Posted inଖେଳ

ଭାରତୀୟ ମହିଳା ହକି ଦଳକୁ ଅଲିମ୍ପିକ୍ସ ଯୋଗ୍ୟତା

ଭୁବନେଶ୍ୱର, ୨\୧୧(କ୍ରୀଡ଼ା ପ୍ରତିନିଧି)-
ଭାରତୀୟ ମହିଳା ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି କଳିଙ୍ଗ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଏଫ୍ଆଇଏଚ୍ ଅଲିମ୍ପିକ୍ସ କ୍ବାଲିଫାୟର୍ସ ମ୍ୟାଚରେ ଭାରତ ୧-୪ ଗୋଲରେ ଆମେରିକାଠାରୁ ପରାଜିତ ହୋଇଥିଲେ ହେଁ ଶୁକ୍ରବାର ୫-୧ ଗୋଲରେ ବିଜୟୀ ହୋଇଥିବାରୁ ଅଲିମ୍ପିକ୍ସ ଟିକେଟ ପାଇଛି ୨ ମ୍ୟାଚ ଶେଷରେ ଆମେରିକା ବିପକ୍ଷରେ ଭାରତ ୬-୫ ଗୋଲରେ ଅଗ୍ରଣୀ ରହି ଆଗକୁବଢ଼ିଛି ଆମେରିକା ଗୋଲକିପର କେଲସି ବିଙ୍ଗ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ଟୋକିଓ ଅଲିମ୍ପିକ୍ସ ୨୦୨୦ ଜୁଲାଇ ୨୪ରୁ ଅଗଷ୍ଟ ୯ ପଯର୍ୟନ୍ତ ଅନୁଷ୍ଠିତ ହେବ
ଶୁକ୍ରବାର ୫-୧ ଗୋଲରେ ପରାସ୍ତ ହୋଇଥିବା ଆମେରିକା ଶନିବାର ଦ୍ୱିତୀୟ ମ୍ୟାଚରେ କିନ୍ତୁ ଭିନ୍ନ ପ୍ରଦର୍ଶନ କରିଥିଲା ରଣନୀତି ଅନୁସାରେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ଫାଇଦାରେ ରହିଥିଲା ଏହି ଦଳ ଅନ୍ୟପକ୍ଷରେ ପ୍ରଥମ ତିନି କ୍ବାର୍ଟରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଫିକା ରହିଥିଲା ଡିଫେନ୍ସ, ମିଡ୍ଫିଲ୍ଡ ଏବଂ ଫରଓ୍ୱାର୍ଡ ଲାଇନ୍ କୌଣସି ଗୋଟିଏ ବିଭାଗରେ ମଧ୍ୟ ଦଳ ଦକ୍ଷତା ଅନୁସାରେ ଖେଳିପାରି ନ ଥିଲା ଦଳର ପାସିଂ ମଧ୍ୟ ଖରାପ ରହିଥିଲା ଏହାର ଫାଇଦା ଉଠାଇଥିଲା ଆମେରିିକା ୪ର୍ଥ ମିନିଟରେ କ୍ରମାଗତ ୨ଟିି ପେନାଲ୍ଟି କର୍ନରକୁ ମିସ୍ କରିିଥିଲେ ହେଁ ୫ମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଆମଣ୍ଡା ମାଗାଡାନ ଆମେରିକାକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ ଏହାପରେ ଖେଳାଳିଙ୍କ ମନରେ ଜୋସ୍ ଭରି ଯାଇଥିଲା ପ୍ରଥମ କ୍ବାର୍ଟର ଶେଷ ହୋଇ ଆସୁଥିବାବେଳେ ଭାରତ ଡିି ଏରିଆ ମଧ୍ୟରେ ବଲ୍ ପାଇଁ ସଂଘର୍ଷ ସମୟରେ ଅଧିନାୟିକା କାଥଲିନ ଶାର୍କି ଗୋଲ ଦେଇ ଆମେରିକା ଗୋଲ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ ଦ୍ୱିତୀୟ କ୍ବାର୍ଟରରେ ମଧ୍ୟ ଆମେରିକା ଚମତ୍କାର ପ୍ରଦର୍ଶନ କରିିଥିଲା ୨ ଗୋଲରେ ପଛରେ ରହିବାରୁ ଭାରତୀୟ ଖେଳାଳିମାନେ ଚାପକୁ ଚାଲି ଆସିଥିଲେ ୨୦ତମ ମିନିଟରେ ଆଲିସା ପାର୍କର ଫିଲ୍ଡ ଗୋଲ ଦେଇ ଅଗ୍ରଣୀ ବ୍ୟବଧାନକୁ ବଢ଼ାଇଥିବାବେଳେ ୨୮ତମ ମିନିଟରେ ଆମଣ୍ଡା ବ୍ୟକ୍ତିଗତ ଦ୍ୱିତୀୟ ଓ ଦଳ ପକ୍ଷରୁ ୪ର୍ଥ ଗୋଲ ଦେଇ ଆମେରିକାର ଅଲିମ୍ପିକ୍ସ ଆଶା ଉଜ୍ଜୀବିତ କରିଥିଲେ ୨୬ତମ ମିନିଟରେ ସୁଶିଳା ପୋଖରାମବାମ୍ ଏବଂ ୨୭ତମ ମିନିଟରେ ନବଜୋତ କୌର କାର୍ଡ ପାଇବାରୁ କିଛି ସମୟ ପାଇଁ ଭାରତ ୯ ସଦସ୍ୟ ବିଶିଷ୍ଟ ହୋଇ ଯାଇଥିଲା ତୃତୀୟ କ୍ବାର୍ଟରରେ ଭାରତ ୨ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ କରି ନ ପାରିବାରୁ କୋଚ୍ ଜୋର୍ଡ ମାରିଜନେଙ୍କ ଚିନ୍ତା ବଢ଼ିଥିଲା ଏହି କ୍ବାର୍ଟରରେ ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ହେଁ ତାହାର ସଦ୍ବ୍ୟବହାର କରିପାରି ନ ଥିଲେ ଅନ୍ତିମ କ୍ବାର୍ଟରରେ ଅସଲ ଖେଳ ହୋଇଥିଲା ଅଲିମ୍ପିକ୍ସ ଯୋଗ୍ୟତା ପାଇ ଅତିକମ୍ରେ ଗୋଟିଏ ଗୋଲ ଆବଶ୍ୟକ କରୁଥିବା ଭାରତ ଆକ୍ରମଣକୁଜୋରଦାର କରିଥିଲା ମ୍ୟାଚର ୪୯ତମ ମିନିଟରେ ଭାରତ ପାଇଁ ଶୁଭକ୍ଷଣ ଆସିଥିଲା ଅଧିନାୟିକା ରାଣୀ ରାମପାଲ ଗୋଲ ସ୍କୋର କରି ଭାରତ ପାଇଁ ଆଶା ଦୃଢ଼ୀଭୂତ କରିଥିଲେ ଗୋଲ ବ୍ୟବଧାନ ବଢ଼ାଇବା ପାଇଁ ଆମେରିକା ସବୁମତେ ଚେଷ୍ଟା କରିଥିଲା ମାତ୍ର ଭାରତୀୟ ଡିିଫେନ୍ସ ବିଭାଗ ତାହାକୁ ସଫଳ ପ୍ରତିହତ କରିଥିଲା ୫୭ତମ ମିନିଟରେ ଆମେରିକା ପାଇଁ ଶେଷ ସୁଯୋଗ ସଦୃଶ ପେନାଲ୍ଟି କର୍ନର ମିଳିଥିଲା ମାତ୍ର ତାହାକୁ ଭାରତୀୟ ଗୋଲକିପର ଓ ଡିଫେଣ୍ଡର ହେବାକୁ ଦେଇ ନ ଥିଲେ ଶେଷ ୨ମିନିଟର ଖେଳରେ ଉତ୍ତେଜନା ଭରିଥିଲେ ହେଁ ଭାରତ ଆଉ ଗୋଲ ବରଣ କରି ନ ଥିଲା ଅମ୍ପାୟରଙ୍କ ଶେଷ ହ୍ବିସିଲ ବାଜିବାକ୍ଷଣି ଭାରତୀୟ ଦଳର ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?