Posted inଖେଳ

ଭାରତୀୟ ମହିଳା ଦଳରେ ୧୫ ବର୍ଷୀୟା ଶେଫାଳୀ

ନୂଆଦିଲ୍ଲୀ, ୬।୯ (ପି.ଟି.)- ଦକ୍ଷିଣ ଆଫ୍ରିକା ମହିଳା ଦଳ ବିପକ୍ଷ ଆଗାମୀ ସୀମିତ ଓଭର ସିରିଜ ଲାଗି ଗୁରୁବାର ଭାରତୀୟ ଦଳ ଘୋଷଣା କରାଯାଇଛି। ୫ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ୩ଟି ମ୍ୟାଚ୍‌ ପାଇଁ ଘୋଷିତ ଭାରତୀୟ ଦଳରେ ୧୫ ବର୍ଷୀୟା ବ୍ୟାଟ୍ସଓମ୍ୟାନ ଶେଫାଳୀ ବର୍ମାଙ୍କୁ ସ୍ଥାନ ଦିଆଯାଇଛି। ଭେଟେରାନ ମିଥାଲି ରାଜଙ୍କ ଟି୨୦ ଅବସର ପରେ ଶେଫାଳୀଙ୍କ ଯୁଗ ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ହୋଇଛି। ହରିୟାଣା ଜନ୍ମିତ ଶେଫାଳୀ ଜଣେ ଡାହାଣହାତୀ ବ୍ୟାଟ୍ସଓମ୍ୟାନ ହୋଇଥିବାବେଳେ ସାମୟିକ ଅଫ୍‌-ସ୍ପିନ ବୋଲିଂ ମଧ୍ୟ କରନ୍ତି। ପୂର୍ବରୁ ମହିଳା ଟି୨୦ ଚ୍ୟାଲେଞ୍ଜର୍ସ ପ୍ରତିଯୋଗିତା ସମେତ ବିଭିନ୍ନ ବୟସବର୍ଗର ମ୍ୟାଚ୍‌ରେ ପ୍ରଭାବୀ ପ୍ରଦର୍ଶନ ଲାଗି ଶେଫାଳୀଙ୍କୁ ସିନିୟର ଦଳରେ ସାମିଲ କରାଯାଇଛି। ମହିଳା ଟି୨୦ ଚ୍ୟାଲେଞ୍ଜର୍ସରେ ସେ ମିଥାଲିଙ୍କ ନେତୃତ୍ୱାଧୀନ ଭେଲୋସିଟି ଦଳରେ ଖେଳିଥିଲେ। ତାଙ୍କ ଷ୍ଟ୍ରାଇକରେଟ୍‌ ୧୫୦ରୁ ଊର୍ଦ୍ଧ୍ୱ ରହିଛି। ତେବେ ସର୍ବକନିଷ୍ଠା ଖେଳାଳି ଭାବେ ଭାରତୀୟ ମହିଳା କ୍ରିକେଟ୍‌ ଦଳରେ ସ୍ଥାନ ପାଇବାର ରେକର୍ଡ ଗର୍ଗି ବାନାର୍ଜୀଙ୍କ ନାମରେ ରହିଛି। ଗର୍ଗି ୧୯୭୮ରେ ୧୪ ବର୍ଷ ୧୬୫ ଦିନରେ ଭାରତୀୟ ଦଳରେ ସାମିଲ ହୋଇ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ସେପ୍ଟେମ୍ବର ୨୪ରୁ ଏବଂ ଦିନିକିଆ ମ୍ୟାଚ୍‌ ଅକ୍ଟୋବର ୯ରୁ ଆରମ୍ଭ ହେବ।
ଭାରତୀୟ ଦିନିକିଆ ମହିଳା ଦଳ: ମିଥାଲି ରାଜ (ଅଧିନାୟିକା), ଜେମିମା ରୋଡ୍ରିଗ୍ବେଜ, ହରମନପ୍ରୀତ୍‌ କୌର (ଉପ-ଅଧିନାୟିକା), ପୁନମ ରାଉତ, ସ୍ମୃତି ମନ୍ଧାନା, ଦୀପ୍ତି ଶର୍ମା, ତାନିୟା ଭାଟିଆ (ଉଇକେଟ୍‌କିପର), ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ, ମାନସୀ ଯୋଶୀ, ଏକତା ବିସ୍ତ, ପୁନମ ଯାଦବ, ଡି. ହେମଲତା, ରାଜେଶ୍ୱରୀ ଗାଏକ୍ୱାଡ ଓ ପ୍ରିୟା ପୁନିଆ।
ପ୍ରଥମ ୩ଟି ଟି୨୦ ମ୍ୟାଚ୍‌ ପାଇଁ ଭାରତୀୟ ଦଳ: ହରମନପ୍ରୀତ୍‌ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ-ଅଧିନାୟିକା), ଜେମିମା ରୋଡ୍ରିଗ୍ବେଜ, ଦୀପ୍ତି ଶର୍ମା, ତାନିୟା ଭାଟିଆ(ଉଇକେଟ୍‌କିପର), ପୁନମ ଯାଦବ, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡୀ, ପୂଜା ଭଷ୍ଟ୍ରାକର, ରାଧା ଯାଦବ, ଭେଦା କ୍ରିଷ୍ଣାମୂର୍ତ୍ତୀ, ହର୍ଲିନ ଦେଓଲ, ଅଞ୍ଜୁ ପାଟିଲ, ଶେଫାଳୀ ବର୍ମା ଓ ମାନସୀ ଯୋଶୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri