ଭାରତରୁ କରୋନାକୁ ମୂଳପୋଛ କରିବା ଲାଗି ସେନା ଭିଡ଼ିଲା ଅଣ୍ଟା: ୧୩୩ ହସ୍ପିଟାଲରେ ୮ ହଜାର ଡାକ୍ତର ପ୍ରସ୍ତୁତ

ନୂଆଦିଲ୍ଲୀ,୨।୪: ଭାରତରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ସେନା ଅଣ୍ଟା ଭିଡ଼ିଛି। ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏକ ଭିଡ଼ିଓ କନଫରେନ୍ସିଂ କରିଛନ୍ତି। ଏଥିରେ ଯୋଗଦେଇଥିବା ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌(ସିଡିଏସ୍‌) ବିପିନ ରାଓ୍ବତ ସେନା ପକ୍ଷରୁ କରୋନା ବିରୋଧରେ ସଂଗ୍ରାମ ଲାଗି କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ ସେନାର ୧୩୩ଟି ହସ୍ପିଟାଲ ସଂକ୍ରମିତଙ୍କ ଚିକିତ୍ସା ଲାଗି ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ସେଥିମଧ୍ୟରୁ ୧୧୨ଟି ମିଲିଟାରୀ ହସ୍ପିଟାଲ ଥିବାବେଳେ ୧୨ଟି ଏୟାରଫୋର୍ସ ଏବଂ ୯ଟି ନୌସେନା ହସ୍ପିଟାଲ ରହିଛି। ଏସବୁ ହସ୍ପିଟାଲରେ ୮ ହଜାରରୁ ଅଧିକ ଅଭିଜ୍ଞ ଡାକ୍ତର ରହିଛନ୍ତି। ସେହିଭଳି ସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରାଓ୍ବଣେ କହିଛନ୍ତି ଯେ, ୯ ହଜାରରୁ ଅଧିକ ଶଯ୍ୟା ସଂକ୍ରମିତଙ୍କ ଚିକିତ୍ସା ପାଇଁ ରହିଛି। ଆବଶ୍ୟକ ପଡ଼ିଲେ ନୌସେନାର ଜାହାଜ ମଧ୍ୟ ପ୍ରସ୍ତୁତ ହୋଇ ରହିଥିବା ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ କହିଛନ୍ତି। ଇତିମଧ୍ୟରେ ଡିଆର୍‌ଡିଓ ପକ୍ଷରୁ ୧ ଲକ୍ଷ ୫୦ ହଜାର ଲିଟର ସାନିଟାଇଜର ସପ୍ଲାଏ କରାଯାଇଛି। ସେହିପରି ଏହା ପ୍ରତିଦିନ ୧୦ ହଜାର ମାସ୍କ୍‌ ପ୍ରସ୍ତୁତ କରୁଥିବା ଭିଡ଼ିଓ କନଫରେନ୍ସିଂ ବୈଠକରେ ଡିଆର୍‌ଡିଓ ଅଧ୍ୟକ୍ଷ ଡ.ଡି.ଜି. ସତିଶ ରେଡ୍ଡୀ ସୂଚନା ଦେଇଛନ୍ତି। ଏକକାଳୀନ ୪ ଜଣ କରୋନା ସଂକ୍ରମିତଙ୍କୁ ସପୋର୍ଟ କରୁଥିବା ଭେଣ୍ଟିଲେଟର ନିର୍ମାଣ ଡିଆର୍‌ଡିଓ ପକ୍ଷରୁ ଜାରି ରହିଛି। ଦେଶର ଯୋଧପୁର, ଜୟସେଲମେର, ଚେନ୍ନାଇ, ମାନେସର, ହିଡ଼ନ ଏବଂ ମୁମ୍ବାଇଠାରେ ୧ ହଜାରରୁ ଅଧିକ ସଂକ୍ରମିତଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କର ସମୟସୀମା ଏପ୍ରିଲ୍‌ ୭ରେ ଶେଷ ହେବ ବୋଲି ବିପିନ ରାଓ୍ବତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?