Posted inଖେଳ

IND vs NZ ଟେଷ୍ଟ ସିରିଜ ପୂର୍ବରୁ WTC ପଏଣ୍ଟ ଟେବୁଲରେ ବଡ଼ ହଲଚଲ: ୨ ଦଳର ପଏଣ୍ଟ କାଟିଲା ICC, ଜାଣନ୍ତୁ କେତେ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୧୮।୧୧: ଆଇସିସି ୱାଲର୍‌ଡ ଟେଷ୍ଟ ଚାମ୍ପିୟନସିପ (WTC) ୨୦୨୫-୨୭ର ଚକ୍ର ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଫାଇନାଲରେ ପହଞ୍ଚିବା ଦୌଡ଼କୁ ନେଇ ଶୀର୍ଷ ଦଳଗୁଡ଼ିକ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳୁଛି। ଏହି ସମୟରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ପରେ ଆଇସିସି ଉଭୟ ଦଳକୁ ବଡ଼ ଝଟକା ଦେଇଛି। ସ୍ଲୋ ଓଭର ରେଟ ପାଇଁ ଉଭୟ ଦଳର ପଏଣ୍ଟ କାଟିଛି ଆଇସିସି।

ଏହାର ପ୍ରଭାବ ନଭେମ୍ବର ୧୯ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଥିବା ଦୁଇ ମ୍ୟାଚ୍ର ଟେଷ୍ଟ ସିରିଜ ପୂର୍ବରୁ WTC ପଏଣ୍ଟ ଟେବୁଲରେ ଦେଖିବାକୁ ମିଳିଛି। ଏଥିରେ ଶ୍ରୀଲଙ୍କା ଦଳକୁ ସବୁଠାରୁ ଅଧିକ କ୍ଷତି ହୋଇଛି। ଦଳ ୭ମ ସ୍ଥାନରୁ ଖସି ୮ମ ସ୍ଥାନରେ ପହଞ୍ଚିଛି।

ରାୱଲପିଣ୍ଡି ଷ୍ଟାଡିୟମରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ ଡ୍ର’ ରହିଥିଲା। ମ୍ୟାଚ ଶେଷ ହେବା ପରେ ସ୍ଲୋ ଓଭର ରେଟ ପାଇଁ ଆଇସିସି ଉଭୟ ଦଳ ଉପରେ ଜରିମାନା ଲଗାଇବା ସହ WTC ୨୦୨୫-୨୭ ପଏଣ୍ଟ ଟେବୁଲର ପଏଣ୍ଟ କାଟିଛି।

ରାୱଲପିଣ୍ଡି ଟେଷ୍ଟରେ ଶ୍ରୀଲଙ୍କା ଦଳ ୧୫ ଓଭର ପଛରେ ରହିଥିବାରୁ ତା’ର ମୋଟ ୧୫ ପଏଣ୍ଟ କାଟି ଦିଆଯାଇଛି। ସେହିପରି ପାକିସ୍ତାନ ଦଳ ୫ ଓଭର ପଛରେ ରହିଥିବାରୁ ତା’ର ୫ ପଏଣ୍ଟ କଟିଛି।

ଏହାଦ୍ୱାରା ଶ୍ରୀଲଙ୍କା ୭ମ ସ୍ଥାନରୁ ଖସି ୮ମ ସ୍ଥାନରେ ପହଞ୍ଚିଛି। ଦଳର ପଏଣ୍ଟ ପ୍ରତିଶତ ୩୩.୩୩%ରୁ ହ୍ରାସ ପାଇ ୧୫.୪୭% ହୋଇଛି। ଅନ୍ୟପଟେ ପାକିସ୍ତାନ ୩.୩୩% ପଏଣ୍ଟ ପ୍ରତିଶତ ସହ ସବୁଠାରୁ ତଳେ ଅର୍ଥାତ୍‌ ୯ମ ସ୍ଥାନରେ ରହିଛି।
ଆଇସିସି ୱାଲର୍‌ଡ ଟେଷ୍ଟ ଚାମ୍ପିୟନସିପର ନିୟମ ଅନୁଯାୟୀ, ନିର୍ଦ୍ଧାରିତ ଓଭର ରେଟ୍ଠାରୁ ଯେତେ ଓଭର କମ ବୋଲିଂ କରାଯାଏ, ଦଳର ସେତିକି ପଏଣ୍ଟ କାଟି ଦିଆଯାଏ।

ଏହାବ୍ୟତୀତ ଉଭୟ ଦଳ ଉପରେ ଆଇସିସି କୋଡ ଅଫ କଣ୍ଡକ୍ଟ ଫର୍‌ ପ୍ଲେୟର୍ସ ଆଣ୍ଡ ପ୍ଲେୟର ସପୋର୍ଟ ପର୍ସନେଲର ଧାରା ୨.୨୨ ଅନୁଯାୟୀ ଜରିମାନା ଲଗାଯାଇଛି। ଏହି ନିୟମ ଅନୁସାରେ, ଯଦି କୌଣସି ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଓଭର ପୂରଣ କରିପାରେ ନାହିଁ, ତେବେ ଖେଳାଳିଙ୍କ ମ୍ୟାଚ ଫି’ର ୫ ପ୍ରତିଶତ ଜରିମାନା ଲାଗିଥାଏ। ଏହାର ସର୍ବାଧିକ ସୀମା ୫୦ ପ୍ରତିଶତ ରହିଛି। ପାକିସ୍ତାନ ଖେଳାଳିଙ୍କ ମ୍ୟାଚ ଫି’ର ୨୫ ପ୍ରତିଶତ ଏବଂ ଶ୍ରୀଲଙ୍କା ଖେଳାଳିଙ୍କ ମ୍ୟାଚ ଫି’ର ୫୦ ପ୍ରତିଶତ ଜରିମାନା ଲଗାଯାଇଛି।

WTC ୨୦୨୫-୨୭ ପଏଣ୍ଟ ଟେବୁଲରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚର ଟେଷ୍ଟ ସିରିଜ ପୂର୍ବରୁ ଉଭୟ ଦଳର ସ୍ଥିତି ଉପରେ ନଜର ପକାଇଲେ, ଟିମ ଇଣ୍ଡିଆ ଏବେ ଚତୁର୍ଥ ସ୍ଥାନରେ ରହିଛି। ଭାରତର ମୋଟ ପଏଣ୍ଟ ୬୮ ଥିବାବେଳେ ପଏଣ୍ଟ ପ୍ରତିଶତ ୫୧.୫୨ ରହିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ୫୨ ପଏଣ୍ଟ ଏବଂ ୭୨.୨୨ ପ୍ରତିଶତ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ  ରହିଛି।

ଏଭଳି ସ୍ଥିତିରେ ଆଗାମୀ ଟେଷ୍ଟ ସିରିଜ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। WTC ଫାଇନାଲ୍ରେ ପହଞ୍ଚିବା ଦୌଡ଼ରେ ନିଜ ସ୍ଥିତିକୁ ମଜଭୁତ କରିବା ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ଉଭୟ ଦଳ ଏହି ସିରିଜରେ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୀଷଣ ବାତ୍ୟାର ରୂପ ନେଲା ‘ଅକ୍ୱାନ’: ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮।୧୧: ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ‘ଅକ୍ୱାନ’। ବୁଧବାର ସକାଳ ୫ଟା ୩୦ ମିନିଟ୍‌ର ପର୍ଯ୍ୟବେକ୍ଷଣ ଅନୁଯାୟୀ, ଏହା ଭୀଷଣ ବାତ୍ୟାରେ ପରିଣତ ହୋଇଛି।…

ସୋନିଆଙ୍କ ବହି ଲଞ୍ଚିଂ ପରେ ଯାଆ ମେନକାଙ୍କ ଭିଡିଓ ଭାଇରାଲ, କହିଲେ ସେ ମୋର ବନ୍ଧୁ ନୁହନ୍ତି…

ନୂଆଦିଲ୍ଲୀ,୧୮।୧୧: କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲଙ୍ଗିଗ: ଏ ଜର୍ନି ଅଫ ଲଭ’ ଲଞ୍ଚ ହୋଇସାରିଛି। ଏହି ପୁସ୍ତକରେ ସୋନିଆ ଗାନ୍ଧୀ ନିଜର ଗାନ୍ଧୀ ପରିବାରଠାରୁ…

ଗୁଜରାଟ ଛାଡ଼ିଲେ ବିଲ୍‌କିସ ବାନୋ

ଭଦୋଦରା,୧୮ା୧୧: ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲ୍‌କିସ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଜାମିନ ମିଳିବା ପରେ ଏଥିରେ…

ମାହିଙ୍କ ଅବସରରେ ଭାବପ୍ରବଣ ହେଲେ ରୋହିତ, ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଲେ ଏମିତି, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୮।୧୧: ମହେନ୍ଦ୍ର ସିଂ ଧୋନିଙ୍କ ୧୮ ବର୍ଷର IPL କ୍ୟାରିୟରରେ ଲାଗିଛି ବିରାମ। IPL ୨୦୨୭ ରିଟେନ୍ସନ ପୂର୍ବରୁ ଧୋନୀ ନିଜ ଅବସର ଘୋଷଣା କରି…

ପ୍ରେମିକଙ୍କ ସହ ହେଲା ଝଗଡା, ଶରୀରରେ ନିଆଁ ଲଗାଇଦେଲେ ଯୁବତୀ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୧୮।୧୧: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ପ୍ରେମିକଙ୍କ ସହ ମତାନ୍ତରକୁ କେନ୍ଦ୍ର କରି ଜଣେ ଯୁବତୀ ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଥିବା ସୂଚନା…

ଫାଇନାଲରେ ପାକିସ୍ତାନକୁ ହରାଇ ଭାରତର ଐତିହାସିକ ବିଜୟ, ପରାଜୟ ପରେ ଚାମ୍ପିୟନ ଟିମ୍‌କୁ ଦେଲା ଗାର୍ଡ ଅଫ ଅନର୍‌!

ନୂଆଦିଲ୍ଲୀ, ୧୮।୧୧: ରୋମାଞ୍ଚକର ଫାଇନାଲ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି କ୍ରମାଗତ ତୃତୀୟ ଥର ପାଇଁ SAFF ଚାମ୍ପିୟନଶିପ ଟାଇଟଲ ନିଜ ନାମରେ କରିଛି ଭାରତ। ଏଥିସହ…

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ରାତିଅଧରେ ହାଇଡ୍ରାମା: ଅଟୋରେ ଯୁବତୀଙ୍କୁ ନେଇ ଯାଉଥିବାବେଳେ ଘଟିଲା…

ଭୁବନେଶ୍ୱର,୧୮।୧୧(ତ୍ରିନାଥ ମହାନ୍ତି):ଭରତପୁର ଥାନା ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ସୋମବାର ବିଳମ୍ବିତ ରାତିର ହାଇଡ୍ରାମା ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ ଅଟୋରେ ଦୁଇ ଜଣ ଯୁବକ ଅପହରଣ କରି ନେଉଥିଲେ।…

ଧୋନୀଙ୍କ ଏହି ୩ IPL ରେକର୍ଡ ଭାଙ୍ଗିବା ଅସମ୍ଭବ: ଏକମାତ୍ର ଖେଳାଳି ଭାବେ କରିଛନ୍ତି ଏମିତି କାରନାମା

ନୂଆଦିଲ୍ଲୀ,୧୮।୧୧: ଆଇପିଏଲ୍‌ରୁ ଖେଳାଳି ଭାବେ ସନ୍ନ୍ୟାସ ନେଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଆଗାମୀ ଦିନରେ ଆଉ ପଡ଼ିଆରେ ହଳଦିଆ ଜର୍ସି ପିନ୍ଧି ଖେଳୁଥିବାର ନଜର ଆସିବେ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?