Posted inଜାତୀୟ

ଭିଡ଼ହିଂସା ବିରୋଧରେ ଆଇନ ଆଣିବେ ସରକାର

ନୂଆଦିଲ୍ଲୀ,୨୧ା୭(ଆଇଏଏନ୍‌ଏସ୍‌): ଦେଶରେ ଭିଡ଼ହିଂସା ବଢ଼ିଚାଲିଥିବାରୁ ଏହାକୁ ରୋକିବା ଲାଗି କେନ୍ଦ୍ର ସରକାର ଆଇନ ଆଣିବାକୁ ଯାଉଛନ୍ତି। ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ଏନେଇ ସରକାର ବିଲ୍‌ ଆଣିପାରନ୍ତି ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଭିଡ଼ହିଂସା ବିରୋଧରେ ଆଇନ ଆଣିବା ଲାଗି ସୁପ୍ରିମକୋର୍ଟ ବର୍ଷକ ପୂର୍ବରୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଦେଶରେ ସୋସିଆଲ ମିଡିଆ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୨୦ କୋଟି ଟପିଲାଣି। ଏଥିରେ ବିଭିନ୍ନ ସମୟରେ ପ୍ରସାରିତ ଗୁଜବକୁ ନେଇ ଭିଡ଼ହିଂସା ଘଟୁଛି। ସେଗୁଡିକ ଭଲଭାବେ ଯାଞ୍ଚ କରି ଚିଠା ଆଇନ ପ୍ରସ୍ତୁତ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆଇନ ମନ୍ତ୍ରଣାଳୟକୁ କହିଥିବା ଜଣାପଡିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସରକାର ଆଇନ ଆଣିବାରେ କ’ଣ ପାଇଁ ବିଳମ୍ବ କରୁଛନ୍ତି ବୋଲି ଶୁକ୍ରବାର ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଆସୁଦୁଦ୍ଦିନ ଓଓ୍ବାଇସି ଲୋକ ସଭାରେ ପ୍ରଶ୍ନ କରିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ କେବଳ ରାଜସ୍ଥାନରେ ୧୨ରୁ ଅଧିକ ଭିଡ଼ହିଂସା ଘଟିଛି। ତେଣୁ ଏହାକୁ ରୋକିବା ଦିଗରେ ଆଇନ ଆଣିବା ପାଇଁ ରାଜସ୍ଥାନ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଉତ୍ତରପ୍ରଦେଶର ଆଇନ କମିଶନ ମଧ୍ୟ ଏକ ଚିଠା ବିଲ୍‌ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଭିଡ଼ହିଂସା ଘଟାଉଥିବା ଅପରାଧୀଙ୍କ ବିରୋଧରେ ଆଜୀବନ ଜେଲ୍‌ଦଣ୍ଡ ପାଇଁ ସୁପାରିସ୍‌ କରାଯାଇଛି। ଆଇନ କାର୍ଯ୍ୟକାରୀ ହେଲେ ପୋଲିସ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।

ମୟୂର ଚୋରି ସନ୍ଦେହରେ ପିଟି ମାରିଦେଲେ

ଭୋପାଳ, ୨୧ା୭(ପି.ଟି.) : ମଧ୍ୟପ୍ରଦେଶର ନୀମୁଚ୍‌ ଜିଲାରେ ଶନିବାର ଜଣେ ବ୍ୟକ୍ତିଙ୍କୁ ମୟୂର ଚୋରି ଅଭିଯୋଗରେ ଲୋକମାନେ ପିଟିପିଟି ମାରିଦେଇଛନ୍ତି। ଏହି ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି। ପୋଲିସ ଶୁକ୍ରବାର ରାତିରେ ଲସୁରିୟା ଆଟ୍ରି ଗ୍ରାମରୁ ୪ଟି ମୟୂରର ମୃତଦେହ ଉଦ୍ଧାର କରିଥିଲା। ସ୍ଥାନୀୟ ଲୋକେ ଏହି ଘଟଣାରେ ୩ ଜଣଙ୍କୁ ସନ୍ଦେହରେ ମାଡ଼ ମାରିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ହୀରାଲାଲ୍‌ଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ମାଡ଼ ଖାଇଥିବା ୩ ଜଣଙ୍କଠାରୁ ମୃତ ମୟୂର ଜବତ କରାଯାଇଥିଲା। ପ୍ରକାଶଥାଉ କି, ଗତ କିଛିଦିନ ତଳେ ନୀମୁଚ୍‌ରେ ଛେଳି ଚୋରି କରିଥିବା ସନ୍ଦେହରେ ୩ ଜଣଙ୍କୁ ଲୋକେ ମାଡ଼ ମାରିବା ସହ ସେମାନଙ୍କ ମୋଟରସାଇକେଲ ପୋଡ଼ିଦେଇଥିଲେ। ଏହି ଘଟଣାରେ ପୋଲିସ ୮ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଭିଡ଼ହିଂସା ରାଜ୍ୟରେ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ କମଳନାଥ ଏନେଇ ଭିଡ଼ହିଂସା ନିରୋଧ ଆଇନ(ଆଣ୍ଟିଂ ଲିଞ୍ଚିଂ ଲ) ଆଣିବା ଲାଗି ଚିନ୍ତା କରିଥିବା ଶନିବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri