ଭୁଶୁଡୁଥିବା ସମାଜକୁ ରକ୍ଷା କରିବାର ଅର୍ଥନୀତି

ସହଦେବ ସାହୁ

ନେଭେଲ କରୋନା ଭାଇରସ୍‌କୁ ମୁକାବିଲା କରିବାରେ ଅର୍ଥନୀତିଜ୍ଞମାନେ ଯେଉଁ ପରାମର୍ଶ ଦେଉଛନ୍ତି ତହିଁରେ ସନ୍ତୁଷ୍ଟ ହେବା କଥା ନୁହେଁ। ପୃଥିବୀର ଅର୍ଥନୀତିରେ ଗୋଟିଏ ମୌଳିକ ପରିବର୍ତ୍ତନ ଆସିଯାଇପାରେ। ଏ ମହାମାରୀର ପ୍ରକୃତ ସଫଳ ଚିକିତ୍ସା ନାହିଁ ଏବଂ କେତେ ଦିନ ଧରି ଚାଲିବ ତାହାର ଠିକଣା ନାହିଁ। ତେଣୁ ଅର୍ଥନୈତିକ କାରବାର ଖୋଲିବାକୁ ପଡ଼ିବ। କିନ୍ତୁ ଏଥିରେ କେତୋଟି ବିପଦ ଅଛି।
ପ୍ରଥମ ସଙ୍କଟ ହେଉଛି ଯୋଗାଣ ଓ ଚାହିଦାର ପାରସ୍ପରିକତା। କମ୍ପାନୀଗୁଡ଼ିକ ବନ୍ଦ ହୋଇଯାଉଥିବାରୁ କିମ୍ବା କରୋନା ଭୟରେ କର୍ମଚାରୀ ସଂଖ୍ୟା କମାଇ ଦିଆଯାଉଥିବାରୁ ଉପତ୍ାଦନ ହ୍ରାସ ପାଉଛି, ତେଣୁ ଯୋଗାଣ କମିଯାଉଛି। ଅର୍ଥନୈତିକ ମାନ୍ଦାବସ୍ଥା ଦୂର କରିବାର ଗୋଟିଏ ଉପାୟ ସୁଧହାର କମାଇବା ବୋଲି ଅର୍ଥନୀତିଜ୍ଞମାନେ କହନ୍ତି। ସୁଧ ହାର କମାଇଦେଲେ କ’ଣ ଆମେ କର୍ମଚାରୀ ପଳାଉଥିବା ବା ଛଟେଇ ଅବସ୍ଥାକୁ ସୁଧାରି ପାରିବା? ମନେକର ଯୁଦ୍ଧରେ କାରଖାନା ଉପରେ ବୋମା ପଡ଼ିଲା, କମ୍ପାନୀ ମାଲିକ କମ୍‌ ସୁଧରେ ଋଣ ପାଇଲେ କ’ଣ ଅଳ୍ପଦିନରେ ଉପତ୍ାଦନ କରିପାରିବ?
ଘରେ ବନ୍ଦ ହୋଇ ରହିଲେ, ବାହାରକୁ ନ ବାହାରିଲେ ଲୋକଙ୍କ ଚାହିଦା କମିଯିବ। ଯେଉଁ ଜିନିଷ ବା ସେବା ଦରକାର କରୁଥିଲେ ତାହା ଆଉ ମିଳିବ ନାହିଁ ବୋଲି ଜାଣିଗଲେ ବି ଲୋକଙ୍କର ଚାହିଦା କମିଯିବ। ଯଦି ସରକାର ବିମାନ ଚଳାଚଳ ବନ୍ଦ କରିଦେବେ ଲୋକଙ୍କ ଡିମାଣ୍ଡ ଯେତେ ବଢ଼ିଲେ ଓ ଟିକଟ ଦର ଯେତେ କମିଲେ ବି ଲୋକେ ଉଡ଼ିବେ କି? ଯଦି ଲୋକେ ରେସ୍ତୋରାଁ ବା ପବ୍ଲିକ୍‌ ଜାଗାକୁ ଯିବେ ନାହିଁ ବୋଲି ସରକାର ବାରଣ କରିଦେବେ ବା ଲୋକେ ସଂକ୍ରମଣକୁ ଭୟ କରି ସେସବୁକୁ ଯିବେ ନାହିଁ, ଚାହିଦା କେବେ ବଢ଼ିବ ନାହିଁ। ଏପରି କି ଜନସ୍ବାସ୍ଥ୍ୟ ବା ପରିମଳ ସୁରକ୍ଷା ପାଇଁ ଯେତେ ଦରକାର ହେଲେ ବି ଲୋକେ ଘରୁ ବାହାରିବେ ନାହିଁ।
ଏହାର ଅର୍ଥ ଏକ ସାଙ୍ଘାତିକ ପରିବର୍ତ୍ତନ ଆସୁଛି, ସ୍ବାଭାବିକତା ବା ପ୍ରାକୃତିକତାକୁ ଫେର। ତା’ ମାନେ ଦେଶର ଅର୍ଥନୀତି ଆତ୍ମନିର୍ଭରଶୀଳ ହେବ, ଏହା ଜଗତୀକରଣର ଠିକ୍‌ ଓଲଟା। ନିଜ ଘରେ ବା ପାଖରେ ମିଳୁଥିବା ସାମଗ୍ରୀ ଉପରେ ନିର୍ଭର କରିବା ମାନେ ତ ଦେଶଗୁଡ଼ିକ ସ୍ବୟଂସମ୍ପନ୍ନ ହେବାକୁ ଚେଷ୍ଟା କରିବେ। ଅଥଚ ଜଗତୀକରଣର ଅର୍ଥ ହେଲା ଭିନ୍ନ ଭିନ୍ନ ଦେଶରେ ଉପତ୍ାଦନ ହେବ ଓ ଅଭାବୀ ଦେଶଗୁଡ଼ିକୁ ଯୋଗାଇଦେବ। ଲୋକଙ୍କ ଭିତରେ ଏହା ଶ୍ରମ-ବିଭାଜନ। ଆତ୍ମନିର୍ଭରଶୀଳ ସରକାର ମାନେ ରାଷ୍ଟ୍ରବାଦୀ ସରକାର, ଯଦି ୬ ମାସ କିମ୍ବା ବର୍ଷକ ଭିତରେ ଉପସ୍ଥିତ ସଙ୍କଟ ନିୟନ୍ତ୍ରିତ ହୋଇପାରେ, ତେବେ ଜଗତୀକରଣ ଆଡ଼କୁ ମୁହଁ ଫେରିବ। ଯଦି ସଙ୍କଟ ଚାଲୁ ରହେ ଜଗତୀକରଣ ହ୍ରାସ ପାଇ ଦିନେ ବନ୍ଦ ହୋଇଯିବ। ସଙ୍କଟ ଯେତେଦିନ ଚାଲିବ ଏବଂ ମାଲମତା ଓ ପୁଞ୍ଜି ପରିବହନରେ ବା ଅବାଧରେ ଯା’ଆସ କରିବାର ପ୍ରତିରୋଧ ଯେତେ ବେଶିଦିନ ଚାଲିବ, ଦେଶଗୁଡ଼ିକ ସେତେ ବେଶି ନିଜ ନିଜକୁ ସମ୍ଭାଳିବା ଆରମ୍ଭ କରିବେ, ଆଉ ବିଶ୍ୱ ବଜାରକୁ ଚାହିଁବେ ନାହିଁ।
କାଳକ୍ରମେ ଏ ପ୍ରକାର ପରିସ୍ଥିତିକୁ ଚାଲୁରଖୁଥିବା ସ୍ବାର୍ଥାନ୍ବେଷୀମାନେ ରାଜନୈତିକ ଦଳ ତିଆରି କରିନେବେ। ଅଚାନକ ଏମିତିଆ ମହାମାରୀ ଆସିଗଲେ ତାହାର ମୁକାବିଲା ପାଇଁ ଦେଶଟାକୁ ସ୍ବୟଂସମ୍ପନ୍ନ ହେବାକୁ ଚାହିଁବେ। ଏହି ଅର୍ଥରେ ଅର୍ଥନୈତିକ ସ୍ବାର୍ଥ ଏବଂ ସ୍ବାସ୍ଥ୍ୟ ସମସ୍ୟା ଦୁହେଁ ମିଶିଯିବେ। ଛୋଟଛୋଟ କଥା- ଯଥା ବାହାରୁ ଆସୁଥିବା ଲୋକ ପାସ୍‌ପୋର୍ଟ, ଭିଜା ସହିତ ଗୋଟିଏ ହେଲ୍‌ଥ ସାର୍ଟିଫିକେଟ ଆଣିବେ ବୋଲି ସତ୍ତର୍ର୍ ରଖିବା- କେବଳ ଲକ୍ଷ ଲକ୍ଷ ଲୋକଙ୍କ ଭ୍ରମଣ ବନ୍ଦ କରିଦେବ ନାହିଁ, ପୁରୁଣା ଜାଗତିକ କାରବାରର ଦରଜା ବନ୍ଦ କରିଦେବେ।
ଏସବୁ ବୁଝିବା ପାଇଁ ଆମକୁ ପଛକୁ ଯିବାକୁ ପଡ଼ିବ। ଚତୁର୍ଥରୁ ଷଷ୍ଠ ଶତାବ୍ଦୀ ଭିତରେ ଯେତେବେଳେ ପାଶ୍ଚାତ୍ୟ ରୋମାନ୍‌ ସାମ୍ରାଜ୍ୟ ଭାଙ୍ଗିରୁଜି ଗୁଡାଏ ଆତ୍ମନିର୍ଭରଶୀଳ ଦେଶ ହୋଇଗଲା ସେତେବେଳେ କ’ଣ ହୋଇଥିଲା ମନେପକାନ୍ତୁ। ବ୍ୟବସାୟ ବାଣିଜ୍ୟ ପାଇଁ ସପ୍ଲାଇ ଲାଇନ୍‌ ଦରକାର ହେଲା ନାହିଁ- ଗୋଟିଏ ଦେଶର ବଳିପଡୁଥିବା ଜିନିଷକୁ ଦେଇ ଅନ୍ୟ ଦେଶର ବଳିପଡୁଥିବା ଜିନିଷକୁ ବିନିମୟରେ ଆଣିବା। ଆମ ଦେଶର ଗାଁ ଗହଳିରେ ଆଗକାଳରେ ଯେପରି ବଦଳି ବ୍ୟବସ୍ଥା ଚାଲୁଥିଲା ସେହିପରି। ଅର୍ଥାତ୍‌ ଗୋଟିଏ ଅଜଣା କ୍ରେତା ପାଇଁ ଏକ ସ୍ବତନ୍ତ୍ର ଉପତ୍ାଦନ କରିବା ଦରକାର ନ ଥିଲା। ଦି ଡିକ୍ଲାଇନ୍‌ ଅଫ୍‌ ଦି ରୋମାନ୍‌ ଏମ୍ପାୟାର ଇନ୍‌ ଦି ୱେଷ୍ଟ ବହିରେ ଏଫ୍‌.ଡବ୍ଲୁ. ୱାଲ୍‌ବ୍ୟାଙ୍କ ଲେଖିଛନ୍ତି, ପୂରା ସାମ୍ରାଜ୍ୟରେ କ୍ରମେ କ୍ରମେ କ୍ଷୁଦ୍ରଶିଳ୍ପ, ଦି ବେଳା ଭୋଜନ ପାଇଁ କାରିଗରି, ସ୍ଥାନୀୟ ବଜାର ପାଇଁ ଜିନିଷ ଏବଂ ପାଖ ପଡ଼ିଶା ଲୋକଙ୍କ ବରାଦ ମୁତାବକ ଉପତ୍ାଦନ କରିବା ବ୍ୟବସ୍ଥା ଚାଲୁ ହୋଇଗଲା।
ଆଜିର ସଙ୍କଟରେ ଯେଉଁ ଲୋକମାନେ ପୂରାପୂରି ବିଶେଷ (ସ୍ପେସାଲାଇଜ୍‌ଡ) ଜ୍ଞାନ ପାଇନାହାନ୍ତି ସେମାନେ ଲାଭବାନ୍‌ ହେଲେ। ତୁମେ ଯଦି ନିଜ ଖାଦ୍ୟ ତିଆରି କରିପାରୁଛ, ତୁମେ ଯଦି ସରକାର ଯୋଗାଉଥିବା ପାଣି, ବିଜୁଳି ଉପରେ ନିର୍ଭର କରୁ ନ ଥିବ, ତୁମେ ବି ସଂକ୍ରମଣରୁ ଦୂରରେ ରହୁଛ, କାରଣ ତୁମେ ବାହାର ଲୋକ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଉପରେ ନିର୍ଭର କରୁନାହଁ, ବିଜୁଳି ବା ପାଣି ଯୋଗାଣରେ ବିଭ୍ରାଟର ମରାମତି ପାଇଁ ବାହାର ଲୋକ ଦରକାର କରୁନାହଁ। ବାହାରର ଲୋକେ ସଂକ୍ରମିତ ହୋଇଥିଲେ ବି ତୁମର ଡର ନାହିଁ। ତୁମେ ବାହାର ଲୋକଙ୍କୁ ଯେତେ କମ୍‌ ଚାହିଁବ ସେତେ ସୁସ୍ଥ ରହିବ। ଅର୍ଥାତ୍‌ ଅତି ସ୍ପେସାଲାଇଜଡ ଇକୋନମିରେ ଯାହାକିଛି ସୁବିଧା ଥିଲା ତାହା ସବୁ ଏବେ ଅସୁବିଧା ହୋଇଗଲା, ଯାହା କିଛି ଅସୁବିଧା ଥିଲା ସମ୍ଭବତଃ ସୁବିଧା ହୋଇଗଲା।
ସ୍ବାଭାବିକ ଇକୋନମି ଆଡକୁ ଆମେ ଢଳିବାର କାରଣ ସାଧାରଣ ଅର୍ଥନୈତିକ ଚାପ ନୁହେଁ ବରଂ ଅଧିକ ମୌଳିକ ଚିନ୍ତା, ଯଥା ମହାମାରୀ ରୋଗ ଓ ମୃତ୍ୟୁର ଭୟ। ଯାହାକିଛି ଅର୍ଥନୈତିକ ପଦକ୍ଷେପ ନିଆଯିବ ତାହା ଏକ ଉପଶମକାରୀ ବ୍ୟବସ୍ଥା ହେବ, କେବଳ ନିଯୁକ୍ତି ହରାଇଥିବା ଓ ଦେଶାନ୍ତରରୁ ଘରକୁ ଫେରିଥିବା ତଥା ସ୍ବାସ୍ଥ୍ୟବୀମା ନ ଥିବା ଲୋକଙ୍କ କାମରେ ଆସିବ। ଏଭଳି ଲୋକେ ସେମାନଙ୍କ ଦେୟ ବା ବିଲ୍‌ ଦେବାରେ ଅକ୍ଷମ ହୋଇପଡୁଥିବାରୁ ଗୋଟାକ ପରେ ଗୋଟାଏ ବିପଦ ଡାକି ଆଣିବେ, ଘରମାଲିକ ଭଡାଘରୁ ତଡି ଦେବାଠାରୁ ଆରମ୍ଭ କରି ବ୍ୟାଙ୍କମାନେ ଋଣ ନ ଦେବା ପର୍ଯ୍ୟନ୍ତ।
ସାଧାରଣ ଅର୍ଥନୀତିକୁ ଫେରିବା ପ୍ରଚେଷ୍ଟା ଅର୍ଥନୈତିକ ଚାପ ଯୋଗୁ ପରିଚାଳିତ ହେବ ନାହିଁ, ବରଂ ମହାମାରୀ ଓ ମୃତ୍ୟୁର ଭୟ ଦ୍ୱାରା ପରିଚାଳିତ ହେବ। ସମାଜକୁ ମହଙ୍ଗା ପଡ଼ିବ ଜୀବନହାନି। ଯେଉଁମାନେ ନିରାଶ, ବେକାର, ନିଃସ୍ବ ସେମାନେ ଥିଲାବାଲାଙ୍କ ବିରୋଧରେ ମାତିବେ। ଆମେରିକାରେ ଶତକଡ଼ା ୩୦ ଭାଗ ଓ ଆମଦେଶରେ ଶତକଡ଼ା ୪୫ ଭାଗ ନିଃସ୍ବ ଅଥବା ଋଣଗ୍ରସ୍ତ। ଯଦି ଅଧିକରୁ ଅଧିକ ଲୋକ ଚଳିତ ସଙ୍କଟରୁ ବର୍ର୍ତ୍ତିି ନ ପାରନ୍ତି, ଦଙ୍ଗା ଓ ଲୁଟ୍‌ ଭଳି ଅପରାଧ ବଢିବ। ସେଭଳି ବିଶୃଙ୍ଖଳ କାମକୁ ରୋକିବା ପାଇଁ ସରକାର ସାମରିକ ଶକ୍ତି ପ୍ରୟୋଗ କଲେ ସମାଜ ଭୁଶୁଡି ପଡିବ, ସମାଜ ଭାଙ୍ଗି ଚୂରମାର ହୋଇଯିବ। ତେଣୁ ଧନୀମାନଙ୍କୁ ସମ୍ଭାଳିବା ଏବଂ ଆର୍ଥିକ ସଙ୍ଗଠନଗୁଡ଼ିକୁ ସଞ୍ଜୀବନୀ ଯୋଗାଇବା ବିକଶିତ ସମାଜଗୁଡ଼ିକର କାମ ହେବା ଉଚିତ ନୁହେଁ। ସମାଜର ବନ୍ଧନକୁ ଦୃଢୀଭୂତ କରିବାର ଯେଉଁ ଆର୍ଥିକ ନୀତି ଦରକାର ତାହା କରିବାକୁ ପଡିବ। ଆଗାମୀ ପିଢିକୁ ଟେକ୍ନୋଲଜି, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଓ ଅଟୋମେଶନ୍‌ଜନିତ ବେକାରିରୁ ରକ୍ଷା କରିବା ପାଇଁ ଏବଂ ଲୋକଙ୍କୁ ପ୍ରବାସୀ-ଶ୍ରମିକ ହେବାରୁ ରକ୍ଷା କରିବା ପାଇଁ ପ୍ରାୟ ୫୦ କୋଟି ଭାରତୀୟଙ୍କ ହାତରେ ବିନା ସର୍ତ୍ତରେ ସାର୍ବଜନୀନ ମୌଳିିକ ଆୟ (ବୟସ୍କଙ୍କୁ ୬୦୦୦ ଓ ନାବାଳକ-ନାବାଳିକାଙ୍କୁ ୩୦୦୦ ମାସିକ) ଦେଲେ ଭାରତ ସୁଖୀ ଓ ନୀରୋଗ ଦେଶ ହେବ।
ଇମେଲ୍‌:sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri