ମରିଯାଉଛି ମଣିଷପଣ

ସୁଧୀର କୁମାର ନାୟକ
ସକାଳୁ ସକାଳୁ ମହାପାତ୍ର ବାବୁଙ୍କ ମୁଣ୍ଡଟା ବିଗିଡ଼ିଯାଇଛି। ନିଜ ଝିଅପୁଅଙ୍କ ଚାଲିଚଳନ ଦିନକୁଦିନ ବେଢଙ୍ଗିଆ ହୋଇଯାଉଛି। ପିଲାମାନଙ୍କର ବେଶଭୂଷା, ଆଚାର ବ୍ୟବହାରରେ ଅଶିଷ୍ଟତା ତାଙ୍କ ହୃଦୟକୁ କଷ୍ଟ ଦେଉଛି। ନା କିଛି ଟାଣ କରି କହିହେଉଛି ନା ଚୁପ ରହିହେଉଛି। ପୁଅ ୨ ହଜାର ଟଙ୍କାର ପ୍ୟାଣ୍ଟଟିଏ କିଣିଛି, ଯାହାକୁ ଦେଖିବାକୁ ଘୃଣା ଲାଗୁଛି। ପ୍ୟାଣ୍ଟର ଆଗପଛ ଚିରାଫଟା କଙ୍କଡ଼ାଗାତ ପରି ତାଳି ପକା ହୋଇଛି। ଫଟା ସ୍ଥାନରେ ସୂତାଗୁଡ଼ିକ ବରଓହଳ ପରି ଝୁଲୁଛି। ଏ କି ପ୍ରକାର ପୋଷାକ। ଏହାର ପୁଣି କି ସୌନ୍ଦର୍ଯ୍ୟ ପିଲାମାନଙ୍କୁ କିପରି ଆକୃଷ୍ଟ କରୁଛି? ସତେ ଯେମିତି ପ୍ୟାଣ୍ଟଟିକୁ ଚକଡ଼ା ରୋଗ ଧରିଛି। କି କଥା! ସମାଜରେ ଲୋକେ କ’ଣ କହିବେ? ମହାପାତ୍ର ଘର ପୁଅଟା ବାତରା ହୋଇଗଲାଣି। ସାଧାରଣତଃ ଘରେ ଶ୍ରାଦ୍ଧପିଣ୍ଡ କାମରେ ପିଲାମାନେ ସ୍ଥିର ହୋଇ ୫-୧୦ମିନିଟ୍‌ ପିଣ୍ଡଦାନ ପାଖରେ ବସିପାରୁ ନାହାନ୍ତି। ହାତରେ ମୋବାଇଲ୍‌ଟିକୁ ଧରି ଅଙ୍ଗୁଳି ଘଷିବାରେ ବ୍ୟସ୍ତ। ଯାହା ପାଠଶାଠ ଥାଉ, ଚାକିରି କର କି ଅନ୍ୟ କିଛି, ଆପାତତଃ ବେଶଭୂଷା ଟିକେ ମାର୍ଜିତ ହେଉ। ଏତେ ଅପସଂସ୍କାରକୁ ଚାଲିଯିବାଟା ଭବିଷ୍ୟତ ପାଇଁ ଆଦାୈ ଭଲ ନୁହଁ। ଚା କପ୍‌ ଧରି ଶ୍ରୀମତୀ ପହଞ୍ଚତ୍ଗଲେ। ପୁଅ କଥା କ’ଣ କହୁଛ, ଝିଅ କାଲି ଗୋଟାଏ ଡ୍ରେସ୍‌ କିଣିଛି। ଦେଖିଲେ ତୁମର ରକ୍ତଚାପ ବଢିଯିବ। ଉପରପାଖ ଜାମାଟା ମାଛଧରା ଜାଲ ପରି ହୋଇଛି। ତଳପଟ ଡ୍ରେସ୍‌ଟା ମୁଁ କହିପାରିବି ନାହିଁ। ହାତର ରୁମାଲଟା ବରଂ ତା’ ଡ୍ରେସ୍‌ଠାରୁ ଓଜନ ଲାଗିବ। ପିଣ୍ଡାରେ ବସି ଜେଜେ ସବୁ କଥାକୁ କାନ ଦେଇଥିଲେ। ସମ୍ଭାଳି ନ ପାରି ତୁଣ୍ଡ ଖୋଲି ଦୁଇପଦ କହିଲେ, ଆମ ଅମଳରେ କମ୍‌ ପାଠ, କମ୍‌ ଧନ ଥିଲେ ବି ଲଜ୍ଜା, ସରମ, ମୁରବି ଜ୍ଞାନ ଟିକକ ଥିଲା। ସମୟ ବଦଳି ଯାଉଛି। ପିଲାଙ୍କୁ ଦୁଇପଦ କହିଲେ ସେମାନେ ଚାରିପଦ ମୁହଁରେ ଜବାବ ଦେଉଛନ୍ତି। ମନ୍ଦକୁ ଆଦରି ଭଲ ପାଖରୁ ଆଡ଼େଇ ଯାଉଛନ୍ତି।
ମୁରବି ଶ୍ରେଣୀୟ ମିଶ୍ର ମଉସା ଆସି ପହଞ୍ଚତ୍ଲେ। ଜେଜେ, ଆପଣ ଜାଣନ୍ତି, ଗତ କିଛି ଦିନ ଧରି ଟିଭି, ମୋବାଇଲ, ଖବରକାଗଜଗୁଡ଼ିକରେ କେତୋଟି ଫଟୋକୁ ନେଇ ବେଶ୍‌ ଚର୍ଚ୍ଚା ହେଉଥିଲା। ଭାଲେଣ୍ଟାଇନ ଡେ ଅବସରରେ ମାଲାୟାଲମ ଫିଲ୍ମ ଅଭିନେତ୍ରୀ ପ୍ରିୟାଙ୍କ ଅଭିନୀତ ଏକ ଚଳଚ୍ଚିତ୍ରରେ ଏମିତି ଆଖିପତା ଦୋହଲାଇ ଡୋଳା ବୁଲାଇ ବୁଲାଇ ବାମ ଆଖିଟାକୁ ବୁଜିଦେବାର ଦୃଶ୍ୟଟା ଆମ ପିଲାମାନଙ୍କ ମନକୁ ପୂରା ପାଇଯାଇଛି। ସ୍କୁଲ, କଲେଜ, ଛକ, ବଜାର, ପାର୍କ ସବୁଠି ସେଇ ଗୋଟେ ଆଖିବୁଜା କଥା। ଏପରି ଦୃଶ୍ୟ ଏକ ମାମଲା ହୋଇ ସୁପ୍ରିମ୍‌କୋର୍ଟକୁ ବିଚାର ପାଇଁ ମଧ୍ୟ ଯାଇଥିଲା। ହେଲେ ସେହି ସମୟରେ ଜଣେ ଯୁବ ମିଲିଟାରୀ କମାଣ୍ଡାଣ୍ଟ ଦେଶ ପାଇଁ ଶହୀଦ ହୋଇଥିଲେ। ତାଙ୍କ ବିଷୟରେ ସେଭଳି କେଉଁଠି ବିଶେଷ ଆଲୋଚନା ହେଉ ନ ଥାଏ। ଜେଜେ କହିଲେ, ଆଖିମରା ହିରୋଇନ୍‌ଙ୍କ ନାମଟା ମନେ ରହିଯିବ। ଶହୀଦମାନଙ୍କ ନାମ କେତେଜଣ ମନେ ରଖିବେ? ସ୍ବାଧୀନତା, ଗଣତନ୍ତ୍ର ଦିବସ ଉପରେ ସ୍କୁଲ କଲେଜପଢ଼ୁଆ ପିଲାମାନଙ୍କୁ ଦୁଇପଦ କହିବାକୁ କହିଲେ ମୁହଁ ମୋଡ଼ିବେ। ଗାନ୍ଧୀ, ଗୋପବନ୍ଧୁ, ନେତାଜୀଙ୍କ ଜନ୍ମ ତାରିଖ ଜାଣି ନ ଥିବେ। ନିଜ ବାପାଙ୍କର ବାପା ନାମଟି ଭାବିକି କହୁ କହୁ ବି ଭୁଲ୍‌ ହେଉଥିବ, କିନ୍ତୁ ପିଲାମାନଙ୍କର କେତେକ ଅନାବଶ୍ୟକ ତଥ୍ୟ ଠିକ୍‌ ମନେ ରହୁଥିବ। ଆଗ ସମୟରେ ଗାଁ ସାହିବସ୍ତିମାନଙ୍କରେ ଯେଉଁ ଲୋକଟା ନିଶାପାଣି ସେବନ, ଚୋରି କରୁଥିଲା ସେ ସମାଜ ଆଗରେ ଘୃଣ୍ୟ ହେଉଥିଲା। ତା’ ସହିତ ଗାଁ ଲୋକମାନେ ବିଶେଷ ମିଳାମିଶା କରୁ ନ ଥିଲେ। ହେଲେ ସମୟ ବଦଳିଯାଇଛି। ଆଜିକାଲି ଏ ସବୁଠାରୁ ଯିଏ ଦୂରେଇ ରହୁଛି, ସେ ଏକ ପ୍ରକାର ସମାଜରେ ବାଛନ୍ଦ ଭଳିଆ ଚଳୁଛି।
ଅସାମାଜିକତାକୁ ପ୍ରତିରୋଧ କରାଯାଉ ନାହିଁ, ଯିଏ ପ୍ରତିରୋଧ କରୁଛି ତାକୁ ସହଯୋଗ ବି ନାହିଁ, ବରଂ କେତେକ କ୍ଷେତ୍ରରେ ପ୍ରୋତ୍ସାହିତ କରାଯାଉଛି। ଦେଖୁନାହାନ୍ତି ଆଳୁ, ପିଆଜ, ଡାଲି, ଚାଉଳ, ପେଟ୍ରୋଲ, ଡିଜେଲ ଆଦି ଦରବୃଦ୍ଧି ଘଟିଲେ ପ୍ରତିବାଦ, ଆନ୍ଦୋଳନ ରାସ୍ତାରୋକୋ ହୁଏ। ଦିନେ ଦିନେ ସହର ବଜାର ବି ବନ୍ଦ କରାଯାଏ, ହେଲେ ମଦ, ଗଞ୍ଜେଇ, ବ୍ରାଉନସୁଗାର, ତାଡ଼ି ପରି ନିଶାଦ୍ରବ୍ୟଗୁଡ଼ିକର ଯେତେ ଗୁଣ ଦାମ୍‌ ବଢିଲେ ବି ସମାଜରେ ଚାହିଦା ଅଛି ଏବଂ ସେଥିପାଇଁ ପ୍ରତିବାଦ ନାହିଁ।
ଦିନକର ଘଟଣା। ଶିକ୍ଷକ ମଦ ଦୋକାନକୁ ଯାଇ କହିଲେ, ଯେଉଁ ନୂଆ ବ୍ରାଣ୍ଡ୍‌ଟା କହିଥିଲି ରଖିଛ? ଦୋକାନୀ କହିଲା, ଆପଣ ଯାହାଙ୍କୁ ପଠାଇଥିଲେ ତାଙ୍କ ହାତରେ ଦେଇଦେଇଛି। ମୁଁ ତ କାହାକୁ ପଠେଇ ନ ଥିଲି। ଆପଣ ଯେଉଁ ଛାତ୍ର ଦୁଇଜଣଙ୍କୁ ପଠାନ୍ତି ସେମାନେ ତ ଆସି ଆପଣଙ୍କ କଥା କହି ନେଇଗଲେ। ଶିକ୍ଷକ ନିଜ ମୋବାଇଲରୁ ଫୋନ୍‌ କଲେ ସେହି ହାତବାରିଶି ଦୁଇ ଗୁରୁଭକ୍ତ ଛାତ୍ରଙ୍କ ପାଖକୁ। ଛାତ୍ରମାନେ ଉତ୍ତର ଦେଲେ- ସାର୍‌, ଆଜିକା ଜିନିଷଟା ନିୟୁ ବ୍ରାଣ୍ଡ୍‌ ହୋଇଥିବାରୁ ଲୋଭ ସମ୍ଭାଳି ପାରିଲୁ ନାହିଁ। ଆମେ ପିଇଦେଇଛୁ। କିଛି ମାଇଣ୍ଡ୍‌ କରିବେ ନାହିଁ। ଶିକ୍ଷକ ବାଉଳିଚାଉଳି ହୋଇ କହିଲେ, ପିଲାଗୁଡ଼ାକ ଆଉ ବାଟରେ ନାହାନ୍ତି। ଏତେ ବାଳୁଙ୍ଗା ହୋଇଗଲେ!
ଗାଁ ଛକ ପାନଦୋକାନୀ ବାବୁଲି ଦାଣ୍ଡରେ ଯାଉ ଯାଉ ଅଟକିଗଲା। ସାରା ଦୁନିଆର ବ୍ରେକିଂ, ହେଡ଼ିଂ, ସ୍କ୍ରୋଲିଂ ଖବର ତା’ ମୁହଁରୁ ଅନର୍ଗଳ ବାହାରିଥାଏ। କେମିତି ନ ବାହାରିବ! ତା’ ଦୋକାନ ଆଗରେ ଯେଉଁ ବେଞ୍ଚ ଖଣ୍ଡକ ପଡ଼ିଛି ସେଇଠି ତ ସବୁ ପ୍ରକାର ଲୋକ ବସନ୍ତି। ଦେଶଦୁନିଆର ସବୁ ଖବର ସେଠି ଆଲୋଚନା ହୁଏ। ବାବୁଲି କହିଲା- ମିଶ୍ର ମଉସା, ମୋ ବାପା ଚାଷ ଋଣ ଶୁଝି ପାରିଲେ ନାହିଁ। ଗ୍ରାମସଭାରେ ଡେଙ୍ଗୁରା ପିଟି ବାପାଙ୍କୁ ବ୍ୟାଙ୍କବାଲା ଅପମାନିତ କଲେ। ଘର ଜମିବାଡ଼ି କୋରକ ପାଇଁ ଡେଙ୍ଗୁରା ପିଟା ହେଲା। ନୋଟିସ୍‌ ଘର ଆଗରେ ଝୁଲେଇ ଦେଲେ। ବାପାଙ୍କୁ ବହୁତ ବାଧିଲା। ସେ ସମୟରେ ଲଗାତର ମରୁଡ଼ି ଯୋଗୁ ଚାଷ ଉଜୁଡ଼ି ଯାଉଥାଏ। ପେଟ ପାଇଁ ଖାଦ୍ୟ ନ ଥାଏ ଋଣ ଶୁଝାହେବ କିପରି? ବଳଦ ହଳେ, ଗାଈ ବିକି ବାପା ଋଣ ଶୁଝିଲେ। ସେହି ବର୍ଷ ଚାଷ ବି ବନ୍ଦ ହୋଇଗଲା। ହେଲେ ଆଜିକାର ବିଜୟ ମାଲ୍ୟା, ନୀରବ ମୋଦି, ବିକ୍ରମ କୋଠାରୀଙ୍କ ପରି ବଡ଼ ବଡ଼ ଲୋକ ଋଣ ଆଳରେ ହଜାର ହଜାର କୋଟି ଟଙ୍କା ଦେଶରୁ ଲୁଟିଲେ। ଭାଗଚାଷୀଟିଏ ଋଣ ନେବା ପାଇଁ ଆଇନ ଗଢା ହୋଇପାରୁନାହିଁ। ବେକାରି ପିଲାଟା ଛୋଟମୋଟ ଧନ୍ଦା ପାଇଁ ବ୍ୟାଙ୍କକୁ ଗଲେ ଘର ଚୁଲିରୁ ଚାଳ, ବାପ ସାତପୁରୁଷଙ୍କ ରେକର୍ଡ ଯାଞ୍ଚ ହେଉଛି। ହେଲେ ଏହି ବଡ଼ ବଡ଼ ଠକମାନେ ଦେଶର ହଜାର ହଜାର କୋଟି ଟଙ୍କା ଠକି ଚାଲିଯାଉଛନ୍ତି କିପରି? ସରକାରୀ ବାବୁମାନେ କେମିତି ଜାଣିପାରୁନାହାନ୍ତି? ଶହ ଶହ ଚୋର ଗଲେ ବି ବୁଦ୍ଧି ପଶୁନି। କେତେଥର ଆଉ ନେଡ଼ିଗୁଡ଼ କହୁଣିକି ବୋହିବ? କି ପ୍ରକାର ମଧୁଚନ୍ଦ୍ରିକାରେ ଲୁଟ୍‌ ଚାଲିଛି। ସ୍ବାଧୀନତା ପୂର୍ବରୁ ମୋଗଲ୍‌, ଇଂରେଜ ବାହ୍ୟ ଶତ୍ରୁରାଷ୍ଟ୍ର ଖଣ୍ଡା ବନ୍ଧୁକ ଦେଖାଇ ଆକ୍ରମଣ କରି ଦେଶରୁ ଅଜସ୍ର ଲୁଟିଥିଲେ। ସ୍ବାଧୀନତା ପରେ ବି କିଛି ବିଶ୍ୱାସଘାତକ, ଦେଶଦ୍ରୋହୀ, ଭ୍ରଷ୍ଟାଚାରୀ ନେତା, ଅଫିସର, ଛଦ୍ମବେଶୀ ବେପାରୀ ଜାଲିଆତି କରି କଲମମୁନରେ ଦେଶର ସମ୍ପଦ ଲୁଟି ଚାଲିଛନ୍ତି।
ଏହି ସମୟରେ ଗାଁ ଦାଣ୍ଡରେ ମହିଳାମାନଙ୍କ ଶୋଭାଯାତ୍ରା ଆସୁଥିଲା। ନାରୀ ନେତ୍ରୀ, ସ୍ବେଚ୍ଛାସେବୀ ଅନୁଷ୍ଠାନର ମହିଳାମାନେ ସ୍ଲୋଗାନ ଦେଇ କହୁଥାନ୍ତି ପାଗଳୀକୁ ନ୍ୟାୟ ମିଳୁ। ଅର୍ଥାତ୍‌ କିଛି ଦିନ ଧରି ପାଖ ବଜାରରେ ଜଣେ ପାଗଳୀ ବୁଲାବୁଲି କରୁଥିଲା। କ’ଣ ଖାଏ, କେଉଁଠି ଶୁଏ, କେହି ତା’ କଥା ବୁଝନ୍ତି ନାହିଁ। କାଲି ରାତିରେ ସେ ଗଣବଳାତ୍କାରର ଶିକାର ହୋଇଛି। ଜେଜେ କପାଳରେ ହାତମାରି କହିଲେ ହାୟରେ! କ’ଣ ବେଳକାଳ ହେଲା, ଶେଷରେ ପାଗଳୀଟା ବି ବାଦ୍‌ ପଡ଼ିଲା ନାହିଁ। ମଣିଷ ଭିତରୁ କେମିତି ମଣିଷପଣିଆଟା ମରିଯାଉଛି!
ଧାମନଗର, ଭଦ୍ରକ, ମୋ-୯୯୩୮୦୮୦୨୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?