ଭୁଶୁଡୁଥିବା ସମାଜକୁ ରକ୍ଷା କରିବାର ଅର୍ଥନୀତି

ସହଦେବ ସାହୁ

ନେଭେଲ କରୋନା ଭାଇରସ୍‌କୁ ମୁକାବିଲା କରିବାରେ ଅର୍ଥନୀତିଜ୍ଞମାନେ ଯେଉଁ ପରାମର୍ଶ ଦେଉଛନ୍ତି ତହିଁରେ ସନ୍ତୁଷ୍ଟ ହେବା କଥା ନୁହେଁ। ପୃଥିବୀର ଅର୍ଥନୀତିରେ ଗୋଟିଏ ମୌଳିକ ପରିବର୍ତ୍ତନ ଆସିଯାଇପାରେ। ଏ ମହାମାରୀର ପ୍ରକୃତ ସଫଳ ଚିକିତ୍ସା ନାହିଁ ଏବଂ କେତେ ଦିନ ଧରି ଚାଲିବ ତାହାର ଠିକଣା ନାହିଁ। ତେଣୁ ଅର୍ଥନୈତିକ କାରବାର ଖୋଲିବାକୁ ପଡ଼ିବ। କିନ୍ତୁ ଏଥିରେ କେତୋଟି ବିପଦ ଅଛି।
ପ୍ରଥମ ସଙ୍କଟ ହେଉଛି ଯୋଗାଣ ଓ ଚାହିଦାର ପାରସ୍ପରିକତା। କମ୍ପାନୀଗୁଡ଼ିକ ବନ୍ଦ ହୋଇଯାଉଥିବାରୁ କିମ୍ବା କରୋନା ଭୟରେ କର୍ମଚାରୀ ସଂଖ୍ୟା କମାଇ ଦିଆଯାଉଥିବାରୁ ଉପତ୍ାଦନ ହ୍ରାସ ପାଉଛି, ତେଣୁ ଯୋଗାଣ କମିଯାଉଛି। ଅର୍ଥନୈତିକ ମାନ୍ଦାବସ୍ଥା ଦୂର କରିବାର ଗୋଟିଏ ଉପାୟ ସୁଧହାର କମାଇବା ବୋଲି ଅର୍ଥନୀତିଜ୍ଞମାନେ କହନ୍ତି। ସୁଧ ହାର କମାଇଦେଲେ କ’ଣ ଆମେ କର୍ମଚାରୀ ପଳାଉଥିବା ବା ଛଟେଇ ଅବସ୍ଥାକୁ ସୁଧାରି ପାରିବା? ମନେକର ଯୁଦ୍ଧରେ କାରଖାନା ଉପରେ ବୋମା ପଡ଼ିଲା, କମ୍ପାନୀ ମାଲିକ କମ୍‌ ସୁଧରେ ଋଣ ପାଇଲେ କ’ଣ ଅଳ୍ପଦିନରେ ଉପତ୍ାଦନ କରିପାରିବ?
ଘରେ ବନ୍ଦ ହୋଇ ରହିଲେ, ବାହାରକୁ ନ ବାହାରିଲେ ଲୋକଙ୍କ ଚାହିଦା କମିଯିବ। ଯେଉଁ ଜିନିଷ ବା ସେବା ଦରକାର କରୁଥିଲେ ତାହା ଆଉ ମିଳିବ ନାହିଁ ବୋଲି ଜାଣିଗଲେ ବି ଲୋକଙ୍କର ଚାହିଦା କମିଯିବ। ଯଦି ସରକାର ବିମାନ ଚଳାଚଳ ବନ୍ଦ କରିଦେବେ ଲୋକଙ୍କ ଡିମାଣ୍ଡ ଯେତେ ବଢ଼ିଲେ ଓ ଟିକଟ ଦର ଯେତେ କମିଲେ ବି ଲୋକେ ଉଡ଼ିବେ କି? ଯଦି ଲୋକେ ରେସ୍ତୋରାଁ ବା ପବ୍ଲିକ୍‌ ଜାଗାକୁ ଯିବେ ନାହିଁ ବୋଲି ସରକାର ବାରଣ କରିଦେବେ ବା ଲୋକେ ସଂକ୍ରମଣକୁ ଭୟ କରି ସେସବୁକୁ ଯିବେ ନାହିଁ, ଚାହିଦା କେବେ ବଢ଼ିବ ନାହିଁ। ଏପରି କି ଜନସ୍ବାସ୍ଥ୍ୟ ବା ପରିମଳ ସୁରକ୍ଷା ପାଇଁ ଯେତେ ଦରକାର ହେଲେ ବି ଲୋକେ ଘରୁ ବାହାରିବେ ନାହିଁ।
ଏହାର ଅର୍ଥ ଏକ ସାଙ୍ଘାତିକ ପରିବର୍ତ୍ତନ ଆସୁଛି, ସ୍ବାଭାବିକତା ବା ପ୍ରାକୃତିକତାକୁ ଫେର। ତା’ ମାନେ ଦେଶର ଅର୍ଥନୀତି ଆତ୍ମନିର୍ଭରଶୀଳ ହେବ, ଏହା ଜଗତୀକରଣର ଠିକ୍‌ ଓଲଟା। ନିଜ ଘରେ ବା ପାଖରେ ମିଳୁଥିବା ସାମଗ୍ରୀ ଉପରେ ନିର୍ଭର କରିବା ମାନେ ତ ଦେଶଗୁଡ଼ିକ ସ୍ବୟଂସମ୍ପନ୍ନ ହେବାକୁ ଚେଷ୍ଟା କରିବେ। ଅଥଚ ଜଗତୀକରଣର ଅର୍ଥ ହେଲା ଭିନ୍ନ ଭିନ୍ନ ଦେଶରେ ଉପତ୍ାଦନ ହେବ ଓ ଅଭାବୀ ଦେଶଗୁଡ଼ିକୁ ଯୋଗାଇଦେବ। ଲୋକଙ୍କ ଭିତରେ ଏହା ଶ୍ରମ-ବିଭାଜନ। ଆତ୍ମନିର୍ଭରଶୀଳ ସରକାର ମାନେ ରାଷ୍ଟ୍ରବାଦୀ ସରକାର, ଯଦି ୬ ମାସ କିମ୍ବା ବର୍ଷକ ଭିତରେ ଉପସ୍ଥିତ ସଙ୍କଟ ନିୟନ୍ତ୍ରିତ ହୋଇପାରେ, ତେବେ ଜଗତୀକରଣ ଆଡ଼କୁ ମୁହଁ ଫେରିବ। ଯଦି ସଙ୍କଟ ଚାଲୁ ରହେ ଜଗତୀକରଣ ହ୍ରାସ ପାଇ ଦିନେ ବନ୍ଦ ହୋଇଯିବ। ସଙ୍କଟ ଯେତେଦିନ ଚାଲିବ ଏବଂ ମାଲମତା ଓ ପୁଞ୍ଜି ପରିବହନରେ ବା ଅବାଧରେ ଯା’ଆସ କରିବାର ପ୍ରତିରୋଧ ଯେତେ ବେଶିଦିନ ଚାଲିବ, ଦେଶଗୁଡ଼ିକ ସେତେ ବେଶି ନିଜ ନିଜକୁ ସମ୍ଭାଳିବା ଆରମ୍ଭ କରିବେ, ଆଉ ବିଶ୍ୱ ବଜାରକୁ ଚାହିଁବେ ନାହିଁ।
କାଳକ୍ରମେ ଏ ପ୍ରକାର ପରିସ୍ଥିତିକୁ ଚାଲୁରଖୁଥିବା ସ୍ବାର୍ଥାନ୍ବେଷୀମାନେ ରାଜନୈତିକ ଦଳ ତିଆରି କରିନେବେ। ଅଚାନକ ଏମିତିଆ ମହାମାରୀ ଆସିଗଲେ ତାହାର ମୁକାବିଲା ପାଇଁ ଦେଶଟାକୁ ସ୍ବୟଂସମ୍ପନ୍ନ ହେବାକୁ ଚାହିଁବେ। ଏହି ଅର୍ଥରେ ଅର୍ଥନୈତିକ ସ୍ବାର୍ଥ ଏବଂ ସ୍ବାସ୍ଥ୍ୟ ସମସ୍ୟା ଦୁହେଁ ମିଶିଯିବେ। ଛୋଟଛୋଟ କଥା- ଯଥା ବାହାରୁ ଆସୁଥିବା ଲୋକ ପାସ୍‌ପୋର୍ଟ, ଭିଜା ସହିତ ଗୋଟିଏ ହେଲ୍‌ଥ ସାର୍ଟିଫିକେଟ ଆଣିବେ ବୋଲି ସତ୍ତର୍ର୍ ରଖିବା- କେବଳ ଲକ୍ଷ ଲକ୍ଷ ଲୋକଙ୍କ ଭ୍ରମଣ ବନ୍ଦ କରିଦେବ ନାହିଁ, ପୁରୁଣା ଜାଗତିକ କାରବାରର ଦରଜା ବନ୍ଦ କରିଦେବେ।
ଏସବୁ ବୁଝିବା ପାଇଁ ଆମକୁ ପଛକୁ ଯିବାକୁ ପଡ଼ିବ। ଚତୁର୍ଥରୁ ଷଷ୍ଠ ଶତାବ୍ଦୀ ଭିତରେ ଯେତେବେଳେ ପାଶ୍ଚାତ୍ୟ ରୋମାନ୍‌ ସାମ୍ରାଜ୍ୟ ଭାଙ୍ଗିରୁଜି ଗୁଡାଏ ଆତ୍ମନିର୍ଭରଶୀଳ ଦେଶ ହୋଇଗଲା ସେତେବେଳେ କ’ଣ ହୋଇଥିଲା ମନେପକାନ୍ତୁ। ବ୍ୟବସାୟ ବାଣିଜ୍ୟ ପାଇଁ ସପ୍ଲାଇ ଲାଇନ୍‌ ଦରକାର ହେଲା ନାହିଁ- ଗୋଟିଏ ଦେଶର ବଳିପଡୁଥିବା ଜିନିଷକୁ ଦେଇ ଅନ୍ୟ ଦେଶର ବଳିପଡୁଥିବା ଜିନିଷକୁ ବିନିମୟରେ ଆଣିବା। ଆମ ଦେଶର ଗାଁ ଗହଳିରେ ଆଗକାଳରେ ଯେପରି ବଦଳି ବ୍ୟବସ୍ଥା ଚାଲୁଥିଲା ସେହିପରି। ଅର୍ଥାତ୍‌ ଗୋଟିଏ ଅଜଣା କ୍ରେତା ପାଇଁ ଏକ ସ୍ବତନ୍ତ୍ର ଉପତ୍ାଦନ କରିବା ଦରକାର ନ ଥିଲା। ଦି ଡିକ୍ଲାଇନ୍‌ ଅଫ୍‌ ଦି ରୋମାନ୍‌ ଏମ୍ପାୟାର ଇନ୍‌ ଦି ୱେଷ୍ଟ ବହିରେ ଏଫ୍‌.ଡବ୍ଲୁ. ୱାଲ୍‌ବ୍ୟାଙ୍କ ଲେଖିଛନ୍ତି, ପୂରା ସାମ୍ରାଜ୍ୟରେ କ୍ରମେ କ୍ରମେ କ୍ଷୁଦ୍ରଶିଳ୍ପ, ଦି ବେଳା ଭୋଜନ ପାଇଁ କାରିଗରି, ସ୍ଥାନୀୟ ବଜାର ପାଇଁ ଜିନିଷ ଏବଂ ପାଖ ପଡ଼ିଶା ଲୋକଙ୍କ ବରାଦ ମୁତାବକ ଉପତ୍ାଦନ କରିବା ବ୍ୟବସ୍ଥା ଚାଲୁ ହୋଇଗଲା।
ଆଜିର ସଙ୍କଟରେ ଯେଉଁ ଲୋକମାନେ ପୂରାପୂରି ବିଶେଷ (ସ୍ପେସାଲାଇଜ୍‌ଡ) ଜ୍ଞାନ ପାଇନାହାନ୍ତି ସେମାନେ ଲାଭବାନ୍‌ ହେଲେ। ତୁମେ ଯଦି ନିଜ ଖାଦ୍ୟ ତିଆରି କରିପାରୁଛ, ତୁମେ ଯଦି ସରକାର ଯୋଗାଉଥିବା ପାଣି, ବିଜୁଳି ଉପରେ ନିର୍ଭର କରୁ ନ ଥିବ, ତୁମେ ବି ସଂକ୍ରମଣରୁ ଦୂରରେ ରହୁଛ, କାରଣ ତୁମେ ବାହାର ଲୋକ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଉପରେ ନିର୍ଭର କରୁନାହଁ, ବିଜୁଳି ବା ପାଣି ଯୋଗାଣରେ ବିଭ୍ରାଟର ମରାମତି ପାଇଁ ବାହାର ଲୋକ ଦରକାର କରୁନାହଁ। ବାହାରର ଲୋକେ ସଂକ୍ରମିତ ହୋଇଥିଲେ ବି ତୁମର ଡର ନାହିଁ। ତୁମେ ବାହାର ଲୋକଙ୍କୁ ଯେତେ କମ୍‌ ଚାହିଁବ ସେତେ ସୁସ୍ଥ ରହିବ। ଅର୍ଥାତ୍‌ ଅତି ସ୍ପେସାଲାଇଜଡ ଇକୋନମିରେ ଯାହାକିଛି ସୁବିଧା ଥିଲା ତାହା ସବୁ ଏବେ ଅସୁବିଧା ହୋଇଗଲା, ଯାହା କିଛି ଅସୁବିଧା ଥିଲା ସମ୍ଭବତଃ ସୁବିଧା ହୋଇଗଲା।
ସ୍ବାଭାବିକ ଇକୋନମି ଆଡକୁ ଆମେ ଢଳିବାର କାରଣ ସାଧାରଣ ଅର୍ଥନୈତିକ ଚାପ ନୁହେଁ ବରଂ ଅଧିକ ମୌଳିକ ଚିନ୍ତା, ଯଥା ମହାମାରୀ ରୋଗ ଓ ମୃତ୍ୟୁର ଭୟ। ଯାହାକିଛି ଅର୍ଥନୈତିକ ପଦକ୍ଷେପ ନିଆଯିବ ତାହା ଏକ ଉପଶମକାରୀ ବ୍ୟବସ୍ଥା ହେବ, କେବଳ ନିଯୁକ୍ତି ହରାଇଥିବା ଓ ଦେଶାନ୍ତରରୁ ଘରକୁ ଫେରିଥିବା ତଥା ସ୍ବାସ୍ଥ୍ୟବୀମା ନ ଥିବା ଲୋକଙ୍କ କାମରେ ଆସିବ। ଏଭଳି ଲୋକେ ସେମାନଙ୍କ ଦେୟ ବା ବିଲ୍‌ ଦେବାରେ ଅକ୍ଷମ ହୋଇପଡୁଥିବାରୁ ଗୋଟାକ ପରେ ଗୋଟାଏ ବିପଦ ଡାକି ଆଣିବେ, ଘରମାଲିକ ଭଡାଘରୁ ତଡି ଦେବାଠାରୁ ଆରମ୍ଭ କରି ବ୍ୟାଙ୍କମାନେ ଋଣ ନ ଦେବା ପର୍ଯ୍ୟନ୍ତ।
ସାଧାରଣ ଅର୍ଥନୀତିକୁ ଫେରିବା ପ୍ରଚେଷ୍ଟା ଅର୍ଥନୈତିକ ଚାପ ଯୋଗୁ ପରିଚାଳିତ ହେବ ନାହିଁ, ବରଂ ମହାମାରୀ ଓ ମୃତ୍ୟୁର ଭୟ ଦ୍ୱାରା ପରିଚାଳିତ ହେବ। ସମାଜକୁ ମହଙ୍ଗା ପଡ଼ିବ ଜୀବନହାନି। ଯେଉଁମାନେ ନିରାଶ, ବେକାର, ନିଃସ୍ବ ସେମାନେ ଥିଲାବାଲାଙ୍କ ବିରୋଧରେ ମାତିବେ। ଆମେରିକାରେ ଶତକଡ଼ା ୩୦ ଭାଗ ଓ ଆମଦେଶରେ ଶତକଡ଼ା ୪୫ ଭାଗ ନିଃସ୍ବ ଅଥବା ଋଣଗ୍ରସ୍ତ। ଯଦି ଅଧିକରୁ ଅଧିକ ଲୋକ ଚଳିତ ସଙ୍କଟରୁ ବର୍ର୍ତ୍ତିି ନ ପାରନ୍ତି, ଦଙ୍ଗା ଓ ଲୁଟ୍‌ ଭଳି ଅପରାଧ ବଢିବ। ସେଭଳି ବିଶୃଙ୍ଖଳ କାମକୁ ରୋକିବା ପାଇଁ ସରକାର ସାମରିକ ଶକ୍ତି ପ୍ରୟୋଗ କଲେ ସମାଜ ଭୁଶୁଡି ପଡିବ, ସମାଜ ଭାଙ୍ଗି ଚୂରମାର ହୋଇଯିବ। ତେଣୁ ଧନୀମାନଙ୍କୁ ସମ୍ଭାଳିବା ଏବଂ ଆର୍ଥିକ ସଙ୍ଗଠନଗୁଡ଼ିକୁ ସଞ୍ଜୀବନୀ ଯୋଗାଇବା ବିକଶିତ ସମାଜଗୁଡ଼ିକର କାମ ହେବା ଉଚିତ ନୁହେଁ। ସମାଜର ବନ୍ଧନକୁ ଦୃଢୀଭୂତ କରିବାର ଯେଉଁ ଆର୍ଥିକ ନୀତି ଦରକାର ତାହା କରିବାକୁ ପଡିବ। ଆଗାମୀ ପିଢିକୁ ଟେକ୍ନୋଲଜି, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଓ ଅଟୋମେଶନ୍‌ଜନିତ ବେକାରିରୁ ରକ୍ଷା କରିବା ପାଇଁ ଏବଂ ଲୋକଙ୍କୁ ପ୍ରବାସୀ-ଶ୍ରମିକ ହେବାରୁ ରକ୍ଷା କରିବା ପାଇଁ ପ୍ରାୟ ୫୦ କୋଟି ଭାରତୀୟଙ୍କ ହାତରେ ବିନା ସର୍ତ୍ତରେ ସାର୍ବଜନୀନ ମୌଳିିକ ଆୟ (ବୟସ୍କଙ୍କୁ ୬୦୦୦ ଓ ନାବାଳକ-ନାବାଳିକାଙ୍କୁ ୩୦୦୦ ମାସିକ) ଦେଲେ ଭାରତ ସୁଖୀ ଓ ନୀରୋଗ ଦେଶ ହେବ।
ଇମେଲ୍‌:sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri