାଅ ବୋଲି କହିପାରନ୍ତି। ଦେଖିବାକୁ ଗଲେ ଏବେ ଦେଶରେ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଛି, ଭାରତ ସାମାଜିକ କ୍ରସ୍‌ରୋଡ୍‌ ବା ଚାରିଛକରେ ଥିବା ଭଳି ମନେହେଉଛି। ଏଠାରେ ଧର୍ମନିରପେକ୍ଷ କଥା ଆଲୋଚନା କରିବା ଓ କିଏ କେତେ ମାତ୍ରାରେ ଦୋଷୀ ତାହା ଉପସ୍ଥାପନା କରିବା ଆମର ଉଦ୍ଦେଶ୍ୟ ନୁହେଁ କିମ୍ବା ସେଭଳି ଅଭିପ୍ରାୟ ନାହିଁ। ବାସ୍ତବ କଥା ହେଲା ବିଗତ ବର୍ଷଗୁଡ଼ିକରେ ଯେତେବେଳେ ସୁଯୋଗ ମିଳିଛି, ସେତେବେଳେ ମୁସଲମାନ ସମ୍ପ୍ରଦାୟ ନେତୃତ୍ୱ ବିରୋଧରେ ସ୍ବର ଉତ୍ତୋଳନ କରି ଭୁଲ କଥାକୁ ବିରୋଧ କରିନାହାନ୍ତି। ଆଜି କଷ୍ଟକର ଆଇନ ସିଏଏକୁ ବୁଝି ପ୍ରତିବାଦ କରିପାରୁଥିବା ଲୋକ ଯଦି ଏହିଭଳି ଏକ ସାଧାରଣ ପ୍ରତିବାଦର ଆୟୋଜନ କରି ୨୬/୧୧ ବମ୍ବେ ଆକ୍ରମଣ କିମ୍ବା ଦିଲ୍ଲୀ, ହାଇଦ୍ରାବାଦ ଆଦି ସ୍ଥାନରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ନିଜର ଭାରତୀୟତାକୁ ସୁଦୃଢ଼ କରିଥାଆନ୍ତେ, ତେବେ ଦେଶରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇପାରିଥାଆନ୍ତା। ଅନ୍ୟପଟେ ଅନିଶଙ୍କ ଭଳି ଯବାନ ମଧ୍ୟ ଭାରତରେ ଅଛନ୍ତି। ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ଖେମ୍‌ କରନ୍‌ଠାରେ ଭାରତୀୟ ମୁସଲମାନ ଯବାନ ଅବଦୁଲ ହମିଦ୍‌ ପାକିସ୍ତାନର ୮ଟି ପାଟନ୍‌ ଟ୍ୟାଙ୍କ୍‌କୁ ଧ୍ୱଂସ କରିଦେଇପାରିଥିଲେ। ସେତେବେଳେ କେହି ପାକିସ୍ତାନ ଯାଅ ବୋଲି ସେହି ଯବାନଙ୍କୁ କହି ନ ଥିଲେ। ଆଜି ମଧ୍ୟ ମହମ୍ମଦ ଅନିଶଙ୍କୁ ଦେଶଦ୍ରୋହୀ ବୋଲି କୌଣସି ସଚ୍ଚୋଟ ଓଡ଼ିଆ କହିବେ ନାହିଁ। ଏହା ପଛରେ ଏକ ବିରାଟ ଆଧ୍ୟାତ୍ମିକ କାରଣ ରହିଛି। ଆମର ମହାପ୍ରଭୁ ଜଗନ୍ନାଥ ଅଜନ୍ମା। ତାଙ୍କର କୌଣସି ଜନ୍ମସ୍ଥାନ କେହି ଜାଣିନାହାନ୍ତି। ସେଭଳି ପ୍ରଭୁଙ୍କ ଭକ୍ତ ସାଲବେଗ ମଧ୍ୟ ଏହି ଜାତିର ମହାନ୍‌ ପୁତ୍ର ଭାବେ ପରିଚିତ ହୋଇ ଆସିଛନ୍ତି। ହେଲେ ଆଜି କୋଲକାତାଠାରୁ ବେଙ୍ଗାଲୁର ପର୍ଯ୍ୟନ୍ତ ଯେତେବେଳେ ‘ଗୋଲି ମାରୋ’ ଧ୍ୱନି ଶୁଣିବାକୁ ମିଳୁଛି, ସେତେବେଳେ ଅନିଶଙ୍କ ପରି ଅନେକ ଲୋକଙ୍କ କର୍ତ୍ତବ୍ୟପରାୟଣତାକୁ ଜନସାଧାରଣ ହୃଦୟଙ୍ଗମ କରୁଛନ୍ତି। ଏଠାରେ ଦୋହରାଯାଇପାରେ ଯେ, ଧର୍ମନିରପେକ୍ଷତା ସହିତ ଏସବୁର କୌଣସି ସମ୍ପର୍କ ନାହିଁ। ବରଂ ଏହା ଏକ ଉଦାର ମାନସିକତାର ପ୍ରତିଫଳନ ମାଗୁଛି।
ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ନାଗରିକତ୍ୱ ହରାଇବା ଆଶଙ୍କାରେ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନଙ୍କ ଅସନ୍ତୋଷକୁ ଦୂର କରିବାରେ କେନ୍ଦ୍ର ସରକାର ଦୃଷ୍ଟି ନ ଦେବା ହେଉଛି ଗଣତାନ୍ତ୍ରିକ ବ୍ୟବସ୍ଥାର ବିଫଳତା ବୋଲି ପ୍ରଶ୍ନ ଉଠିଲାଣି। ଏକ ସମ୍ପ୍ରଦାୟର ଆଦର୍ଶଗତ ମତପାର୍ଥକ୍ୟ ଅପେକ୍ଷା ତିଷ୍ଠି ରହିବା ଲାଗି ହୋଇଥିବା ସଂଗ୍ରାମକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବ ହିଂସାରେ ଯେଉଁ ଲୋକଙ୍କ ଜୀବନ ଓ ସମ୍ପଦ ନଷ୍ଟ ହେଲା ତାହା ଦ୍ୱାରା କୌଣସି ସକାରାତ୍ମକ ଫଳ ଆସିପାରି ନାହିଁ।
ମନେହେଉଛି ଯେପରି ୧୬.୮୮ ଲକ୍ଷ କୋଟି ଟଙ୍କାର ଋଣ ନେଇଥିବା କର୍ପୋରେଟ୍‌ ଇଣ୍ଡିଆ ଆଜିର ଭାରତ ସରକାରର ରୂପ ବଦଳାଇବାକୁ ବାଧ୍ୟ କରିଛି। ବୃହତ୍‌ ବ୍ୟବସାୟୀମାନେ ନିଜର ସୁରକ୍ଷା ଦେଖିବାକୁ ଯାଇ ନା ଯେ କେବଳ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କୁ ଶେଷ କରିଦେଲେଣି, ଏଥିସହିତ ସରକାରଙ୍କୁ ଅନ୍ୟତ୍ର ଦୃଷ୍ଟି ପକାଇବାକୁ ବାଧ୍ୟ କରୁଛନ୍ତି। ଯେତେବେଳେ ସରକାରୀ କଳ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ମୁଖ୍ୟ ଦାୟିତ୍ୱ ଭାବେ ଗ୍ରହଣ କରେନାହିଁ, ସେତେବେଳେ ଅନ୍ୟସବୁ ବିକାଶମୂଳକ କାର୍ଯ୍ୟ ଅନିଶ୍ଚିତତାର ଶିକାର ହୋଇଯାଏ। ଏକ ଅଶାନ୍ତ ଦେଶରେ କୌଣସି ବ୍ୟକ୍ତିବିଶେଷ ବା କମ୍ପାନୀ ପୁଞ୍ଜି ଲଗାଏ ନାହିଁ। ଏବେକାର ଭାରତରେ ବିରାଟକାୟ ପୁଞ୍ଜିଲଗାଣ ହେବା କଥା ମୁଖ୍ୟ ଆବଶ୍ୟକତା। କିନ୍ତୁ ସରକାରଙ୍କ ଦୃଷ୍ଟି ସେହି ଦିଗରେ ଥିବା ଭଳି କୌଣସି ସୂଚନା ମିଳୁନାହିଁ। ଭାରତର କର୍ପୋରେଟ୍‌ ଜଗତର ଚାପରେ ଆଜିର ସରକାର ନିଜର ମୁଖ୍ୟ ଦାୟିତ୍ୱ ପାସୋରିଯିବାକୁ ପସନ୍ଦ କରୁଛି। ପ୍ରଶାସନିକ ଦକ୍ଷତା ଓ ଶୃଙ୍ଖଳା, ଦୁର୍ନୀତି ଦୂରୀକରଣ
ଏବଂ ଶାନ୍ତ ପରିସ୍ଥିତି ସୃଷ୍ଟି କରିବା ସହିତ ସ୍ବାସ୍ଥ୍ୟ ଓ ଶିକ୍ଷା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ସରକାରଙ୍କ ମୁଖ୍ୟ କର୍ତ୍ତବ୍ୟ ହେବା କଥା। ତାହା ପରିବର୍ତ୍ତେ ନାଗରିକ କ’ଣ ପିନ୍ଧିଲା, କ’ଣ ଖାଇଲା, କେଉଁଠି ପୂଜା କଲା ଏବଂ ତା’ର ନାଗରିକତ୍ୱର ପ୍ରମାଣ ବୁଝିବା ହୋଇଯାଇଛି ସରକାରଙ୍କ ମୁଖ୍ୟ କାମ। କରୋନା ଭାଇରସ୍‌ରେ ଆକ୍ରାନ୍ତ ଚାଇନା ଏବଂ କ୍ରମଶଃ ପାଶ୍ଚାତ୍ୟ ଦେଶଗୁଡ଼ିକ ପ୍ରଭାବିତ ହେଉଥିବା ବେଳେ ଭାରତର ଏକ ନୂତନ ସୁବର୍ଣ୍ଣ ଯୁଗ ଆରମ୍ଭ ହେବାର ସୁଯୋଗ ଥିଲା। ଏହିଭଳି ସୁଯୋଗ ବାରମ୍ବାର କୌଣସି ଜାତିକୁ ମିଳେନାହିଁ। ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥାନକୁ ସୁଦୃଢ଼ କରିବାର ସୁଯୋଗ ଯେତେବେଳେ ଭାରତ ପାଇଛି, ସେତେବେଳେ ଆମେ ସମସ୍ତେ କ୍ଷୁଦ୍ର ମାନସିକତା ଯୋଗୁ ପରସ୍ପର ମଧ୍ୟରେ ବାଡ଼ିଆପିଟା ହେଉଛେ। ଏଭଳି ସୁଯୋଗ ହରାଉଥିବା ଭାରତ ଭବିଷ୍ୟତରେ କେଉଁଭଳି ନିଜକୁ ଗଢ଼ି ତୋଳିବ, ତାହାର ଆଜି ଭବିଷ୍ୟବାଣୀ କରିବା ସମ୍ଭବ ନୁହେଁ। ଆଜିର ଭାରତରେ ଦେଖାଦେଇଥିବା ଅଶାନ୍ତ ପରିସ୍ଥିତିରୁ ମୁକୁଳିବା ପାଇଁ ଜଗନ୍ନାଥ ଭକ୍ତମାନେ ହିନ୍ଦୁମାନଙ୍କୁ ଏକ ନୂଆ ଦିଗ୍‌ଦର୍ଶନ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri