ଭାରତୀୟ ସେନାରେ ଯୋଗଦେଲେ ଧୋନୀ, କରିବେ ଏହି କାମ

ଶ୍ରୀନଗର, ୨୫।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖୁବ୍‌ଶୀଘ୍ର ଭାରତୀୟ ସେନା ସହ ଯୋଗ ଦେବାକୁ ଯାଉଛନ୍ତି। ଜୁଲାଇ ୩୧ରେ କଶ୍ମୀରରେ ଥିବା ଟେରିଟୋରିଆଲ୍‌ ଆର୍ମିର ୧୦୬ତମ ପାରାସୁଟ୍‌ ବାଟାଲିୟନ୍‌ରେ ଧୋନୀ ସାମିଲ ହେବେ। ସେନାର ଲେଫ୍ଟନାଣ୍ଟ କର୍ନେଲ(ସମ୍ମାନୀତ) ଥିବା ଧୋନୀ ଜୁଲାଇ ୩୧ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏଠାରେ ଅଭ୍ୟାସ କରିବେ। ଧୋନୀ ପାରାସୁଟ୍‌ ବାଟାଲିୟନ୍‌ରେ ଯୋଗ ଦେବାପରେ ଯବାନଙ୍କ ସହ ମିଶି ଗାର୍ଡ ଏବଂ ପାଟ୍ରୋଲିଂ ଭଳି ଦାୟିତ୍ୱ ସମ୍ଭାଳିବେ। ବିଶ୍ୱକପ୍‌ ପରେ ଧୋନୀ ୨ ମାସ ପାଇଁ ସେନାରେ ଯୋଗ ଦେଇ ଅଭ୍ୟାସ ପାଇଁ ଅନୁମତି ମାଗିଥିଲେ। ସୂଚନାଯୋଗ୍ୟ, ୨୦୧୧ ବିଶ୍ବକପ ବିଜୟ ପରେ ତାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ପୋଷ୍ଟ ମିଳିଥିଲା। ସେଥିପାଇଁ ତ କ୍ରିକେଟରୁ ଟିକେ ସମୟ ପାଇଲେ ଧୋନୀ ସେନାବାହିନୀ ସହ ସାମିଲ ହେବାକୁ ପହଞ୍ଚି ଯାଆନ୍ତି। ତେଣିକି ସେ ସେନା ପକ୍ଷରୁ ଆୟୋଜିତ କ୍ରିକେଟ ମ୍ୟାଚ ହେଉ କି ପାରା ଗ୍ଲାଇଡିଂ ଶିବିର। ୨୦୧୫ରେ ଆଗ୍ରାର ପାରା ଟ୍ରେନିଂ ସ୍କୁଲ ଯାଇ ପାରା ଗ୍ଲାଇଡିଂ କରିଥିଲେ। ୧୨୦୦ ଫୁଟ ଉଚ୍ଚତାରୁ ଜମ୍ପ କରି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ ଟିମ ଇଣ୍ଡିଆର ଏହି ସୁପରଷ୍ଟାର। ୨୦୧୮ରେ ପଦ୍ମଭୂଷଣ ପୁରସ୍କାର ଗ୍ରହଣ ସମୟରେ ମଧ୍ୟ ଧୋନୀ ସେନା ପୋଷାକରେ ନଜର ଆସିଥିଲେ। ଜଣେ ପୋଖତ ସୈନିକଙ୍କ ପରି ମାର୍ଚ୍ଚଫାଷ୍ଟ ଆସି ରାଷ୍ଟ୍ରପତି କୋବିନ୍ଦଙ୍କୁ ସାଲ୍ୟୁଟ କରିବା ସହ ପୁରସ୍କାର ଗ୍ରହଣ କରିଥିଲେ ମାହି।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri