କୁନ୍ଦୁରା,୧୧ା୧(ଡି.ଏନ୍.ଏ.): କୋରାପୁଟ ଜିଲାର ଉପାନ୍ତ କୁନ୍ଦୁରା ବ୍ଲକରେ ନିଯୁକ୍ତ ପ୍ରଶାସନିକ ଅଧିକାରୀ ବଦଳି ପରେ ବଦଳି ହୋଇ ଯାଉଛନ୍ତି। ସେମାନଙ୍କ ସ୍ଥାନରେ ଭାରପ୍ରାପ୍ତ ଅଧିତ୍କାରୀଙ୍କୁ ଦାୟିତ୍ୱ ଦେଇ ବିଭାଗ କାମ ଚଳାଉଛି ପ୍ରଶାସନ। ବହୁ ବିଭାଗରେ ଭାରପ୍ରାପ୍ତ ଅଧିକାରୀ ହିଁ ଅତିରିକ୍ତ ଦାୟିତ୍ୱରେ ରହି ବ୍ୟବସ୍ଥା ସମ୍ଭାଳିଛନ୍ତି।
କୁନ୍ଦୁରା ବ୍ଲକର ପ୍ରାୟତଃ ୭ଟି ସ୍ଥାନରେ ଇନ୍ଚାର୍ଜମାନେ ହିଁ କାମ ଚଳାଉଥିବା ନଜରକୁ ଆସିଛି। ଗତ ସାଧାରଣ ନିର୍ବାଚନ ପରେ ବ୍ଲକର ଅଧିକାରୀମାନଙ୍କୁ ବଦଳି କରାଯିବା ପରେ ସେହି ସ୍ଥାନରେ ନୂତନ ନିଯୁକ୍ତି ହୋଇନାହିଁ। ବରଂ ପୁରୁଣା କର୍ମଚାରୀ ଓ କନିଷ୍ଠ ପଦବୀରେ ଥିବା ଅଧିକାରୀଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଲଦିଦେଇ ସରକାର ଚୁପ ହୋଇ ବସିଛନ୍ତି। ଏଠାରେ ଥିବା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ଚନ୍ଦ୍ର ପଟ୍ଟନାୟକଙ୍କ ଅବସର ପରେ କୋଟପାଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ବିଚିତ୍ରାନନ୍ଦ ସେଠୀଙ୍କୁ କୁନ୍ଦୁରା ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅନେକ ବିଦ୍ୟାଳୟରେ ଶିକ୍ଷାବର୍ଷର ୮ ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷକ ଅଭାବ ପୂରଣ ହୋଇପାରୁନି। ଆଉ କିଛି ଦିନ ପରେ ମାଟ୍ରିକ ପରୀକ୍ଷା ଥିବାବେଳେ ଚିନ୍ତାରେ ରହିଛନ୍ତି ଅଭିଭାବକ। ଏହି ସମସ୍ୟା ସୁଧାରିବା ପାଇଁ କୁନ୍ଦୁରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ତତ୍କାଳୀନ ଜିଲାପାଳ ଭି. ଜୟକୁମାର, ଅନୁପମ ସାହା, କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ବର୍ତ୍ତମାନ କାର୍ଯ୍ୟରତ ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ମଧ୍ୟ ଅବଗତ କରାଯାଇଛି ା ପ୍ରାଥମିକ ବିଦ୍ୟାଳୟରେ ୨୫ରୁ ଊର୍ଦ୍ଧ୍ୱ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଉଚ୍ଚ ବିଦ୍ୟାଳୟରେ ୧୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଆବଶ୍ୟକ। ବ୍ଲକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଡିଓ ପଦବୀରେ ଶ୍ୱେତା ସ୍ନିଗ୍ଧା ପ୍ରଧାନଙ୍କ ବଦଳି ହେବା ପରେ ତାଙ୍କ ସ୍ଥାନରେ ସତ୍ୟସୁନ୍ଦର ରାଉତଙ୍କୁ ଯୋଗଦେବା ପାଇଁ ଚିଠି ହୋଇଛି। କିନ୍ତୁ ଏଯାବତ୍ ନୂତନ ବିଡିଓ ଯୋଗଦେଇ ନ ପାରିବା ପଛରେ ରାଜନୀତି କାମ କରୁଥିବା ସନ୍ଦେହ ଉପୁଜିଛି। ଗତ ଦିନରେ ଏମ୍ଜିଏନ୍ଆରଇଜିଏସ୍, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟ ଉନ୍ନୟନ କାର୍ଯ୍ୟ ଅଧାପନ୍ତରିଆ ପଡ଼ିଛି। ଗରିବ ଲୋକେ ଆବାସ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। ସେହିପରି କୁନ୍ଦୁରା ଭଳି ଏକ ସମ୍ବେଦନଶୀଳ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ସଜାଡ଼ିବା ପାଇଁ ଥାନାରେ ଇନ୍ସପେକ୍ଟର ପଦବୀ ରହିବା କଥା। କିନ୍ତୁ ତତ୍କାଳୀନ ଆଇଆଇସିମାନେ ଦୀର୍ଘ ଦିନ ସେହି ଦାୟିତ୍ୱ ଚିରାଚରିତ ଭାବେ ତୁଲାଇ ଆସୁଥିଲେ। ଯଦିଓ ନବ ନିଯୁକ୍ତ ଓଆଇସି ଗଞ୍ଜେଇ ଚାଲାଣ, ଡକାୟତି, କୁକୁଡ଼ାଗାଲି ବନ୍ଦ କରିବା ଭଳି ପଦକ୍ଷେପ ନେଉଛନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ହେଉଛି ତହସିଲଦାର ପଦବୀ ଯାହା ଏଠାରେ ଖାଲି ପଡ଼ିଛି। ବନ ବିଭାଗ ଅଧୀନରେ ଏକ ରେଞ୍ଜର ପଦବୀ ରହିଥିବା ବେଳେ ଜଣେ ଡେପୁଟି ରେଞ୍ଜରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଫଳରେ ପ୍ରଶାସନିକ ବ୍ୟବସ୍ଥା କିପରି ପରିଚାଳିତ ହେଉଥିବ, ଏଥିରୁ ସ୍ପଷ୍ଟ ଅନୁମେୟ। ଜିଲାପାଳ ଏ ଦିଗରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହୋଇଛି।
ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ
କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…
ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ ପାଇଁ ଛାତ୍ରୀ କୀର୍ତ୍ତନା ମନୋନୀତ, ଅଞ୍ଚଳରେ ଖୁସିର ଲହରି
ପଟାଙ୍ଗି,୧୯ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ କୀର୍ତ୍ତନା ସାହୁ ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ କାର୍ଯ୍ୟକ୍ରମକୁ ମନୋନୀତ…
ଲାଞ୍ଚ ନେଇ ଶିରିଝୋଲି ଆର୍ଆଇ ଗିରଫ
ଜୟପୁର,୧୮।୭(ପବନ ପାଣିଗ୍ରାହୀ)-ଜଣେ ଜମିପଟ୍ଟା ଆବେଦନକାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ରାୟଗଡ଼ା ଜିଲା ଗୁଣପୁର ତହସିଲର ଶିରିଝୋଲି ଆର୍ଆଇ ସୁଶାନ୍ତ ମଲ୍ଲିକଙ୍କୁ ଜୟପୁର ଭିଜିଲାନ୍ସ…
ନିଟ୍-୨୦୨୬ରେ ଚମକିଲେ କୋରାପୁଟର ପୂଜ୍ୟମ ରାଜ, ସର୍ବଭାରତୀୟ ସ୍ତରରେ ରଖିଲେ…
କୋରାପୁଟ, ୧୭।୭ (ଅମିତାଭ ବେହେରା): ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (NEET-2026) ରେ କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି ସ୍ଥାନୀୟ ଫ୍ୟୁଜନ୍ ୱର୍ଲ୍ଡ ସ୍କୁଲର…
ଗୋଟିଏ ଦିନପରେ କୋଟିଆରେ ହେଲା ରଥଟଣା: ଯୋଗ ଦେଲେ ପଟ୍ଟାଙ୍ଗି ବିଧାୟକଙ୍କ ସହ…
ପଟ୍ଟାଙ୍ଗି,୧୭।୭(ଶରତ କୁମାର ଧଳ): ସାରା ରାଜ୍ୟରେ ଗୋଟିଏ ଦିନରେ ରଥଯାତ୍ରା ବା ରଥଟଣା ହେଉଥିବା ବେଳେ ରାଜ୍ୟର କିଛି ସ୍ଥାନରେ ଦିନକ ପରେ ରଥଯାତ୍ରା ବା ରଥଟଣା…
Archives

