Posted inଖେଳ

ଭାରତରେ ଏନ୍‌ବିଏର ପଦାର୍ପଣ ନେଇ ଚର୍ଚ୍ଚା :ମୁମ୍ବାଇରେ ଖେଳାଯିବ ଇଣ୍ଡିଆନା ପେସର୍ସ ଓ ସାକ୍ରାମୋଣ୍ଟୋ କିଙ୍ଗ୍ସ ମ୍ୟାଚ୍‌

ମୁମ୍ବାଇ,୨୪।୯(ପି.ଟି.)- ହାଇପ୍ରୋଫାଇଲ ବାସ୍କେଟ ବଲ୍‌ ଲିଗ୍‌ ଏନ୍‌ବିଏ(ନ୍ୟାଶନାଲ ବାସ୍କେଟବଲ ଆସୋସିଏଶନ) ଏଥର ଭାରତରେ ପଦାର୍ପଣ କରିବାକୁ ଯାଉଛି। ଏବେ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ୪ ଓ ୫ ତାରିଖରେ ମୁମ୍ବାଇରେ ଏନ୍‌ବିଏର କୋତୋଟି ପ୍ରି- ସେସନ ବାସ୍କେଟବଲ ମ୍ୟାଚ୍‌ ଆୟୋଜନ ହେବ। ପ୍ରଥମଥର ପାଇଁ ଭାରତରେ ଏନ୍‌ବିଏର ମ୍ୟାଚ୍‌ ଆୟୋଜନ ହେବାକୁ ଯାଉଛି। ଏହି ମୁକାବିଲାଗୁଡିକରେ ଇଣ୍ଡିଆନା ପେସର୍ସ ଓ ସାକ୍ରାମୋଣ୍ଟୋ କିଙ୍ଗ୍ସ ମୁହଁାମୁହିଁ ହେବେ।
ସୋମବାର ଟେକ୍ସାସ୍‌ର ହ୍ୟୁଷ୍ଟନ ସହରରେ ଆୟୋଜିତ ‘ହାଉଡି ମୋଦି’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ମ୍ୟାଚ୍‌ ଦେଖିବାକୁ ଇଚ୍ଛା ଜାହିର କରିଥିଲେ। ଏହି ମ୍ୟାଚ୍‌ ଦେଖିବାକୁ ମୋତେ ନିମନ୍ତ୍ରଣ କରାଯାଇଛି କି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ପ୍ରଶ୍ନ କରିଥିଲେ। ଏହାପରଠାରୁ ଏହି ମ୍ୟାଚ୍‌ ନେଇ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ ଅବସରରେ ଷ୍ଟାଡିୟମ ଖଚାଖଚ୍‌ ଭରା ହେବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି। ଏନ୍‌ବିଏ ଏବେ ଭାରତକୁ ଆମେରିକାର ଶ୍ରେଷ୍ଠ ରପ୍ତାନି ସାମଗ୍ରୀ ସାବ୍ୟସ୍ତ ହେବାକୁ ଯାଉଛି ବୋଲି ଟ୍ରମ୍ପ ତାଙ୍କ ଭାଷଣରେ କହିଥିଲେ। ଆସନ୍ତା ସପ୍ତାହରେ ଏନବିଏ ମ୍ୟାଚ୍‌ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ହେବେ। ଏହି ମ୍ୟାଚ୍‌ ଦେଖିବାକୁ ଭାରତ ଆସିପାରେ ଓ ଏଥିପାଇଁ ସତର୍କ ରହିଥିବେ ବୋଲି ସେ ମଜାରେ କହିଥିଲେ। ୪ ତାରିଖରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ରିଲାଏନ୍ସ ଫାଉଣ୍ଡେଶନ ଜୁନିୟର ପ୍ରୋଗ୍ରାମ ଅନୁଯାୟୀ ୩,୦୦୦ ଯୁବକଙ୍କ ପାଇଁ ସିଟ୍‌ ରିଜର୍ଭ କରାଯାଇଛି। ତେବେ ୫ ତାରିଖ ମ୍ୟାଚ୍‌ ସବୁ ଦର୍ଶକ ଉପଭୋଗ କରିପାରିବେ। ୫ ତାରିଖ ମ୍ୟାଚ୍‌ ପାଇଁ ୮୦ ପ୍ରତିଶତ ଟକେଟ ବିକ୍ରି ସରିଛି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି। ସେହିପରି ପ୍ରଥମ ଦିନର ମ୍ୟାଚ୍‌ର ୯୦ ପ୍ରତିଶତ ଟିକେଟ ପ୍ରଶଂସକମାନେ ନେଇ ସାରିଲେଣି। ସବୁ ଟିକେଟ ବିକ୍ରି ହୋଇଯିବ ଓ ବହୁ ସଂଖ୍ୟାରେ ମ୍ୟାଚ୍‌ ଦେଖିବାକୁ ଲୋକେ ଷ୍ଟାଡିୟମରେ ଉପସ୍ଥିତ ହେବେ ବୋଲି ଆଶା କରାଯାଉଛି। ଏହି ମ୍ୟାଚ୍‌ ଦେଖିବାକୁ ଅଧିକରୁ ଅଧିକ ସଂଖ୍ୟାରେ ପ୍ରଶଂସକ ଉପସ୍ଥିତ ରୁହନ୍ତୁ ଓ ଏହି ଅଭିଯାନ ଅଂଶସ୍ବରୂପ ୨୮ ଓ ୨୯ ତାରିଖରେ ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଏନ୍‌ବିଏର ଗ୍ଲୋବାଲ ବିଜ୍‌ନେସ୍‌ ଅପରେଶନ୍ସ ଉପାଧ୍ୟକ୍ଷ ଡାଇଆନ୍‌ ଗୌଟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri