Posted inଖେଳ

ମଇଦାନରେ ଏମିତି ହେବା ପଡ଼ିଲା ଭାରି, ଗୁରନୂରଙ୍କ ଉପରେ ICCର କାର୍ଯ୍ୟାନୁଷ୍ଠାନ, ମିଳିଲା ଏହି ଦଣ୍ଡ

ନୂଆଦିଲ୍ଲୀ, ୧୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚ ସମୟରେ ଭାରତୀୟ ଦ୍ରୁତ ବୋଲର ଗୁରନୂର ବରାଡ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର ଆଚରଣ ସଂହିତାର ଲେଭଲ-୧ ନିୟମ ଉଲ୍ଲଂଘନ କରିଥିବା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ICC ତାଙ୍କୁ ଆନୁଷ୍ଠାନିକ ଭାବେ ଚେତାବନୀ ଦେବା ସହ ତାଙ୍କ ଶୃଙ୍ଖଳାଗତ ରେକର୍ଡରେ ଗୋଟିଏ ଡିମେରିଟ ପଏଣ୍ଟ ଯୋଡ଼ିଛି। ଟିମ ସାଇଫର୍ଟଙ୍କୁ ଆଉଟ କରିବା ପରେ ଗୁରନୂର ଆକ୍ରମଣାତ୍ମକ ଢଙ୍ଗରେ ତାଙ୍କୁ ସେଣ୍ଡ-ଅଫ ଦେଇଥିଲେ।

ପ୍ରକୃତରେ, ଏହି ମ୍ୟାଚରେ ଭାରତୀୟ ଦଳକୁ ପ୍ରଥମ ଉଇକେଟ୍‌ ପାଇଁ ପୂରା ୧୨ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷରେ ଗୁରନୂର ଟିମ ସାଇଫର୍ଟଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଗୁରନୂର ସିଧାସଳଖ ଟିମ ସାଇଫର୍ଟଙ୍କ ସାମ୍ନାକୁ ଯାଇ ଆକ୍ରମଣାତ୍ମକ ଢଙ୍ଗରେ ଚିତ୍କାର କରିଥିଲେ। ଫଳରେ ମଇଦାନରେ ଉତ୍ତେଜନା ବଢ଼ିଯାଇଥିଲା। ପରିସ୍ଥିତି ଗମ୍ଭୀର ହେଉଥିବା ଦେଖି ବିରାଟ କୋହଲି ତୁରନ୍ତ ସେଠାରେ ପହଞ୍ଚି ଗୁରନୂରଙ୍କୁ ଧରି ସାଇଫର୍ଟଙ୍କଠାରୁ ଅଲଗା କରିଥିଲେ।

ଗୁରନୂରଙ୍କ ଏହି କାମକୁ ବ୍ୟାଟରଙ୍କ ପ୍ରତି ଅପମାନଜନକ ଏବଂ ତାଙ୍କୁ ଆକ୍ରମଣାତ୍ମକ ପ୍ରତିକ୍ରିୟା ଦେବାକୁ ଉସୁକାଇବା ଭଳି ଆଚରଣ ବୋଲି ବିବେଚନା କରାଯାଇଛି। ଖେଳାଳି ଓ ସହଯୋଗୀ କର୍ମଚାରୀଙ୍କ ପାଇଁ ଥିବା ICC ଆଚରଣ ସଂହିତାର ଧାରା ୨.୫ ଉଲ୍ଲଂଘନ କରିଥିବାରୁ ଗୁରନୂରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଅନ୍ତର୍ଜାତୀୟ ମ୍ୟାଚରେ କୌଣସି ବ୍ୟାଟର ଆଉଟ ହେବା ପରେ ତାଙ୍କ ପ୍ରତି ଅପମାନଜନକ ଭାଷା, ଆଚରଣ କିମ୍ବା ଇଙ୍ଗିତ ବ୍ୟବହାର କରିବା ସହ ଜଡ଼ିତ ଏହି ନିୟମ।

ଗୁରନୂର ବରାରଙ୍କ ପାଇଁ ଗତ ୨୪ ମାସ ମଧ୍ୟରେ ଏହା ଦ୍ୱିତୀୟ ଶୃଙ୍ଖଳାଗତ ଅପରାଧ। ଏହା ଫଳରେ ତାଙ୍କ ମୋଟ ଡିମେରିଟ ପଏଣ୍ଟ ସଂଖ୍ୟା ଏବେ ୨କୁ ବୃଦ୍ଧି ପାଇଛି।

ICC ଇଣ୍ଟରନ୍ୟାଶନାଲ ପ୍ୟାନେଲ ଅଫ ମ୍ୟାଚ ରେଫରିର ସଦସ୍ୟ ରଞ୍ଜନ ମଦୁଗଲେ ଏହି ଦଣ୍ଡ ପ୍ରସ୍ତାବ ଦେଇଥିଲେ। ଗୁରନୂର ବରାର ଏହି ଦଣ୍ଡକୁ ଗ୍ରହଣ କରିବା ସହ ନିଜ ଭୁଲ ସ୍ବୀକାର କରିଥିଲେ। ତେଣୁ ଏହି ମାମଲାରେ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡ଼ିନଥିଲା।

ICCର ନିୟମ ଅନୁଯାୟୀ, ଲେଭଲ-୧ ନିୟମ ଉଲ୍ଲଂଘନ ପାଇଁ ସର୍ବନିମ୍ନ ଦଣ୍ଡ ଭାବେ ଆନୁଷ୍ଠାନିକ ଚେତାବନୀ ଦିଆଯାଇପାରେ। ସେହିପରି ସର୍ବାଧିକ ଦଣ୍ଡ ଭାବେ ଖେଳାଳିଙ୍କ ମ୍ୟାଚ ଫି’ର ୫୦ ପ୍ରତିଶତ ଜରିମାନା ସହ ତାଙ୍କ ରେକର୍ଡରେ ଗୋଟିଏ କିମ୍ବା ଦୁଇଟି ଡିମେରିଟ ପଏଣ୍ଟ ଯୋଡ଼ାଯାଇପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ସୁନା-ରୁପା ଦରରେ ବଡ଼ ହ୍ରାସ, କିଲୋ ପିଛା ୯,୫୦୦ ଟଙ୍କା ଖସିଲା, ଜାଣନ୍ତୁ ଆଜିର ରେଟ୍‌

ନୂଆଦିଲ୍ଲୀ, ୧୮।୧୧: ଗତ କିଛି ଦିନ ହେବ ସୁନା ଓ ରୁପା ଦରରେ କ୍ରମାଗତ ଭାବେ ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ବୁଧବାର ସୁନା ଲଗାତାର ଷଷ୍ଠ ବାଣିଜ୍ୟିକ…

ଭୀଷଣ ବାତ୍ୟାର ରୂପ ନେଲା ‘ଅକ୍ୱାନ’: ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮।୧୧: ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ‘ଅକ୍ୱାନ’। ବୁଧବାର ସକାଳ ୫ଟା ୩୦ ମିନିଟ୍‌ର ପର୍ଯ୍ୟବେକ୍ଷଣ ଅନୁଯାୟୀ, ଏହା ଭୀଷଣ ବାତ୍ୟାରେ ପରିଣତ ହୋଇଛି।…

ସୋନିଆଙ୍କ ବହି ଲଞ୍ଚିଂ ପରେ ଯାଆ ମେନକାଙ୍କ ଭିଡିଓ ଭାଇରାଲ, କହିଲେ ସେ ମୋର ବନ୍ଧୁ ନୁହନ୍ତି…

ନୂଆଦିଲ୍ଲୀ,୧୮।୧୧: କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲଙ୍ଗିଗ: ଏ ଜର୍ନି ଅଫ ଲଭ’ ଲଞ୍ଚ ହୋଇସାରିଛି। ଏହି ପୁସ୍ତକରେ ସୋନିଆ ଗାନ୍ଧୀ ନିଜର ଗାନ୍ଧୀ ପରିବାରଠାରୁ…

ଗୁଜରାଟ ଛାଡ଼ିଲେ ବିଲ୍‌କିସ ବାନୋ

ଭଦୋଦରା,୧୮ା୧୧: ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲ୍‌କିସ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଜାମିନ ମିଳିବା ପରେ ଏଥିରେ…

ମାହିଙ୍କ ଅବସରରେ ଭାବପ୍ରବଣ ହେଲେ ରୋହିତ, ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଲେ ଏମିତି, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୮।୧୧: ମହେନ୍ଦ୍ର ସିଂ ଧୋନିଙ୍କ ୧୮ ବର୍ଷର IPL କ୍ୟାରିୟରରେ ଲାଗିଛି ବିରାମ। IPL ୨୦୨୭ ରିଟେନ୍ସନ ପୂର୍ବରୁ ଧୋନୀ ନିଜ ଅବସର ଘୋଷଣା କରି…

ପ୍ରେମିକଙ୍କ ସହ ହେଲା ଝଗଡା, ଶରୀରରେ ନିଆଁ ଲଗାଇଦେଲେ ଯୁବତୀ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୧୮।୧୧: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ପ୍ରେମିକଙ୍କ ସହ ମତାନ୍ତରକୁ କେନ୍ଦ୍ର କରି ଜଣେ ଯୁବତୀ ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଥିବା ସୂଚନା…

ଫାଇନାଲରେ ପାକିସ୍ତାନକୁ ହରାଇ ଭାରତର ଐତିହାସିକ ବିଜୟ, ପରାଜୟ ପରେ ଚାମ୍ପିୟନ ଟିମ୍‌କୁ ଦେଲା ଗାର୍ଡ ଅଫ ଅନର୍‌!

ନୂଆଦିଲ୍ଲୀ, ୧୮।୧୧: ରୋମାଞ୍ଚକର ଫାଇନାଲ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି କ୍ରମାଗତ ତୃତୀୟ ଥର ପାଇଁ SAFF ଚାମ୍ପିୟନଶିପ ଟାଇଟଲ ନିଜ ନାମରେ କରିଛି ଭାରତ। ଏଥିସହ…

IND vs NZ ଟେଷ୍ଟ ସିରିଜ ପୂର୍ବରୁ WTC ପଏଣ୍ଟ ଟେବୁଲରେ ବଡ଼ ହଲଚଲ: ୨ ଦଳର ପଏଣ୍ଟ କାଟିଲା ICC, ଜାଣନ୍ତୁ କେତେ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୧୮।୧୧: ଆଇସିସି ୱାଲର୍‌ଡ ଟେଷ୍ଟ ଚାମ୍ପିୟନସିପ (WTC) ୨୦୨୫-୨୭ର ଚକ୍ର ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଫାଇନାଲରେ ପହଞ୍ଚିବା ଦୌଡ଼କୁ ନେଇ ଶୀର୍ଷ ଦଳଗୁଡ଼ିକ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?