Posted inଖେଳ

ଭିଜନ୍‌ ୨୦୨୪

ରାଜ୍ୟରେ କ୍ରିକେଟକୁ ଆହୁରି କ୍ରିୟାଶୀଳ କରିବାକୁ ଓସିଏ ପ୍ରୟାସ ଆରମ୍ଭ କରିଛି। ତୃଣମୂଳସ୍ତରରେ କ୍ରିକେଟର ବିକାଶ କରିବାକୁ ଓସିଏ ଭିଜନ ୨୦୨୪ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ୨୦୧୬ ମସିହାରୁ ବନ୍ଦ ରହିଥିବା ବିଭିନ୍ନ ବର୍ଗର ଟୁର୍ନାମେଣ୍ଟ ଆରମ୍ଭ କରିବା ପାଇଁ ଓସିଏ ନିଷ୍ପତ୍ତି ନେଇଛି। ସଫଳ ଅନ୍ତର୍ଜାତୀୟ ପୁରୁଷ ଓ ମହିଳା କ୍ରିକେଟର ସୃଷ୍ଟି କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ଓସିଏ ଲକ୍ଷ୍ୟ ରଖିଛି।

ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ୍‌ (ଓସିଏ) ଏବଂ ତା’ର ନବନିର୍ବାଚିତ ପ୍ରତିନିଧିମାନେ କ୍ରିକେଟ୍‌ ପାଇଁ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ଖୁସିର କଥା। ଓଡ଼ିଶା କ୍ରିକେଟ୍‌କୁ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ କରିବା ପାଇଁ ଆସୋସିଏଶନ ସମ୍ପାଦକ ସଞ୍ଜୟ ବେହେରା ତାଙ୍କର ଭିଜନ ୨୦୨୪ ଲାଗି ଏକ ସୁନ୍ଦର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଏହାର ସଫଳ ପ୍ରୟୋଗ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ତାଙ୍କର ଏହି ପଦକ୍ଷେପ ଓଡ଼ିଶା କ୍ରିକେଟ୍‌ ପାଇଁ ବେଶ୍‌ ସଫଳତା ଆଣିବ ଏହା ଆଶା କରାଯାଉଛି। ପ୍ରଥମ ଚ୍ୟାଲେଞ୍ଜ ଭାବେ ଗତ ଡିସେମ୍ବର ୨୨ ତାରିଖରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଏକଦିବସୀୟ ମ୍ୟାଚକୁ ସଫଳତାର ସହ ଆୟୋଜିତ କରାଇଛନ୍ତି। ବିସିସିଆଇର ନୂଆ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଓସିଏର କାର୍ଯ୍ୟଶୈଳୀକୁ ବେଶ୍‌ ପସନ୍ଦ କରିଛନ୍ତି। ଆଗାମୀ ଦିନରେ ଓଡ଼ିଶା ଅନେକ ଅନ୍ତର୍ଜାତୀୟ ମ୍ୟାଚ ଘରୋଇ ସିରିଜରେ ଅନୁଷ୍ଠିତ କରିବାକୁ ଯାଉଛି ବୋଲି ଗାଙ୍ଗୁଲି କହିଛନ୍ତି। ଦ୍ୱିତୀୟରେ ଟେଷ୍ଟ ମ୍ୟାଚ ଆୟୋଜନ କରିବାର ମାନ୍ୟତା ହରାଇଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ୍‌ ପୁନର୍ବାର ଟେଷ୍ଟ ମ୍ୟାଚ ଆୟୋଜନ କରିବା ପାଇଁ ବିସିସିଆଇଠାରୁ ଗ୍ରୀନ୍‌ ସିଗ୍‌ନାଲ ଲାଭ କରିବା। ବାଂଲାଦେଶ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ପରି ଦଳ ଟେଷ୍ଟ ମ୍ୟାଚ ପାଇଁ ଭାରତ ଗସ୍ତ ଅବସରରେ ଟେଷ୍ଟ ମ୍ୟାଚ ଆୟୋଜନ କରିବା ଲାଗି ଓସିଏକୁ ସୁଯୋଗ ମିଳିବା ଆଶା କରାଯାଇପାରେ। ଓସିଏର କ୍ରିକେଟ ଭିତ୍ତିଭୂମି ନେଇ କୌଣସି ସମସ୍ୟା ନାହିଁ। ସମସ୍ତ ପ୍ରକାର ଅତ୍ୟାଧୁନିକ ଉପକରଣ ସହିତ ଯେ କୌଣସି ପରିସ୍ଥିତିରେ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ମ୍ୟାଚ ଅନୁଷ୍ଠିତ କରାଇବାର ଦକ୍ଷତା ରଖିଛି ଓସିଏ। ଭବିଷ୍ୟତରେ ଟେଷ୍ଟ ମ୍ୟାଚ ବାରବାଟୀରେ ଅନୁଷ୍ଠିତ ହେଲେ ଅନେକ କ୍ରିକେଟ୍‌ ପ୍ରେମୀ ଏବଂ ଯୁବ କ୍ରିକେଟ ଖେଳାଳି ବେଶ୍‌ ଉପକୃତ ହେବେ। ଦିବାରାତ୍ର ପିଙ୍କ୍‌ ବଲ୍‌ ଟେଷ୍ଟର ଆୟୋଜନ ପାଇଁ ମଧ୍ୟ ବିସିସିଆଇ ଉପରେ ଚାପ ପକାଇବା ସହ ଏପରି ଟେଷ୍ଟ ମ୍ୟାଚକୁ ସଫଳତାର ସହିତ ଆୟୋଜନ କରିବାକୁ ଓସିଏ ସକ୍ଷମ ତାହା ଆମକୁ ପ୍ରମାଣ କରିବାର ସମୟ ଆସିଛି। ସମସ୍ତ ଦୃଷ୍ଟି କୋଣରୁ ଏହି ସର୍ବପୁରାତନ ସୁନ୍ଦର ବାରବାଟୀ ଷ୍ଟାଡିୟମର ବ୍ୟାପକ ସୌନ୍ଦର୍ଯ୍ୟକରଣ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଲକ୍ଷ୍ୟ ହେବା ଆବଶ୍ୟକ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶାର କ୍ଲବ କ୍ରିକେଟ୍‌କୁ ଅଧିକ କ୍ରିୟାଶୀଳ କରାଇବା ସହିତ ଏହାକୁ ବ୍ୟାପକ କରାଯିବା ଆବଶ୍ୟକ। ଯଦିଓ ଏହି ଯୋଜନା ଓସିଏ ପକ୍ଷରୁ ଆରମ୍ଭ କରାଯାଇଛି ତଥାପି ଏହାକୁ ଗୁରୁତ୍ୱର ସହିତ ନେବାର ସମୟ ଉପନୀତ ହୋଇଛି। ପ୍ରତ୍ୟେକ ଜିଲା ଆସୋସିଏଶନଗୁଡିକୁ ଅଧିକ ମାତ୍ରାରେ ବିଭିନ୍ନ ବୟସ ବର୍ଗର ଏପରି ଟୁର୍ନାମେଣ୍ଟ ଆୟୋଜନ କରିବାର ଅଧିକାର ଦେବା ସହିତ ଉପଯୁକ୍ତ ପ୍ରତିଭାମାନଙ୍କୁ ଚୟନ କରି ସେମାନଙ୍କର ଦକ୍ଷତା ବିକାଶ ପାଇଁ ଉପଯୁକ୍ତ ସୁଯୋଗ ଦେବା। ତୃଣମୂଳ ସ୍ତରରୁ ପ୍ରତିଭା ଚୟନ କରି ସେମାନଙ୍କୁ ସ୍ଥାପିତ କ୍ରିକେଟ୍‌ ଏକାଡେମୀରେ ଟ୍ରେନିଂ ଦେବାର ବ୍ୟବସ୍ଥା କରାଗଲେ ଓଡ଼ିଶା କ୍ରିକେଟ୍‌ର ନିଶ୍ଚିତ ଉନ୍ନତି ହେବ। ଓଡ଼ିଶା କ୍ରିକେଟ୍‌ ଏକାଡେମୀ ବହୁ ଆଗରୁ ପ୍ରତିଷ୍ଠା ହୋଇଛି। ତେବେ ଏହାକୁ ଅଧିକ ବ୍ୟାପକ କରାଯିବା ସହିତ ଦକ୍ଷ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂ କୋଚ୍‌ମାନଙ୍କୁ ଟ୍ରେନିଂ ଦିଆଯିବା ସହ ମ୍ୟାଚ ଖେଳିବାର ସୁଯୋଗ ଦେବାର ଆବଶ୍ୟକତା ରହିଛି। ଏଥି ମଧ୍ୟରେ କ୍ଲବମାନଙ୍କ ବ୍ୟକ୍ତିଗତ ଉଦ୍ୟମ ଯୋଗୁ ଅନେକ ଯୁବ ଖେଳାଳି ଓଡ଼ିଶାର ବିଭିନ୍ନ ବର୍ଗରେ ସୁଯୋଗ ପାଇବା ବେଶ୍‌ ଖୁସିର କଥା। ଓଡ଼ିଶାରେ କ୍ରିକେଟ୍‌ ଋତୁରେ ଶତାଧିକ ଛୋଟ ବଡ ଟୁର୍ନାମେଣ୍ଟ କ୍ଲବ୍‌ମାନଙ୍କ ଦ୍ୱାରା ଆୟୋଜିତ ହୋଇଥାଏ। କେତେଗୁଡିଏ ମ୍ୟାଚ ଟର୍ଫ ଉଇକେଟରେ ଖେଳାଯାଉଥିବା ବେଳେ ଅଧିକାଂଶ ମ୍ୟାଚ ମ୍ୟାଟିଂ ଉଇକେଟରେ ଖେଳାଯାଏ। ଏହି ଦୁଇଟିରେ ମ୍ୟାଚ ଖେଳିବା ଭିନ୍ନ ଅଭିଜ୍ଞତା ଖେଳାଳିମାନଙ୍କ ପାଇଁ ଆଣିଥାଏ। ତେଣୁ ପ୍ରତ୍ୟେକ ଜିଲାରେ ଟର୍ଫ ଉଇକେଟ ନିର୍ମାଣ କରିବା ସହିତ ତା’ର ରକ୍ଷଣାବେକ୍ଷଣ ପାଇଁ ଓସିଏ ଯନତ୍ବାନ ହେବା ଆବଶ୍ୟକ। ପୂର୍ବରୁ କେତେଗୁଡିଏ ଜିଲାରେ ଓସିଏ ପକ୍ଷରୁ ବିଭିନ୍ନ ଷ୍ଟାଡିୟମରେ ଟର୍ଫ ଉଇକେଟ ନିର୍ମାଣ କରାଯାଇଛି। ମାତ୍ର ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖେଳାଳିମାନେ ଅଭ୍ୟାସ କରିପାରୁନାହାନ୍ତି।
ସବୁଠାରୁ ଖୁସିର କଥା ୨୦୧୬ ମସିହାରୁ ବନ୍ଦ ରହିଥିବା ବିଭିନ୍ନ ବର୍ଗର ଟୁର୍ନାମେଣ୍ଟ ଆରମ୍ଭ କରିବା ପାଇଁ ପୁଣିଥରେ ଓସିଏ ଉଦ୍ୟମ ଆରମ୍ଭ କରିଛି। ଖେଳାଳି ଚୟନ ପ୍ରକ୍ରିୟା ସ୍ବଚ୍ଛ ହେବା ଆବଶ୍ୟକ। ବୟସ ବର୍ଗ ପ୍ରତି ଆମେ ଯଥେଷ୍ଟ ଦୃଷ୍ଟିଦେବା ଦରକାର। ଏହା ସ୍ବୀକାର୍ଯ୍ୟ ଯେ ଆମ ରାଜ୍ୟ ମହିଳା କ୍ରିକେଟ୍‌ ଖେଳାଳି ସୃଷ୍ଟି କରିବାରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଆଗରେ ରହିଛି। ଅନେକ ପ୍ରତିଭାବାନ ମହିଳା ଖେଳାଳି ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ଆମ ପାଇଁ ଖୁସିର କଥା। ଏଥିପାଇଁ ଓସିଏର ସ୍ବତନ୍ତ୍ର ଭିଜନ ରହିବା ଆବଶ୍ୟକ। ଆମକୁ ଆଗାମୀ ଦିନରେ ଆଇପିଏଲ ମ୍ୟାଚକୁ ଓଡ଼ିଶାକୁ ଫେରାଇ ଆଣିବାକୁ ହେବ। ସର୍ବୋଚ୍ଚ ଘରୋଇ ଟୁର୍ନାମେଣ୍ଟ କଳାହାଣ୍ଡି କପକୁ ଅଧିକ ଆକର୍ଷଣୀୟ କରିବାର ମଧ୍ୟ ଆବଶ୍ୟକତା ରହିଛି। ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ)ର ପ୍ରତ୍ୟାବର୍ତ୍ତନ ଖେଳାଳିମାନଙ୍କ ମନରେ ନୂତନ ଉତ୍ସାହ ଓ ଉନ୍ମାଦନା ସୃଷ୍ଟି କରିବା ସହିତ ଓଡ଼ିଶା କ୍ରିକେଟ୍‌କୁ ଏକ ନୂତନ ଦିଶା ଦେବା ସହିତ ଓସିଏର ଭିଜନ ୨୦୨୪କୁ ସାର୍ଥକ କରିବ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ୱରରେ ଏହି ୪ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ; ମିଳିବ ପ୍ରଚୁର ଧନ, ନୂଆ ଚାକିରିର ଅଫର୍‌

ନଭେମ୍ୱର ମାସର ଆରମ୍ଭରେ ବୃହସ୍ପତି ସିଂହ ରାଶିରେ ବିରାଜମାନ ରହିବେ। ଏହା ସହିତ ଶୁକ୍ର ବକ୍ରୀ ହୋଇ କନ୍ୟା ରାଶିକୁ ଗୋଚର କରିବା ଏବଂ ବୁଧ ତୁଳା…

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

ବଡ଼ ଖବର: କାଲି ନୁହେଁ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ହଠାତ୍‌ ବଦଳିଲା ସମୟ

ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି…

କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…

ଦ୍ବୀପରେ ଅଟକି ରହିଥିଲେ କଙ୍କଡ଼ା ଧରାଳି, ଉଦ୍ଧାର ହୋଇ ଆସିଲେ

ମହାକାଳପଡ଼ା,୨୭।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଶବରପଡ଼ାର ୨୦ଜଣ କଙ୍କଡ଼ା ଧରାଳି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ହୁକିଟୋଲା ଅନତୀ ଦୂରରେ ଥିବା…

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

Featured Video Play Icon

ଅର୍ଣ୍ଣବ ପ୍ରକୋପ: ଭୟଙ୍କର ଦେଖାଗଲା ସମୁଦ୍ର! ବିଶେଷଜ୍ଞ କହିଲେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ଭୀଷଣ ରୂପ ଧରି ସ୍ଥଳଭାଗକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଅର୍ଣ୍ଣବ। ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଥିବା ବାତ୍ୟା ଅର୍ଣ୍ଣବ…

ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’: କାଲି ବଲାଙ୍ଗୀର, କନ୍ଧମାଳ-କେନ୍ଦ୍ରାପଡ଼ାରେ ସବୁ ସ୍କୁଲ୍ ଛୁଟି; ଶିକ୍ଷକଙ୍କ ପାଇଁ…

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବୁଧବାର (କାଲି) ବଲାଙ୍ଗୀର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?