ଭାରପ୍ରାପ୍ତଙ୍କ ମୁଣ୍ଡରେ ବ୍ଲକ ପ୍ରଶାସନ ଭାର

କୁନ୍ଦୁରା,୧୧ା୧(ଡି.ଏନ୍‌.ଏ.): କୋରାପୁଟ ଜିଲାର ଉପାନ୍ତ କୁନ୍ଦୁରା ବ୍ଲକରେ ନିଯୁକ୍ତ ପ୍ରଶାସନିକ ଅଧିକାରୀ ବଦଳି ପରେ ବଦଳି ହୋଇ ଯାଉଛନ୍ତି। ସେମାନଙ୍କ ସ୍ଥାନରେ ଭାରପ୍ରାପ୍ତ ଅଧିତ୍କାରୀଙ୍କୁ ଦାୟିତ୍ୱ ଦେଇ ବିଭାଗ କାମ ଚଳାଉଛି ପ୍ରଶାସନ। ବହୁ ବିଭାଗରେ ଭାରପ୍ରାପ୍ତ ଅଧିକାରୀ ହିଁ ଅତିରିକ୍ତ ଦାୟିତ୍ୱରେ ରହି ବ୍ୟବସ୍ଥା ସମ୍ଭାଳିଛନ୍ତି।
କୁନ୍ଦୁରା ବ୍ଲକର ପ୍ରାୟତଃ ୭ଟି ସ୍ଥାନରେ ଇନ୍‌ଚାର୍ଜମାନେ ହିଁ କାମ ଚଳାଉଥିବା ନଜରକୁ ଆସିଛି। ଗତ ସାଧାରଣ ନିର୍ବାଚନ ପରେ ବ୍ଲକର ଅଧିକାରୀମାନଙ୍କୁ ବଦଳି କରାଯିବା ପରେ ସେହି ସ୍ଥାନରେ ନୂତନ ନିଯୁକ୍ତି ହୋଇନାହିଁ। ବରଂ ପୁରୁଣା କର୍ମଚାରୀ ଓ କନିଷ୍ଠ ପଦବୀରେ ଥିବା ଅଧିକାରୀଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଲଦିଦେଇ ସରକାର ଚୁପ ହୋଇ ବସିଛନ୍ତି। ଏଠାରେ ଥିବା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ଚନ୍ଦ୍ର ପଟ୍ଟନାୟକଙ୍କ ଅବସର ପରେ କୋଟପାଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ବିଚିତ୍ରାନନ୍ଦ ସେଠୀଙ୍କୁ କୁନ୍ଦୁରା ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅନେକ ବିଦ୍ୟାଳୟରେ ଶିକ୍ଷାବର୍ଷର ୮ ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷକ ଅଭାବ ପୂରଣ ହୋଇପାରୁନି। ଆଉ କିଛି ଦିନ ପରେ ମାଟ୍ରିକ ପରୀକ୍ଷା ଥିବାବେଳେ ଚିନ୍ତାରେ ରହିଛନ୍ତି ଅଭିଭାବକ। ଏହି ସମସ୍ୟା ସୁଧାରିବା ପାଇଁ କୁନ୍ଦୁରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ତତ୍କାଳୀନ ଜିଲାପାଳ ଭି. ଜୟକୁମାର, ଅନୁପମ ସାହା, କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ବର୍ତ୍ତମାନ କାର୍ଯ୍ୟରତ ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ମଧ୍ୟ ଅବଗତ କରାଯାଇଛି ା ପ୍ରାଥମିକ ବିଦ୍ୟାଳୟରେ ୨୫ରୁ ଊର୍ଦ୍ଧ୍ୱ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଉଚ୍ଚ ବିଦ୍ୟାଳୟରେ ୧୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଆବଶ୍ୟକ। ବ୍ଲକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଡିଓ ପଦବୀରେ ଶ୍ୱେତା ସ୍ନିଗ୍‌ଧା ପ୍ରଧାନଙ୍କ ବଦଳି ହେବା ପରେ ତାଙ୍କ ସ୍ଥାନରେ ସତ୍ୟସୁନ୍ଦର ରାଉତଙ୍କୁ ଯୋଗଦେବା ପାଇଁ ଚିଠି ହୋଇଛି। କିନ୍ତୁ ଏଯାବତ୍‌ ନୂତନ ବିଡିଓ ଯୋଗଦେଇ ନ ପାରିବା ପଛରେ ରାଜନୀତି କାମ କରୁଥିବା ସନ୍ଦେହ ଉପୁଜିଛି। ଗତ ଦିନରେ ଏମ୍‌ଜିଏନ୍‌ଆରଇଜିଏସ୍‌, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟ ଉନ୍ନୟନ କାର୍ଯ୍ୟ ଅଧାପନ୍ତରିଆ ପଡ଼ିଛି। ଗରିବ ଲୋକେ ଆବାସ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। ସେହିପରି କୁନ୍ଦୁରା ଭଳି ଏକ ସମ୍ବେଦନଶୀଳ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ସଜାଡ଼ିବା ପାଇଁ ଥାନାରେ ଇନ୍ସପେକ୍ଟର ପଦବୀ ରହିବା କଥା। କିନ୍ତୁ ତତ୍କାଳୀନ ଆଇଆଇସିମାନେ ଦୀର୍ଘ ଦିନ ସେହି ଦାୟିତ୍ୱ ଚିରାଚରିତ ଭାବେ ତୁଲାଇ ଆସୁଥିଲେ। ଯଦିଓ ନବ ନିଯୁକ୍ତ ଓଆଇସି ଗଞ୍ଜେଇ ଚାଲାଣ, ଡକାୟତି, କୁକୁଡ଼ାଗାଲି ବନ୍ଦ କରିବା ଭଳି ପଦକ୍ଷେପ ନେଉଛନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ହେଉଛି ତହସିଲଦାର ପଦବୀ ଯାହା ଏଠାରେ ଖାଲି ପଡ଼ିଛି। ବନ ବିଭାଗ ଅଧୀନରେ ଏକ ରେଞ୍ଜର ପଦବୀ ରହିଥିବା ବେଳେ ଜଣେ ଡେପୁଟି ରେଞ୍ଜରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଫଳରେ ପ୍ରଶାସନିକ ବ୍ୟବସ୍ଥା କିପରି ପରିଚାଳିତ ହେଉଥିବ, ଏଥିରୁ ସ୍ପଷ୍ଟ ଅନୁମେୟ। ଜିଲାପାଳ ଏ ଦିଗରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ପରିସ୍ଥିତିର ସମୀକ୍ଷା କରିବେ ବିଧାୟକ

କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪…

ଓଡ଼ିଆରେ ପ୍ରେସକ୍ରିପସନ ଲେଖି ଚର୍ଚ୍ଚାରେ ଡାକ୍ତର ଶିବ ପ୍ରସାଦ, ସୋସିଆଲ ମିଡିଆରେ ପ୍ରଶଂସା

କୁନ୍ଦୁରା/କୋରାପୁଟ,୨୩।୯(ସନ୍ତୋଷ ପ୍ରହରାଜ/ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ସଦର ମହକୁମାରେ ଜନ୍ମ ଗ୍ରହଣ କରିଥିବା ଡାକ୍ତର ଶିବ ପ୍ରସାଦ ସେନାପତି ଓଡ଼ିଆରେ ପ୍ରେସକ୍ରିପସନ ଲେଖି ଚର୍ଚ୍ଚାକୁ…

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?