ଭାରପ୍ରାପ୍ତଙ୍କ ମୁଣ୍ଡରେ ବ୍ଲକ ପ୍ରଶାସନ ଭାର

କୁନ୍ଦୁରା,୧୧ା୧(ଡି.ଏନ୍‌.ଏ.): କୋରାପୁଟ ଜିଲାର ଉପାନ୍ତ କୁନ୍ଦୁରା ବ୍ଲକରେ ନିଯୁକ୍ତ ପ୍ରଶାସନିକ ଅଧିକାରୀ ବଦଳି ପରେ ବଦଳି ହୋଇ ଯାଉଛନ୍ତି। ସେମାନଙ୍କ ସ୍ଥାନରେ ଭାରପ୍ରାପ୍ତ ଅଧିତ୍କାରୀଙ୍କୁ ଦାୟିତ୍ୱ ଦେଇ ବିଭାଗ କାମ ଚଳାଉଛି ପ୍ରଶାସନ। ବହୁ ବିଭାଗରେ ଭାରପ୍ରାପ୍ତ ଅଧିକାରୀ ହିଁ ଅତିରିକ୍ତ ଦାୟିତ୍ୱରେ ରହି ବ୍ୟବସ୍ଥା ସମ୍ଭାଳିଛନ୍ତି।
କୁନ୍ଦୁରା ବ୍ଲକର ପ୍ରାୟତଃ ୭ଟି ସ୍ଥାନରେ ଇନ୍‌ଚାର୍ଜମାନେ ହିଁ କାମ ଚଳାଉଥିବା ନଜରକୁ ଆସିଛି। ଗତ ସାଧାରଣ ନିର୍ବାଚନ ପରେ ବ୍ଲକର ଅଧିକାରୀମାନଙ୍କୁ ବଦଳି କରାଯିବା ପରେ ସେହି ସ୍ଥାନରେ ନୂତନ ନିଯୁକ୍ତି ହୋଇନାହିଁ। ବରଂ ପୁରୁଣା କର୍ମଚାରୀ ଓ କନିଷ୍ଠ ପଦବୀରେ ଥିବା ଅଧିକାରୀଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଲଦିଦେଇ ସରକାର ଚୁପ ହୋଇ ବସିଛନ୍ତି। ଏଠାରେ ଥିବା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ଚନ୍ଦ୍ର ପଟ୍ଟନାୟକଙ୍କ ଅବସର ପରେ କୋଟପାଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ବିଚିତ୍ରାନନ୍ଦ ସେଠୀଙ୍କୁ କୁନ୍ଦୁରା ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅନେକ ବିଦ୍ୟାଳୟରେ ଶିକ୍ଷାବର୍ଷର ୮ ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷକ ଅଭାବ ପୂରଣ ହୋଇପାରୁନି। ଆଉ କିଛି ଦିନ ପରେ ମାଟ୍ରିକ ପରୀକ୍ଷା ଥିବାବେଳେ ଚିନ୍ତାରେ ରହିଛନ୍ତି ଅଭିଭାବକ। ଏହି ସମସ୍ୟା ସୁଧାରିବା ପାଇଁ କୁନ୍ଦୁରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ତତ୍କାଳୀନ ଜିଲାପାଳ ଭି. ଜୟକୁମାର, ଅନୁପମ ସାହା, କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ବର୍ତ୍ତମାନ କାର୍ଯ୍ୟରତ ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ମଧ୍ୟ ଅବଗତ କରାଯାଇଛି ା ପ୍ରାଥମିକ ବିଦ୍ୟାଳୟରେ ୨୫ରୁ ଊର୍ଦ୍ଧ୍ୱ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଉଚ୍ଚ ବିଦ୍ୟାଳୟରେ ୧୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଆବଶ୍ୟକ। ବ୍ଲକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଡିଓ ପଦବୀରେ ଶ୍ୱେତା ସ୍ନିଗ୍‌ଧା ପ୍ରଧାନଙ୍କ ବଦଳି ହେବା ପରେ ତାଙ୍କ ସ୍ଥାନରେ ସତ୍ୟସୁନ୍ଦର ରାଉତଙ୍କୁ ଯୋଗଦେବା ପାଇଁ ଚିଠି ହୋଇଛି। କିନ୍ତୁ ଏଯାବତ୍‌ ନୂତନ ବିଡିଓ ଯୋଗଦେଇ ନ ପାରିବା ପଛରେ ରାଜନୀତି କାମ କରୁଥିବା ସନ୍ଦେହ ଉପୁଜିଛି। ଗତ ଦିନରେ ଏମ୍‌ଜିଏନ୍‌ଆରଇଜିଏସ୍‌, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟ ଉନ୍ନୟନ କାର୍ଯ୍ୟ ଅଧାପନ୍ତରିଆ ପଡ଼ିଛି। ଗରିବ ଲୋକେ ଆବାସ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। ସେହିପରି କୁନ୍ଦୁରା ଭଳି ଏକ ସମ୍ବେଦନଶୀଳ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ସଜାଡ଼ିବା ପାଇଁ ଥାନାରେ ଇନ୍ସପେକ୍ଟର ପଦବୀ ରହିବା କଥା। କିନ୍ତୁ ତତ୍କାଳୀନ ଆଇଆଇସିମାନେ ଦୀର୍ଘ ଦିନ ସେହି ଦାୟିତ୍ୱ ଚିରାଚରିତ ଭାବେ ତୁଲାଇ ଆସୁଥିଲେ। ଯଦିଓ ନବ ନିଯୁକ୍ତ ଓଆଇସି ଗଞ୍ଜେଇ ଚାଲାଣ, ଡକାୟତି, କୁକୁଡ଼ାଗାଲି ବନ୍ଦ କରିବା ଭଳି ପଦକ୍ଷେପ ନେଉଛନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ହେଉଛି ତହସିଲଦାର ପଦବୀ ଯାହା ଏଠାରେ ଖାଲି ପଡ଼ିଛି। ବନ ବିଭାଗ ଅଧୀନରେ ଏକ ରେଞ୍ଜର ପଦବୀ ରହିଥିବା ବେଳେ ଜଣେ ଡେପୁଟି ରେଞ୍ଜରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଫଳରେ ପ୍ରଶାସନିକ ବ୍ୟବସ୍ଥା କିପରି ପରିଚାଳିତ ହେଉଥିବ, ଏଥିରୁ ସ୍ପଷ୍ଟ ଅନୁମେୟ। ଜିଲାପାଳ ଏ ଦିଗରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀ ଅବସରରେ ମୋଟର ସାଇକେଲ ରାଲିରେ ଦୁଇ ରାଜନୈତିକ ଦଳର ସମର୍ଥକ ଶ୍ରେୟ ନେବା ପ୍ରୟାସ

ପଟ୍ଟାଙ୍ଗି,୧୭।୦୪(ଶରତ ଧଳ)ସାରା ରାଜ୍ୟରେ ରାମନବମୀକୁ ନେଇ ରାମ ଓ ହନୁମାନ ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଯୁବ ଗୋଷ୍ଠୀଙ୍କ କ୍ଷେତ୍ରରରେ ଏହାକୁ ନେଇ...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ମେଡିକାଲ ଆସୁଥିବା ବେଳେ ବାଇକ୍‌ଆରୋହୀଙ୍କୁ ଚାପିଦେଲା ବାଲି ବୋଝେଇ ଟିପ୍ପର

କୋରାପୁଟ,୧୫ା୪: କୋରାପୁଟ ଜିଲା ୨୬ ନମ୍ବର ଜାତୀୟ ରାଜପଥ ମୃର୍ତ୍ତିକା ସଂରକ୍ଷଣ କଲୋନୀ ନିକଟରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ...

୨୧ ଗ୍ରାମର ଲୋକେ ୨ ରାଜ୍ୟର ଭୋଟର

ପଟ୍ଟାଙ୍ଗି,୧୫ା୪(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଆନ୍ଧ୍ର ନେଉଛି ଭୋଟ। ଫଳରେ କୋଟିଆ...

ଭୋଟରଙ୍କୁ ଅଭିନବ ଉପାୟରେ ଆହ୍ବାନ ଦେଲେ ଜିଲାପାଳ

ପଟାଙ୍ଗି,୧୪ା୪(ଶରତ ଧଳ): ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ କିଛି ଦିନ ବାକି ରହିଥିବା ବେଳେ ଭୋଟରଙ୍କୁ ଏକ ଅଭିନବ ଉପାୟରେ ଜିଲା ପ୍ରଶାସନ ପକ୍ଷରୁ...

ପ୍ରଚାର ମଇଦାନରେ ତାରା: ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହେଲେ ଶତାଧିକ କର୍ମୀ

କୋରାପୁଟ,୧୩ା୪(ଅମିତାଭ ବେହେରା): କୋରାପୁଟ ଜିଲାର ଲକ୍ଷ୍ମୀପୁର ନିିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଦଶମନ୍ତପୁରଠାରେ ଶନିବାର କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି କଂଗ୍ରେସର ଲୋକ ସଭା...

ପ୍ରଚାର କରିବାକୁ ଆସି ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ଘାଇଲା ନେତା, ଛାଡ଼ି ପଳାଇଲେ ସଭା

କୋରାପୁଟ,୧୧।୪: ଭୋଟ ପାଇଁ ପ୍ରଚାର କରିବାକୁ ଆସିଥିଲେ ନେତା ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ହେଲେ ଘାଇଲା। ଜନତାଙ୍କ ପ୍ରଶ୍ନ ବାଣରେ ହଟହଟା ହୋଇ ସଭା ସ୍ଥଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri